Categories
ଆଜିର ଖବର ଖେଳ

ଅଷ୍ଟ୍ରେଲିଆନ୍‌ ଓପନ୍‌ରୁ ଓହରିଲେ ସାନିଆ

ମେଲବୋର୍ଣ୍ଣ : ଭାରତୀୟ ଟେନିସ୍‌ ଷ୍ଟାର ସାନିଆ ମିର୍ଜା ଅଷ୍ଟ୍ରେଲିଆନ୍‌ ଓପନ୍‌ରୁ ଓହରି ଯାଇଛନ୍ତି । ଆଘାତ ଜନିତ ସମସ୍ୟା କାରଣରୁ ସାନିଆ ମହିଳା ଯୁଗଳ ବର୍ଗରୁ ଓହରିଛନ୍ତି । ଗତକାଲି ମିକ୍ସଡ୍‌ ଡବଲ୍ସରୁ ଓହରିଥିବା ସାନିଆ ଯୁଗଳ ବର୍ଗ ମ୍ୟାଚ୍‌ ଅଧାରୁ ଓହରି ଯାଇଥିଲେ । ପ୍ରଥମ ରାଉଣ୍ଡରେ ସାନିଆ ଏବଂ ୟୁକ୍ରେନ୍‌ର ନାଦିଆ କିଚେନକ୍‌ଙ୍କ ଯୋଡି 2-6ରେ ପଛୁଆ ରହିଥିବା ବେଳେ ଆଘାତ ସମସ୍ୟା କାରଣରୁ ସାନିଆ ଓହରି ଯାଇଥିଲେ । ହୋବାର୍ଟ ଇଣ୍ଟରନ୍ୟାସନାଲ ବିଜୟୀ ହୋଇଥିବା ସାନିଆଙ୍କ ଜଙ୍ଘରେ ଆଘାତ ଲାଗିଥିଲା । ଆଘାତ କାରଣରୁ ପ୍ରଥମେ ମିକ୍ସଡ୍‌ ଡବଲ୍ସରୁ ସାନିଆ ଓହରିଥିବା ବେଳେ ଆଜି ମହିଳା ଡବଲ୍ସରୁ ଓହରିବା ସହିତ ଅଷ୍ଟ୍ରେଲିଆ ଓପନ୍‌ ଅଭିଯାନ ଶେଷ ହୋଇଛି । (ଏଜେନ୍ସୀ)

Categories
ଆଜିର ଖବର ଖେଳ

ଅଷ୍ଟ୍ରେଲିଆନ୍‌ ଓପନ୍‌ ଦ୍ବିତୀୟ ରାଉଣ୍ଡରେ ଦ୍ବିଜ୍‌ ସରନ୍‌ : ଗୁରୁବାର ଅଭିଯାନ ଆରମ୍ଭ କରିବେ ସାନିଆ

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆନ୍‌ ଓପନ୍‌ର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଦ୍ବିଜ୍‌ ସରନ୍‌ । ବୁଧବାର ବିଳମ୍ବିତ ରାତିରେ ଅନୁଷ୍ଠିତ ଯୁଗଳ ବର୍ଗର ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ଦ୍ବିଜ୍‌ ସରନ ବିଜୟୀ ହୋଇଛନ୍ତି । ନ୍ୟୁଜିଲ୍ୟାଣ୍ଡର ଆର୍ଟେମ ସିଟାକ୍‌ଙ୍କ ସହିତ ଯୋଡି ହୋଇ ଖେଳୁଥିବା ଦ୍ବିଜ୍‌ 6-4 , 7-5 ସେଟ୍‌ରେ ପାବ୍ଲୋ କାରେନୋ ବୁଷ୍ଟା ଏବଂ ଜୋଆଓ ସୋଉସାଙ୍କୁ ପରାସ୍ତ କରିଥିଲେ । ଏହି ମ୍ୟାଚ୍‌କୁ ଜିତିବା ପାଇଁ ଦ୍ବିଜ୍‌-ସିଟାକ୍‌ ଯୋଡି ମାତ୍ର 1 ଘଣ୍ଟା 28 ମିନିଟ୍‌ ସମୟ ନେଇଥିଲେ । ଅପରପକ୍ଷରେ ଭେଟେରାନ୍‌ ଟେନିସ୍‌ ଷ୍ଟାର ସାନିଆ ମିର୍ଜା ଗୁରୁବାର ନିଜର ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ୟୁକ୍ରେନ୍‌ର ନାଦିଆ କିଚେନୋକ୍‌ଙ୍କ ସହିତ ଯୋଡି ହୋଇ ସାନିଆ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି । ନିକଟରେ ହୋବାର୍ଟ ଇଣ୍ଟରନ୍ୟାସ୍‌ନାଲ୍‌ ବିଜୟୀ ହୋଇଥିବା ସାନିଆ ଭଲ ପ୍ରଦର୍ଶନ କରିବା ନେଇ ଫ୍ୟାନ୍‌ ମାନେ ଆଶାବାଦୀ ଅଛନ୍ତି । (ଏଜେନ୍ସି)