ଅଷ୍ଟ୍ରେଲିଆନ୍‌ ଓପନ୍‌ ଦ୍ବିତୀୟ ରାଉଣ୍ଡରେ ଦ୍ବିଜ୍‌ ସରନ୍‌ : ଗୁରୁବାର ଅଭିଯାନ ଆରମ୍ଭ କରିବେ ସାନିଆ

Published: Jan 22, 2020, 1:58 pm IST

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆନ୍‌ ଓପନ୍‌ର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଦ୍ବିଜ୍‌ ସରନ୍‌ । ବୁଧବାର ବିଳମ୍ବିତ ରାତିରେ ଅନୁଷ୍ଠିତ ଯୁଗଳ ବର୍ଗର ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ଦ୍ବିଜ୍‌ ସରନ ବିଜୟୀ ହୋଇଛନ୍ତି । ନ୍ୟୁଜିଲ୍ୟାଣ୍ଡର ଆର୍ଟେମ ସିଟାକ୍‌ଙ୍କ ସହିତ ଯୋଡି ହୋଇ ଖେଳୁଥିବା ଦ୍ବିଜ୍‌ 6-4 , 7-5 ସେଟ୍‌ରେ ପାବ୍ଲୋ କାରେନୋ ବୁଷ୍ଟା ଏବଂ ଜୋଆଓ ସୋଉସାଙ୍କୁ ପରାସ୍ତ କରିଥିଲେ । ଏହି ମ୍ୟାଚ୍‌କୁ ଜିତିବା ପାଇଁ ଦ୍ବିଜ୍‌-ସିଟାକ୍‌ ଯୋଡି ମାତ୍ର 1 ଘଣ୍ଟା 28 ମିନିଟ୍‌ ସମୟ ନେଇଥିଲେ । ଅପରପକ୍ଷରେ ଭେଟେରାନ୍‌ ଟେନିସ୍‌ ଷ୍ଟାର ସାନିଆ ମିର୍ଜା ଗୁରୁବାର ନିଜର ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ୟୁକ୍ରେନ୍‌ର ନାଦିଆ କିଚେନୋକ୍‌ଙ୍କ ସହିତ ଯୋଡି ହୋଇ ସାନିଆ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି । ନିକଟରେ ହୋବାର୍ଟ ଇଣ୍ଟରନ୍ୟାସ୍‌ନାଲ୍‌ ବିଜୟୀ ହୋଇଥିବା ସାନିଆ ଭଲ ପ୍ରଦର୍ଶନ କରିବା ନେଇ ଫ୍ୟାନ୍‌ ମାନେ ଆଶାବାଦୀ ଅଛନ୍ତି । (ଏଜେନ୍ସି)

Related posts