Categories
ବିଶେଷ ଖବର

ଏହି ଆଠଟି ଫଟୋ ପ୍ରମାଣିତ କରୁଛୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଭାରତ ପ୍ରତି ରହିଛି କେତେ ଆଗ୍ରହ

ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଭାରତରେ ପହଁଚିବା ପରେ ତାଙ୍କୁ ଦିଆଯାଇଛି ଭବ୍ୟ ସମ୍ବର୍ଦ୍ଧନା। ଅହମ୍ମଦାବାଦର ସର୍ଦ୍ଧାର ପଟେଲ ଷ୍ଟାଡିୟମରେ ତାଙ୍କୁ ଦିଆଯାଇଛି ଭାରତବାସୀଙ୍କ ତରଫରୁ କରାଯାଇଛି ବିପୁଳ ସ୍ବାଗତ। ତା ପ୍ରତି ବଦଳରେ ଟ୍ରମ୍ପଙ୍କ ଭାରତବାସୀଙ୍କ ପ୍ରତି କେତେ ଆଗ୍ରହ ଏହି ଫଟୋ ହେଉଛି ତାହାର ପ୍ରମାଣ

ଅହମଦାବାଦ ବିମାନ ବନ୍ଦରରେ ଡୋନାଲଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ବିମାନରୁ ଓହ୍ଲାଉଛନ୍ତି
ବିମାନ ବନ୍ଦରରେ ଡୋନାଲଡ ଟ୍ରମ୍ପଙ୍କୁ କୋଳାଗ୍ରତ କରି ସ୍ବାଗତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
କଡା ସୁରକ୍ଷା ମଧ୍ୟରେ ବିମାନ ବନ୍ଦରରୁ କାରକେଡ ଭିତରେ ଷ୍ଟାଡିୟମ ଅଭିମୁଖେ ଟ୍ରମ୍ପ ଦମ୍ପତି
ଷ୍ଟାଡିୟମ ଯିବା ପୂର୍ବରୁ ଟ୍ରମ୍ପ ଦମ୍ପତିଙ୍କୁ ସାବରମତି ଆଶ୍ରମକୁ ବୁଲାଇ ଦେଖାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ସାବରମତି ଆଶ୍ରମରେ ଟ୍ରମ୍ପ ଦମ୍ପତିଙ୍କୁ ଗାନ୍ଧୀଙ୍କ ଚରଖା ସଂପର୍କରେ ଅବଗତ କରାଉଛନ୍ତି ମୋଦୀ
ସର୍ଦ୍ଦାର ପଟେଲ ଷ୍ଟାଡିୟମରେ ମୋଦୀଙ୍କ ସହିତ ଡୋନାଲଡ ଟ୍ରମ୍ପ ଏବଂ ତାଙ୍କର ପତ୍ନୀ
ଭରପୁର ଷ୍ଟାଡିୟମରେ ଭାରତ ଓ ଆମେରିକାର ବିଶିଷ୍ଠ ଅତିଥୀ ବୃନ୍ଦ ଟ୍ରମ୍ପଙ୍କ ଭାଷଣ ଶୁଣିବାରେ ନିମଗ୍ନ
କଡା ସୁରକ୍ଷା ମଧ୍ୟରେ ନିଜର ଅଭିଭାଷଣ ରଖୁଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ
Categories
ଜାତୀୟ ଖବର ବିଶେଷ ଖବର

ଟ୍ରମ୍ପ ପରିବାରକୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦେବା ପାଇଁ ଅହମଦାବାଦ ପ୍ରସ୍ତୁତ, ସଜେଇ ହୋଇଛି ସର୍ଦ୍ଦାର ପଟେଲ ଷ୍ଟାଡିୟମ

ନୂଆଦିଲ୍ଲୀ, ବହୁ ପ୍ରତିକ୍ଷିତ ଭାରତ ଦର୍ଶନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଏବଂ ତାଙ୍କ ପରିବାର ରବିରାର ସକାଳେ ଆମେରିକା ଛାଡିଛନ୍ତି। ଆମେରିକ ସମୟ ଅନୁସାରେ ଟ୍ରମ୍ପ ସକାଳ 10ଟାରେ ଏବଂ ଭାରତୀୟ ସମୟ ଅନୁସାରେ ରାତ୍ରୀ 8ଟା 30 ମିନିଟରେ ଆମେରିକା ଛାଡିଛନ୍ତି। ଟ୍ରମ୍ପ ଏୟାରଫୋର୍ସ ୱାନ ଏୟାର ବେସରୁ ବୋର୍ଡିଂ କରିଛନ୍ତି। ଏହାପରେ ସେ ସେଠାରୁ ସିଧା ଜର୍ମାନୀ ଏୟାର ବେସକୁ ଆସିବେ। ସେଠାରେ ସେ ପ୍ରାୟ 90 ମିନିଟ ରହଣି ପରେ ସିଧା ଅହମଦାବାଦ ଆସିବେ। ସେ ଅହମଦାବାଦରେ ଭାରତୀୟ ସମୟ ଅନୁସାରେ ମଧ୍ୟାହ୍ନ 12 ଟା 30 ମିନିଟରେ ପହଁଚିବାର କାର୍ଯ୍ୟକ୍ରମ ରହିଛି।

ଡୋନାଲଡ ଟ୍ରମ୍ପଙ୍କ ସହିତ ତାଙ୍କ ପତ୍ନୀ ତଥା ଆମେରିକାର ପ୍ରଥମ ମହିଳା ମିଲାନିଆ ଟ୍ରମ୍ପ, ଝିଅ ଇଭାଙ୍କା ଟ୍ରମ୍ପ ଏବଂ ଜ୍ବାଇଁ ଜାରିଦ୍ କୁଶାନଭ ମଧ୍ୟ ଆସୁଛନ୍ତି। ଜାରିଦ ବର୍ତ୍ତମାନ ଟ୍ରମ୍ପ ସରକାରରେ ରାଷ୍ଟ୍ରପତିଙ୍କ ବରିଷ୍ଠ ଉପଦେଷ୍ଠା ଭାବେ କାର୍ଯ୍ୟ କରୁଛନ୍ତି। ଏମାନଙ୍କ ସହିତ ଆଉ 12 ଜଣ ହ୍ବାଇଟ ହାଉସର ଉଚ୍ଚ ପଦାଧିକାରୀ ମଧ୍ୟ ସାଥିରେ ଆସୁଛନ୍ତି। ଆମେରିକା ଛାଡିବା ବେଳେ ସାମ୍ବାଦିକମାନଙ୍କୁ ଟ୍ରମ୍ପ କହିଥିଲେ ଯେ, ମୋତେ ସ୍ବାଗାତ କରିବା ପାଇଁ ଭାରତରେ ଏକ ବଡ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଯାହା ଭାରତରେ କେବେ ପୂର୍ବରୁ ହୋଇ ନ ଥିଲା। ଭାରତର ପ୍ରଧାନମନ୍ତ୍ରୀଙ୍କ କହିବା ଅନୁସାରେ ଏହି ଉତ୍ସବ ହେଉଛି ବର୍ତ୍ତମାନ ପାଇଁ ସବୁଠାରୁ ବଡ ଉତ୍ସବ।

ସେହିପରି ଟ୍ରମ୍ପ ମଧ୍ୟ ନିଜେ ଟୁଇଟ କରି ଭାରତ ଆସୁଥିବାର ଜଣାଇ ଦେଇଛନ୍ତି। ସେ ଟୁଇଟରେ ଲେଖିଛନ୍ତି ଯେ, Look so forward to being with my great friends in INDIA. କେବଳ ଟ୍ରମ୍ପ କାହିଁକି ଭାରତ ଆସିବା ପାଇଁ ତାଙ୍କ ପତ୍ନୀ ଏବଂ ଝିଅ ଜ୍ବାଇଁ ମଧ୍ୟ ବେଶ୍ ଉତ୍ସାହିତ ହୋଇପଡିଛନ୍ତି। ବିଶେଷ କରି ଭାରତ ସେମାନଙ୍କ ପାଇଁ ଏକ ବିରାଟ ଉତ୍ସବର ଆୟୋଜନ କରିଥିବାର ଜାଣି, ସେମାନେ ଉତ୍ସାହିତ ହୋଇପଡିଛନ୍ତି।

ଟ୍ରମ୍ପ ପରିବାର ଅହମଦାବାଦରେ ପହଁଚିବା ପରେ ମୋଦୀ ଏବଂ ସେ ଏକ ବିଶାଳ ରାଲିରେ ସର୍ଦ୍ଦାର ପଟେଲ ଷ୍ଟାଡିୟମକୁ ଯିବେ। ସେଠାରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗଦେବେ। ଷ୍ଟାଡିୟମରେ ପ୍ରାୟ ଏକ ଲକ୍ଷ 20 ହଜାର ଜନତାଙ୍କୁ ମୋଦୀ ଓ ଟ୍ରମ୍ପ ଉଦବୋଧନ ଦେବେ। ସେଥିପାଇଁ ଷ୍ଟାଡିୟମକୁ ପୁରା ନବବଧୁ ପରି ସଜାଇ ଦିଆଯାଇଛି। ସେଠାରୁ ଟ୍ରମ୍ପ ତାଜମହଲ ଦେଖିବା ପାଇଁ ଆଗ୍ରା ଅଭିମୁଖେ ଯାତ୍ରା କରିବେ। ସେଠାରେ ମଧ୍ୟ ଟ୍ରମ୍ପଙ୍କୁ ସ୍ବାଗତ କରିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଟ୍ରମ୍ପଙ୍କୁ ସ୍ବାଗତ କରିବା ପାଇଁ ଅପେକ୍ଷା କରି ରହିବେ। ରାତିରେ ଟ୍ରମ୍ପ ଆଗ୍ରାରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।

ନୂଆଦିଲ୍ଲୀରେ ଟ୍ରମ୍ପ ଦମ୍ପତି ରାଜ୍ୟ ଅତିଥି ଭାବେ ରାଷ୍ଟ୍ରପତି ଭବନରେ ରାତ୍ରୀ ଭୋଜନ କରିବା ପାଇଁ ବନ୍ଦୋବସ୍ତ କରାଯାଇଛି। ସେଥିପାଇଁ ରାଷ୍ଟ୍ରପତି ଭବନକୁ ମଧ୍ୟ ବେଶ ସୁନ୍ଦର ଭାବେ ସଜାଇ ଦିଆଯାଇଛି। ମଙ୍ଗଳବାର ସକାଳେ ଟ୍ରମ୍ପ ନୂଆ ଦିଲ୍ଲୀର ଏକ ସ୍କୁଲରେ କିପରି ମାଗଣା ପାଠ ପଢାଯାଉଛି ତାହା ତଦାରଖ କରିବେ। ଏହାପରେ ସେ ଏବଂ ମୋଦୀଙ୍କ ମଧ୍ୟରେ ଦ୍ବୀପାକ୍ଷିକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଆମେରିକୀୟ ଅଧିକାରୀଙ୍କ ସହିତ ଭାରତୀୟ ଅଧିକାରୀମାନେ ମଧ୍ୟ ଯୋଗଦେବେ। ଏଥିସହିତ ଟ୍ରମ୍ପ କେତେକ ଭାରତୀୟ ଶିଳ୍ପପତିଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଟ୍ରମ୍ପ ଓ ପରିବାର ମଙ୍ଗଳବାର ଦିନ ଆମେରିକା ଫେରିଯିବାର କାର୍ଯ୍ୟକ୍ରମ ରହିଛି।