Categories
ଆଜିର ଖବର ଜାତୀୟ ଖବର

ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିବାରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ଏବଂ ବିଶ୍ୱ ପାଇଁ ଏକ ଉନ୍ନତ ଭବିଷ୍ୟତ ଗଠନରେ ସହଯୋଗ କରିବାକୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ମିଳିତ ଭାବରେ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଆଗ୍ରହ ପ୍ରକାଶ କରିଛନ୍ତି। ଆଗକୁ ଏକ ସଫଳ କାର୍ଯ୍ୟକାଳ ପାଇଁ ସେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି:

“ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଆପଣଙ୍କର ଐତିହାସିକ ଶୁଭାରମ୍ଭ ଅବସରରେ ମୋର ପ୍ରିୟ ବନ୍ଧୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା। ଉଭୟ ଦେଶକୁ ଉପକୃତ କରିବାକୁ ଏବଂ ବିଶ୍ୱ ପାଇଁ ଏକ ଉନ୍ନତ ଭବିଷ୍ୟତ ଗଠନ କରିବାକୁ ମିଳିତ ଭାବରେ କାର୍ଯ୍ୟ କରିବା ପାଇଁ ମୁଁ ଅପେକ୍ଷା କରିଛି। ଆଗକୁ ଏକ ସଫଳ କାର୍ଯ୍ୟକାଳ ପାଇଁ ତାଙ୍କୁ ଶୁଭେଚ୍ଛା!”

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଆନ୍ତର୍ଜାତିକ ଗସ୍ତ ଯୋଗୁ ବିଭିନ୍ନ ମହାଦେଶ ସହ ରଣନୀତିକ, ଆର୍ଥିକ ଓ ସାଂସ୍କୃତିକ ସମ୍ପର୍କ ବୃଦ୍ଧି ହୋଇଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୋର୍ ଦେଇ କହିଛନ୍ତି ଯେ, ନିକଟରେ ହୋଇଥିବା ଆନ୍ତର୍ଜାତିକ ଗସ୍ତ କେବଳ ଯେ ଭାରତର ବୈଶ୍ୱିକ ସହଭାଗିତାକୁ ସୁଦୃଢ଼ କରିଛି ତାହା ନୁହେଁ, ଏହା ବିଭିନ୍ନ ମହାଦେଶରେ ରଣନୀତିକ, ଆର୍ଥିକ ଏବଂ ସାଂସ୍କୃତିକ ସମ୍ପର୍କକୁ ମଧ୍ୟ ବୃଦ୍ଧି କରିଛି।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ହ୍ୟାଣ୍ଡଲ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି:

“ନିକଟରେ ପ୍ରଧାନମନ୍ତ୍ରୀଙ୍କ … ଆନ୍ତର୍ଜାତିକ ଗସ୍ତ ଭାରତର ବୈଶ୍ୱିକ ସହଭାଗିତାକୁ ସୁଦୃଢ଼ କରିଛି, ବିଭିନ୍ନ ମହାଦେଶରେ ରଣନୀତିକ, ଆର୍ଥିକ ଓ ସାଂସ୍କୃତିକ ସମ୍ପର୍କ ବୃଦ୍ଧି କରିଛି।”

Categories
ଆଜିର ଖବର ଜାତୀୟ ଖବର

ଭାରତର ସୃଜନଶୀଳ ସମ୍ଭାବନାକୁ ପ୍ରଦର୍ଶିତ କରିବା ପାଇଁ ୱେଭ୍ସରେ ଅଂଶଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ୍ କି ବାତ୍’ର ୧୧୭ତମ ଏପିସୋଡରେ ଭାରତର ସୃଜନଶୀଳ ଏବଂ ମନୋରଞ୍ଜନ କ୍ଷେତ୍ରପାଇଁ ଏକ ବଡ଼ ମାଇଲଖୁଣ୍ଟ ସଫଳତା ବିଷୟରେ ଘୋଷଣା କରିଛନ୍ତି। ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ, ୨୦୨୫ ଫେବ୍ରୁଆରି ୫ରୁ ୯ ମଧ୍ୟରେ ଭାରତ ପ୍ରଥମ ଥର ପାଇଁ ବିଶ୍ୱ ଅଡିଓ ଭିଜୁଆଲ୍ ଏଣ୍ଟରଟେନମେଣ୍ଟ ଶିଖର ସମ୍ମିଳନୀ (ୱେଭ୍ସ୍) ଆୟୋଜନ କରିବ।

ୱେଭ୍ସ ସମ୍ମିଳନୀ: ଭାରତର ସୃଜନଶୀଳ ପ୍ରତିଭା ପାଇଁ ଏକ ବିଶ୍ବସ୍ତରୀୟ ମଞ୍ଚ

ୱେଭ୍ସ୍ ଶିଖର ସମ୍ମିଳନୀକୁ ଡାଭୋସ୍ ଭଳି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ସହିତ ତୁଳନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ସୃଜନଶୀଳ ପ୍ରତିଭାକୁ ବିଶ୍ୱ ଆଗରେ ପ୍ରଦର୍ଶିତ କରିବା ପାଇଁ ଏକ ବଡ଼ ସୁଯୋଗ ଆସୁଛି। ଗଣମାଧ୍ୟମ ଓ ମନୋରଞ୍ଜନ ଜଗତର ବଡ଼ ବଡ଼ ବ୍ୟକ୍ତିଙ୍କ ସମେତ ବିଶ୍ୱର ସୃଜନଶୀଳ ବ୍ୟକ୍ତିତ୍ୱ ମାନେ ଭାରତରେ ଏକାଠି ହେବେ। ଏହି ସମ୍ମିଳନୀ ଭାରତକୁ ଏକ ବିଶ୍ୱସ୍ତରୀୟ କଣ୍ଟେଣ୍ଟ କ୍ରିଏସନ ବା ବିଷୟବସ୍ତୁ ସୃଷ୍ଟି କେନ୍ଦ୍ରରେ ପରିଣତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।”

ଭାରତର ସୃଜନଶୀଳ ସମୁଦାୟର ଚମତ୍କାର ଭାବନାକୁ ପ୍ରତିଫଳିତ କରୁଥିବା ୱେଭ୍ସ୍ ସମ୍ମିଳନୀ ଆୟୋଜନରେ ଯୁବ ନିର୍ମାତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସେ ଦେଶର ଯୁବପିଢ଼ି ଏବଂ ଅଭିବୃଦ୍ଧିଶୀଳ ସୃଜନାତ୍ମକ ଅର୍ଥନୀତିରେ ସେମାନଙ୍କ ଅବଦାନ ପାଇଁ ଗର୍ବ ପ୍ରକାଶ କରିଥିଲେ ଯାହାକି ଭାରତକୁ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବାରେ ଏକ ପ୍ରମୁଖ ଯୋଗଦାନ ଦେଉଛି।

ୱେଭ୍ସ୍ ସମ୍ମିଳନୀରେ ମନୋରଞ୍ଜନ ଏବଂ କଳା ଜଗତର ସମସ୍ତ ଅଂଶୀଦାରମାନଙ୍କୁ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରି ପ୍ରଧାନମନ୍ତ୍ରୀ କହିଥିଲେ “ଆପଣ ଜଣେ ଯୁବ କ୍ରିଏଟର ହୁଅନ୍ତୁ କିମ୍ବା ପ୍ରତିଷ୍ଠିତ କଳାକାର ହୁଅନ୍ତୁ, ବଲିଉଡ୍ କିମ୍ବା ଆଞ୍ଚଳିକ ସିନେମା ସହିତ ଜଡ଼ିତ ହୁଅନ୍ତୁ, ଟିଭି ଶିଳ୍ପର ପେସାଦାର ହୁଅନ୍ତୁ ଅଥବା ଆନିମେସନ୍, ଗେମିଂ କିମ୍ବା ମନୋରଞ୍ଜନ ପ୍ରଯୁକ୍ତିର ଉଦ୍ଭାବକ ହୁଅନ୍ତୁ, ମୁଁ ଆପଣଙ୍କୁ ଓ୍ବେଭସ୍ ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଆହ୍ୱାନ ଜଣାଉଛି”।

ୱେଭ୍ସ୍ ସମ୍ମିଳନୀ ଭାରତର ସୃଜନଶୀଳ ପ୍ରତିଭା ପାଇଁ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ, ସହଯୋଗକୁ ପ୍ରୋତ୍ସାହିତ କରିବ ଏବଂ ବିଶ୍ୱସ୍ତରୀୟ କଣ୍ଟେଣ୍ଟ ସୃଷ୍ଟିର କେନ୍ଦ୍ର ଭାବରେ ଦେଶର ସାମର୍ଥ୍ୟକୁ ପ୍ରଦର୍ଶିତ କରିବ। ଏଥିରେ ଆନିମେସନ୍, ଗେମିଂ, ମନୋରଞ୍ଜନ ପ୍ରଯୁକ୍ତି ବିଦ୍ୟା ଏବଂ ଆଞ୍ଚଳିକ ଓ ମୁଖ୍ୟସ୍ରୋତ ସିନେମାରେ ଭାରତର ଅଗ୍ରଗତିକୁ ଦର୍ଶାଯିବ। ଏଥିପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନ ଭାରତର ସୃଜନଶୀଳ ଅର୍ଥନୀତିର ବିକାଶ ଏବଂ ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ଭାରତକୁ ବିଶ୍ବରେ ଅଗ୍ରଣୀ କରିବାକୁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।

ସିନେମାର ମହାନ କଳାକାରମାନଙ୍କୁ ସେମାନଙ୍କ ଜନ୍ମଶତବାର୍ଷିକୀ ଅବସରରେ ସମ୍ମାନ

୨୦୨୪ରେ ଜନ୍ମ ଶତବାର୍ଷିକୀ ପାଳନ କରାଯାଇଥିବା ଭାରତୀୟ ସିନେମାର ଅନେକ ମହାନ ବ୍ୟକ୍ତିତ୍ୱଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ନିଜର କାଳଜୟୀ ଚଳଚ୍ଚିତ୍ର ମାଧ୍ୟମରେ ଭାରତର ସାଂସ୍କୃତିକ ଶକ୍ତି ପ୍ରଦର୍ଶିତ କରିବାରେ ରାଜ କପୁରଙ୍କ ଭୂମିକା, ମହମ୍ମଦ ରଫିଙ୍କ ଆକର୍ଷଣୀୟ ସ୍ୱର ଯାହା ସମସ୍ତ ପିଢ଼ିକୁ ଆକର୍ଷିତ କରିଥାଏ ଏବଂ ଭାରତୀୟ ପରମ୍ପରାକୁ ପ୍ରତିଫଳିତ କରି ତେଲୁଗୁ ସିନେମାକୁ ଉନ୍ନତ କରିବାରେ ଅକ୍କିନେନି ନାଗେଶ୍ୱର ରାଓଙ୍କ ଅବଦାନକୁ ସେ ସ୍ମରଣ କରିଥିଲେ। ଏକତା ଏବଂ ସଚେତନତାକୁ ପ୍ରେରଣା ଦେଉଥିବା ତପନ ସିହ୍ନାଙ୍କ ସାମାଜିକ ଉଦ୍ଦେଶ୍ୟପୂର୍ଣ୍ଣ ଚଳଚ୍ଚିତ୍ରକୁ ମଧ୍ୟ ସେ ସମ୍ମାନ ଜଣାଇଥିଲେ। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ କିପରି ଏହି ମହାନ ବ୍ୟକ୍ତିମାନେ କେବଳ ଭାରତୀୟ ସିନେମାର ସୁବର୍ଣ୍ଣ ଯୁଗକୁ ରୂପ ଦେଇନଥିଲେ ବରଂ ଭାରତର ସାଂସ୍କୃତିକ ଐତିହ୍ୟକୁ ମଧ୍ୟ ସୁଦୃଢ଼ କରିଥିଲେ ଏବଂ ତାସହିତ ଆଗାମୀ ପିଢିର ପ୍ରସଂଶା ଓ ସେମାନଙ୍କୁ ଅନୁପ୍ରାଣିତ କରିବାକୁ ଏକ ଚିରସ୍ଥାୟୀ ପରମ୍ପରା ଛାଡ଼ିଯାଇଛନ୍ତି।

ସୂଚନାଯୋଗ୍ୟ, ୫୫ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଅଫ୍ ଇଣ୍ଡିଆ (ଆଇଏଫ୍ଏଫ୍ଆଇ) ପକ୍ଷରୁ ରାଜ କପୁର, ତପନ ସିହ୍ନା, ଅକ୍କିନେନି ନାଗେଶ୍ୱର ରାଓ (ଏଏନ୍ଆର୍) ଏବଂ ମହମ୍ମଦ ରଫିଙ୍କ ଅସାଧାରଣ ପରମ୍ପରାକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ, ପ୍ରଦର୍ଶନ ଓ ଆଲୋଚନାଚକ୍ର ମାଧ୍ୟମରେ ବିଶ୍ବ ସିନେମା ଜଗତକୁ ଏହି ମହାନ ଚଳଚ୍ଚିତ୍ର ବ୍ୟକ୍ତିତ୍ୱଙ୍କ ଅବଦାନକୁ ସ୍ମରଣ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଜାତୀୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପିଏମ ମୋଦୀ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶ ଗସ୍ତ କରିବେ। ମଧ୍ୟାହ୍ନ ପ୍ରାୟ ୧୨:୩୦ ସମୟରେ ସେ ଖଜୁରାହୋରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ପ୍ରଧାନମନ୍ତ୍ରୀ କେନ୍ – ବେତୱା ନଦୀ ସଂଯୋଗୀକରଣ ଜାତୀୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହା ଜାତୀୟ ପରିପ୍ରେକ୍ଷିତ ଯୋଜନା ଅଧିନରେ ଦେଶର ପ୍ରଥମ ନଦୀ ସଂଯୋଗୀକରଣ ପ୍ରକଳ୍ପ ଅଟେ। ଏହି ପ୍ରକଳ୍ପ ମଧ୍ୟପ୍ରଦେଶ ଏବଂ ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାକୁ ଜଳସେଚନ ସୁବିଧା ଯୋଗାଇବ, ଯାହାଦ୍ୱାରା ଲକ୍ଷ ଲକ୍ଷ କୃଷକ ପରିବାର ଉପକୃତ ହେବେ । ଏହି ପ୍ରକଳ୍ପ ଦ୍ୱାରା ଉକ୍ତ ଅଞ୍ଚଳର ଲୋକମାନଙ୍କୁ ପାନୀୟ ଜଳ ସୁବିଧା ମଧ୍ୟ ଯୋଗାଇ ଦିଆଯିବ । ଏଥିସହିତ ଏହା ଜଳବିଦ୍ୟୁତ ପ୍ରକଳ୍ପ ସବୁଜ ଶକ୍ତିରେ ୧୦୦ ମେଗାୱାଟରୁ ଅଧିକ ଯୋଗଦାନ ଦେବ । ଏହି ପ୍ରକଳ୍ପ ଗ୍ରାମୀଣ ଅର୍ଥନୀତିକୁ ମଜବୁତ କରିବା ସହିତ ଅନେକ ନିଯୁକ୍ତ ସୁଯୋଗ ସୃଷ୍ଟି କରିବ ।

ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜୟନ୍ତୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଏକ ସ୍ମାରକ ଡାକ ଟିକଟ ଏବଂ ମୁଦ୍ରା ଉନ୍ମୋଚନ କରିବେ । ସେ ୧୧୫୩ ଅଟଳ ଗ୍ରାମ ସୁଶାସନ ଭବନର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବେ । ଏହି କୋଠାଗୁଡିକ ସ୍ଥାନୀୟ ସ୍ତରରେ ସୁଶାସନ ପାଇଁ ଗ୍ରାମ ପଞ୍ଚାୟତଗୁଡିକର କାର୍ଯ୍ୟ ଓ ବ୍ୟବହାରିକ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ଶକ୍ତି ପର୍ଯ୍ୟାପ୍ତତା ଏବଂ ସବୁଜ ଶକ୍ତିକୁ ପ୍ରୋତ୍ସାହିତ କରିବା ଦିଗରେ ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାର ଓମ୍‌କାରେଶ୍ୱରରେ ସ୍ଥାପିତ ଓମ୍‌କାରେଶ୍ୱର ଭାସମାନ ସୌର ପ୍ରକଳ୍ପର ଉଦ୍‌ଘାଟନ କରିବେ । ଏହି ପ୍ରକଳ୍ପ ଦ୍ୱାରା ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇବ ଏବଂ ୨୦୭୦ ସୁଦ୍ଧା ଶୂନ କାର୍ବନ ନିର୍ଗମନର ସରକାରଙ୍କ ମିଶନରେ ଯୋଗଦାନ ଦେବ । ଏହା ଜଳ ବାଷ୍ପୀକରଣ ହ୍ରାସ କରି ଜଳ ସଂରକ୍ଷଣରେ ମଧ୍ୟ ସହାୟକ ହେବ ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଭୁବନେଶ୍ବରରେ ଡିଜି ସମ୍ମିଳନୀ: ଘରୁ ବାହାରିବା ପୂର୍ବରୁ ଜାଣିନିଅନ୍ତୁ ଟ୍ରାଫିକ କଟକଣା, ନଚେତ ହେବ ସମସ୍ୟା

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ଆୟୋଜିତ ହେବ ସର୍ବଭାରତୀୟ ଡିଜି ପୋଲିସ ସମ୍ମିଳନୀ। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଯୋଗଦେବେ। ସେଥିପାଇଁ ଭୁବନେଶ୍ବରରୁ ବେଶ ସଜେଇ ଦିଆଯିବା ସହିତ କଡା କଟକଣା ମଧ୍ୟ ଜାରୀ କରାଯାଇଛି।

ବର୍ତ୍ତମାନ ସାରା ଭୁବନେଶ୍ବରକୁ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏଥିସହିତ ଲୋକସେବା ଭବନ, ଏୟାରପୋର୍ଟ, ରାଜଭବନ, ଅତିଥୀ ଭବନ ପରି ସ୍ଥାନରେ ସ୍ବତନ୍ତ୍ର ସୁରକ୍ଷା ଯୋଗାଇ ଦିଆଯାଇଛି। ଆଜି ଏହି ସମ୍ମିଳନୀ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ହେବ।

ଏହି ସମ୍ମିଳନୀ ପାଇଁ ଭିଭିଆଇପିଙ୍କ ଯାତାୟତ ପାଇଁ ଭୁବନେଶ୍ବରର ଟ୍ରାଫିକ କଟକଣା କରାଯାଇଛି। ବହୁ ରାସ୍ତାକୁ ସାଧାରଣ ଯାତାୟତ ପାଇଁ ବନ୍ଦ କରାଯାଇଥିବା ବେଳେ କେତେକ ସ୍ଥାନରେ ଟ୍ରାଫିକ ପରିବର୍ତ୍ତନ କରାଯାଇଛି। ତାହା ହେଲା….

ଏ ନେଇ ଜନସାଧାରଣ ସମସ୍ତ ସହଯୋଗ କରିବା ପାଇଁ ଭୁବନେଶ୍ବର ପୋଲିସ କମିଶନରେଟ ଅନୁରୋଧ କରିଛି। ଏହି କଟକଣା ଆଜିଠାରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ବଳବତର ରହିବ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା ଷଡଯନ୍ତ୍ର ଉପରେ ଆସିଲା ଫୋନ୍: ପୋଲିସର ତଦନ୍ତ ଆରମ୍ଭ

ମୁମ୍ବାଇ: ମୁମ୍ବାଇ ପୋଲିସର କଣ୍ଟ୍ରୋଲ ନମ୍ବରରେ ପିଏମ ମୋଦୀଙ୍କୁ ହତ୍ୟା ଷଡଯନ୍ତ୍ର ସମ୍ପର୍କରେ ଏକ ଫୋନ ଆସିଛି। ସୂଚନାନୁସାରେ, ଗତକାଲି ରାତି ୯ଟାରେ ମୁମ୍ବାଇ ପୋଲିସର କଣ୍ଟ୍ରୋଲ ନମ୍ବରରେ ଏହି କଲ ଆସିଥିଲା। ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଉଛି ବୋଲି ଫୋନରେ କଲ୍‌ କରିଥିବା ବ୍ୟକ୍ତି ଦାବି କରିଛନ୍ତି। ଏହାର ଗମ୍ଭୀରତାକୁ ଦେଖି ମୁମ୍ବାଇ ପୋଲିସ କଲ୍ କରୁଥିବା ବ୍ୟକ୍ତିଙ୍କୁ ଖୋଜିବା ଆରମ୍ଭ କରିଛି। ଏହି ଘଟଣାର ତଦନ୍ତ ଜାରି ରହିଛି।

Categories
ଆଜିର ଖବର ଜାତୀୟ ଖବର

ଶିଳ୍ପପତିମାନଙ୍କୁ ଟାର୍ଗେଟ କରୁଛନ୍ତି ରାହୁଲ ଗାନ୍ଧୀ ଏବଂ ତାଙ୍କ ଗ୍ୟାଙ୍ଗ: ଶିବସେନା

ନୂଆଦିଲ୍ଲୀ: ଆମେରିକାରେ ଆଦାନୀ ଗ୍ରୁପ୍ ବିରୋଧରେ ହୋଇଥିବା ଅଭିଯୋଗ ଉପରେ କମ୍ପାନୀ SEBI ରେ ଦାଖଲ କରିବା ପରେ ଏହା ସ୍ପଷ୍ଟ ହୋଇଛି ଯେ, ଆମେରିକାରେ ନ୍ୟାୟ ବିଭାଗ ଦ୍ୱାରା ଲାଞ୍ଚ ଅଭିଯୋଗ ଭିତ୍ତିହୀନ ଏବଂ ଭୁଲ ଥିଲା। ଏହି ଅଭିଯୋଗର ଖବର ପାଇବା ପରେ ଭାରତରେ ରାଜନୈତିକ ଦଳ ଆଦାନୀଙ୍କ ମାଧ୍ୟମରେ ନରେନ୍ଦ୍ର ମୋଦୀ ସରକାରଙ୍କୁ ଟାର୍ଗେଟ କରିବାକୁସୁଯୋଗ ମିଳିଛି। ବର୍ତ୍ତମାନ ଅଭିଯୋଗଗୁଡିକ ଭୁଲ ବୋଲି ଜଣାପଡିଛି, ଏହା ସ୍ପଷ୍ଟ ହେବାରେ ଲାଗିଛି ଯେ, ଏହି ପ୍ରକାର ରାଜନୀତି ଦେଶରେ ପ୍ରଗତି ପଥରେ ଏକ ବଡ ପ୍ରତିବନ୍ଧକ ଅଟେ।

ନିକଟରେ ମହାରାଷ୍ଟ୍ରରେ ଅନୁଷ୍ଠିତ ନିର୍ବାଚନରେ ​​କ୍ଷମତାକୁ ଫେରିଥିବା ଶିବସେନା ମୁଖପାତ୍ର ମନୀଷା କାୟନ୍ଦେ ମଧ୍ୟ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଏବଂ ତାଙ୍କ ଗ୍ୟାଙ୍ଗ ଶିଳ୍ପପତିମାନଙ୍କୁ ଟାର୍ଗେଟ କରୁଛନ୍ତି। ମୋଦୀ ଜିଙ୍କୁ ଅପମାନିତ କରିବା ପାଇଁ ସେମାନେ ଏସବୁ କରନ୍ତି। ଶିବସେନା ମୁଖପାତ୍ର କହିଛନ୍ତି ଯେ, ଯେତେବେଳେ ସେମାନଙ୍କର ସରକାର ଥିଲା, ସେମାନେ ଚୁକ୍ତି କରୁଥିଲେ, ବର୍ତ୍ତମାନ ମହାୟୁତୀ ସରକାର ଅଛି, ତେଣୁ ସେମାନେ ଏହିପରି ଲୋକଙ୍କୁ ଭ୍ରମିତ କରୁଛନ୍ତି।

ସୂଚନାଯୋଗ୍ୟ ଯେ, ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଉପରେ ରାହୁଲ ଗାନ୍ଧୀ ଆମେରିକାରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ରାହୁଲ ଗାନ୍ଧୀ କହିଥିଲେ ଯେ, ଆଦାନୀ ଜୀ ୨ ହଜାର କୋଟି ଟଙ୍କାର ସ୍କାମ କରୁଛନ୍ତି ଏବଂ ବାହାରେ ବୁଲୁଛନ୍ତି। ତାଙ୍କ ଅଭିଯୋଗ ଥିଲା ଯେ, ପ୍ରଧାନମନ୍ତ୍ରୀ ମୋଦୀ ଆଦାନୀଙ୍କୁ ବଞ୍ଚାଉଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଗୌତମ ଆଦାନୀ ଆମେରିକାରେ ଅପରାଧ କରିଛନ୍ତି, କିନ୍ତୁ ଭାରତରେ ତାଙ୍କ ବିରୋଧରେ କିଛି କରାଯାଉ ନାହିଁ।

କେବଳ ଏତିକି ନୁହେଁ, କଂଗ୍ରେସ ପାର୍ଟି ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଦେଶର ସଂସଦରେ ଏହି ପ୍ରସଙ୍ଗ ଉଠାଇଥିଲେ ଏବଂ କଂଗ୍ରେସ ପାର୍ଟି ମଧ୍ୟ ଏକ ହଙ୍ଗମା କରିଥିଲା। ମଲ୍ଲିକାର୍ଜୁନ ଆଦାନୀ ଗ୍ରୁପ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ୱାନ୍ ନେସନ୍ ୱାନ୍ ସବସ୍କ୍ରିପ୍ସନ୍ (ଓଏନ୍ଓଏସ୍)କୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଗବେଷଣାଭିତ୍ତିକ ପ୍ରବନ୍ଧ ଏବଂ ପତ୍ରିକା ପ୍ରକାଶନୀଗୁଡ଼ିକୁ ଦେଶବ୍ୟାପୀ ଉପଲବ୍ଧ କରାଇବା ପାଇଁ ଏକ ନୂତନ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ‘ୱାନ ନେସନ୍ ୱାନ୍ ସବସ୍କ୍ରିପ୍ସନ୍’କୁ  ଅନୁମୋଦନ ମିଳିଛି। ଏହି ଯୋଜନା ଏକ ସରଳ, ଉପଭୋକ୍ତା ଅନୁକୂଳ ଏବଂ ସମ୍ପୂର୍ଣ୍ଣ ଡିଜିଟାଲ ପ୍ରକ୍ରିୟା ମାଧ୍ୟମରେ ପରିଚାଳିତ ହେବ। ସରକାରୀ ଉଚ୍ଚଶିକ୍ଷା ନୁଷ୍ଠାନ ଏବଂ କେନ୍ଦ୍ର ସରକାରଙ୍କ ଗବେଷଣା ଓ ବିକାଶ ପରୀକ୍ଷାଗାର ପାଇଁ ଏହା ‘ୱାନ୍ ନେସନ୍ ୱାନ୍ ସବସ୍କ୍ରିପ୍ସନ୍’ ସୁବିଧା ହେବ।

ନୂତନ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଭାବରେ ୩ କ୍ୟାଲେଣ୍ଡର ବର୍ଷ, ୨୦୨୫, ୨୦୨୬ ଏବଂ ୨୦୨୭ ପାଇଁ ଏକ ଦେଶ ଏକ ସବସ୍କ୍ରିପ୍ସନ ପାଇଁ ସମୁଦାୟ ପ୍ରାୟ ୬,୦୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଭାରତର ଯୁବବର୍ଗଙ୍କ ପାଇଁ ଗୁଣାତ୍ମକ ଉଚ୍ଚଶିକ୍ଷାର ସର୍ବାଧିକ ଉପଲବ୍ଧତା ନିମନ୍ତେ ଶିକ୍ଷା କ୍ଷେତ୍ରରେ ଗତ ଦଶନ୍ଧି ମଧ୍ୟରେ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପର ପରିସର ଏବଂ ପହଞ୍ଚକୁ ଆହୁରି ବୃଦ୍ଧି କରିବ ୱାନ୍ ନେସନ୍ ୱାନ୍ ସବସ୍କ୍ରିପ୍ସନ। ଏହା ଗବେଷଣା ଏବଂ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ସରକାରୀ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ, ଗବେଷଣା ଅନୁଷ୍ଠାନ ଏବଂ ଗବେଷଣା ଓ ବିକାଶ ପରୀକ୍ଷାଗାରଗୁଡିକରେ ଗବେଷଣା ଏବଂ ଉଦ୍ଭାବନର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଏଏନଆରଏଫ୍ ପଦକ୍ଷେପକୁ ସମର୍ଥନ କରିବ।

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ସ୍ୱୟଂଶାସିତ ଆନ୍ତଃବିଶ୍ୱବିଦ୍ୟାଳୟ କେନ୍ଦ୍ର ସୂଚନା ଓ ପାଠାଗାର ନେଟୱାର୍କ (ଆଇଏନଏଫଏଲଆଇବିଇଟି) ନାମକ ଏକ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ସମନ୍ୱିତ ଜାତୀୟ ସବସ୍କ୍ରିପ୍ସନ ମାଧ୍ୟମରେ କେନ୍ଦ୍ର କିମ୍ବା ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଗବେଷଣା ଓ ବିକାଶ ଅନୁଷ୍ଠାନର ପରିଚାଳନା ଅଧୀନରେ ଥିବା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ୱାନ୍ ନେସନ୍ ୱାନ୍ ସବସ୍କ୍ରିପ୍ସନ ଯୋଜନାର ଲାଭ ପ୍ରଦାନ କରାଯିବ। ଏହି ତାଲିକାରେ ପ୍ରାୟ ୧.୮ କୋଟି ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଗବେଷକଙ୍କୁ ମିଶାଇ ୬,୩୦୦ରୁ ଅଧିକ ଅନୁଷ୍ଠାନ କୁ ସାମିଲ କରାଯାଇଛି, ଯେଉଁମାନେ ୱାନ୍ ନେସନ୍ ୱାନ୍ ସବସ୍କ୍ରିପ୍ସନର ଲାଭ ଉଠାଇବାରେ ସକ୍ଷମ ହେବେ।

ଏହା ୨୦୪୭ ସୁଦ୍ଧା ବିକଶିତ ଭାରତ, ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଏବଂ ଅନୁସନ୍ଧାନ ଜାତୀୟ ଗବେଷଣା ଫାଉଣ୍ଡେସନ (ଏଏନଆରଏଫ)ର ଲକ୍ଷ୍ୟ ଅନୁରୂପ ଅଟେ। ଦ୍ବିତୀୟ ଓ ତୃତୀୟ ଶ୍ରେଣୀର ସହର ସମେତ ସମସ୍ତ ବିଭାଗର ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଅଧ୍ୟାପକ, ଗବେଷକ ଓ ବୈଜ୍ଞାନିକମାନଙ୍କ ନିକଟରେ ଗବେଷଣାଧର୍ମୀ ପତ୍ରିକା ଉପଲବ୍ଧ ହେବ, ଯାହା ଦ୍ୱାରା ଦେଶରେ ମୌଳିକ ତଥା ଆନ୍ତଃବିଭାଗୀୟ ଗବେଷଣାକୁ ପ୍ରୋତ୍ସାହିତ କରାଯିବ। ଏଏନଆରଏଫ ଏହି ଅନୁଷ୍ଠାନଗୁଡ଼ିକର ଭାରତୀୟ ଲେଖକମାନଙ୍କର ୱାନ୍ ନେସନ୍ ୱାନ୍ ସବସ୍କ୍ରିପସନର ବ୍ୟବହାର ଏବଂ ପ୍ରକାଶନଗୁଡ଼ିକର ସମୟକ୍ରମେ ସମୀକ୍ଷା କରିବ।

ଉଚ୍ଚଶିକ୍ଷା ବିଭାଗର ଏକ ସମନ୍ୱିତ ପୋର୍ଟାଲ ‘‘ୱାନ୍ ନେସନ୍ ୱାନ୍ ସବସ୍କ୍ରିପସନ’’ ରହିବ, ଯାହା ମାଧ୍ୟମରେ ଅନୁଷ୍ଠାନଗୁଡ଼ିକ ପତ୍ରିକାଗୁଡ଼ିକୁ ଆକସେସ୍ କରିବାରେ ସକ୍ଷମ ହେବେ। ଏଏନଆରଏଫ ଏହି ଅନୁଷ୍ଠାନଗୁଡ଼ିକର ଭାରତୀୟ ଲେଖକମାନଙ୍କର ୱାନ୍ ନେସନ୍ ୱାନ୍ ସବସ୍କ୍ରିପସନର ବ୍ୟବହାର ଏବଂ ପ୍ରକାଶନଗୁଡ଼ିକର ସମୟକ୍ରମେ ସମୀକ୍ଷା କରିବ। ଉଚ୍ଚ ଶିକ୍ଷା ବିଭାଗ ଏବଂ ଅନ୍ୟମନ୍ତ୍ରଣାଳୟଗୁଡ଼ିକ ସେମାନଙ୍କ ପରିଚାଳନା ଅଧୀନରେ ଉଚ୍ଚ ଶିକ୍ଷାନୁଷ୍ଠାନ ଏବଂ ଗବେଷଣା ଓ ବିକାଶ ଅନୁଷ୍ଠାନର ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ ଗବେଷକମାନଙ୍କ ମଧ୍ୟରେ ଏକ ରାଷ୍ଟ୍ର ଏକ ସବସ୍କ୍ରିପସନର ଉପଲବ୍ଧତା ଏବଂ ଯୋଗାଣ ପଦ୍ଧତି ବିଷୟରେ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ (ଆଇଇସି) ଅଭିଯାନ ସକ୍ରିୟ ଭାବରେ ପରିଚାଳନା କରିବେ, ଯାହାଫଳରେ ସମଗ୍ର ଦେଶରେ ଏହି ସୁବିଧାର ଉନ୍ନତ ବ୍ୟବହାର ହେବ। ସମସ୍ତ ସରକାରୀ ଅନୁଷ୍ଠାନର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଗବେଷକଙ୍କ ଦ୍ୱାରା ଏହି ଅନନ୍ୟ ସୁବିଧାର ଅଧିକରୁ ଅଧିକ ଉପଯୋଗ ପାଇଁ ନିଜ ନିଜ ସ୍ତରରେ ଅଭିଯାନ ଚଳାଇବାକୁ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରାଯିବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ମୋର ବନ୍ଧୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ଖୁବ୍ ଭଲ ବର୍ତ୍ତାଳାପ ହେଲା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ନୂତନ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହୋଇ ତାଙ୍କର ଚମତ୍କାର ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ବିଭିନ୍ନ କ୍ଷେତ୍ରରେ ଭାରତ-ଆମେରିକା ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ସେ ପୁଣି ଥରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଆଗ୍ରହୀ ଅଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି।

ଏକ୍ସର ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି :

“ମୋର ବନ୍ଧୁ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏକ ଭଲ ବାର୍ତ୍ତାଳାପ କରି, ତାଙ୍କୁ ତାଙ୍କର ଉଲ୍ଲେଖନୀୟ ବିଜୟ ପାଇଁ ଅଭିନନ୍ଦନ ଜଣାଇଲି। ଟେକ୍ନୋଲୋଜି, ପ୍ରତିରକ୍ଷା, ଶକ୍ତି, ମହାକାଶ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଭାରତ-ଆମେରିକା ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ପୁଣି ଥରେ ମିଳିତ ଭାବରେ କାର୍ଯ୍ୟ କରିବାକୁ ଅପେକ୍ଷା କରିଛି।”

Categories
ଆଜିର ଖବର ଜାତୀୟ ଖବର

ଭାଷା ଗୌରବ ସପ୍ତାହ ଅବସରରେ ଆସାମର ଲୋକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାଷା ଗୌରବ ସପ୍ତାହ ଅବସରରେ ଆସାମର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ #BhashaGauravSaptah ର ମହତ୍ୱ ସମ୍ପର୍କରେ ଆଲୋଚନା କରିଛନ୍ତି। ଏକ୍ସ ର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନିକଟରେ ଅହମୀୟାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନର ଉତ୍ସବ ମନାଇଛନ୍ତି, ଯାହାକି ଏହି କ୍ଷେତ୍ରରେ ସମୃଦ୍ଧ ଭାଷା ଓ ସାଂସ୍କୃତିକ ଐତିହ୍ୟକୁ ଏକ ମହତ୍ୱପୂର୍ଣ୍ଣ ମାନ୍ୟତା ପ୍ରଦାନ କରୁଛି।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆସାମର ସମୃଦ୍ଧ ଭାଷା ଐତିହ୍ୟର ସପ୍ତାହବ୍ୟାପୀ ଉତ୍ସବ ଭାଷା ଗୌରବ ସପ୍ତାହର ଆରମ୍ଭ ନେଇ କରିଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଆଜି ଏକ ପୋଷ୍ଟରେ ଟ୍ୱିଟ କରିଛନ୍ତି:

“#BhashaGauravSaptah ଏକ ଉଲ୍ଲେଖନୀୟ ପ୍ରୟାସ, ଯାହାକି ଅହମୀୟା ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପରେ ଲୋକଙ୍କ ଉତ୍ସାହକୁ ଦର୍ଶାଉଛି। ମୋର ଶୁଭକାମନା। ସପ୍ତାହବ୍ୟାପୀ ଆୟୋଜନ କରାଯାଉଥିବା ଏହି ଉତ୍ସବ ଲୋକଙ୍କର ଅହମୀୟ ସଂସ୍କୃତି ସହ ସମ୍ପର୍କକୁ ଅଧିକ ମଜବୁତ୍ କରିବ। ଆସାମ ବାହାରେ ରହୁଥିବା ଅହମୀୟ ଲୋକମାନଙ୍କୁ ଏହି ଉତ୍ସବରେ ସାମିଲ ହେବାକୁ ମୁଁ ନିବେଦନ କରୁଛି।

Categories
ଆଜିର ଖବର ଜାତୀୟ ଖବର

NITI ଆୟୋଗର ସ୍ଥାୟୀ ସଦସ୍ୟ ବିବେକ ଦେବରୟଙ୍କ ଦେହାନ୍ତ: ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ତଥା ଅର୍ଥନୀତିଜ୍ଞ ବିବେକ ଦେବରୟଙ୍କ ଆଜି ପରଲୋକ ହୋଇଯାଇଛି। ବିବେକ ଦେବରୟ ଭାରତ ସରକାରଙ୍କ ଅନେକ ପ୍ରମୁଖ ଅନୁଷ୍ଠାନ ସହିତ ଜଡିତ ଅଛନ୍ତି। ସେପ୍ଟେମ୍ବର ୨୦୧୭ ରେ ସେ ଅଧ୍ୟକ୍ଷ ପଦରେ ନିଯୁକ୍ତ ହୋଇଥିଲେ। ଜାନୁଆରୀ ୨୦୧୫ ରେ, ତାଙ୍କୁ NITI ଆୟୋଗର ସ୍ଥାୟୀ ସଦସ୍ୟ କରାଯାଇଥିଲା। ତା’ପରେ ଯୋଜନା ଆୟୋଗକୁ NITI ଆୟୋଗରେ ପରିବର୍ତ୍ତନ କରାଯାଇଥିଲା। ତାଙ୍କର ଦେହାନ୍ତରେ ସମବେଦନା ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଡକ୍ଟର ବିବେକ ଦେବରୟଙ୍କୁ ଜଣେ ମହାନ ପଣ୍ଡିତ ଥିଲେ।

ବିବେକ ଦେବରୟ ନରେନ୍ଦ୍ରପୁରର ରାମକୃଷ୍ଣ ମିଶନ ବିଦ୍ୟାଳୟରେ ତାଙ୍କର ପାଠପଢା ସମାପ୍ତ କରିଥିଲେ। ଏହା ପରେ ସେ ପ୍ରେସିଡେନ୍ସି କଲେଜ, କୋଲକାତା ଏବଂ ଦିଲ୍ଲୀ ସ୍କୁଲ ଅଫ୍ ଇକୋନୋମିକ୍ସରେ ଅଧ୍ୟୟନ କରିଥିଲେ। ଏହା ପରେ ସେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟକୁ ଯାଇ ଟ୍ରିନିଟି କଲେଜ ସ୍କଲାରସିପ୍ ମାଧ୍ୟମରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ବିବେକ ଦେବରୟଙ୍କ ସହ ତାଙ୍କ ଛବି ସେୟାର କରି ପିଏମ ମୋଦୀ ଲେଖିଛନ୍ତି ଯେ, ମୁଁ ଡକ୍ଟର ବିବେକ ଦେବରୟଙ୍କୁ ବହୁ ବର୍ଷ ଧରି ଜାଣିଛି। ମୁଁ ସର୍ବଦା ତାଙ୍କ ଗଭୀର ଜ୍ଞାନ ଏବଂ ଏକାଡେମିକ୍ ବକ୍ତବ୍ୟ ପ୍ରତି ଆଗ୍ରହକୁ ମନେ ରଖିବି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ବିବେକ ଦେବରୟଙ୍କ ଦେହାନ୍ତରେ ସେ ଅତ୍ୟନ୍ତ ଦୁଃଖିତ। ପ୍ରଧାନମନ୍ତ୍ରୀ ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କୁ ସମବେଦନା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ବିବେକ ଦେବରୟ ଜଣେ ମହାନ ବିଦ୍ୱାନ, ଯାହାଙ୍କର ଅର୍ଥନୀତି, ଇତିହାସ, ସଂସ୍କୃତି, ରାଜନୀତି, ଆଧ୍ୟାତ୍ମିକତା ଏବଂ ଅନ୍ୟାନ୍ୟ କ୍ଷେତ୍ରର ଅପାର ଜ୍ଞାନ ଥିଲା। ତାଙ୍କ କାର୍ଯ୍ୟ ମାଧ୍ୟମରେ ସେ ଭାରତର ବୌଦ୍ଧିକ ଦୃଶ୍ୟପଟ୍ଟରେ ଏକ ଅବିସ୍ମରଣୀୟ ଚିହ୍ନ ଛାଡିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆରମ୍ଭ ୬.୦ ଅବସରରେ ଯୁବ ପ୍ରଶାସନିକ ଅଧିକାରୀଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆରମ୍ଭ ୬.୦ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁବ ପ୍ରଶାସନିକ ଅଧିକାରୀମାନଙ୍କ ସହ ଭାବ ବିନିମୟ କରିଛନ୍ତି। ଜନ ଭାଗିଦାରୀ ସ୍ପିରିଟରେ ପ୍ରଶାସନରେ ବିକାଶ ଆଣିବାକୁ ଯୁବ ପ୍ରଶାସନିକ ଅଧିକାରୀମାନଙ୍କ ସହ ବିସ୍ତୃତ ଭାବେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ। ଦୃଢ଼ ପ୍ରତିକ୍ରିୟା ତନ୍ତ୍ରର ଗୁରୁତ୍ୱତା ଏବଂ ଅଭିଯୋଗ ଶୁଣାଣି ପଦ୍ଧତିର ବିକାଶ ବାବଦରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ନାଗରିକଙ୍କ ‘ଇଜ୍ ଅଫ ଲିଭିଙ୍ଗ’ରେ ବିକାଶ ଆଣିବାକୁ ଯୁବ ପ୍ରଶାସନିକ ଅଧିକାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଦେଇଥିଲେ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଥିଲେ:

“ଆରମ୍ଭ ୬.୦ ଅବସରରେ ଯୁବ ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା କଲି। ଜନ ଭାଗିଦାରୀ ସ୍ପିରିଟରେ କିଭଳି ବିକାଶ ହେବ ସେ ଉପରେ ବିସ୍ତୃତ ଭାବେ ଆଲୋଚନା କଲୁ। ଦୃଢ଼ ପ୍ରତିକ୍ରିୟା ତନ୍ତ୍ରର ଗୁରୁତ୍ୱତା ଏବଂ ଅଭିଯୋଗ ଶୁଣାଣି ପଦ୍ଧତିର ବିକାଶ ବାବଦରେ ମଧ୍ୟ ଆଲୋଚନା କଲୁ। ନାଗରିକଙ୍କ ‘ଇଜ୍ ଅଫ ଲିଭିଙ୍ଗ’ରେ ବିକାଶ ଆଣିବାକୁ ଯୁବ ପ୍ରଶାସନିକ ଅଧିକାରୀଙ୍କୁ ପରାମର୍ଶ ଦେଲି।”

Categories
ଆଜିର ଖବର ଜାତୀୟ ଖବର

ଆଜି ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗସ୍ତ: ଜାଣନ୍ତୁ ସଂପୂର୍ଣ୍ଣ କାର୍ଯ୍ୟକ୍ରମ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଗୁଜରାଟ ଗସ୍ତରେ ଯିବେ। ପ୍ରାୟ ପୂର୍ବାହ୍ନ ୧୦ଟା ବେଳେ ପ୍ରଧାନମନ୍ତ୍ରୀ ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସହ ମିଳିତ ଭାବେ ଟାଟା ଏୟାରକ୍ରାଫ୍ଟ କମ୍ପେ୍ଲକ୍ସର ଉଦଘାଟନ କରିବେ। ଟାଟା ଆଡଭାନ୍ସଡ ସିଷ୍ଟମସ ଲିମିଟେଡ କ୍ୟାମ୍ପସରେ ସି-୨୯୫ ବିମାନ ନିର୍ମାଣ କରାଯାଉଛି। ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ସେ ଭଦୋଦରାର ଲକ୍ଷ୍ମୀ ବିଳାସ ପ୍ୟାଲେସ ଯିବେ। ପ୍ରଧାନମନ୍ତ୍ରୀ ଭଦୋଦରାରୁ ଆମ୍ରେଲି ଯିବେ। ଅପରାହ୍ଣ ପ୍ରାୟ ୨ଟା ୪୫ ମିନିଟରେ ସେ ଆମ୍ରେଲିର ଦୁଧାଲା ଠାରେ ଭାରତମାତା ସରୋବରର ଉଦଘାଟନ କରିବେ । ଅପରାହ୍ଣ ପ୍ରାୟ ୩ଟା ବେଳେ ସେ ଆମ୍ରେଲିର ଲାଠିଠାରେ ୪,୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ।

ଭଦୋଦରାରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସହ ମିଳିତ ଭାବେ ଟାଟା ଏୟାରକ୍ରାଫ୍ଟ କମ୍ପେ୍ଲକ୍ସର ଉଦଘାଟନ କରିବେ। ଟାଟା ଆଡଭାନ୍ସଡ ସିଷ୍ଟମସ ଲିମିଟେଡ କ୍ୟାମ୍ପସରେ ସି-୨୯୫ ବିମାନ ନିର୍ମାଣ କରାଯାଉଛି। ସି-୨୯୫ କାର୍ଯ୍ୟକ୍ରମରେ ମୋଟ ୫୬ଟି ବିମାନ ଅନ୍ତର୍ଭୁକ୍ତ। ଏହା ମଧ୍ୟରୁ ୧୬ଟି ସିଧାସଳଖ ସ୍ପେନରୁ ଏୟାରବସ୍ ପକ୍ଷରୁ ଆସିବ ଏବଂ ବଳକା ୪୦ଟି ଭାରତରେ ନିର୍ମାଣ କରାଯିବ।

ଭାରତରେ ଏହି ୪୦ଟି ବିମାନ ନିର୍ମାଣର ଦାୟିତ୍ୱ ଟାଟା ଆଡଭାନ୍ସଡ ସିଷ୍ଟମସ ଲିମିଟେଡ ହାତରେ ରହିଛି। ଭାରତରେ ଏହା ଭାରତରେ ମିଲିଟାରୀ ବିମାନ ସମ୍ବନ୍ଧିତ ଘରୋଇ କ୍ଷେତ୍ରର ପ୍ରଥମ ଚୂଡ଼ାନ୍ତ ଆସେମ୍ବ୍ଲି ଲାଇନ ହେବ। ଏଥିରେ ବିମାନ ନିର୍ମାଣ ଠାରୁ ଆରମ୍ଭ କରି ସଂଯୋଜନ, ପରୀକ୍ଷଣ ଏବଂ ଯୋଗ୍ୟତା, ବିତରଣ ଏବଂ ବିମାନର ସମ୍ପୂର୍ଣ୍ଣ ଜୀବନଚକ୍ରର ରକ୍ଷଣାବେକ୍ଷଣ ପର୍ଯ୍ୟନ୍ତ ସମ୍ବନ୍ଧିତ ଏକ ସମ୍ପୂର୍ଣ୍ଣ ଇକୋସିଷ୍ଟମର ପୂର୍ଣ୍ଣ ବିକାଶ ସାମିଲ ହେବ।

ଏହି କାର୍ଯ୍ୟକ୍ରମରେ ଟାଟା ସମେତ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ ଏବଂ ଭାରତ ଡାଇନାମିକ୍ସ ଲିମିଟେଡ ଭଳି ପ୍ରତିରକ୍ଷା କ୍ଷେତ୍ରର ଘରୋଇ ସେକ୍ଟର ସାମିଲ ହେବେ। ଏଥିସହ ଘରୋଇ କ୍ଷେତ୍ରର ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ମଧ୍ୟ ସାମିଲ ହେବେ।

ପୂର୍ବରୁ ଅକ୍ଟୋବର ୨୦୨୨ରେ ପ୍ରଧାନମନ୍ତ୍ରୀ ଭଦୋଦରା ଫାଇନାଲ ଆସେମ୍ବ୍ଲି ଲାଇନ (ଏଫଏଏଲ)ର ଶିଳାନ୍ୟାସ କରିଥିଲେ।

ଆମ୍ରେଲିରେ ପ୍ରଧାନମନ୍ତ୍ରୀ

ଆମ୍ରେଲିର ଦୁଧାଲାଠାରେ ପ୍ରଧାନମନ୍ତ୍ରୀ ଭାରତମାତା ସରୋବରକୁ ଉଦଘାଟନ କରିବେ। ସରକାରୀ-ଘରୋଇ ସହଭାଗିତା (ପିପିପି ମଡେଲ)ରେ ଗୁଜରାଟ ସରକାର ଏବଂ ଢୋଲକିଆ ଫାଉଣ୍ଡେସନ ମିଳିତଭାବେ ଏହି ପ୍ରକଳ୍ପକୁ ପ୍ରସ୍ତୁତ କରିଛନ୍ତି। ବାସ୍ତବରେ ଏହି ଡ୍ୟାମର ୪.୫ କୋଟି ଲିଟର ଜଳଧାରଣ କ୍ଷମତା ଥିବା ବେଳେ ଏହାର ନବୀକରଣ ପରେ ଏହାର କ୍ଷମତା ୨୪.୫ କୋଟି ଲିଟରକୁ ବୃଦ୍ଧି ପାଇଛି। ଡ୍ୟାମର ଖନନ, ଚଉଡ଼ା ପରେ ପାଖଆଖ ଅଞ୍ଚଳରେ କୂପ, ନଳକୂପରେ ଜଳସ୍ତର ବୃଦ୍ଧି ପାଇଛି ଯାହ୯ାକି ସ୍ଥାନୀୟ ଅଧିବାସୀଙ୍କୁ ଫାଇଦା।

ଗୁଜରାଟର ଆମ୍ରେଲିରେ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪,୯୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ। ରାଜ୍ୟର ଆମ୍ରେଲି, ଜାମନଗର, ମୋର୍ବି, ଦେବଭୂମି ଦ୍ୱାରକା, ଜୁନାଗଡ଼, ପୋରବନ୍ଦର, କଚ୍ଛ ଏବଂ ବୋତାଡ଼ ଜିଲ୍ଲାର ଲୋକେ ଏହା ଦ୍ୱାରା ଉପକୃତ ହେବେ।

ପ୍ରଧାନମନ୍ତ୍ରୀ ୨୮୦୦ କୋଟି ଟଙ୍କାର ବିଭିନ୍ନ ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ। ଏସବୁ ପ୍ରକଳ୍ପ ମଧ୍ୟରେ ରହିଛି, ଏନଏଚ ୧୫୧, ଏନଏଚ ୧୫୧ ଏ, ଏନଏଚ୍ ୫୧ର ବିଭିନ୍ନ ସେକ୍ସନର ଚାରି ଲେନ୍ ଏବଂ ଜୁନାଗଡ଼ ବାଇପାସ୍। ଜାମନଗର ଜିଲ୍ଲାର ଢ଼୍ରୋଲି ବାଇପାସ୍ ଠାରୁ ମୋର୍ବି ଜିଲ୍ଲାର ଅମରାନ ପର୍ଯ୍ୟନ୍ତ ଅବଶିଷ୍ଟ ସେକ୍ସନକୁ ଚାରିଲେନ୍ କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ ହେବ।

୧୧୦୦ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ କରାଯାଇଥିବା ଭୁଜ-ନାଲିୟା ରେଲ ଗଜ୍ କନଭର୍ସନ ପ୍ରକଳ୍ପକୁ ମଧ୍ୟ ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ। ବହୁ ପ୍ରତିକ୍ଷୀତ ଏହି ପ୍ରକଳ୍ପରେ ୨୪ଟି ବଡ଼ ପୋଲ, ୨୫୪ଟି ଛୋଟ ପୋଲ, ୩ଟି ରୋଡ ଓଭରବ୍ରିଜ୍ ଏବଂ ୩୦ଟି ରୋଡ ଅଣ୍ଡରବ୍ରିଜ୍ ରହିଛି। କଚ୍ଛ ଜିଲ୍ଲାର ସାମାଜିକ-ଅର୍ଥନୈତିକ ବିକାଶରେ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ।

ଆମ୍ରେଲି ଜିଲ୍ଲାରୁ ପ୍ରଧାନମନ୍ତ୍ରୀ ଜଳଯୋଗାଣ ବିଭାଗର ୭୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ଉଦଘାଟନ ହେବାକୁ ଥିବା ପ୍ରକଳ୍ପ ମଧ୍ୟରେ ରହିଛି ନଭାଡ଼ା ଠାରୁ ଚାଭାନ୍ଦ ପର୍ଯ୍ୟନ୍ତ ପାଇପ ଲାଇନ ପ୍ରକଳ୍ପ। ଏହା ବୋତାଡ, ଆମ୍ରେଲି, ଜୁନାଗଡ଼, ରାଜକୋଟ ଏବଂ ପୋରବନ୍ଦର ଜିଲ୍ଲାର ୧୨୯୮ ଗ୍ରାମର ୩୬ଟି ସହରର ୬୭ ଲକ୍ଷ ହିତାଧିକାରୀଙ୍କୁ ୨୮ କୋଟି ଲିଟର ଜଳଯୋଗାଣ କରିବ। ଭାବନଗର ଜିଲ୍ଲାରେ ପାସାଭି ଗ୍ରୁପ୍ ଅଗମେଣ୍ଟେସନ ୱାଟର ସପ୍ଲାଇ ସ୍କିମ୍ ଫେଜ୍‌-୨ର ଶିଳାନ୍ୟାସ କରିବେ। ଏହା ଭାବନଗର ଜିଲ୍ଲାର ମହୁଭା, ତଲାଜା ଏବଂ ପାଲିତନା ତାଲୁକର ୯୫ ଗ୍ରାମର ଲୋକଙ୍କୁ ଫାଇଦା ଦେବ।

ପ୍ରଧାନମନ୍ତ୍ରୀ ପର୍ଯ୍ୟଟନ ସମ୍ବନ୍ଧିତ ବିକାଶମୂଳକ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିବେ। ଏହାମଧ୍ୟରେ ବିଭିନ୍ନ ପ୍ରକଳ୍ପ ମଧ୍ୟରେ ରହିଛି ପୋରବନ୍ଦର ଜିଲ୍ଲାର ମୋକାରସାଗରରେ କାର୍ଲି ରିଚର୍ଜ ରିଜର୍ଭରକୁ ବିଶ୍ୱସ୍ତରୀୟ ଇକୋ-ଟୁରିଜମ କ୍ଷେତ୍ରରେ ପରିଣତ କରିବା।

Categories
ଆଜିର ଖବର ଜାତୀୟ ଖବର

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗସ୍ତ: ଜାଣନ୍ତୁ କ’ଣ ରହିଛି କାର୍ଯ୍ୟକ୍ରମ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଗୁଜରାଟ ଗସ୍ତରେ ଯିବେ। ପ୍ରାୟ ପୂର୍ବାହ୍ନ ୧୦ଟା ବେଳେ ପ୍ରଧାନମନ୍ତ୍ରୀ ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସହ ମିଳିତ ଭାବେ ଟାଟା ଏୟାରକ୍ରାଫ୍ଟ କମ୍ପେ୍ଲକ୍ସର ଉଦଘାଟନ କରିବେ। ଟାଟା ଆଡଭାନ୍ସଡ ସିଷ୍ଟମସ ଲିମିଟେଡ କ୍ୟାମ୍ପସରେ ସି-୨୯୫ ବିମାନ ନିର୍ମାଣ କରାଯାଉଛି। ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ସେ ଭଦୋଦରାର ଲକ୍ଷ୍ମୀ ବିଳାସ ପ୍ୟାଲେସ ଯିବେ। ପ୍ରଧାନମନ୍ତ୍ରୀ ଭଦୋଦରାରୁ ଆମ୍ରେଲି ଯିବେ। ଅପରାହ୍ଣ ପ୍ରାୟ ୨ଟା ୪୫ ମିନିଟରେ ସେ ଆମ୍ରେଲିର ଦୁଧାଲା ଠାରେ ଭାରତମାତା ସରୋବରର ଉଦଘାଟନ କରିବେ । ଅପରାହ୍ଣ ପ୍ରାୟ ୩ଟା ବେଳେ ସେ ଆମ୍ରେଲିର ଲାଠିଠାରେ ୪,୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ।

ଭଦୋଦରାରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସହ ମିଳିତ ଭାବେ ଟାଟା ଏୟାରକ୍ରାଫ୍ଟ କମ୍ପେ୍ଲକ୍ସର ଉଦଘାଟନ କରିବେ। ଟାଟା ଆଡଭାନ୍ସଡ ସିଷ୍ଟମସ ଲିମିଟେଡ କ୍ୟାମ୍ପସରେ ସି-୨୯୫ ବିମାନ ନିର୍ମାଣ କରାଯାଉଛି। ସି-୨୯୫ କାର୍ଯ୍ୟକ୍ରମରେ ମୋଟ ୫୬ଟି ବିମାନ ଅନ୍ତର୍ଭୁକ୍ତ। ଏହା ମଧ୍ୟରୁ ୧୬ଟି ସିଧାସଳଖ ସ୍ପେନରୁ ଏୟାରବସ୍ ପକ୍ଷରୁ ଆସିବ ଏବଂ ବଳକା ୪୦ଟି ଭାରତରେ ନିର୍ମାଣ କରାଯିବ।

ଭାରତରେ ଏହି ୪୦ଟି ବିମାନ ନିର୍ମାଣର ଦାୟିତ୍ୱ ଟାଟା ଆଡଭାନ୍ସଡ ସିଷ୍ଟମସ ଲିମିଟେଡ ହାତରେ ରହିଛି । ଭାରତରେ ଏହା ଭାରତରେ ମିଲିଟାରୀ ବିମାନ ସମ୍ବନ୍ଧିତ ଘରୋଇ କ୍ଷେତ୍ରର ପ୍ରଥମ ଚୂଡ଼ାନ୍ତ ଆସେମ୍ବ୍ଲି ଲାଇନ ହେବ । ଏଥିରେ ବିମାନ ନିର୍ମାଣ ଠାରୁ ଆରମ୍ଭ କରି ସଂଯୋଜନ, ପରୀକ୍ଷଣ ଏବଂ ଯୋଗ୍ୟତା, ବିତରଣ ଏବଂ ବିମାନର ସମ୍ପୂର୍ଣ୍ଣ ଜୀବନଚକ୍ରର ରକ୍ଷଣାବେକ୍ଷଣ ପର୍ଯ୍ୟନ୍ତ ସମ୍ବନ୍ଧିତ ଏକ ସମ୍ପୂର୍ଣ୍ଣ ଇକୋସିଷ୍ଟମର ପୂର୍ଣ୍ଣ ବିକାଶ ସାମିଲ ହେବ ।

ଏହି କାର୍ଯ୍ୟକ୍ରମରେ ଟାଟା ସମେତ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ ଏବଂ ଭାରତ ଡାଇନାମିକ୍ସ ଲିମିଟେଡ ଭଳି ପ୍ରତିରକ୍ଷା କ୍ଷେତ୍ରର ଘରୋଇ ସେକ୍ଟର ସାମିଲ ହେବେ । ଏଥିସହ ଘରୋଇ କ୍ଷେତ୍ରର ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ମଧ୍ୟ ସାମିଲ ହେବେ ।

ପୂର୍ବରୁ ଅକ୍ଟୋବର ୨୦୨୨ରେ ପ୍ରଧାନମନ୍ତ୍ରୀ ଭଦୋଦରା ଫାଇନାଲ ଆସେମ୍ବ୍ଲି ଲାଇନ (ଏଫଏଏଲ)ର ଶିଳାନ୍ୟାସ କରିଥିଲେ ।

ଆମ୍ରେଲିରେ ପ୍ରଧାନମନ୍ତ୍ରୀ

ଆମ୍ରେଲିର ଦୁଧାଲାଠାରେ ପ୍ରଧାନମନ୍ତ୍ରୀ ଭାରତମାତା ସରୋବରକୁ ଉଦଘାଟନ କରିବେ । ସରକାରୀ-ଘରୋଇ ସହଭାଗିତା (ପିପିପି ମଡେଲ)ରେ ଗୁଜରାଟ ସରକାର ଏବଂ ଢୋଲକିଆ ଫାଉଣ୍ଡେସନ ମିଳିତଭାବେ ଏହି ପ୍ରକଳ୍ପକୁ ପ୍ରସ୍ତୁତ କରିଛନ୍ତି । ବାସ୍ତବରେ ଏହି ଡ୍ୟାମର ୪.୫ କୋଟି ଲିଟର ଜଳଧାରଣ କ୍ଷମତା ଥିବା ବେଳେ ଏହାର ନବୀକରଣ ପରେ ଏହାର କ୍ଷମତା ୨୪.୫ କୋଟି ଲିଟରକୁ ବୃଦ୍ଧି ପାଇଛି । ଡ୍ୟାମର ଖନନ, ଚଉଡ଼ା ପରେ ପାଖଆଖ ଅଞ୍ଚଳରେ କୂପ, ନଳକୂପରେ ଜଳସ୍ତର ବୃଦ୍ଧି ପାଇଛି ଯାହ୯ାକି ସ୍ଥାନୀୟ ଅଧିବାସୀଙ୍କୁ ଫାଇଦା ।

ଗୁଜରାଟର ଆମ୍ରେଲିରେ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪,୯୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ । ରାଜ୍ୟର ଆମ୍ରେଲି, ଜାମନଗର, ମୋର୍ବି, ଦେବଭୂମି ଦ୍ୱାରକା, ଜୁନାଗଡ଼, ପୋରବନ୍ଦର, କଚ୍ଛ ଏବଂ ବୋତାଡ଼ ଜିଲ୍ଲାର ଲୋକେ ଏହା ଦ୍ୱାରା ଉପକୃତ ହେବେ ।

ପ୍ରଧାନମନ୍ତ୍ରୀ ୨୮୦୦ କୋଟି ଟଙ୍କାର ବିଭିନ୍ନ ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ । ଏସବୁ ପ୍ରକଳ୍ପ ମଧ୍ୟରେ ରହିଛି, ଏନଏଚ ୧୫୧, ଏନଏଚ ୧୫୧ ଏ, ଏନଏଚ୍ ୫୧ର ବିଭିନ୍ନ ସେକ୍ସନର ଚାରି ଲେନ୍ ଏବଂ ଜୁନାଗଡ଼ ବାଇପାସ୍ । ଜାମନଗର ଜିଲ୍ଲାର ଢ଼୍ରୋଲି ବାଇପାସ୍ ଠାରୁ ମୋର୍ବି ଜିଲ୍ଲାର ଅମରାନ ପର୍ଯ୍ୟନ୍ତ ଅବଶିଷ୍ଟ ସେକ୍ସନକୁ ଚାରିଲେନ୍ କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ ହେବ ।

୧୧୦୦ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ କରାଯାଇଥିବା ଭୁଜ-ନାଲିୟା ରେଲ ଗଜ୍ କନଭର୍ସନ ପ୍ରକଳ୍ପକୁ ମଧ୍ୟ ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ । ବହୁ ପ୍ରତିକ୍ଷୀତ ଏହି ପ୍ରକଳ୍ପରେ ୨୪ଟି ବଡ଼ ପୋଲ, ୨୫୪ଟି ଛୋଟ ପୋଲ, ୩ଟି ରୋଡ ଓଭରବ୍ରିଜ୍ ଏବଂ ୩୦ଟି ରୋଡ ଅଣ୍ଡରବ୍ରିଜ୍ ରହିଛି । କଚ୍ଛ ଜିଲ୍ଲାର ସାମାଜିକ-ଅର୍ଥନୈତିକ ବିକାଶରେ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ।

ଆମ୍ରେଲି ଜିଲ୍ଲାରୁ ପ୍ରଧାନମନ୍ତ୍ରୀ ଜଳଯୋଗାଣ ବିଭାଗର ୭୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ଉଦଘାଟନ ହେବାକୁ ଥିବା ପ୍ରକଳ୍ପ ମଧ୍ୟରେ ରହିଛି ନଭାଡ଼ା ଠାରୁ ଚାଭାନ୍ଦ ପର୍ଯ୍ୟନ୍ତ ପାଇପ ଲାଇନ ପ୍ରକଳ୍ପ । ଏହା ବୋତାଡ, ଆମ୍ରେଲି, ଜୁନାଗଡ଼, ରାଜକୋଟ ଏବଂ ପୋରବନ୍ଦର ଜିଲ୍ଲାର ୧୨୯୮ ଗ୍ରାମର ୩୬ଟି ସହରର ୬୭ ଲକ୍ଷ ହିତାଧିକାରୀଙ୍କୁ ୨୮ କୋଟି ଲିଟର ଜଳଯୋଗାଣ କରିବ । ଭାବନଗର ଜିଲ୍ଲାରେ ପାସାଭି ଗ୍ରୁପ୍ ଅଗମେଣ୍ଟେସନ ୱାଟର ସପ୍ଲାଇ ସ୍କିମ୍ ଫେଜ୍‌-୨ର ଶିଳାନ୍ୟାସ କରିବେ । ଏହା ଭାବନଗର ଜିଲ୍ଲାର ମହୁଭା, ତଲାଜା ଏବଂ ପାଲିତନା ତାଲୁକର ୯୫ ଗ୍ରାମର ଲୋକଙ୍କୁ ଫାଇଦା ଦେବ ।

ପ୍ରଧାନମନ୍ତ୍ରୀ ପର୍ଯ୍ୟଟନ ସମ୍ବନ୍ଧିତ ବିକାଶମୂଳକ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିବେ । ଏହାମଧ୍ୟରେ ବିଭିନ୍ନ ପ୍ରକଳ୍ପ ମଧ୍ୟରେ ରହିଛି ପୋରବନ୍ଦର ଜିଲ୍ଲାର ମୋକାରସାଗରରେ କାର୍ଲି ରିଚର୍ଜ ରିଜର୍ଭରକୁ ବିଶ୍ୱସ୍ତରୀୟ ଇକୋ-ଟୁରିଜମ କ୍ଷେତ୍ରରେ ପରିଣତ କରିବା ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

କ୍ୱାଡ ନେତାମାନଙ୍କର କ୍ୟାନ୍ସର ମୁନ୍‌ଶଟ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ଆମେରିକାରେ ଗସ୍ତରେ ଅଛନ୍ତି। ଏହି ସମୟରେ କ୍ୱାଡ ନେତାମାନଙ୍କର କ୍ୟାନ୍ସର ମୁନ୍‌ଶଟ୍ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି ଯେ, ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଆୟୋଜନ ପାଇଁ ମୁଁ ରାଷ୍ଟ୍ରପତି ବାଇଡେନ୍‌ଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି। ଏହି ସୁଲଭ, ସୁଗମ ଏଂବ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଆମର ଦୃଢ଼ ସହଭାଗିତାକୁ ପ୍ରତିଫଳିତ କରୁଛି। କୋଭିଡ୍ ମହାମାରୀ ସମୟରେ, ଆମେ ଇଣ୍ଡୋ-ପାସିଫିକ୍ ପାଇଁ “କ୍ୱାଡ ଭ୍ୟାକ୍ସିନ୍ ଇନିସିଏଟିଭ୍‌” (କ୍ୱାଡ୍ ଟିକା ପଦକ୍ଷେପ) ଗ୍ରହଣ କରିଥିଲୁ ଏବଂ ମୁଁ ଖୁସି ଯେ କ୍ୱାଡରେ ଆମେ ଗର୍ଭାଶୟ କର୍କଟ ପରି ଆହ୍ୱାନକୁ ମିଳିତ ଭାବେ ସମ୍ମୁଖୀନ ହେବାକୁ ନିଷ୍ପତ୍ତି ନେଇଛୁ।

କର୍କଟ ରୋଗର ଯତ୍ନ ଏବଂ ଆରୋଗ୍ୟ ପାଇଁ ସହଯୋଗ ଜରୁରୀ। କର୍କଟ ରୋଗର ଭାର କମାଇବା ପାଇଁ ପ୍ରତିରୋଧ, ସ୍କ୍ରିନିଂ, ନିରାକରଣ ଏବଂ ଚିକିତ୍ସାର ଏକ ସମନ୍ୱିତ ଉପାୟ ଆବକଶ୍ୟକ। ଭାରତରେ ଏକ ବହୁମୂଲ୍ୟ ପ୍ରଭାବଶାଳୀ ଗର୍ଭାଶୟ କର୍କଟ ସ୍କ୍ରିନିଂ ପ୍ରୋଗ୍ରାମ ଚାଲିଛି। ସମସ୍ତଙ୍କୁ ସୁଲଭ ମୂଲ୍ୟରେ ଔଷଧ ଯୋଗାଇବା ପାଇଁ ସ୍ୱତନ୍ତ୍ର କେନ୍ଦ୍ର ମଧ୍ୟ ସୃଷ୍ଟି କରାଯାଇଛି। ଗର୍ଭାଶୟ କର୍କଟ ପାଇଁ ଭାରତ ମଧ୍ୟ ନିଜର ଟିକା ପ୍ରସ୍ତୁତ କରିଛି ଏବଂ ଏଆଇ ସାହାଯ୍ୟରେ ନୂଆ ଚିକିତ୍ସା ପ୍ରୋଟୋକଲ୍ ମଧ୍ୟ ଆରମ୍ଭ କରାଯାଉଛି।

ଭାରତ ନିଜର ଅଭିଜ୍ଞତା ଏବଂ ବିଶେଷଜ୍ଞତା ବାଣ୍ଟିବାକୁ ପ୍ରସ୍ତୁତ ଅଛି। ଆଜି ଏହି କାର୍ଯ୍ୟକ୍ରମରେ କର୍କଟ ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଭାରତର ବହୁ ବିଶେଷଜ୍ଞ ଆମ ସହ ଯୋଗ ଦେଇଛନ୍ତି। ଭାରତର ଦୃଷ୍ଟିକୋଣ ହେଉଛି, “ଗୋଟିଏ ପୃଥିବୀ, ଗୋଟିଏ ସ୍ୱାସ୍ଥ୍ୟ”। ଏହି ଚିନ୍ତାଧାରା ସହ ମୁଁ ମୁନ୍‌ସୁଟ୍ ପଦକ୍ଷେପ ଅର୍ନ୍ତଗତ ୭.୫ ମିଲିୟନ୍ ଡଲାରର ସାମ୍ପଲିଂ କିଟ୍ସ, ଡିଟେକ୍ସନ୍ କିଟ୍ସ ଏବଂ ଟିକାର ସହଯୋଗ ଦେବା ପାଇଁ ଘୋଷଣା କରୁଛି। ରେଡିଓଥେରାପି ଚିକିତ୍ସା ପଦ୍ଧତି ଏବଂ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ମଧ୍ୟ ଭାରତ ସହଯୋଗ ଦେବ।

ମୁଁ ଖୁସି ଯେ ଭାରତ-ପ୍ରଶାନ୍ତ ମହାସାଗରୀୟ ଦେଶମାନଙ୍କ ପାଇଁ ଜିଏଭିଆଇ ଏବଂ କ୍ୱାଡ ପଦକ୍ଷେପ ଅନୁଯାୟୀ, ଭାରତରୁ ୪୦ ନିୟୁତ ଟିକା ଡୋଜ୍ ଯୋଗାଇ ଦିଆଯିବ। ଏହି ୪୦  ନିୟୁତ ଟିକା ଡୋଜ୍ କୋଟି କୋଟି ଲୋକଙ୍କ ଜୀବନରେ ଆଶାର କିରଣରେ ପରିଣତ ହେବ। ଯେହେତୁ ଆପଣ ଦେଖିଥିବେ, ଯେତେବେଳେ କ୍ୱାଡ କାର୍ଯ୍ୟ କରେ, ଏହା କେବଳ ରାଷ୍ଟ୍ରମାନଙ୍କ ପାଇଁ ନୁହେଁ –  ଏହା ଲୋକଙ୍କ ପାଇଁ। ଏହା ହେଉଛି ଆମର ମାନବ କୈନ୍ଦ୍ରୀକ ଆଭିମୁଖ୍ୟର ପ୍ରକୃତ ମହତ୍ତ୍ୱ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ୟୁକ୍ରେନକୁ ଭୀଷ୍ମ କ୍ୟୁବ୍ ଉପହାର ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ୍ ସରକାରଙ୍କୁ ଚାରିଟି ଭୀଷ୍ମ (ଭାରତ ହେଲଥ ଇନିସିଏଟିଭ୍ ଫର୍ ସହଯୋଗ ହିତ ଏବଂ ମୈତ୍ରୀ) କ୍ୟୁବ୍ ପ୍ରଦାନ କରିଛନ୍ତି। ୟୁକ୍ରେନର ରାଷ୍ଟ୍ରପତି ମହାମହିମ ଶ୍ରୀ ଭୋଲୋଦିମିର ଜେଲେନସ୍କି ମାନବିକ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆହତଙ୍କ ଶୀଘ୍ର ଚିକିତ୍ସା କରିବା ସହ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ଏହା ସହାୟକ ହେବ।

ପ୍ରତ୍ୟେକ ଭୀଷ୍ମ କ୍ୟୁବ୍ ରେ ସମସ୍ତ ପ୍ରକାର ଆଘାତ ଏବଂ ଚିକିତ୍ସା ପରିସ୍ଥିତି ପାଇଁ ପ୍ରାଥମିକ ଯତ୍ନ, ଔଷଧ ଏବଂ ଉପକରଣ ଆଦି ରହିଛି । ଏଥିରେ ଏକ ସାଧାରଣ ଅପରେସନ୍ ରୁମ୍ ପାଇଁ ଅସ୍ତ୍ରୋପଚାର ଉପକରଣ ମଧ୍ୟ ଅନ୍ତର୍ଭୁକ୍ତ ଯାହା ଦୈନିକ ୧୦-୧୫ଟି ଛୋଟକାଟର ଅସ୍ତ୍ରୋପଚାର ପରିଚାଳନା କରିପାରିବ । ଆଘାତ, ରକ୍ତସ୍ରାବ, ପୋଡ଼ି, ହାଡ଼ ଭାଙ୍ଗିବା ଇତ୍ୟାଦି ଜରୁରୀକାଳୀନ ପରିସ୍ଥିତିରେ ବିଭିନ୍ନ ପ୍ରକୃତିର ପ୍ରାୟ ୨୦୦ ଟି ମାମଲାକୁ ସମ୍ଭାଳିବା ପାଇଁ କ୍ୟୁବ୍ ର କ୍ଷମତା ରହିଛି । ଏହା ମଧ୍ୟ ସୀମିତ ପରିମାଣରେ ନିଜର ଶକ୍ତି ଏବଂ ଅମ୍ଳଜାନ ଉତ୍ପାଦନ କରିପାରିବ । କ୍ୟୁବ୍ ପରିଚାଳନା ପାଇଁ ୟୁକ୍ରେନ୍ ପକ୍ଷକୁ ପ୍ରାରମ୍ଭିକ ପ୍ରଶିକ୍ଷଣ ଦେବା ପାଇଁ ଭାରତର ଏକ ବିଶେଷଜ୍ଞ ଦଳ ନିୟୋଜିତ ହୋଇଛନ୍ତି।

ୟୁକ୍ରେନକୁ ମାନବିକ ସହାୟତା ଯୋଗାଇଦେବା ପାଇଁ ଭାରତର ନିରନ୍ତର ପ୍ରତିବଦ୍ଧତାକୁ ଏହି ପଦକ୍ଷେପ ଦର୍ଶାଉଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବାରୁ ପାଏଟୋଙ୍ଗଟାର୍ନ ଜିନାୱାତ୍ରାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ: ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବା ପାଏଟୋଙ୍ଗଟାର୍ନ ଜିନାୱାତ୍ରାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ଥାଇଲାଣ୍ଡ ଓ ଭାରତର ଜନସାଧାରଣଙ୍କ ମଧ୍ୟରେ ଥିବା ସଭ୍ୟତାଗତ, ସାସ୍କୃତିକ ଏବଂ ଭାବଗତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ଦୃଢ଼ କରିବା ଦିଗରେ କାମ କରିବାକୁ ଶ୍ରୀ ମୋଦୀ ଆଶା ପ୍ରକାଶ କରିଛନ୍ତି।

ଶ୍ରୀ ମୋଦୀ ଏକ୍ସ ର ଏକ ପୋଷ୍ଟରେ ଲେଖିଛନ୍ତି:

“ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବାରୁ ଅଭିନନ୍ଦନ @ingshin। ପ୍ରତ୍ୟେକ ସଫଳତାର ସମୟ ପାଇଁ ଶୁଭେଚ୍ଛା। ଭାରତ ଓ ଥାଇଲାଣ୍ଡ  ଜନସାଧାରଣଙ୍କ ମଧ୍ୟରେ ଥିବା ସଭ୍ୟତାଗତ, ସାସ୍କୃତିକ ଏବଂ ଭାବଗତ ତଥା ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଢ଼ କରିବା ଦିଗରେ ମିଳିମିଶି କାମ କରିବା ପାଇଁ ଆଶା କରୁଛି।”

Categories
ଆଜିର ଖବର ଜାତୀୟ ଖବର

ମହାରାଜ ବୀର ବିକ୍ରମ କିଶୋର ମାଣିକ୍ୟ ବାହାଦୂରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମହାରାଜ ବୀର ବିକ୍ରମ କିଶୋର ମାଣିକ୍ୟ ବାହାଦୂରଙ୍କୁ ଆଜି ତାଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତ୍ରିପୁରାର ବିକାଶରେ ତାଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ତ୍ରିପୁରାର ବିକାଶ ପାଇଁ ମହାରାଜଙ୍କ ଦୃଷ୍ଟିକୋଣକୁ ସମ୍ପୂର୍ଣ୍ଣ କରିବାକୁ ସରକାର ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରତିଶ୍ରୁତି ଦେଇଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ପ୍ରଧାନମନ୍ତ୍ରୀ ଏକ ପୋଷ୍ଟ କରି କହିଛନ୍ତି:

“ମହାନ୍ ମହାରାଜା ବୀର ବିକ୍ରମ କିଶୋର ମାଣିକ୍ୟ ବାହାଦୂରଙ୍କୁ ତାଙ୍କ ଜୟନ୍ତୀରେ ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି। ତ୍ରିପୁରାର ବିକାଶରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଗରିବ ଓ ଦଳିତଙ୍କୁ ସଶକ୍ତ କରିବା ଦିଗରେ ସେ ତାଙ୍କର ଜୀବନକୁ ଉତ୍ସର୍ଗ କରିଥିଲେ। ଜନଜାତିଙ୍କ ବିକାଶ ଦିଗରେ ତାଙ୍କର କଲ୍ୟାଣମୂଳକ ପଦକ୍ଷେପକୁ ବହୁ ପ୍ରଶଂସା ମିଳିଥିଲା। ତ୍ରିପୁରାର ବିକାଶ ପାଇଁ ଥିବା ତାଙ୍କର ଦୃଷ୍ଟିକୋଣକୁ ସମ୍ପୂର୍ଣ୍ଣ କରିବାକୁ ଆମ ସରକାର ପ୍ରତିଶ୍ରୁତିବଦ୍ଧ।”

Categories
ଆଜିର ଖବର ଜାତୀୟ ଖବର

ପୂର୍ବତନ ସାଂସଦ ଥିିରୁ ମାଷ୍ଟର ମାଥନଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ପୂର୍ବତନ ସାଂସଦ ଥିରୁ ମାଷ୍ଟର ମାଥନଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ସମାଜ ଓ ଦଳିତ ବର୍ଗଙ୍କ ସେବା ଦିଗରେ ତାଙ୍କ ପ୍ରଚେଷ୍ଟା ପାଇଁ ଥିରୁ ମାଷ୍ଟର ମାଥନ ସବୁଦିନ ପାଇଁ ମନେ ରହିବେ ବୋଲି ଶ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ପୂର୍ବତନ ସାଂସଦ ଥିରୁ ମାଷ୍ଟର ମାଥନ ଜୀ ପରଲୋକରେ ଦୁଖିଃତ। ଦଳିତଙ୍କ କାମ ଏବଂ ସମାଜର ସେବା ପାଇଁ ସେ ସବୁଦିନ ପାଇଁ ମନେ ରହିବେ। ତାମିଲନାଡ଼ୁରେ ଆମ ଦଳର ସ୍ଥିତିକୁ ସୁଦୃଢ଼ କରିବାରେ ସେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ତାଙ୍କ ପରିବାର ଓ ପ୍ରଶଂସକଙ୍କ ପାଇଁ ମୋର ସମବେଦନା। ଓମ୍ ଶାନ୍ତି।”

Categories
ଜାତୀୟ ଖବର ବଜେଟ ୨୦୨୪ ବିଶେଷ ଖବର

“ଆମେ ପ୍ରତ୍ୟେକ ସହର, ପ୍ରତ୍ୟେକ ଗ୍ରାମ ଏବଂ ପ୍ରତ୍ୟେକ ଘରେ ଉଦ୍ୟୋଗୀ ସୃଷ୍ଟି କରିବୁ”: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ୨୦୨୪- ୨୫ ଆର୍ଥିକ ବର୍ଷର ବଜେଟକୁ ପ୍ରଶଂସା କରିଛନ୍ତି।

କେନ୍ଦ୍ର ବଜେଟ୍ ୨୦୨୪ – ୨୫ ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ ସମସ୍ତ ନାଗରିକଙ୍କୁ ଚଳିତ ବର୍ଷର ବଜେଟ୍‌, ଯାହା ଦେଶକୁ ବିକାଶର ନୂତନ ଉଚ୍ଚତାରେ ପହଞ୍ଚାଇବାକୁ ବାଧ୍ୟ , ତାହାକୁ ନେଇ ଅଭିନନ୍ଦନ ଜଣାଇଥିଲେ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ତାଙ୍କ ପୂରା ଟିମ୍ ଅଭିନନ୍ଦନର ଯୋଗ୍ୟ ବୋଲି ସେ କହିଛନ୍ତି।

“କେନ୍ଦ୍ର ବଜେଟ୍ ୨୦୨୪ – ୨୫ ସମାଜର ପ୍ରତ୍ୟେକ ବର୍ଗକୁ ସଶକ୍ତ କରିବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।  “ଏହା ଗାଁର ଗରିବ କୃଷକମାନଙ୍କୁ ସମୃଦ୍ଧି ପଥରେ ନେଇଯିବ ବୋଲି ସେ ମତ ଦେଇଥିଲେ । ୨୫ କୋଟି ଲୋକଙ୍କୁ ଦାରିଦ୍ର‌୍ୟରୁ ମୁକ୍ତ କରାଯିବା ପରେ ଏକ ନବ – ମଧ୍ୟବିତ୍ତ ଶ୍ରେଣୀର ଆବିର୍ଭାବ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ବଜେଟ୍ ସେମାନଙ୍କ ସଶକ୍ତିକରଣରେ ନିରନ୍ତରତା ଆଣିଛି ଏବଂ ଅଗଣିତ ନିଯୁକ୍ତି ସୁଯୋଗ ପ୍ରଦାନ କରୁଛି ।  “ଏହି ବଜେଟ୍ ଶିକ୍ଷା ଏବଂ ଦକ୍ଷତା ବିକାଶରେ ଏକ ନୂତନ ସ୍ତର ଆଣିଛି” ବୋଲି ସେ କହିଥିଲେ । ମଧ୍ୟବିତ୍ତ ବର୍ଗ , ଜନଜାତି ସମ୍ପ୍ରଦାୟ, ଦଳିତ ଏବଂ ପଛୁଆ ବର୍ଗଙ୍କ ଲୋକମାନଙ୍କ ଜୀବନକୁ ସୁଦୃଢ଼ କରିବା ପାଇଁ ନୂଆ ଯୋଜନା ସହ ବଜେଟ୍ ପ୍ରସ୍ତୁତ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି । ଚଳିତ ବର୍ଷର ବଜେଟ୍ ମହିଳା ମାନଙ୍କର ଆର୍ଥିକ ଭାଗିଦାରୀ ସୁନିଶ୍ଚିତ କରିବା ସହ କ୍ଷୁଦ୍ର ବ୍ୟବସାୟ ଏବଂ ଏମ୍‌ଏସ୍‌ଏମ୍‌ଇ ପାଇଁ ଏକ ନୂଆ ମାର୍ଗ ନିର୍ଦ୍ଧାରଣ କରିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । “କେନ୍ଦ୍ର ବଜେଟ୍ ଉତ୍ପାଦନ ଏବଂ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରେ” ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିବା ସହିତ ଏହା ନିରନ୍ତରତା ବଜାୟ ରଖିବା ସହ ଅର୍ଥନୈତିକ ଅଭିବୃଦ୍ଧିକୁ ନୂତନ ଶକ୍ତି ପ୍ରଦାନ କରିବ  ବୋଲି ଉଲ୍ଲେଖ କରିଥିଲେ ।

ରୋଜଗାର ଏବଂ ସ୍ୱରୋଜଗାର ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ପ୍ରଧାନମନ୍ତ୍ରୀ ପିଏଲଆଇ ଯୋଜନାର ସଫଳତା ବିଷୟରେ ଉଲ୍ଲେଖ କରିଥିଲେ ଏବଂ  ନିଯୁକ୍ତି ସଂଯୁକ୍ତ ପ୍ରୋତ୍ସାହନ ଯୋଜନା , ଯାହା କୋଟି କୋଟି ନିଯୁକ୍ତି ସୃଷ୍ଟି କରିବ ତାହା ଉପରେ ଆଲୋକପାତ କରିଥିଲେ । ଏହି ଯୋଜନା ଅଧୀନରେ ଜଣେ ଯୁବକଙ୍କ ପ୍ରଥମ ଚାକିରିର ପ୍ରଥମ ଦରମା ସରକାର ବହନ କରିବେ । ସେ ଉଚ୍ଚଶିକ୍ଷାର ବ୍ୟବସ୍ଥା ଏବଂ  ୧ କୋଟି ଯୁବକଙ୍କ ପାଇଁ ଇଣ୍ଟର୍ନସିପ୍ ଯୋଜନା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ଏହି ଯୋଜନା ଅଧୀନରେ ପ୍ରମୁଖ କଂପାନୀ ଗୁଡ଼ିକରେ କାର୍ଯ୍ୟ କରି ଯୁବ ଇଣ୍ଟର୍ଣ୍ଣମାନେ ସମ୍ଭାବନାର ନୂଆ ବାଟ ବାହାର କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରତ୍ୟେକ ସହର, ପ୍ରତ୍ୟେକ ଗାଁ ଏବଂ ପ୍ରତ୍ୟେକ ଘରେ ଉଦ୍ୟୋଗୀ ସୃଷ୍ଟି କରିବାର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ମୁଦ୍ରା ଋଣ ଯୋଜନା ଅଧୀନରେ ବନ୍ଧକ ମୁକ୍ତ ଋଣର ସୀମାକୁ ୧୦ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ବିଷୟରେ କହିଥିଲେ, ଯାହା କ୍ଷୁଦ୍ର ବ୍ୟବସାୟୀ, ମହିଳା, ଦଳିତ, ପଛୁଆ ଏବଂ ବଞ୍ଚିତମାନଙ୍କୁ ବହୁତ ଉପକୃତ କରିବ ।

ଭାରତକୁ ବିଶ୍ୱର ଉତ୍ପାଦନ କେନ୍ଦ୍ରରେ ପରିଣତ କରିବା ପାଇଁ ପ୍ରତିବଦ୍ଧତା ଉପରେ  ଦୃଢୋକ୍ତି ପ୍ରକାଶ କରି ପ୍ରଧାନମନ୍ତ୍ରୀ ଦେଶର ମଧ୍ୟବିତ୍ତ ଶ୍ରେଣୀ ସହିତ ଏମଏସଏମଇର ସମ୍ପର୍କ ଏବଂ ଗରିବ ବର୍ଗ ପାଇଁ ଏହାର ନିଯୁକ୍ତି ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ । କ୍ଷୁଦ୍ର ଶିଳ୍ପ ପାଇଁ ବଡ଼ ଶକ୍ତି ସୃଷ୍ଟି କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ବଜେଟରେ ଘୋଷଣା କରାଯାଇଥିବା ନୂତନ ଯୋଜନା ବିଷୟରେ ସୂଚନା ଦେଇଥିଲେ , ଯାହା ଏମଏସଏମଇଗୁଡିକ ପାଇଁ ଋଣର ସହଜତା ବୃଦ୍ଧି କରିବ । “ବଜେଟରେ ଘୋଷଣା କରାଯାଇଥିôବା ଅନୁଯାୟୀ,  ଉତ୍ପାଦନ ଏବଂ  ରପ୍ତାନି ପ୍ରତ୍ୟେକ ଜିଲ୍ଲାରେ ପହଂଚିବ” ବୋଲି କହିବା ସହିତ ସେ  “ଇ – କମର୍ସ, ରପ୍ତାନି କେନ୍ଦ୍ର୍ ଏବଂ ଖାଦ୍ୟ ଗୁଣବତ୍ତା ପରୀକ୍ଷା ଗୋଟିଏ ଜିଲ୍ଲା – ଗୋଟିଏ ଉତ୍ପାଦ କାର୍ଯ୍ୟକ୍ରମକୁ ନୂତନ ଗତି ପ୍ରଦାନ କରିବ ବୋଲି ସୂଚନା ଦେଇଥିଲେ ।

କେନ୍ଦ୍ର ବଜେଟ ୨୦୨୪- ୨୫ ଭାରତର ଷ୍ଟାର୍ଟଅପ୍ ଏବଂ ନବସୃଜନ ପାରିବେଶିକ ବ୍ୟବସ୍ଥା ପାଇଁ ଅନେକ ସୁଯୋଗ ଆଣିଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ ମହାକାଶ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଏକ ହଜାର କୋଟି ଟଙ୍କାର କର୍ପସ ପାଣ୍ଠି ଏବଂ ଆଞ୍ଜେଲ୍ ଟିକସ ଉଚ୍ଛେଦ ସମ୍ପର୍କିତ ଉଦାହରଣ ଦେଇଥିଲେ ।

୧୨ଟି ନୂତନ ଶିଳ୍ପ କେନ୍ଦ୍ର, ନୂତନ ଉପଗ୍ରହ ସହର ଏବଂ ୧୪ଟି ବଡ଼ ସହର ପାଇଁ ପରିବହନ ଯୋଜନା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, “ରେକର୍ଡ ଉଚ୍ଚ ସ୍ତରର ପୁଞ୍ଜିଗତ ବ୍ୟୟ  ଅର୍ଥନୀତିର ଏକ ଚାଳକ ଶକ୍ତିରେ ପରିଣତ ହେବ” । ଏହା ଦ୍ୱାରା ଦେଶରେ ନୂତନ ଅର୍ଥନୈତିକ କେନ୍ଦ୍ରର ବିକାଶ ହେବା ସହ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଥିଲେ ।

ରେକର୍ଡ ପ୍ରତିରକ୍ଷା ରପ୍ତାନି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ , ଚଳିତ ବର୍ଷର ବଜେଟରେ ଏକ ‘ଆତ୍ମନିର୍ଭର’ ପ୍ରତିରକ୍ଷା କ୍ଷେତ୍ର ସୃଷ୍ଟି କରିବା ପାଇଁ ଅନେକ ବ୍ୟବସ୍ଥା ରହିଛି । ସେ କହିଥିଲେ ଯେ ଭାରତ ପ୍ରତି ବିଶ୍ୱର ଆକର୍ଷଣ କ୍ରମାଗତ ଭାବରେ ବୃଦ୍ଧି ପାଉଛି ଯାହା ପର୍ଯ୍ୟଟନ ଶିଳ୍ପ ପାଇଁ ନୂତନ ମାର୍ଗ ଖୋଲିଛି । ଚଳିତ ବର୍ଷ ବଜେଟରେ ପର୍ଯ୍ୟଟନ ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ ଯେ ପର୍ଯ୍ୟଟନ ଶିଳ୍ପ ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ ଅନେକ ସୁଯୋଗ ଆଣିଛି ।

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ  ଯେ ଗତ ୧୦ ବର୍ଷ ମଧ୍ୟରେ ସରକାର ଗରିବ ଏବଂ ମଧ୍ୟବିତ୍ତଙ୍କ ପାଇଁ ଟିକସ ରିହାତି ସୁନିଶ୍ଚିତ କରିଥିବା ବେଳେ ଚଳିତ ବର୍ଷ ବଜେଟରେ ଆୟକର ହ୍ରାସ, ଷ୍ଟାଣ୍ଡାର୍ଡ ଡିଡକ୍ସନ ବୃଦ୍ଧି ଏବଂ ଟିଡିଏସ ନିୟମକୁ ସରଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସେ କହିଛନ୍ତି ଯେ ଏହି ସଂସ୍କାର ଟିକସଦାତାଙ୍କୁ ଅଧିକ ଟଙ୍କା ସଞ୍ଚୟ କରିବାକୁ ଅନୁମତି ଦେବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ  ‘ପୂର୍ବୋଦୟ’ ଦୃଷ୍ଟିକୋଣ ମାଧ୍ୟମରେ ଭାରତର ପୂର୍ବାଞ୍ଚଳର ସାମଗ୍ରିକ ବିକାଶକୁ ନୂତନ ଗତି ଏବଂ ଶକ୍ତି ମିଳିବ । ପୂର୍ବ ଭାରତରେ ରାଜପଥ, ଜଳ ପ୍ରକଳ୍ପ ଏବଂ ବିଦ୍ୟୁତ ପ୍ରକଳ୍ପ ଭଳି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିର ବିକାଶକୁ ନୂତନ ପ୍ରୋତ୍ସାହନ ଦିଆଯିବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, “ଏହି ବଜେଟରେ ଦେଶର କୃଷକମାନଙ୍କ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି” । ବିଶ୍ୱର ସର୍ବବୃହତ ଶସ୍ୟ ସଂରକ୍ଷଣ ଯୋଜନା ପରେ ଏବେ ପନିପରିବା ଉତ୍ପାଦନ କ୍ଲଷ୍ଟର ଆରମ୍ଭ କରାଯାଉଛି , ଯାହା ଉଭୟ କୃଷକ ଏବଂ ମଧ୍ୟବିତ୍ତଙ୍କୁ ସାହାଯ୍ୟ କରିବ । କୃଷି କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହେବା ସମୟର ଆବଶ୍ୟକତା ବୋଲି ସେ ଗୁରୁତ୍ୱାରୋପ  କରିଛନ୍ତି । ତେଣୁ ଚାଷୀଙ୍କୁ ଡାଲି ଓ ତୈଳବୀଜ ଉତ୍ପାଦନ ବଢ଼ାଇବା ପାଇଁ ସାହାଯ୍ୟ କରିବା ନିମନ୍ତେ ପଦକ୍ଷେପ ଘୋଷଣା କରାଯାଇଛି ।

ଦାରିଦ୍ର‌୍ୟ ଦୂରୀକରଣ ଏବଂ ଗରିବଙ୍କ ସଶକ୍ତିକରଣ ସମ୍ବନ୍ଧୀୟ ପ୍ରମୁଖ ଯୋଜନାଗୁଡ଼ିକୁ ସ୍ପର୍ଶ କରି ପ୍ରଧାନମନ୍ତ୍ରୀ ଗରିବ ଲୋକମାନଙ୍କ ପାଇଁ ୩ କୋଟି ଘର ଏବଂ ଜନଜାତିୟ ଉନ୍ନତ ଗ୍ରାମ ଅଭିଯାନ ବିଷୟରେ ସୂଚନା ଦେଇଥିଲେ,  ଯାହା ୫ କୋଟି ଆଦିବାସୀ ପରିବାରକୁ ମୌଳିକ ସୁବିଧା ସହିତ ଯୋଡ଼ିବ । ଏହାବ୍ୟତୀତ ଗ୍ରାମ ସଡ଼କ ଯୋଜନାରେ ୨୫ ହଜାର ନୂଆ ଗ୍ରାମାଞ୍ଚଳକୁ ସବୁ ଋତୁ ପାଇଁ  ସଡ଼କ ସହ ସଂଯୋଗ କରାଯିବ, ଯାହା ଦ୍ୱାରା ସମସ୍ତ ରାଜ୍ୟ ଉପକୃତ ହେବେ ।

ଆଜିର ବଜେଟ୍ ନୂଆ ସୁଯୋଗ, ନୂତନ ଶକ୍ତି, ନୂତନ ନିଯୁକ୍ତି ଏବଂ ଆତ୍ମନିଯୁକ୍ତି ସୁଯୋଗ ଆଣିଛି ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଏହା ଉନ୍ନତ ଅଭିବୃଦ୍ଧି ଏବଂ ଉଜ୍ଜ୍ୱଳ ଭବିଷ୍ୟତ ଆଣିଛି । ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବା ଏବଂ ବିକଶିତ ଭାରତର ମଜବୁତ ଭିତ୍ତିଭୂମି ସ୍ଥାପନ କରିବା ପାଇଁ ବଜେଟ୍ ର ସମ୍ଭାବନା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ସମାପ୍ତ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର

ମନ କୀ ବାତ ପାଇଁ ମତାମତ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୨୮ ଜୁଲାଇ ୨୦୨୪ରେ ପ୍ରସାରଣ ହେବାକୁ ଥିବା ମନ କୀ ବାତ କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କ ଠାରୁ ମତାମତ ଆହ୍ୱାନ କରିଛନ୍ତି।

ସମାଜର ରୂପାନ୍ତରଣ ଦିଗରେ ଅନେକ ଯୁବ ପିଢ଼ି ସାମୂହିକ ପ୍ରଚେଷ୍ଟା ଚଳାଇଥିବାରୁ ପ୍ରଧାନମନ୍ତ୍ରୀ ମଧ୍ୟ ସନ୍ତୋଷ ପ୍ରକାଶ କରିଛନ୍ତି। MyGov ଏବଂ NaMo App ରେ ମତାମତ ସେୟାର କରି ନଥିବା ବ୍ୟକ୍ତିମାନଙ୍କୁ ଏବେ ମତାମତ ସେୟାର କରିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରି ଲେଖିଛନ୍ତି;

“ଚଳିତ ମାସ ୨୮ ତାରିଖ ରବିବାର ପ୍ରସାରଣ ହେବାକୁ ଥିବା # MannKiBaat କାର୍ଯ୍ୟକ୍ରମ ପାଇଁ ମୁଁ ଅନେକ ମତାମତ ପାଉଛି। ଆମ ସମାଜର ରୂପାନ୍ତରଣ ଦିଗରେ ଅନେକ ଯୁବ ପିଢ଼ିଙ୍କ ସାମୂହିକ ପ୍ରଚେଷ୍ଟା ଦେଖି ଖୁସି ଲାଗୁଛି । ଆପଣମାନେ ଆପଣଙ୍କ ମତାମତ MyGov କିମ୍ବା NaMo App ରେ ପୋଷ୍ଟ କରିପାରିବେ କିମ୍ବା ଆପଣଙ୍କ ବାର୍ତ୍ତା 1800-11-7800 ରେ ରେକର୍ଡ କରିପାରିବେ।