Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ନାଭାଲ ଛକ ନିକଟରେ କାର୍‌-ତେଲ ଟ୍ୟାଙ୍କର ଧକ୍କା: ରାସ୍ତା ପାର୍ଶ୍ବରେ ଥିବା ଅଟୋ ଉପରେ ଚଢିଗଲା ଟ୍ୟାଙ୍କର୍‌

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ: ନାଭାଲ ଛକ ନିକଟରେ ଏକ କାର ସହ ତେଲ ଟ୍ୟାଙ୍କରର ଧକ୍କା ହୋଇଛି। ମିଳିଥିବା ସୂଚନା ଅନୁସାରେ ତେଲ ଟ୍ୟାଙ୍କର୍‌ ଓ କାର୍‌ଟି ଭୁବନେଶ୍ବରରୁ ବ୍ରହ୍ମପୁର ଯାଉଥିବାବେଳେ ନାଭାଲ୍‌ ଛକ ନିକଟରେ କାର୍‌କୁ ଧକ୍କା ଦେଇଥିଲା ତେଲ ଟ୍ୟାଙ୍କରଟି।  ଓଡି ୦୨ ଏକ୍ସ ୩୦୦୪ ନମ୍ବରର କାରଟିକୁ ଏନଏଲ ୦୧ କେ ୮୭୭୧ ନମ୍ବରର ତେଲ ଟ୍ୟାଙ୍କରଟି ଧକ୍କା ଦେଇଥିଲା।

କାର୍‌ ସହ ତେଲ ଟ୍ୟାଙ୍କରଟି ଧକ୍କା ଦେବା ପରେ ଟ୍ୟାଙ୍କରଟି ଭାରସ୍ୟାମ ହରାଇ ଆଭା ହସ୍ପିଟାଲ ନିକଟରେ ଠିଆ ହୋଇଥିବା ୬ ଟି  ଅଟୋ ଉପରକୁ ଚଢ଼ିଯାଇଥିଲା। ଏହି ଦୁର୍ଘଟଣାରେ ପ୍ରାୟ ୬ ଟି  ଅଟୋ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଥିବାବେଳେ କାର୍‌ରେ  ଥିବା ସ୍ବାମୀ ସ୍ତ୍ରୀ ଗୁରୁତର ହୋଇଛନ୍ତି। କାର ମାଲିକ ସୁବାସ ସାହୁ(୬୫) ନିଜେ ତାଙ୍କ ପତ୍ନୀ ପୁଷ୍ପାଞ୍ଜଳି (୫୨)ଙ୍କ ସହିତ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର ଅଗ୍ନିଶମ ଅଧିକାରୀ ନିତ୍ୟାନନ୍ଦ ଜେନା ପହଞ୍ଚି  ଆହତଙ୍କୁ ଉଦ୍ଧାର କରିଛନ୍ତି। ଗୁରୁତର ସ୍ବାମୀଙ୍କ  ସ୍ତ୍ରୀଙ୍କ ସମେତ ଅନ୍ୟ ଦୁଇଜଣଙ୍କୁ ବାଲୁଗାଁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ ଏହି ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦାରଖ କରୁଥିବାବେଳେ ନାଭାଲ ଫାଣ୍ଡି ଅଧିକାରୀ ଗୋବିନ୍ଦ ଗୌଡ଼ ଏହି ଘଟଣାର ତଦନ୍ତ କରୁଛନ୍ତି।

Categories
ଆଜିର ଖବର

ଗୁପ୍ତଚର ବୃତ୍ତି ଅଭିଯୋଗରେ 7 ନୌସେନା ଯବାନ ଗିରଫ

ବିଶାଖାପଟ୍ଟନମ,20/12 : ଆନ୍ଧ୍ରପ୍ରଦେଶ ପୁଲିସ ପାକିସ୍ତାନୀ ଗୁପ୍ତଚର ରାକେଟ୍‌ର ପର୍ଦ୍ଦାଫାଶ କରିଛି । ଏହି ଘଟଣାରେ ପୁଲିସ ଏବଂ ନୌସେନା ଗୁଇନ୍ଦା ଶାଖା ଭାରତୀୟ ନୌସେନାର 7 ଯବାନଙ୍କୁ ଗିରଫ କରିଛି । ଏହି ଯବାନ ମାନେ ପାକିସ୍ତାନ ପାଇଁ ଗୁଇନ୍ଦା କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ହୋଇଛି । ଆନ୍ଧ୍ରପ୍ରଦେଶ ରାଜ୍ୟ ଗୁଇନ୍ଦା ଶାଖା କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଏବଂ ନୌସେନାର ଗୁଇନ୍ଦା ବିଭାଗ ସହିତ ମିଶି ଅପରେଶନ ‘ଡଲଫିନ୍ସ ନୋଜ’ ଆରମ୍ଭ କରିଥିଲା । ଏହି ଅପରେଶନ ସମୟରେ ପାକିସ୍ତାନୀ ଗୁଇନ୍ଦା ରାକେଟ୍‌ର ପର୍ଦ୍ଦାଫାଶ ହୋଇଥିବା ଜଣାପଡିଛି । ପ୍ରାଥମିକ ତଦନ୍ତ ପରେ ଭାରତୀୟ ନୌସେନାର 7 ଯବାନ ଏବଂ ଜଣେ ହୱାଲା ଅପରେଟରକୁ ଦେଶର ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଛି । (ଏଜେନ୍ସୀ)

Categories
ଆଜିର ଖବର

ନୂତନ ନୌସେନା ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କଲେ ଭାଇସ୍‌ ଆଡମିରାଲ୍‌ କମରମବୀର ସିଂ

ଭାଇସ୍‌ ଆଡମିରାଲ କରମବୀର ସିଂ ଦେଶର ନୂତନ ନୌସେନା ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି। ପୂର୍ବରୁ କରମବୀରଙ୍କୁ ନୌସେନା ମୁଖ୍ୟ ଭାବରେ ଘୋଷଣା କରାଯାଇଥିବା ବେଳେ ସେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି। କରମବୀରଙ୍କ ନିଯୁକ୍ତିକୁ ବିରୋଧ କରି ମାମଲା ଦାୟର କରିଥିବା ଭାଇସ୍‌ ଆଡମିରାଲ ବିମଳ ବର୍ମାଙ୍କୁ ମଧ୍ୟ ନିରାଶ ହେବାକୁ ପଡିଛି। ବର୍ମାଙ୍କ ଠାରୁ କନିଷ୍ଠ ହୋଇଥିବାରୁ କରମବୀରଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ଏକ ପିଟିସନ୍‌ ଦାଖଲ କରିଥିଲେ ବର୍ମା। ମାତ୍ର କେନ୍ଦ୍ର ସରକାର ବର୍ମାଙ୍କ ପିଟିସନ୍‌କୁ ଖାରଜ କରିବା ସହିତ ନୌସେନା ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି କରମବୀର ସିଂ। ନ୍ୟସ୍‌ନାଲ ଡିଫେନ୍ସ ଏକାଡେମୀ (ଏନ୍‌ଡିଏ)ରୁ ପାଶ୍‌ କରିଥିବା କରମବୀର ସିଂ ୧୯୮୦ ରେ ନୌସେନାରେ ଯୋଗ ଦେଇଥିଲେ। ୧୯୮୨ ରେ ହେଲିକପ୍ଟର ପାଇଲଟ୍‌ ଭାବରେ କାର୍ଯ୍ୟ କରିଛନ୍ତି କରମବୀର। ଏହା ସହିତ ଦେଶର ପ୍ରଥମ ହେଲିକପ୍ଟର ପାଇଲଟ୍‌ ଭାବରେ ନୌସେନା ମୁଖ୍ୟ ହେବାରୁ ସୌଭାଗ୍ୟ ହାସଲ କରିଛନ୍ତି କରମବୀର। ଭାରତୀୟ ନୌସେନା ଅଧୀନରେ ୭୦୦୦ କିମିର ସମୁଦ୍ରତଟ ରହିଛି ଏହାର ସୁରକ୍ଷା ବଡ ଜ୍ୟାଲେଞ୍ଜ ରହିବ ବୋଲି କରମବୀର ପ୍ରକାଶ କରିଛନ୍ତି।