Categories
ଆଜିର ଖବର

ଛତିଶଗଡରୁ ୬ ମାଓବାଦୀ ଗିରଫ

ଛତିଶଗଡ଼ର ବିଭିନ୍ନ ଅଞ୍ଚଳରୁ ସୁରକ୍ଷା କର୍ମୀ ୬ ଜଣ ମାଓବାଦୀଙ୍କୁ ଗିରଫ କରିଛନ୍ତି। ଗିରଫ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ରହିଛନ୍ତି। ଗିରଫ ୬ ଜଣଙ୍କ ମଧ୍ୟରେ ୪ ଜଣଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରା ଯାଇଥିଲା। ସେମାନଙ୍କ ମଧ୍ୟରେ ୩ ଜଣ ମାଓବାଦୀ ଯବାନମାନଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ବେଳେ ଦୂରଦର୍ଶନ ଭିଡିଓ ସାମ୍ବାଦିକ ଅଚ୍ୟୁତାନନ୍ଦ ସାହୁଙ୍କୁ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତ ଅଛନ୍ତି। ସମ୍ପୃକ୍ତ ମାଓବାଦୀଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଦୁଇରୁ ଅଧିକ ସ୍ଥାନରେ ଚଢ଼ାଉ କରାଯାଇଥିଲା। ସୁରକ୍ଷା କର୍ମୀଙ୍କୁ ହତ୍ୟା କରିବା, ବସ ଜଳାଇବା ଏବଂ ଦୂରଦର୍ଶନ କ୍ୟାମେରା ଟିମ ଉପରେ ଆକ୍ରମଣ ଓ ସାମ୍ବାଦିକଙ୍କୁ ହତ୍ୟା କରିବା ଘଟଣାରେ ପୁଲିସ ସେମାନଙ୍କୁ ଖୋଜୁଥିଲା।

Categories
ଆଜିର ଖବର

ଝାଡଖଣ୍ଡଠାରେ ଏନକାଉଣ୍ଟର: ୩ ମାଓବାଦୀ ନିହତ, ଜଣେ ଯବାନ ଶହୀଦ

ଝାଡ଼ଖଣ୍ଡର ବେଲଭା ଘାଟରେ ଆଜି ସକାଳେ ଯବାନ ଏବଂ ମାଓବାଦୀମାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି ଏଥିରେ ୩ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଶହୀଦ ହୋଇଛନ୍ତି। ଆଜି ଭୋରରୁ ୭ମ ବାଟାଲିୟନ ସିଆରପିଏଫ ଯବାନଙ୍କ ପକ୍ଷରୁ ବେଲଭା ଘାଟ ଜଙ୍ଗଲ ଅଞ୍ଚଳରେ ସ୍ବତନ୍ତ୍ର ଅପରେଶନ ଚାଲିଥିଲା। କିଛି ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଚାଲିଥିଲା। ଗୁଳିବିନିମୟରେ ୩ ମାଓବାଦୀମୃତ୍ୟୁ ହୋଇଥିବାସ୍ଥଳେ ଜଣେ ଯବାନ୍‌ ଶହୀଦ୍‌ ହୋଇଛନ୍ତି। ସେଠାରୁ ଗୋଟିଏ ଏକେ-୪୭ ବନ୍ଧୁକ, ୩ଟି ମାଗାଜିନ୍‌ ଏବଂ ୪ଟି ପାଇପ୍‌ ବୋମା ଜବତ ହୋଇଛି। ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଇଛି।

Categories
ଆଜିର ଖବର

ନାରାୟଣପୁରରେ ମାଓବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ, ଜଣେ ମାଓବାଦୀ ନିହତ

ଛତିଶଗଡ଼ ନାରାୟଣପୁର ଅର୍ଚ୍ଛା ଥାନା ଅଂଚଳରେ ମାଓବାଦୀ ଓ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଗୁଳି ବିନିମୟରେ ଜଣେ ନକ୍ସଲ ନିହତ ହୋଇଛି। ଏହା ପୂର୍ବରୁ ଆଇଟିବିପି ଓ ରାଜ୍ୟ ପୁଲିସର ଏକ ମିଳିତ ବାହିନୀ ଉପରେ ମଧ୍ୟ ନକ୍ସଲମାେନ ଆଇଇଡି ବିସ୍ଫୋରଣ କରିଥିଲେ। ତେବେ ସୁରକ୍ଷାବଳ ଏହି ବିସ୍ଫୋରଣରୁ ନିଜକୁ ରକ୍ଷା କରିବା ସହ ନକ୍ସଲଙ୍କ ଉପରକୁ ଗୁଳି ଚଳାଇଥିଲେ। ଗତ କାଲି ମଧ୍ୟ ଗଡଚିରୋଲୀ ଜିଲ୍ଲାରେ ନକ୍ସଲମାନେ ଆଇଇଡି ବିସ୍ଫୋରଣ ଘଟାଇଥିଲେ। ଗତ ମଙ୍ଗଳବାରଦିନ ରାଜ୍ୟର ଦାନ୍ତେଓ୍ଵାଡ଼ା ଜିଲ୍ଲାର କୁଆଗୁଡ଼ା ନାମକ ସ୍ଥାନରେ ମାଓବାଦୀମାନେ ଆଇଡି  ବିସ୍ଫୋରଣ କରିବା ଫଳରେ ବିଜେପି ବିଧାୟକ ଭୀମା ମଣ୍ଡାଭୀ ନିହତ ହୋଇଥିଲେ। ଏହା ସହିତ ତାଙ୍କ ସହିତ ଥିବା ୫ ଜଣ ଯବାନ ସହିଦ ହୋଇଥିଲେ।

Categories
ଆଜିର ଖବର

୨ ମହିଳାଙ୍କ ସମେତ ୧୦ ନକ୍ସଲଙ୍କ ଆତ୍ମସମର୍ପଣ

ଛତିଶଗଡର ନକ୍ସଲ ପ୍ରଭାବିତ ସୁକୁମା ଜିଲାରେ ଦୁଇ ଜଣ ମହିଳା ସମେତ ୧୦ ଜଣ ନକ୍ସଲ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ନକ୍ସଲନେତାଙ୍କ ଦ୍ବାରା ସେମାନେ ଶୋଷଣର ଶିକାର ହେଉଥିଲେ ବୋଲି ଆତ୍ମସମର୍ପଣ କରିଥିବା ନକ୍ସଲମାନେ କହିଛନ୍ତି। ସୁକମା ଜିଲାର ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସୁକୁମା ଜିଲାର କୋଣ୍ଟା ଥାନା ଅନ୍ତର୍ଗତ ବାଲେଙ୍ଗତୋଙ୍ଗ ଗ୍ରାମରେ ରହୁଥିବା ୧୦ ଜଣ ନକ୍ସଲ ସ୍ଥାନୀୟ ପୁଲିସ ଓ କେନ୍ଦ୍ର ରିଜର୍ଭ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ନକ୍ସଲ ରହିଛନ୍ତି। ଆତ୍ମସମର୍ପଣ କରିଥିବା ସମସ୍ତ ନକ୍ସଲଙ୍କ ବିରୋଧରେ ବସ୍ ଓ ଅନ୍ୟ ଯାନବାହନରେ ନିଆଁ ଲଗାଇବା ଏବଂ ବୋମା ବିସ୍ଫୋରଣ କରିବା ଭଳି ସାଂଘାତିକ ଅଭିଯୋଗ ରହିଛି। ଆତ୍ମସମର୍ପଣ କରିଥିବା ନକ୍ସଲ ସରକାରୀ ଯୋଜନାର ଲାଭ ପାଇପାରିବେ ବୋଲି ପୁଲିସ ଅଧିକାରୀ କହିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲ ମାନେ ଡିଏକେଏମ୍‌ଏସ୍‌ ନକ୍ସଲୀ ସଙ୍ଗଠନର ସଦସ୍ୟ।

Categories
ଆଜିର ଖବର

ଦାନ୍ତେଓ୍ବାଡାରେ ମାଓ ଆକ୍ରମଣରେ ୬ ସିଆରଏପଏଫ୍‌ ଆହତ

ଛତିଶଗଡ଼ ଜିଲ୍ଲାର ଦନ୍ତେଓ୍ଵାଡ଼ାଠାରେ ମାଓବାଦୀମାନେ ସେଣ୍ଟ୍ରାଲ୍‌ ରିଜର୍ଭ ପୁଲିସ୍‌ ଫୋର୍ସଙ୍କ ଉପରକୁ ଆକ୍ରମଣ କରିଛନ୍ତି। ଏହି ମାଓ ଆକ୍ରମଣରେ ୬ ଜଣ ସେଣ୍ଟ୍ରାଲ୍‌ ରିଜର୍ଭ ପୁଲିସ୍‌ ଫୋର୍ସ(ସିଆର୍‌ପିଏଫ୍‌) ଯବାନ ଆହତ ହୋଇଥିବା ସୂଚନା ରହିଛି। ଆହତମାନଙ୍କୁ ହସ୍ପିଟାଲ୍‌କୁ ନିଆଯାଇଛି। ମାଓବାଦୀମାନେ ଆକ୍ରମଣ ବେଳେ ଆଇଡି ବ୍ୟବହାର କରିଛନ୍ତି ବୋଲି ସୂଚନା ରହିଛି। ଦନ୍ତେଓ୍ଵାଡାରେ ମାଓବାଦୀମାନେ ଆକ୍ରମଣ କରିବା ପରେ ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଯାଇଛି। ଆହତ ଯବାନଙ୍କ ଭିତରେ ଦୁଇଜଣଙ୍କର ଅବସ୍ଥା ଗୁରୁତର ରହିଛି।