୨ ମହିଳାଙ୍କ ସମେତ ୧୦ ନକ୍ସଲଙ୍କ ଆତ୍ମସମର୍ପଣ

Published: Mar 28, 2019, 4:38 pm IST
10 naxlite surrender

ଛତିଶଗଡର ନକ୍ସଲ ପ୍ରଭାବିତ ସୁକୁମା ଜିଲାରେ ଦୁଇ ଜଣ ମହିଳା ସମେତ ୧୦ ଜଣ ନକ୍ସଲ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ନକ୍ସଲନେତାଙ୍କ ଦ୍ବାରା ସେମାନେ ଶୋଷଣର ଶିକାର ହେଉଥିଲେ ବୋଲି ଆତ୍ମସମର୍ପଣ କରିଥିବା ନକ୍ସଲମାନେ କହିଛନ୍ତି। ସୁକମା ଜିଲାର ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସୁକୁମା ଜିଲାର କୋଣ୍ଟା ଥାନା ଅନ୍ତର୍ଗତ ବାଲେଙ୍ଗତୋଙ୍ଗ ଗ୍ରାମରେ ରହୁଥିବା ୧୦ ଜଣ ନକ୍ସଲ ସ୍ଥାନୀୟ ପୁଲିସ ଓ କେନ୍ଦ୍ର ରିଜର୍ଭ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ନକ୍ସଲ ରହିଛନ୍ତି। ଆତ୍ମସମର୍ପଣ କରିଥିବା ସମସ୍ତ ନକ୍ସଲଙ୍କ ବିରୋଧରେ ବସ୍ ଓ ଅନ୍ୟ ଯାନବାହନରେ ନିଆଁ ଲଗାଇବା ଏବଂ ବୋମା ବିସ୍ଫୋରଣ କରିବା ଭଳି ସାଂଘାତିକ ଅଭିଯୋଗ ରହିଛି। ଆତ୍ମସମର୍ପଣ କରିଥିବା ନକ୍ସଲ ସରକାରୀ ଯୋଜନାର ଲାଭ ପାଇପାରିବେ ବୋଲି ପୁଲିସ ଅଧିକାରୀ କହିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲ ମାନେ ଡିଏକେଏମ୍‌ଏସ୍‌ ନକ୍ସଲୀ ସଙ୍ଗଠନର ସଦସ୍ୟ।

Related posts