Categories
ଆଜିର ଖବର ଜାତୀୟ ଖବର

ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଗିରଫ 

ଉଜ୍ଜୈନ୍‌ : ଉତ୍ତରପ୍ରଦେଶର ମୋଷ୍ଟ ୱାଣ୍ଟେଡ ବିକାଶ ଦୁବେ ଗିରଫ ।ମଧ୍ୟପ୍ରଦେଶ ଉଜୈନରୁ ବିକାଶ ଦୁବେ ଗିରଫ ହୋଇଥିବା ଜଣାପଡ଼ିଛି। ବିକାଶ ଦୁବେ ଉଜୈନର ମହାକାଳ ମନ୍ଦିର ଦର୍ଶନ ପାଇଁ ଯାଇଥିବା ବେଳେ  ପୋଲିସ ତାଙ୍କୁ ଗିରଫ କରିଥିଲା।

ମିଳିଥିବା ସୂଚନା ଅନୁସାରେ ବିକାଶ ମହାକାଳ ମନ୍ଦିର ଥାନାରେ ପହଞ୍ଚି ନିଜକୁ ‘ସରେଣ୍ଡର କରିଥିଲା ବୋଲି ସୂଚନା ରହିଛି । ପୋଲିସ୍‌ ବିକାଶ ଦୁବେକୁ ଗିରଫ କରି ତାଙ୍କୁ ମହାକାଳ ଥାନା ନେଇ ଆସିଛନ୍ତି ।  ବିକାଶ ଦୁବେଙ୍କ ସରେଣ୍ଡର ଖବର ମିଳିବା ପରେ ଏସ୍‌ଟିଏଫ୍‌ ଟିମ୍‌ ଛାନ୍‌ଭିନ୍‌ ପାଇଁ ଉଜ୍ଜୈନ ଯାଇଥିବାର ସୂଚନା ରହିଛି।

ସୂଚନାଯୋଗ୍ୟ, ଶୁକ୍ରବାର ଦିନ କାନପୁରରେ 8 ଜଣ ପୁଲିସ୍‌ କର୍ମୀଙ୍କୁ ବିକାଶ ହତ୍ୟା କରିବା ପରେ ଫେରାର ଥିଲା।  ଗୁରୁବାର ସକାଳେ ପୋଲିସ ଏନକାଉଣ୍ଟରରେ  ବିକାଶ ଦୁବେଙ୍କ ଦୁଇ ସହକର୍ମୀ ନିହତ ହୋଇଛନ୍ତି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଆତ୍ମସମର୍ପଣ କଲେ ୬୪୪ ଜଣ ଉଗ୍ରବାଦୀ

ଆସାମ: ଆଜି ୬୪୪ଜଣ ଉଗ୍ରବାଦୀ ୧୭୭ଟି ଅସ୍ତ୍ରଶସ୍ତ୍ର ସହ ଆତ୍ମସମପର୍ଣ କରିଛନ୍ତି। ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେଓ୍ବାଲଙ୍କୁ ଏକ ସଫଳତା ମିଳିଛି। ୬୪୪ଜଣ ଉଗ୍ରବାଦୀ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେଓ୍ବାଲଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି। ଏହି ସମସ୍ତ ଉଗ୍ରବାଦୀ ପ୍ରତିବନ୍ଧିତ ସଙ୍ଗଠନ ଦଳ ଉଲ୍‌ଫା (ଆଇ), ଏନ୍‌ଡିଏଫବି, ଆରଏନଏଲ୍‌ଏଫ, କେଏଲଓ, ସିପିଆଇ (ମାଓବାଦୀ), ଏନଏସ୍‌ଏଲ୍‌ଏ ଓ ଏଡିଏଫ୍‌ରେ ସାମିଲ୍‌ ରହିଥିଲେ। ରାଜ୍ୟ ତଥା ଆସାମ ପୋଲିସ୍‌ ପାଇଁ ଆଜିର ଦିନ ଐତିହାସିକ ଦିନ ବୋଲି କହିଛନ୍ତି ପୋଲିସ୍‌ ମହାନିର୍ଦ୍ଦେଶକ ଭାସ୍କର ଜ୍ୟୋତି ମହାନ୍ତା। (ଏଜେନ୍ସି)

Categories
ଆଜିର ଖବର

୨ ମହିଳାଙ୍କ ସମେତ ୧୦ ନକ୍ସଲଙ୍କ ଆତ୍ମସମର୍ପଣ

ଛତିଶଗଡର ନକ୍ସଲ ପ୍ରଭାବିତ ସୁକୁମା ଜିଲାରେ ଦୁଇ ଜଣ ମହିଳା ସମେତ ୧୦ ଜଣ ନକ୍ସଲ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ନକ୍ସଲନେତାଙ୍କ ଦ୍ବାରା ସେମାନେ ଶୋଷଣର ଶିକାର ହେଉଥିଲେ ବୋଲି ଆତ୍ମସମର୍ପଣ କରିଥିବା ନକ୍ସଲମାନେ କହିଛନ୍ତି। ସୁକମା ଜିଲାର ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସୁକୁମା ଜିଲାର କୋଣ୍ଟା ଥାନା ଅନ୍ତର୍ଗତ ବାଲେଙ୍ଗତୋଙ୍ଗ ଗ୍ରାମରେ ରହୁଥିବା ୧୦ ଜଣ ନକ୍ସଲ ସ୍ଥାନୀୟ ପୁଲିସ ଓ କେନ୍ଦ୍ର ରିଜର୍ଭ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ନକ୍ସଲ ରହିଛନ୍ତି। ଆତ୍ମସମର୍ପଣ କରିଥିବା ସମସ୍ତ ନକ୍ସଲଙ୍କ ବିରୋଧରେ ବସ୍ ଓ ଅନ୍ୟ ଯାନବାହନରେ ନିଆଁ ଲଗାଇବା ଏବଂ ବୋମା ବିସ୍ଫୋରଣ କରିବା ଭଳି ସାଂଘାତିକ ଅଭିଯୋଗ ରହିଛି। ଆତ୍ମସମର୍ପଣ କରିଥିବା ନକ୍ସଲ ସରକାରୀ ଯୋଜନାର ଲାଭ ପାଇପାରିବେ ବୋଲି ପୁଲିସ ଅଧିକାରୀ କହିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲ ମାନେ ଡିଏକେଏମ୍‌ଏସ୍‌ ନକ୍ସଲୀ ସଙ୍ଗଠନର ସଦସ୍ୟ।