Categories
ଆଜିର ଖବର ଜାତୀୟ ଖବର

ସମୁଦ୍ରରେ ଏନସିବିର ବଡ କାର୍ଯ୍ୟାନୁଷ୍ଠାନ, ୩୦୦୦ କିଲୋରୁ ଊର୍ଦ୍ଧ୍ଵ ଡ୍ରଗ୍ସ ଜବତ

ନୂଆଦିଲ୍ଲୀ: ଭାରତୀୟ ନୌସେନା, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ମିଳିତ ସହଯୋଗରେ ମଙ୍ଗଳବାର ଦିନ ଗୁଜୁରାଟ ଉପକୂଳରୁ ପ୍ରାୟ ୩,୩୦୦ କିଲୋଗ୍ରାମ ଡ୍ରଗ୍ସ ନେଇ ଯାଉଥିବା ଏକସନ୍ଦିଗ୍ଧ ଡଙ୍ଗାକୁ ଧରିଛି। ଭାରତୀୟ ନୌସେନା ଏକ ବିବୃତ୍ତିରେ କହିଛି ଯେ, ନିକଟ ଅତୀତରେ ପରିମାଣ ଦୃଷ୍ଟିରୁ ଏହି ଜବତ ହେଉଛି ସବୁଠାରୁ ବଡ।

ନୌସେନା କହିଛି ଯେ, ଗୁଜୁରାଟ ଉପକୂଳବର୍ତ୍ତୀ ଆରବ ସାଗରରେ ସନ୍ଦିଗ୍ଧ ଜାହାଜକୁ ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ରେଖା ନିକଟରେ ରୋକିଥିଲା। ଧରାପଡିଥିବା ଡଙ୍ଗା ଏବଂ କର୍ମଚାରୀମାନେ ନିଷେଧାଦେଶ ସାମଗ୍ରୀ ସହିତ ମଙ୍ଗଳବାର ଦିନ ଭାରତୀୟ ବନ୍ଦରରେ ଆଇନ ପ୍ରଣୟନକାରୀ ସଂସ୍ଥାକୁ ହସ୍ତାନ୍ତର କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

14 ଦିନିଆ ବିଚାର ବିଭାଗୀୟ ହେପାଜତକୁ ଗଲେ କମେଡି କ୍ବିନ୍‌ ଭାରତୀ ଓ ତାଙ୍କ ସ୍ବାମୀ ହର୍ଷ

ମୁମ୍ବାଇ: ବଲିଉଡ୍ ଡ୍ରଗ୍ସ ମାମଲାରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କର ଅଡୁଆ ବଢିବାରେ ଲାଗିଛି। ଘରୁ ଗଞ୍ଜେଇ ମିଳିବା ପରେ ଏନସିବି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଆଜିଠାରୁ ଭାରତୀ ଏବଂ ହର୍ଷଙ୍କୁ 14 ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଛି।

ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ତଦନ୍ତ କରୁ କରୁ ଡ୍ରଗ୍ସ ଲିଙ୍କର ଖୁଲାସା ହେବା ପରେ ଏନସିବି ଏନେଇ ଜୋରଦାର୍ ତଦନ୍ତ ଚଳାଇଛି। ଏହି କ୍ରମରେ ଦୀପିକା ପାଦୁକୋନ୍, ଶ୍ରଦ୍ଧା କପୁର ଓ ଅର୍ଜୁନ ରାମପାଲ୍‌ଙ୍କ ଭଳି ବଲିଉଡର ଅନେକ ବଡ଼ ତାରକା ଏନସିବି ତଦନ୍ତ ପରିସରଭୁକ୍ତ ହୋଇଛନ୍ତି। ସୂଚନାଯୋଗ୍ୟ, ଏନସିବି ଭାରତୀ ଓ ହର୍ଷଙ୍କ ଘରେ ଚଢ଼ାଉ କରି 86.5 ଗ୍ରାମର ଗଞ୍ଜେଇ ଜବତ କରିଛି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ହାସ୍ୟାଭିନେତ୍ରୀ ଭାରତୀ ସିଂଙ୍କ ଘରେ ଏନ୍‌ସିବି

ମୁମ୍ବାଇ : ଟେଲି ଜଗତର ଜଣାଶୁଣା ହାସ୍ୟାଭିନେତ୍ରୀ ଭାରତୀ ସିଂହଙ୍କ ଘରେ ଚଢ଼ାଉ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)। ବଲିଉଡରେ ଡ୍ରଗ୍ସ କାରବାର ଘଟଣାକୁ ନେଇ ଏନସିବି ଭାରତୀଙ୍କ ଘରେ ଚଢ଼ାଉ କରିଥିବା ସୂଚନା ମିଳିଛି।

ଏହି ଚଢ଼ାଉରେ ଏନସିବିକୁ ଭାରତୀଙ୍କ ଘରୁ ଅଳ୍ପ ପରିମାଣର ଡ୍ରଗ୍ସ ମିଳିଛି। ଏହାପରେ ଏନସିବି ଭାରତୀ ଓ ତାଙ୍କ ସ୍ୱାମୀଙ୍କ ସମନ ଜାରି କରିଛି।। ତେବେ ଭାରତୀଙ୍କ ଘରୁ ଜବତ ହୋଇଥିବା ଏହି ଡ୍ରଗ୍ସର ସଠିକ୍ ପରିମାଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।

My mother wanted to abort me': Bharti Singh makes a SHOCKING revelation

ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ତଦନ୍ତ କରୁଥିବାବେଳେ ସିବିଆଇକୁ ଏଥିରେ ଡ୍ରଗ୍ସ କାରବାର ସମ୍ପୃକ୍ତି ଥିବା ଜଣାପଡ଼ିଥିଲା। ଏହାପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏହାର ତଦନ୍ତ ଭାର ଗ୍ରହଣ କରିଥିଲା। ଏନସିବି ଏହାର ଛାନଭିନ୍ କରିବା ସହିତ ବଲିଉଡର ବହୁ କଳାକାରଙ୍କୁ ସମନ ଜାରି କରି ପଚରାଉଚୁରା କରିଥିଲା। ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌, ସାରା ଅଲୀ ଖାନ୍‌, ରାକୁଲ୍‌ ପ୍ରୀତ ସିଂହ ପ୍ରମୁଖ ଏନ୍‌ସିବି ଜେରାର ସମ୍ମୁଖୀନ ହୋଇଥିବାବେଳେ ନିକଟରେ ବଲିଉଡ୍‌ ଅଭିନେତା ଅର୍ଜୁନ୍‌ ରାମପାଲ୍‌ଙ୍କୁ ମଧ୍ୟ ଏନ୍‌ସିବି ଜେରା କରିଥିଲା।

tn

(ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

ଡ୍ରଗ୍ସ ଲିଙ୍କ୍: ଏହି ଅଭିନେତାଙ୍କ ଘରେ ଏନସିବି କଲା ଚଢାଉ

ମୁମ୍ବାଇ: ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଆଜି ଏନ୍‌ସିବି ଏକ ବଡ କାର୍ଯ୍ୟାନୁ୍ଷ୍ଠାନ କରିଛି । ଏନ୍‌ସିବି ବଲିଉଡ୍‌ ଅଭିନେତାଙ୍କ ଘରେ ଚଢାଉ କରିଛି । ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ବଲିଉଡରେ ଡ୍ରଗ୍ସ ଲିଙ୍କ୍‌ ଘଟଣା ସାମ୍ନକୁ ଆସିଥିଲା। ଡ୍ରଗ୍ସ ଲିଙ୍କ୍‌ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଖୋଳତାଡ଼ ଜାରି ରଖିଛି। ଆବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ଘରେ ଚଢାଉ କରିଛି ଏନସିବି। ଅର୍ଜୁନଙ୍କ ମୁମ୍ବାଇ ସ୍ଥିତ ଘରେ ଚଢାଉ କରିବା ସହ ଅଫିସରରେ ସର୍ଚ୍ଚ ଅପରେସନ ଜାରି ରଖିଛି ଏନସିବି। ଏନସିବିରୁ ମିଳିଥିବା ସୂଚନା ମୁତାବକ, ଅର୍ଜୁନ ରାମପାଲଙ୍କ ଡ୍ରାଇଭରକୁ ଗିରଫ କରାଯାଇଛି।

ସୂଚନାଯୋଗ୍ୟ, ଗତକାଲି ଏନସିବି ଫିଲ୍ମ ନିର୍ମାତା ଫିରୋଜ ନାଦିୱାଦୱାଲାଙ୍କ ପତ୍ନୀଙ୍କୁ ନିଶା କାରବାର ଓ ବ୍ୟବହାର ଅଭିଯୋଗରେ ଗିରଫ କରିଛି। ଯାଞ୍ଚ ବେଳେ ଫିରୋଜଙ୍କ ଘରୁ ଡ଼୍ରଗ୍ସ ଜବତ କରିଥିଲା ଏନସିବି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

ଜେରା ପରେ ଦୀପିକା, ଶ୍ରଦ୍ଧା, ସାରା ଓ ରାକୁଲ୍‌ଙ୍କ ମୋବାଇଲ୍‌ ସିଜ୍‌ କଲା ଏନ୍‌ସିବି

ମୁମ୍ବାଇ : ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ ମାମଲାରେ ବଲିଉଡ୍‌ ଲଳନାଙ୍କୁ ଜେରା କରାଯିବା ପରେ ସେମାନଙ୍କ ମୋବାଇଲ୍‌ ସିଜ୍‌ କରାଯାଇଛି ।ଜେରାର ସମ୍ମୁଖୀନ ହୋଇଥିବା ବଲିଉଡ୍‌ ଅଭିନେତ୍ରୀମାନଙ୍କ ମୋବାଇଲ୍‌ ସିଜ୍‌ ହୋଇଥିବାର ସୂଚନା ରହିଛି । ଜେରା ପରେ ଅଭିନେତ୍ରୀମାନଙ୍କ ମୋବାଇଲ୍‌ ସିଜ୍‌ ହୋଇଥିବା ନେଇ ସୂଚନା ଦେଇଛି ଏନ୍‌ସିବି । ଦୀପିକା, ସାରା, ଶ୍ରଦ୍ଧା, ରାକୁଲ୍‌,  ସିମୋନ ଖମ୍ବାଟା, କରିସ୍ମା ପ୍ରକାଶ, ଜୟା ଶାହାଙ୍କର ମଧ୍ୟ ମୋବାଇଲ୍‌ ସିଜ୍‌ କରାଯାଇଛି । ଅଧିକ ତଦନ୍ତ ପାଇଁ ମୋବାଇଲ୍‌ ସିଜ୍‌ କରଯାଇଥିବାର କହିଛି ଏନ୍‌ସିବି ।

ସୂଚନାଯୋଗ୍ୟ, ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ମାମଲା ସାମ୍ନାକୁ ଆସିବା ପରେ ବହୁ ବଡବଡ ନାମୀଦାମୀ ବଲିଉଡ୍‌ ହସ୍ତୀମାନେ ଏବେ ହରଡଘଣାରେ ପଡିଛନ୍ତି । ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଅଭିନେତ୍ରୀ ଦୀପିକା ପାଦୁକୋନ୍‌, ସାରା ଅଲ୍ଲୀ ଖାନ୍‌, ଶ୍ରଦ୍ଧା କପୁର୍‌, ରାକୁଳ୍‌ ପ୍ରୀତ୍‌ ସିଂହଙ୍କ ପରି ବହୁ ଅଭିନେତ୍ରୀମାନେ ଏନ୍‌ସିବି ଜେରାର ସମ୍ମୁଖୀନ ହୋଇଛନ୍ତି ।(ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ଏନ୍‌ସିବିରେ ହାଜର ହେଲେ ଦୀପିକା ପାଦୁକୋନ୍‌

ମୁମ୍ବାଇ : ଏନ୍‌ସିବିରେ ହାଜର ହେଲେ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ । ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଦୀପିକାଙ୍କୁ ଏନ୍‌ସିବି ଟିମ୍‌ ଦୀପିକାଙ୍କୁ ଜେରା କରୁଛି ।  ସାରା, ଶ୍ରଦ୍ଧାଙ୍କୁ ବି ଆଜି ହାଜର ପାଇଁ ସମନ କରିଛି ଏନ୍‌ସିବି । ଦୀପିକାଙ୍କ ସହ ଅଭିନେତ୍ରୀ ଶ୍ରଦ୍ଧା କପୁର ଓ ସାରା ଅଲ୍ଲୀ ଖାନ୍‌ ବି ହାଜର ହେବେ । ଏନ୍‌ସିବି ଜୋନାଲ ଅଫିସ୍‌ରେ ହାଜର ହେବା ପାଇଁ କୁହାଯାଇଛି । ସେହିପରି ଆଜି ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ପ୍ରକାଶ ମଧ୍ୟ ଏନ୍‌ସିବିରେ ହାଜର ହେବେ । ଦୀପିକା ଓ କରିସ୍ମାକୁ ମୁହାଁମୁହିଁ ପଚରାଉଚରା କରିବ ଏନ୍‌ସିବି। ଗତକାଲି ଅଭିନେତ୍ରୀ ରାକୁଲ୍‌ ପ୍ରୀତ ସିଂହଙ୍କୁ ଚାରି ଘଣ୍ଟା ଜେରା କରାଯାଇଥିଲା ।

Birthday girl Deepika Padukone is a beloved face of brands - Exchange4media

ସୂଚନାଯୋଗ୍ୟ, ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ଆସିବା ପରେ ବଲିଉଡ୍‌ର କେତେଜଣ ନାମୀଦାମୀ ବ୍ୟକ୍ତି ବିଶେଷ ଏବେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(ଏନ୍‌ସିବିବି) ରାଡାରରେ ରହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ରିୟାଙ୍କ ପାଇଁ ଅଡୁଆ ବଢୁଛି : ଜାମିନ ଆବେଦନ ଖାରଜ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ ହୋଇଛି । ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଏବଂ ଡ୍ରଗ୍ସ ଲିଙ୍କ ମାମଲାରେ ଏନସିବି ଦ୍ୱାରା ଗିରଫ ହୋଇଥିବା ରିୟାଙ୍କ ଜାମିନ ପାଇଁ ଆବେଦନ କରାଯାଇଥିଲା । ତେବେ କୋର୍ଟ ଜାମିନ ଆବେଦନକୁ ଖାରଜ କରିବା ସହିତ ରିୟା ଜେଲରେ ରହିବା ସ୍ପଷ୍ଟ ହୋଇଛି । ରିୟାଙ୍କ ବ୍ୟତୀତ ଅନ୍ୟ ପାଞ୍ଚ ଜଣ ଅଭିଯୁକ୍ତଙ୍କ ଜାମିନ ମଧ୍ୟ ନାମଞ୍ଜୁର କରିଛନ୍ତି ସେସନ୍ସ କୋର୍ଟ ।

ପୂର୍ବରୁ ନିଶା କାରବାରରେ ସମ୍ପୃକ୍ତି ନେଇ ରିୟା ସ୍ୱୀକାର କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବୟାନ ବଦଳାଇବା ସହିତ ଏପରି ବୟାନ ଦେବା ପାଇଁ ତାଙ୍କ ଉପରେ ଚାପ ପକାଯାଇଥିଲା ବୋଲି ମତ ଦେଇଥିଲେ । ରିୟାଙ୍କ ଭାଇ ସୌଭିକ ମଧ୍ୟ ରିୟାଙ୍କ ସପକ୍ଷରେ ବୟାନ ଦେଇଥିଲେ । ତେବେ କୋର୍ଟ ଜାମିନ ଅଗ୍ରାହ୍ୟ କରିବା ପରେ ସମସ୍ତ ଅଭିଯୁକ୍ତ ହାଜତ ମଧ୍ୟରେ ନ୍ୟାୟିକ ପ୍ରକ୍ରିୟାର ସମ୍ମୁଖୀନ ହେବେ ବୋଲି ଜଣାପଡିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

ଏନସିବି ହେପାଜତରେ ସୌଭିକ୍ ଚକ୍ରବର୍ତ୍ତୀ ଓ ସାମୁଏଲ୍‌ ମିରାଣ୍ଡା

ମୁମ୍ୱାଇ : ସୁଶାନ୍ତ ସିଂ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପରେ ଏବେ ଏହି ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ତଦନ୍ତ କରୁଛି ଏନସିବି । ରିଆ, ସୌଭିକ ଓ ସାମୁଏଲ ମିରାଣ୍ଡାଙ୍କ ଘରେ ଆଜି ସକାଳେ ତଦନ୍ତ କରିଥିଲା ଏନସିବି । ଚଢଉ କରିବା ପରେ ସୌଭିକ ଓ ସାମୁଏଲ ମିରାଣ୍ଡାଙ୍କୁ ଉଠାଇ ନେଇଛି ଏନସିବି । ରିଆଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ଅଟକ ରଖିଛି । ସେମାନଙ୍କୁ ଏନସିବିର ମୁମ୍ବାଇ କାର୍ଯ୍ୟାଳୟରେ ପଚରାଉଚୁରା କରାଯାଉଛି । ଏହା ପୂର୍ବରୁ ଏନସିବି ପକ୍ଷରୁ ସୁଶାନ୍ତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ ଓ ମିରାଣ୍ଡାଙ୍କ ଘରେ ଚଢଉ କରାଯାଇଥିଲା ।ଏହି ସମୟରେ ଏକ ପୁରୁଣା ଡାଏରୀ ଜବତ କରିଛି ଏନ୍‌ସିବି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ ଲିଙ୍କ ମାମଲାରେ ଦୁଇଜଣଙ୍କୁ ଗିରଫ କଲା ଏନ୍‌ସିବି

ମୁମ୍ବାଇ :  ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ ଲିଙ୍କ ମାମଲାରେ ଦୁଇଜଣଙ୍କୁ ଗିରଫ କରିଛି ଏନ୍‌ସିବି । ଅବଦୁଲ୍‌ ବାସିତ ପରିହାର ଓ ଜୈଦ୍‌ ଭିଲିଟ୍ରାଙ୍କୁ ମୁମ୍ବାଇ ଓ ବାନ୍ଦାରୁ ଗିରଫ କରାଯାଇଛି । ରିୟାଙ୍କ ସହଯୋଗୀ ସାମୁଏଲ୍‌ ମିରଣ୍ଡାଙ୍କ ଲିଙ୍କ୍‌ରେ ଦୁହେଁ ଗିରଫ ହୋଇଥିବାର ସୂଚନା ରହିଛି । ରିୟାଙ୍କ ଭାଇ ସୌଭିକଙ୍କ ନିର୍ଦ୍ଦେଶରେ ମିରଣ୍ଡା ଦୁହିଁଙ୍କଠାରୁ ଡ୍ରଗ୍ସ ଆଣୁଥିଲେ ।

ସୂଚନାଯୋଗ୍ୟ, ସୁଶାନ୍ତ ରାଜପୁତଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ଟୁଇଷ୍ଟ ଆସିବାରେ ଲାଗିଛି । ସୁଶାନ୍ତଙ୍କ ମାମଲାରେ ରିୟାଙ୍କ ଡ୍ରଗ୍ସ ଚାଟ୍‌ ଭାଇରାଲ୍‌ ହେବା ପରେ ଏନ୍‌ସିବି ଏବେ ଏହି ମାମଲାର ଯାଞ୍ଚ କରୁଛି । (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଜରୁରୀକାଳୀନ ସାମଗ୍ରୀ ସହିତ ଅଫିମ ଚୋରା ଚାଲାଣ : 4 ଗିରଫ

ନୂଆଦିଲ୍ଲୀ : ଦେଶବ୍ୟାପୀ ଜରୁରୀକାଳୀନ ସାମଗ୍ରୀ ପରିବହନକୁ ଅନୁମତି ପ୍ରଦାନ କରାଯାଇଥିବା ବେଳେ ଏହା ମଧ୍ୟରେ ନିଶାଦ୍ରବ୍ୟ ଚୋରାଚାଲାଣ କରାଯାଉଛି । ଏପରି ଏକ ଚୋରାଚାଲାଣ ରୋକିବାରେ ସଫଳ ହୋଇଛି ଉତ୍ତରପ୍ରଦେଶ ଓ ଝାରଖଣ୍ଡ ପୋଲିସ୍‌ । ରାଞ୍ଚିରୁ ଚୋରା ଚାଲାଣ କରାଯାଉଥିବା ସମୟରେ 31 କିଗ୍ରା ଅଫିମ ଜବତ କରାଯିବା ସହିତ ଚାରି ଜଣଙ୍କୁ ଗିରଫ କରିବାରେ ସମର୍ଥ ହୋଇଛି ଝାରଖଣ୍ଡ ପୋଲିସ୍‌ । ଝାରଖଣ୍ଡ ଅବକାରୀ ବିଭାଗ ଅଧିକାରୀ କମଲ ମଲହୋତ୍ରାଙ୍କ ନେତୃତ୍ବରେ ଚଢାଉ କରାଯାଇ ଫତେପୁର ସ୍ଥିତ ଜାତୀୟ ରାଜପଥରୁ 31 କିଗ୍ରା ଅଫିମ ଜବତ କରାଯିବା ସହିତ ମୁଖ୍ୟ ଅଭିଯୁକ୍ତ ମନୋଜ ଡାଙ୍ଗିକୁ ଗିରଫ କରାଯାଇଛି । ପରେ ଡାଙ୍ଗିଠାରୁ ମିଳିଥିବା ସୂଚନା ଅନୁଯାୟୀ ଉତ୍ତର ପ୍ରଦେଶରେ ଚଢାଉ କରାଯାଇ 126 କିଗ୍ରାର ଗଞ୍ଜେଇ ଏବଂ ଅନ୍ୟାନ୍ୟା ନିଶା ଦ୍ରବ୍ୟ ଜବତ କରାଯିବା ସହିତ ତିନି ଜଣଙ୍କୁ ଗିରଫ କରାଯାଇଛି । (ଏଜେନ୍ସି)