ଜରୁରୀକାଳୀନ ସାମଗ୍ରୀ ସହିତ ଅଫିମ ଚୋରା ଚାଲାଣ : 4 ଗିରଫ

Published: May 18, 2020, 4:05 pm IST

ନୂଆଦିଲ୍ଲୀ : ଦେଶବ୍ୟାପୀ ଜରୁରୀକାଳୀନ ସାମଗ୍ରୀ ପରିବହନକୁ ଅନୁମତି ପ୍ରଦାନ କରାଯାଇଥିବା ବେଳେ ଏହା ମଧ୍ୟରେ ନିଶାଦ୍ରବ୍ୟ ଚୋରାଚାଲାଣ କରାଯାଉଛି । ଏପରି ଏକ ଚୋରାଚାଲାଣ ରୋକିବାରେ ସଫଳ ହୋଇଛି ଉତ୍ତରପ୍ରଦେଶ ଓ ଝାରଖଣ୍ଡ ପୋଲିସ୍‌ । ରାଞ୍ଚିରୁ ଚୋରା ଚାଲାଣ କରାଯାଉଥିବା ସମୟରେ 31 କିଗ୍ରା ଅଫିମ ଜବତ କରାଯିବା ସହିତ ଚାରି ଜଣଙ୍କୁ ଗିରଫ କରିବାରେ ସମର୍ଥ ହୋଇଛି ଝାରଖଣ୍ଡ ପୋଲିସ୍‌ । ଝାରଖଣ୍ଡ ଅବକାରୀ ବିଭାଗ ଅଧିକାରୀ କମଲ ମଲହୋତ୍ରାଙ୍କ ନେତୃତ୍ବରେ ଚଢାଉ କରାଯାଇ ଫତେପୁର ସ୍ଥିତ ଜାତୀୟ ରାଜପଥରୁ 31 କିଗ୍ରା ଅଫିମ ଜବତ କରାଯିବା ସହିତ ମୁଖ୍ୟ ଅଭିଯୁକ୍ତ ମନୋଜ ଡାଙ୍ଗିକୁ ଗିରଫ କରାଯାଇଛି । ପରେ ଡାଙ୍ଗିଠାରୁ ମିଳିଥିବା ସୂଚନା ଅନୁଯାୟୀ ଉତ୍ତର ପ୍ରଦେଶରେ ଚଢାଉ କରାଯାଇ 126 କିଗ୍ରାର ଗଞ୍ଜେଇ ଏବଂ ଅନ୍ୟାନ୍ୟା ନିଶା ଦ୍ରବ୍ୟ ଜବତ କରାଯିବା ସହିତ ତିନି ଜଣଙ୍କୁ ଗିରଫ କରାଯାଇଛି । (ଏଜେନ୍ସି)

Related posts