Categories
ଆଜିର ଖବର ରାଜ୍ୟ ଖବର

ଭାରତ ସରକାରଙ୍କ ତରଫରୁ ଭିନ୍ନକ୍ଷମଙ୍କ ପାଇଁ ନିଯୁକ୍ତି ମେଳା

ନୂଆଦିଲ୍ଲୀ: ଭିନ୍ନକ୍ଷମ ମାନଙ୍କ ପାଇଁ ନ୍ୟାସନାଲ୍ କ୍ୟାରିଅର୍ ସର୍ଭିସ୍ ସେଣ୍ଟର (NCSCDA), ଭୁବନେଶ୍ୱର, ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ, ଭାରତ ସରକାର ଆସନ୍ତା ସେପ୍ଟେମ୍ବର ମାସ ୬ ତାରିଖ ୨୦୨୩ ରେ ଜୋମାଟୋ ଏବଂ ନିଓ ମିସନ ସହଯୋଗରେ ଏକ ନିଯୁକ୍ତି ମେଳାର ଆୟୋଜନ କରିବାକୁ ଯାଉଛି।

ଏହି ନିଯୁକ୍ତି ମେଳାଟି କେବଳ ପୁରୁଷ ଚଳନଶକ୍ତି ବାଧିତ ଭିନ୍ନକ୍ଷମମାନଙ୍କ ପାଇଁ ଉପଯୁକ୍ତ ଅଟେ। ଏହି ମେଳାରେ  ବିତରଣ କାର୍ଯ୍ୟନିର୍ବାହୀ ପଦ ପାଇଁ ଭିନ୍ନକ୍ଷମମାନେ ଭାଗ ନେଇ ପାରିବେ। ଏହି ନିଯୁକ୍ତି ମେଳାରେ ଜୋମାଟୋ ଓଡିଶାରେ ଏବଂ ପାନ୍ ଇଣ୍ଡିଆରେ ନିଯୁକ୍ତିର ସୁଯୋଗ ଦେବ ଏବଂ ନିଓମୋସନ୍ ମନୋନୀତ ପ୍ରାର୍ଥୀଙ୍କୁ ସବସିଡିଯୁକ୍ତ ବୈଦ୍ୟୁତିକ ହୁଇଲ ଚେୟାର ପ୍ରଦାନ କରିବ।

ତେଣୁ ସମସ୍ତ ଚାକିରୀ ଆଶାୟୀ ଭିନ୍ନକ୍ଷମ ବ୍ୟକ୍ତି (ଚଳନ ବାଧିତ) ନିଜର ସମସ୍ତ ଶିକ୍ଷାଗତ ପ୍ରମାଣପତ୍ରର ନକଲ, ଆଧାର କାର୍ଡ, ପାସପୋର୍ଟ ସାଇଜ୍ ଫଟୋଗ୍ରାଫ୍, ଭିନ୍ନକ୍ଷମ ପ୍ରମାଣପତ୍ର ଏବଂ ବାୟୋ ଡାଟା ଫର୍ମ ଆଦି ଡକ୍ୟୁମେଣ୍ଟ୍ ସହିତ ଆସି ଏହି ନିଯୁକ୍ତି ମେଳାରେ ଭାଗ ନେବାକୁ ଅନୁରୋଧ କରାଯାଇଛି।

ତେଣୁ ଆଗ୍ରହୀ ଚାକିରୀ ଆଶାୟୀ ଭିନ୍ନକ୍ଷମମାନେ ଏହି ଚାକିରି ଆବେଦନ କରିବା ପାଇଁ ଉପରୋକ୍ତ ଡକ୍ୟୁମେଣ୍ଟ୍ ସହିତ ନିମ୍ନ ଠିକଣାକୁ ଆସିବାକୁ ଅନୁରୋଧ କରାଯାଇଛି।

ତାରିଖ : ୦୬ ସେପ୍ଟେମ୍ବର ୨୦୨୩

ବୟସ ସୀମା : ୨୩ ବର୍ଷ ରୁ ୪୦ ବର୍ଷ

ଶିକ୍ଷାଗତ ଯୋଗ୍ୟତା:- ସମସ୍ତେ ଯୋଗ୍ୟ ଅଟନ୍ତି (ସ୍ମାର୍ଟ ଫୋନ୍ ରହିବା ଏବଂ ବ୍ୟବହାର ଜାଣିଥିବା ଆବଶ୍ୟକ)

ସମୟ: ସକାଳ ୯ ଘଟିକା

ଠିକଣା: ଏନ ସି ଏସ୍ ସି ଡି ଏ, (ପୂର୍ବରୁ : ଭି ଆର ସି ଏଚ), ପ୍ଲଟ ନଂ- ୧,୨,୫ ଏବଂ ୬, ଗଣ୍ଡମୁଣ୍ଡା, ପୋଖରୀପୁଟ, ଭୁବନେଶ୍ୱର, ଖୋର୍ଦ୍ଧା-୭୫୧୦୩୦

(ମଧୁସୂଦନ ଦାସ ପାର୍କ ସାମ୍ନା)

ଅଧିକ ସୂଚନା ପାଇଁ ଫୋନ : ୦୬୭୪୨୩୫୨୩୧୭

Categories
ଆଜିର ଖବର ରାଜ୍ୟ ଖବର

ଅଗଷ୍ଟ ୨୧ ରୁ ଭିନ୍ନକ୍ଷମମାନଙ୍କୁ ଉପକରଣ ବଣ୍ଟନ ପାଇଁ ଆୟୋଜନ ହେବ ଏକ ମୂଲ୍ୟାଙ୍କନ ଶିବିର

ଭୁବନେଶ୍ବର: ନ୍ୟାସନାଲ୍ କ୍ୟାରିଅର୍ ସର୍ଭିସ୍ ସେଣ୍ଟର (NCSCDA), ଭୁବନେଶ୍ୱର, ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ, ଭାରତ ସରକାର ଏବଂ ଭାରତର କୃତିମ ଅଙ୍ଗ ଉତ୍ପାଦନ ନିଗମ (ଆଲିମକୋ), ମୁଖ୍ୟ କାର୍ଯ୍ୟାଳୟ, କାନପୁର ମିଳିତ ଆନୁକୁଲ୍ୟରେ ଦୃଷ୍ଟିବାଧିତ ଏବଂ ଚଳନଶକ୍ତି ବାଧିତ ଭିନ୍ନକ୍ଷମମାନଙ୍କ ପାଇଁ ଏକ ସହାୟତା ଏବଂ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ପାଇଁ ଏକ ମୂଲ୍ୟାଙ୍କନ ଶିବିର ଆୟୋଜନ କରିବାକୁ ଯାଉଛି।

ଭିନ୍ନକ୍ଷମମାନେ ସେମାନଙ୍କର ଯୋଗ୍ୟତା ଏବଂ ଉପଲବ୍ଧତା ଉପରେ ଆଧାର କରି ଧଳା ବାଡ଼ି, ସ୍ମାର୍ଟ କେନ, ସ୍ମାର୍ଟଫୋନ୍, ଟ୍ରାଇସାଇକେଲ୍, ହ୍ୱିଲ୍ ଚେୟାର, କ୍ରଚ୍, ମୋଟରାଇଜଡ୍ ଟ୍ରାଇସାଇକେଲ୍ ଇତ୍ୟାଦି ଉପକରଣଗୁଡ଼ିକ ପାଇପାରିବେ। ଏହି ଉପକରଣଗୁଡ଼ିକ ମୂଲ୍ୟାଙ୍କନ ତାରିଖର ୩୦ ଦିନ ମଧ୍ୟରେ ବଣ୍ଟନ କରାଯିବ। ଏହି ସାହାଯ୍ୟ ଏବଂ ଉପକରଣଗୁଡିକ ALIMCO ଦ୍ଵାରା ADIP ସ୍କିମ୍ ରେ ଅନ୍ତର୍ଗତ।

ALIMCO ର ଅଧିକାରୀଙ୍କ ଅନୁଯାୟୀ, ଆଗ୍ରହୀ ଭିନ୍ନକ୍ଷମମାନେ ସେମାନଙ୍କର ଫଟୋ, ଭିନ୍ନକ୍ଷମ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ବିପିଏଲ୍ କାର୍ଡ / ରେସନ କାର୍ଡ, ଭତ୍ତା କାର୍ଡ ଏବଂ ଆଧାର କାର୍ଡ (ସମସ୍ତ ମୂଳ ଏବଂ ଦୁଇଟି ନକଲ) ସହିତ NCSCDAକୁ ଆସିପାରନ୍ତି।

ତେଣୁ ଆଗ୍ରହୀ ଦୃଷ୍ଟିବାଧିତ ଏବଂ ଚଳନଶକ୍ତି ବାଧିତ ଭିନ୍ନକ୍ଷମମାନେ ସେମାନଙ୍କର ମୂଲ୍ୟାଙ୍କନ ପାଇଁ ଉପରୋକ୍ତ ଡକ୍ୟୁମେଣ୍ଟ୍ ସହିତ ନିମ୍ନ ଠିକଣାରେ ଆସିବାକୁ ଅନୁରୋଧ କରାଯାଇଛି।

ତାରିଖ: ୨୧ ଅଗଷ୍ଟ ୨୦୨୩ ରୁ ୨୫ ଅଗଷ୍ଟ ୨୦୨୩

ବୟସ ସୀମା: ୧୫ ବର୍ଷ ରୁ ୪୫ ବର୍ଷ

ସମୟ: ସକାଳ ୧୦ଘ. ରୁ ଅପରାହ୍ନ ୪ଘ.

ଠିକଣା: ଏନ ସି ଏସ୍ ସି ଡି ଏ(ପୂର୍ବରୁ : ଭି ଆର ସି ଏଚ), ପ୍ଲଟ ନଂ- ୧,,୫ ଏବଂ ୬, ଗଣ୍ଡମୁଣ୍ଡାପୋଖରୀପୁଟଭୁବନେଶ୍ୱରଖୋର୍ଦ୍ଧା-୭୫୧୦୩୦ (ମଧୁସୂଦନ ଦାସ ପାର୍କ ସାମ୍ନା)

  ଅଧିକ ସୂଚନା ପାଇଁ ଫୋନ: ୦୬୭୪୨୩୫୨୩୧୭

Categories
ଆଜିର ଖବର ରାଜ୍ୟ ଖବର

ମାଟ୍ରିକ ପିଲାଙ୍କ ପାଇଁ ବାହାରିଲା ଚାକିରୀ, ମାସକୁ ଦରମା ୩୩ ହଜାର ଟଙ୍କା

ଭୁବନେଶ୍ବର: ସମସ୍ତ ଯୁବକ ଏବଂ ଯୁବତୀମାନଙ୍କ ପାଇଁ ଜାତୀୟ ଆଜୀବିକା ସେବା କେନ୍ଦ୍ର (NCSCDA), ଭୁବନେଶ୍ୱର, ତରଫରୁ ଏକ ନିଯୁକ୍ତି ମେଳାର ଆୟୋଜନ କରାଯାଇଅଛି। ସେଥିରେ ଚଳନ ଶକ୍ତି ରହିତ (OH) ଭିନ୍ନକ୍ଷମ ମାନେ ମଧ୍ୟ ଭାଗ ନେଇ ପାରିବେ। ଏହା ୦୬ ଅପ୍ରେଲ ୨୦୨୩ ରେ ଏନସିଏସସିଡ଼ିଏ(NCSCDA) କ୍ୟାମ୍ପସ ପରିସରରେ ଅନୁଷ୍ଠିତ ହେବ। ଏହି ମେଳାରେ ଉଭୟ ଭିନ୍ନକ୍ଷମ ଏବଂ ଅଣଭିନ୍ନକ୍ଷମ ଯୁବକ ଏବଂ ଯୁବତୀ ମାନେ ଭାଗ ନେଇ ପାରିବେ।

ଏହି ନିଯୁକ୍ତି ମେଳାରେ ବିଭିନ୍ନ କ୍ଷେତ୍ରରେ ଯଥା:-

ମ୍ୟାନେଜର (ଆକାଉଣ୍ଟସ,ଦରମା : ୩୦୦୦୦-୩୩୦୦୦/-)

ଜୁନିୟର ଆକଉଣ୍ଟାଣ୍ଟ (ଦରମା ୧୧୦୦୦ -୧୩୦୦୦/-)

ଏଚ.ଆର ଏକ୍ଜିକ୍ୟୁଟିଭ୍, ଅଫିସ ବୟ, ହୋଟେଲ ଷ୍ଟିୱାର୍ଡ, ବି. ଡି. ଏମ  (୮ଟି ପଦବୀ),

ଟେଲି ସେଲ୍ସ ଏକ୍ଜିକ୍ୟୁଟିଭ୍ ପ୍ରାୟ ୩୦୦ରୁ ଅଧିକ ପଦବୀ ନିଯୁକ୍ତି ପାଇଁ ୪ରୁ ଅଧିକ କମ୍ପାନୀ / ସଂସ୍ଥା ଯଥା ଗଦ୍ରେଜ ,ଗର୍ଗ ଲଜିଷ୍ଟିକ, ଏକ୍ସାଇଡ, ଅସ୍ମିତା ହୋଲଡ଼େସ ପ୍ରା. ଲି ଅଂଶଗ୍ରହଣ କରୁଛନ୍ତି । ଦଶମଠୁ କମ ଶିକ୍ଷାଗତ , ଦଶମ ପାସ ଏବଂ ଦଶମଠାରୁ ଅଧିକ ଶିକ୍ଷାଗତ ଥିଲେ ଭାଗ ନେଇ ପାରିବେ।

ତେଣୁ, ସମସ୍ତ ଚାକିରି ଆଶାୟୀ ପାର୍ଥୀ ନିଜର ଶିକ୍ଷାଗତ ପ୍ରମାଣପତ୍ରର ନକଲ , ଆଧାର କାର୍ଡ, ପାସପୋର୍ଟ ସାଇଜ୍ ଫଟୋଗ୍ରାଫ୍, ଭିନ୍ନକ୍ଷମ ପ୍ରମାଣପତ୍ର(ଯେଉଁ ମାନେ ଭିନ୍ନକ୍ଷମ) ଏବଂ ବାୟୋ ଡାଟା ଇତ୍ୟାଦି ଡକ୍ୟୁମେଣ୍ଟ୍ ସହିତ ଚାକିରି ମେଳାରେ ଯୋଗଦେବାକୁ ଅନୁରୋଧ କରାଯାଇଛି। କେବଳ ଏକ୍ସାଇଡ କମ୍ପାନୀ ବ୍ଯତୀତ ଅନ୍ୟ ସମସ୍ତ ପଦବୀ ପାଇଁ କାର୍ଯ୍ୟସ୍ଥଳୀ (workplace) ଭୁବନେଶ୍ବର ରହିବ।

ତାରିଖ : ୦୬ ଅପ୍ରେଲ ୨୦୨୩

ସମୟ : ସକାଳ ୯ଟା ରୁ ଦିନ ୧୨ଟା ପର୍ଯ୍ୟନ୍ତ

ବୟସ ସୀମା :      ୧୮ ବର୍ଷ ରୁ ୩୫ ବର୍ଷ

ଶିକ୍ଷାଗତ ଯୋଗ୍ୟତା : ୭ମ ପାସ ରୁ ପୋଷ୍ଟ ଗ୍ରାଜୁଏଟ (ପିଜି)

ଠିକଣା:  ଏନ ସି ଏସ୍ ସି ଡି ଏ, (ପୂର୍ବରୁ : ଭି ଆର ସି ଏଚ), ପ୍ଲଟ ନଂ- ୧,୨,୫ ଏବଂ ୬, ଗଣ୍ଡମୁଣ୍ଡା, ପୋଖରୀପୁଟ, ଭୁବନେଶ୍ୱର, ଖୋର୍ଦ୍ଧା-୭୫୧୦୩୦। ଅଧିକ ସୂଚନା ପାଇଁ ଫୋନ : ୦୬୭୪୨୩୫୨୩୧୭

 

                                                                                   

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେନ୍ଦ୍ର ସରକାରଙ୍କ ନିଯୁକ୍ତି ମେଳାରେ ଏଥର 400 ଜଣଙ୍କୁ ଦିଆଯିବ ଚାକିରୀ, ଯୋଗ୍ୟତା 5ମ ପାଶ୍

ଭୁବନେଶ୍ବର: କେନ୍ଦ୍ର ସରକାର ଆରମ୍ଭ କରିଥିବା ନିଯୁକ୍ତି ମେଳାରେ ଏଥର 400 ଜଣଙ୍କୁ ନିଯୁକ୍ତି ଦେବା ପାଇଁ ନିଷ୍ପତି କରିଛନ୍ତି। ସେହି ଅନୁସାରେ ଆସନ୍ତା 28 ତାରିଖରେ ଏହି ନିଯୁକ୍ତି ମେଳା ଭୁବନେଶ୍ବରର ପୋଖରୀପୁଟର ଗଣ୍ଡମୁଣ୍ଡାରେ କରାଯିବ। ସେଠାରେ ଥିବା କେନ୍ଦ୍ର ସରକାରଙ୍କ National Career Service Centre for Differently Abled ବା NCSCDA କାର୍ଯ୍ୟାଳୟରେ ସିଧା ପରୀକ୍ଷା କରାଯିବ।

ଏଥିରେ ରିଲେସନସିପ ମ୍ୟାନେଜର, ଟେଲିକଲର, ହାଉସକିପିଂ, ରୋଷେୟା ସହାୟତା, ସୁପରଭାଇଜର, ସର୍ପଟ ଷ୍ଟାଫ୍, ସେଲସ ଏଜକ୍ୟୁଟିଭ ପ୍ରଭୃତି ପଦବୀ ପାଇଁ ଏହି ସାକ୍ଷାତକାର ପରୀକ୍ଷା ହେବ। ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା 5ମ ପାଶ ରହିଥିବା ବେଳେ ବୟସ 18 ବର୍ଷରୁ 38 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଏନସିଏସସିଡିଏ ପକ୍ଷରୁ ନିଯୁକ୍ତି ମେଳା

ଭୁବନେଶ୍ବର: ଭିନ୍ନକ୍ଷମ ମାନଙ୍କ ପାଇଁ ଜାତୀୟ ଆଜୀବିକା ସେବା କେନ୍ଦ୍ର (NCSCDA), ଭୁବନେଶ୍ୱର, ରୋଜଗାର ମହାନିର୍ଦ୍ଦେଶାଳୟ (ଡିଜିଇ), ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ, ଭାରତ ସରକାର ଦ୍ଵାରା ଏକ ନିଯୁକ୍ତି ମେଳା ଆୟୋଜିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାର୍ଥୀ ମାନେ (ଉଭୟ ଭିନ୍ନକ୍ଷମ ଏବଂ ଅଣ ଭିନ୍ନକ୍ଷମ)  ଏନ.ସି.ଏସ.ସି.ଡି.ଏ କାର୍ଯ୍ୟାଳୟ ପରିସରରେ ଏହି ନିଯୁକ୍ତି ମେଳାରେ ଭାଗ ନେଇଥିଲେ। ଏହି ନିଯୁକ୍ତି ମେଳାରେ ଚଳନ ଶକ୍ତି ବାଧିତ ଏବଂ ଶ୍ରବଣ ଶକ୍ତି ବାଧିତ ଭିନ୍ନକ୍ଷମମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ପଦବୀ ଥିଲା।

ଏହି ନିଯୁକ୍ତି ମେଳାଟି ବିଭିନ୍ନ ନିଯୁକ୍ତିଦାତା ଯଥା ସାଇଣ୍ଟିଷ୍ଟିକ ମାଇଣ୍ଡ, ଗର୍ଗ ଲଜିଷ୍ଟିକ, କମଳିନୀ ଆସୋସିଏଟ ମାନଙ୍କ ସକ୍ରିୟ ସହଯୋଗରେ ସଫଳ ହୋଇଛି। ସେମାନେ ୬୭ ଜଣ ଚାକିରି ଆଶାୟୀ ମାନଙ୍କର ଇଣ୍ଟରଭ୍ୟୁ ନେଇଥିଲେ, ସେଥି ମଧ୍ୟରୁ ୬୩ ଜଣ ପ୍ରାର୍ଥୀ (ଭିନ୍ନକ୍ଷମ ସହିତ) ସର୍ଟଲିଷ୍ଟ ହୋଇଛନ୍ତି।ଏହି ନିଯୁକ୍ତି ମେଳାରେ ବିଭିନ୍ନ କ୍ଷେତ୍ରରୁ ଯଥା ଲଜିଷ୍ଟିକ, ରିଟେଲ ସେଲ୍ସ ଏକଜିକ୍ୟୁଟିଭ , ମାର୍କେଟିଙ୍ଗ, , ଟେଲି କଲର, ୱେବ ଡିଜାନିଙ୍ଗ ଆଦି ପ୍ରାୟ ୨୦୦ ରୁ ଅଧିକ ପଦବୀ ପାଇଁ ବିଭିନ୍ନ କମ୍ପାନି ମାନେ ଯୋଗଦେଇଛନ୍ତି।

NCSCDA କାର୍ଯ୍ୟାଳୟର ମୁଖ୍ୟ/ମନୋବିଜ୍ଞାନୀ ସୋନାଲିକା ସୁମନ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ନିଯୁକ୍ତିଦାତା ଏବଂ ଚାକିରି ଆଶାୟୀ ପାର୍ଥିମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ଏବଂ ସେମାନଙ୍କ ସଂଗଠନ ପାଇଁ ଅଧିକରୁ ଅଧିକ PWD ନିଯୁକ୍ତି ଦେବା ପାଇଁ ନିଯୁକ୍ତିଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରତ୍ୟେକ ସଂଗଠନରେ ସମାବେଶୀ କର୍ମକ୍ଷେତ୍ର ନିଶ୍ଚିତ କରିବାକୁ ଏହି କେନ୍ଦ୍ର ଦ୍ୱାରା ଆୟୋଜିତ ହେବାକୁ ଥିବା ଭବିଷ୍ୟତର ଚାକିରି ମେଳାରେ ଅଂଶଗ୍ରହଣ କରିବାକୁ ଶ୍ରୀମତୀ ସୋନାଲିକା ସେମାନଙ୍କୁ ଅନୁରୋଧ କରିଥିଲେ।        

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ସରକାରଙ୍କ ଏନସିଏସସିଡିଏ ପକ୍ଷରୁ ଭୁବନେଶ୍ୱରରେ ହେବ ନିଯୁକ୍ତି ମେଳା

ଭୁବନେଶ୍ବର: ଏନସିଏସସିଡିଏ (ନ୍ୟାସନାଲ କ୍ୟାରିୟର ସର୍ଭିସ ସେଣ୍ଟର ଫର ଡିଫରେଣ୍ଟଲି ଏବଲଡ), ଭୁବନେଶ୍ୱର ମେ ୨୫, ୨୦୨୨ରେ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏକ ମାଗଣା ନିଯୁକ୍ତି ମେଳା/ପ୍ଲେସମେଣ୍ଟ ଡ୍ରାଇଭ ଆୟୋଜନ କରିବାକୁ ଯାଉଛନ୍ତି । ମେଳାରେ ଦିବ୍ୟାଙ୍ଗ ଓ ଅଣଦିବ୍ୟାଙ୍ଗ ନିଯୁକ୍ତି ଆଶାୟୀଙ୍କୁ ୨୫୦ରୁ ଅଧିକ ପଦବୀରେ ନିଯୁକ୍ତି ମିଳିପାରିବ ।

ଏହି ପଦବୀଗୁଡିକ ମଧ୍ୟରେ ପ୍ରଡକ୍ଟ ମାର୍କେଟିଂ, ସେଲ୍ସ, ଟେଲିସେଲ୍ସ, ଇଲେକ୍ଟ୍ରିକାଲ, କଷ୍ଟମର ସର୍ଭିସ ଆଦି ଅନେକ ପଦବୀ ରହିଛି । ଏଥିପାଇଁ ମାଟ୍ରିକ, ଯୁକ୍ତ ଦୁଇ, ସ୍ନାତକ, ଆଇଟିଆଇ ଓ ଡିପ୍ଲୋମା ଶିକ୍ଷାଗତ ଯୋଗ୍ୟତା ରହିଛି । ୧୮-୩୫ ବର୍ଷ ବୟସର ନିଯୁକ୍ତି ଆଶାୟୀ ଏହି ନିଯୁକ୍ତି ମେଳାରେ ଭାଗ ନେଇପାରିବେ । ଦିବ୍ୟାଙ୍ଗ ବର୍ଗରେ କେବଳ ଚଳପ୍ରଚଳରେ ସମସ୍ୟା ଥିବା ନିଯୁକ୍ତି ଆଶାୟୀ ଭାଗ ନେଇପାରିବେ ।

ମେଳାରେ ଯୋଗ ଦେବା ପାଇଁ ନିଯୁକ୍ତି ଆଶାୟୀମାନେ ସମସ୍ତ ଶିକ୍ଷାଗତ ପ୍ରମାଣପତ୍ରର ଜେରକ୍ସ କପି, ଆଧାର କାର୍ଡ, ପାସପୋର୍ଟ ସାଇଜ ଫଟୋଗ୍ରାଫ, ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ ପ୍ରମାଣପତ୍ର ଓ ପୂରଣ ହୋଇଥିବା ରେଜୁମେ ସାଙ୍ଗରେ ଆଣି ଆସିବାକୁ ପଡିବ । ନିଯୁକ୍ତି ମେଳା ସ୍ଥାନର ବିଶଦ ବିବରଣୀ, ତାରିଖ- ମେ ୨୫, ୨୦୨୨, ସମୟ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୨ଟା, ବୟସ ସୀମା-୧୮-୩୫ ବର୍ଷ, ସ୍ଥାନ- ଏନସିଏସସିଡିଏ, ପ୍ଲଟ ନଂ- ୧,୨,୫ ଓ ୬, ଗଣ୍ଡମୁଣ୍ଡା, ପୋଖରୀପୁଟ, (ମଧୂସୁଦନ ଦାସ ପାର୍କର ସାମ୍ନା), ଭୁବନେଶ୍ୱର ।