ମାଟ୍ରିକ ପିଲାଙ୍କ ପାଇଁ ବାହାରିଲା ଚାକିରୀ, ମାସକୁ ଦରମା ୩୩ ହଜାର ଟଙ୍କା

Published: Apr 3, 2023, 12:59 pm IST
ମାଟ୍ରିକ

ଭୁବନେଶ୍ବର: ସମସ୍ତ ଯୁବକ ଏବଂ ଯୁବତୀମାନଙ୍କ ପାଇଁ ଜାତୀୟ ଆଜୀବିକା ସେବା କେନ୍ଦ୍ର (NCSCDA), ଭୁବନେଶ୍ୱର, ତରଫରୁ ଏକ ନିଯୁକ୍ତି ମେଳାର ଆୟୋଜନ କରାଯାଇଅଛି। ସେଥିରେ ଚଳନ ଶକ୍ତି ରହିତ (OH) ଭିନ୍ନକ୍ଷମ ମାନେ ମଧ୍ୟ ଭାଗ ନେଇ ପାରିବେ। ଏହା ୦୬ ଅପ୍ରେଲ ୨୦୨୩ ରେ ଏନସିଏସସିଡ଼ିଏ(NCSCDA) କ୍ୟାମ୍ପସ ପରିସରରେ ଅନୁଷ୍ଠିତ ହେବ। ଏହି ମେଳାରେ ଉଭୟ ଭିନ୍ନକ୍ଷମ ଏବଂ ଅଣଭିନ୍ନକ୍ଷମ ଯୁବକ ଏବଂ ଯୁବତୀ ମାନେ ଭାଗ ନେଇ ପାରିବେ।

ଏହି ନିଯୁକ୍ତି ମେଳାରେ ବିଭିନ୍ନ କ୍ଷେତ୍ରରେ ଯଥା:-

ମ୍ୟାନେଜର (ଆକାଉଣ୍ଟସ,ଦରମା : ୩୦୦୦୦-୩୩୦୦୦/-)

ଜୁନିୟର ଆକଉଣ୍ଟାଣ୍ଟ (ଦରମା ୧୧୦୦୦ -୧୩୦୦୦/-)

ଏଚ.ଆର ଏକ୍ଜିକ୍ୟୁଟିଭ୍, ଅଫିସ ବୟ, ହୋଟେଲ ଷ୍ଟିୱାର୍ଡ, ବି. ଡି. ଏମ  (୮ଟି ପଦବୀ),

ଟେଲି ସେଲ୍ସ ଏକ୍ଜିକ୍ୟୁଟିଭ୍ ପ୍ରାୟ ୩୦୦ରୁ ଅଧିକ ପଦବୀ ନିଯୁକ୍ତି ପାଇଁ ୪ରୁ ଅଧିକ କମ୍ପାନୀ / ସଂସ୍ଥା ଯଥା ଗଦ୍ରେଜ ,ଗର୍ଗ ଲଜିଷ୍ଟିକ, ଏକ୍ସାଇଡ, ଅସ୍ମିତା ହୋଲଡ଼େସ ପ୍ରା. ଲି ଅଂଶଗ୍ରହଣ କରୁଛନ୍ତି । ଦଶମଠୁ କମ ଶିକ୍ଷାଗତ , ଦଶମ ପାସ ଏବଂ ଦଶମଠାରୁ ଅଧିକ ଶିକ୍ଷାଗତ ଥିଲେ ଭାଗ ନେଇ ପାରିବେ।

ତେଣୁ, ସମସ୍ତ ଚାକିରି ଆଶାୟୀ ପାର୍ଥୀ ନିଜର ଶିକ୍ଷାଗତ ପ୍ରମାଣପତ୍ରର ନକଲ , ଆଧାର କାର୍ଡ, ପାସପୋର୍ଟ ସାଇଜ୍ ଫଟୋଗ୍ରାଫ୍, ଭିନ୍ନକ୍ଷମ ପ୍ରମାଣପତ୍ର(ଯେଉଁ ମାନେ ଭିନ୍ନକ୍ଷମ) ଏବଂ ବାୟୋ ଡାଟା ଇତ୍ୟାଦି ଡକ୍ୟୁମେଣ୍ଟ୍ ସହିତ ଚାକିରି ମେଳାରେ ଯୋଗଦେବାକୁ ଅନୁରୋଧ କରାଯାଇଛି। କେବଳ ଏକ୍ସାଇଡ କମ୍ପାନୀ ବ୍ଯତୀତ ଅନ୍ୟ ସମସ୍ତ ପଦବୀ ପାଇଁ କାର୍ଯ୍ୟସ୍ଥଳୀ (workplace) ଭୁବନେଶ୍ବର ରହିବ।

ତାରିଖ : ୦୬ ଅପ୍ରେଲ ୨୦୨୩

ସମୟ : ସକାଳ ୯ଟା ରୁ ଦିନ ୧୨ଟା ପର୍ଯ୍ୟନ୍ତ

ବୟସ ସୀମା :      ୧୮ ବର୍ଷ ରୁ ୩୫ ବର୍ଷ

ଶିକ୍ଷାଗତ ଯୋଗ୍ୟତା : ୭ମ ପାସ ରୁ ପୋଷ୍ଟ ଗ୍ରାଜୁଏଟ (ପିଜି)

ଠିକଣା:  ଏନ ସି ଏସ୍ ସି ଡି ଏ, (ପୂର୍ବରୁ : ଭି ଆର ସି ଏଚ), ପ୍ଲଟ ନଂ- ୧,୨,୫ ଏବଂ ୬, ଗଣ୍ଡମୁଣ୍ଡା, ପୋଖରୀପୁଟ, ଭୁବନେଶ୍ୱର, ଖୋର୍ଦ୍ଧା-୭୫୧୦୩୦। ଅଧିକ ସୂଚନା ପାଇଁ ଫୋନ : ୦୬୭୪୨୩୫୨୩୧୭

 

                                                                                   

Related posts