Categories
ଆଜିର ଖବର ଜାତୀୟ ଖବର

ରାଜସ୍ଥାନ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ : ନିର୍ବାଚନ ମଇଦାନରେ ପାକିସ୍ତାନରୁ ଆସିଥିବା ନୀତା କମ୍ବର

ରାଜସ୍ଥାନ: ରାଜସ୍ଥାନର ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟର ଭୋଟିଂ ଆଜି ଆରମ୍ଭ ହୋଇଛି। ଚଳିତ ନିର୍ବାଚନରେ ସରପଞ୍ଚ ପଦ ପାଇଁ 17ହଜାର 242ଜଣ  ଓ 42 ହଜାର 704ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏହି ନିର୍ବାଚନରେ ଚର୍ଚ୍ଚାରେ ରହିଛନ୍ତି 18 ବର୍ଷ ପୂର୍ବେ ପାକିସ୍ତାନରୁ ଆସିଥିବା ନୀତା କମ୍ବର। ସେ  ଚଳିତ ଥର ରାଜସ୍ଥାନରେ ପଞ୍ଚାୟତ ନିର୍ବାଚନ ଲଢୁଛନ୍ତି। ସେ ଟୋଙ୍କର ନଟଓ୍ବାଡା ପଞ୍ଚାୟତରୁ ପ୍ରାର୍ଥୀ ହୋଇଛନ୍ତି। ଅଠର ବର୍ଷ ପୂର୍ବେ ଭାରତ ଆସିଥିବା  ନୀତାଙ୍କୁ ଗତ ଚାରିମାସ ହେବ ତାଙ୍କୁ ଭାରତର ନାଗରିକତା ମିଳିଛି।

ସୂଚନାଯୋଗ୍ୟ ଯେ, ପ୍ରଥମ ଚରଣରେ ଝୁନ୍‌ଝୁନ୍‌ ଓ ଜୈସଲମର୍‌କୁ ଛାଡି ଅନ୍ୟ ସମସ୍ତ ଜିଲ୍ଲାରେ ମତଦାନ ହେବ। ସକାଳ 8ଟାରୁ ଏହା ଆରମ୍ଭ ହୋଇଥିବାବେଳେ ଏହା ସନ୍ଧ୍ୟା 5 ଘଟିକା ଯାଏ ଏହି ମତଦାନ କାର୍ଯ୍ୟକ୍ରମ ଚାଲୁ ରହିବ। ତିନୋଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନର ପ୍ରଥମ ପର୍ଯ୍ୟାୟ ସରପଞ୍ଚ ନିର୍ବାଚନରେ ମୋଟ 17ହଜାର 242ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରିବେ। (ଏଜେନ୍ସି)