Categories
ଆଜିର ଖବର

ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡ ମାମଲାରେ ଇଡିର ନୂଆ ଚାର୍ଜସିଟ୍‌

ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡ ହେଲିକପ୍ଟର ଦୁର୍ନୀତି ମାମଲାରେ ସେନାଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ଲାଞ୍ଚ ଦିଆଯାଇଥିଲା ବୋଲି ପ୍ରବର୍ତନ ନିର୍ଦ୍ଦଶାଳୟ (ଇଡି) ପକ୍ଷରୁ କୁହାଯାଇଛି। ଇଡି ପକ୍ଷରୁ ଦାଖଲ କରାଯାଇଥିବା ଚାର୍ଜସିଟ୍‌ରେ ସେନାଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ବ୍ୟତିତ ତତ୍କାଳୀନ ୟୁପିଏ ସରକାରଙ୍କ ଅନେକ ମନ୍ତ୍ରୀଙ୍କ ନାମ ରହିଛି। ଫେବୃୟାରୀ ୨୦୦୮ରୁ ଅକ୍ଟୋବର ୨୦୦୯ ମଧ୍ୟରେ ଏହି ଚୁକ୍ତିରେ ଦଲାଲ କ୍ରିଷ୍ଟିଆନ୍‌ ମିଚେଲ ଜେମ୍‌ସ ନିକଟରୁ ଚାର୍ଜସିଟ୍‌ରେ ଫାଇଲ୍‌ କରାଯାଇଥିବା ବ୍ୟକ୍ତିଙ୍କୁ ଅର୍ଥ ପ୍ରେରଣ କରାଯାଇଛି। ଏହି ମାମଲାରେ ସମୁଦାୟ ୩୦ ମିଲିୟନ୍‌ ୟୁରୋର ଅର୍ଥରାଶି ବିଭିନ୍ନ ନେତା, ବାୟୁସେନା ଅଫିସର ଏବଂ ଗଣମାଧ୍ୟମ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିବା ପ୍ରକାଶ। କ୍ରିଷ୍ଟିଆନ୍‌ ମିଚେଲ୍‌ କଂଗ୍ରେସ ନେତା ଅହମଦ୍‌ ପଟେଲଙ୍କୁ ଏପି ବୋଲି ସମ୍ବୋଧନ କରିବା ସହିତ  ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏହି ଚୁକ୍ତିରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ବୋଲି ପ୍ରକାଶ କରିଛି।

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )