Categories
ଆଜିର ଖବର

ସବୁରି ଘରେ ସ୍ବଚ୍ଛ ଜଳ ପାଇଁ ମୋଦି ସରକାରର ନୂଆ ମନ୍ତ୍ରାଳୟ : ଜଳଶକ୍ତି ମନ୍ତ୍ରାଳୟ

୨୦୧୯ରେ ପ୍ରଚଣ୍ଡ ବହୁମତ ପାଇ ପୁଣି ଥରେ ସତ୍ତାକୁ ଆସିଛି ବିଜେପି। ଏହା ସହିତ ବିଜେପି ନିଜର ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରିବାକୁ ନିଜର ପାଦ ବଢାଇଛନ୍ତି। ସବୁରି ଘରେ ବିଜୁଳି ପହଞ୍ଚିବା ପରେ ଏବେ ମୋଦି ସରକାର ସବୁରି ଘରେ ଶୁଦ୍ଧ ଜଳର ବ୍ୟବସ୍ଥା କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଜଳ ଶକ୍ତି ମନ୍ତ୍ରାଳୟ’ର ଗଠନ କରିଛନ୍ତି। ଏହି ମନ୍ତ୍ରାଳୟର ମନ୍ତ୍ରୀ ଭାବେ ଗଜେନ୍ଦ୍ର ସିଂହ ଶେଖାଓ୍ବତଙ୍କୁ ଦାୟିତ୍ବ ନ୍ୟସ୍ତ କରାଯାଇଛି। ଏହି ମନ୍ତ୍ରାଳୟ ଜଳା ସଂସାଧନ, ନଦୀର ବିକାଶ, ଗଂଗାର ପୁନର୍ଜୀବନ ମନ୍ତ୍ରାଳୟର ସ୍ଥାନ ନେବ। ଏହି ମନ୍ତ୍ରାଳୟ ଜରିଆରେ ନଦୀର ସଂଯୋଗୀକରଣ ତଥା ବିଶୁଦ୍ଧ ପାନୀୟ ଜଳ ଓ ଉନ୍ନତ ଜଳସେଚନ ବ୍ୟବସ୍ଥାର ମଧ୍ୟ କାର୍ଯ୍ୟ କରିବ। ଗଜେନ୍ଦ୍ର ସିଂହ ପୂର୍ବରୁ କୃଷି ଓ କୃଷକ କଲ୍ୟାଣ ରାଜ୍ୟ ମନ୍ତ୍ରୀ ରହିଥିଲେ। ରାଜସ୍ଥାନର ଯୋଧପୁର ନିର୍ବାଚନ କ୍ଷେତ୍ରରୁ ଦୁଇ ଦୁଇଥର ଲୋକସଭା ସାଂସଦ ରହିଛନ୍ତି ଗଜେନ୍ଦ୍ର ସିଂହ।