Categories
ଆଜିର ଖବର ଜାତୀୟ ଖବର

ତାମିଲ୍‌ ନ୍ୟୁଜ୍‌ ଚ୍ୟାନେଲର 25ରୁ ଉର୍ଦ୍ଧ୍ବ କର୍ମଚାରୀ କରୋନାରେ ସଂକ୍ରମିତ

ଚେନ୍ନାଇ : ଚେନ୍ନାଇ ସ୍ଥିତ ଏକ ତାମିଲ୍‌ ନ୍ୟୁଜ ଚ୍ୟାନେଲ୍‌ରେ କାମ କରୁଥିବା ପ୍ରାୟ 25ଜଣରୁ ଅଧିକ  ସମ୍ବାଦିକଙ୍କକରୋନାରେ ସଂକ୍ରମିତ ହୋଇଛନ୍ତି । ଏହି ସମସ୍ତ ଆକ୍ରାନ୍ତ ଡେସ୍କ ଏବଂ ରିପୋର୍ଟର ରହିଛନ୍ତି। 24ବର୍ଷିୟ ଜଣେ କର୍ମଚାରୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ଅଫିସ୍‌ର 94 ଜଣ କର୍ମଚାରୀଙ୍କ କରୋନା ପରୀକ୍ଷା ହୋଇଥିଲା। ଏହାସହ କରୋନା ଆକ୍ରାନ୍ତ ଆସିଥିବା କର୍ମଚାରୀଙ୍କ ଟ୍ରାଭେଲ ହିଷ୍ଟ୍ରି ଓ କଣ୍ଟାକ୍ ଟ୍ରେସିଂ କରାଯାଉଛି। ସାମ୍ବାଦିକମାନଙ୍କ କରୋନା ପଜିଟିଭ୍‌ ମିଳିବା ପରେ ତାମିଲନାଡୁ ରାଜନୈତିକ ଦଳର ପିଏମ୍‌କେ ସରକାରଙ୍କୁ ସାମ୍ବାଦିକ ସମ୍ମିଳନୀ ନ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ପିଏମ୍‌କେର ସଂସ୍ଥାପକ ନେତା ଏ୍‌. ରାମଦୌସ୍‌ ମଙ୍ଗଳବାର ଦିନ ମିଡିଆ ସଙ୍ଗଠନକୁ ତାଙ୍କ କର୍ମଚାରୀଙ୍କୁ ରକ୍ଷା କରିବା ପାଇଁ ଆହ୍ବାନ ଦେଇଛନ୍ତି । (ଏଜେନ୍ସି)