Categories
ଅନ୍ତରାଷ୍ଟ୍ରୀୟ ସ୍ବାସ୍ଥ୍ୟ

କରୋନା କାୟା : ନ୍ୟୁୟର୍କରେ ବଢିଲା ଲକ୍‌ଡାଉନ୍‌ର ଅବଧି

ନ୍ୟୁୟର୍କ : ସାରା ଦେଶରେ କରୋନା କାୟା । ବିଶ୍ବର ବହୁ ଶକ୍ତିଶାଳୀ ରାଷ୍ଟ୍ର ଆଜି କରୋନା ମାଡରେ ଧରାଶାୟୀ ହେବାକୁ ଲାଗିଲେଣି । କରୋନାର ଭୟାବହତାରୁ ରକ୍ଷା ପାଇଁ ଅନେକ ରାଷ୍ଟ୍ର ଲକ୍ ଡାଉନ୍‌କୁ ମାନି ନେଇଛନ୍ତି ।  ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଥିବା ଆମେରିକା ଗତକାଲି ନ୍ୟୁୟର୍କଠାରେ ଆସନ୍ତା ମେ 15 ପର୍ଯ୍ୟନ୍ତ ଲକଡାଉନ୍‌ବକୁ ବଢାଇଦେଇଛି । ଏନେଇ ନ୍ୟୁୟର୍କର ଗଭର୍ନର୍‌ ସୂଚନା ଦେଇଛନ୍ତି । ପୂର୍ବରୁ ଏଠାରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିଲା । ଆମେରିକାର ନ୍ୟୁୟର୍କ ସହର ଏବେ କରୋନା ଭାଇରସର କେନ୍ଦ୍ରସ୍ଥଳ ପାଲଟିଛି ।

ଆମେରିକା ବ୍ୟତୀତ ବ୍ରିଟେନ୍‌ ମଧ୍ୟ ଦେଶରେ ଲକ୍‌ଡାଉନର ଅବଧିକୁ 3 ସପ୍ତାହ ପାଇଁ ବୃଦ୍ଧି କରାଇଛି । ବିଟ୍ରେନ୍‌ର ବିଦେଶ ସଚିବ ଡମିନିକ୍‌ ରାଓ୍ବ ଡାଉନିଂ ଷ୍ଟ୍ରିଟ୍‌ ଠାରେ ଏ ସମ୍ପର୍କରେ ଘୋଷଣା କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ କରୋନାରେ ସଂକ୍ରମିତ ହୋଇଥିଲେ । ସେ ଏବେ ସୁସ୍ଥ ରହିଥିବାବେଳେ ଡାକ୍ତରଙ୍କ ପରାମର୍ଶ କ୍ରମେ ଘରେ ଆରାମ କରୁଛନ୍ତି । ଏହି ସମୟରେ ବିଦେଶ ସଚିବ କରୋନା ସହ ଦୃଢ ମୁକାବିଲା ପାଇଁ ଲକ୍‌ ଡାଉନର ଅବଧିକୁ ବୃଦ୍ଧି କରାଇଛନ୍ତି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ପାକିସ୍ତାନଠାରୁ ନ୍ୟୁୟର୍କରେ ଅଧିକ ପାକିସ୍ତାନୀ କରୋନାରେ ପ୍ରାଣ ହରାଇଛନ୍ତି

ନ୍ୟୁୟର୍କ : ଆମେରିକାରେ ମହାମାରୀ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ମୃତ୍ୟୁ ସଂଖ୍ୟାରେ ଇଟାଲୀକୁ ଟପିଛି ଆମେରିକା । ଆମେରିକାରେ ସର୍ବମୋଟ୍‌ ମୃତ୍ୟୁ ସଂଖ୍ୟା 20,577ରେ ପହଞ୍ଚିଛି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା 5ଲକ୍ଷ ଟପିଛି । ଆମେରିକା ଏବେ କରୋନା କେନ୍ଦ୍ର ଭାବରେ ଉଭା ହୋଇଛି । କରୋନା ଯୋଗୁଁ ଅଧିକ କ୍ଷତିଗ୍ରସ୍ତ ହୋଇଛି ନ୍ୟୁୟର୍କ ସହର ।

କରୋନାରେ ପାକିସ୍ତାନଠାରୁ ନ୍ୟୁୟର୍କରେ ଅଧିକ ପାକିସ୍ତାନୀ ମୃତ୍ୟୁବରଣ କରିଛନ୍ତି ସୂଚନା ମିଳିଛି । ନ୍ୟୁୟର୍କରେ ପାକିସ୍ତାନୀଙ୍କ ମୃତ୍ୟୁ ସଂଖ୍ୟା 100ରୁ ଉର୍ଦ୍ଧ୍ବ ରହିଛି । ପାକିସ୍ତାନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 78 ରହିଥିବାବେଳେ ନ୍ୟୁୟର୍କରେ ଏହା ଅଧିକ ରହିଛି । ଆମେରିକାରେ ଗୋଟିଏ ଦିନରେ 2000ରୁ ଉର୍ଦ୍ଧ୍ବ ମୃତ୍ୟୁ ହୋଇଛି । ସେହିପରି 40ଜଣ ଆମେରିକୀ ଭାରତୀୟଙ୍କ ମୃତ୍ୟୁହୋଇଛି ବୋଲି ସୂଚନା ମିଳିଛି ।