ପାକିସ୍ତାନଠାରୁ ନ୍ୟୁୟର୍କରେ ଅଧିକ ପାକିସ୍ତାନୀ କରୋନାରେ ପ୍ରାଣ ହରାଇଛନ୍ତି

Published: Apr 12, 2020, 6:53 am IST

ନ୍ୟୁୟର୍କ : ଆମେରିକାରେ ମହାମାରୀ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ମୃତ୍ୟୁ ସଂଖ୍ୟାରେ ଇଟାଲୀକୁ ଟପିଛି ଆମେରିକା । ଆମେରିକାରେ ସର୍ବମୋଟ୍‌ ମୃତ୍ୟୁ ସଂଖ୍ୟା 20,577ରେ ପହଞ୍ଚିଛି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା 5ଲକ୍ଷ ଟପିଛି । ଆମେରିକା ଏବେ କରୋନା କେନ୍ଦ୍ର ଭାବରେ ଉଭା ହୋଇଛି । କରୋନା ଯୋଗୁଁ ଅଧିକ କ୍ଷତିଗ୍ରସ୍ତ ହୋଇଛି ନ୍ୟୁୟର୍କ ସହର ।

କରୋନାରେ ପାକିସ୍ତାନଠାରୁ ନ୍ୟୁୟର୍କରେ ଅଧିକ ପାକିସ୍ତାନୀ ମୃତ୍ୟୁବରଣ କରିଛନ୍ତି ସୂଚନା ମିଳିଛି । ନ୍ୟୁୟର୍କରେ ପାକିସ୍ତାନୀଙ୍କ ମୃତ୍ୟୁ ସଂଖ୍ୟା 100ରୁ ଉର୍ଦ୍ଧ୍ବ ରହିଛି । ପାକିସ୍ତାନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 78 ରହିଥିବାବେଳେ ନ୍ୟୁୟର୍କରେ ଏହା ଅଧିକ ରହିଛି । ଆମେରିକାରେ ଗୋଟିଏ ଦିନରେ 2000ରୁ ଉର୍ଦ୍ଧ୍ବ ମୃତ୍ୟୁ ହୋଇଛି । ସେହିପରି 40ଜଣ ଆମେରିକୀ ଭାରତୀୟଙ୍କ ମୃତ୍ୟୁହୋଇଛି ବୋଲି ସୂଚନା ମିଳିଛି ।

Related posts