Categories
ଆଜିର ଖବର ରାଜ୍ୟ ଖବର

ଆଜି 9 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା 691କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଉ 9 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବରଗଡ ଜିଲ୍ଲାରୁ ସର୍ବାଧିକ 2 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଭଦ୍ରକ, କଟକ, ବଲାଙ୍ଗିର, ଗଜପତି, ପୁରୀ, ରାୟଗଡା ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତୁ ସଂଖ୍ୟା 691କୁ ବୃଦ୍ଧି ହୋଇଛି ।

ବଲାଙ୍ଗି ଜିଲ୍ଲାରୁ ସର୍ବାଧିକ 2  ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 63 ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ 55 ବର୍ଷୀୟା ମହିଳା । ସେହିପରି ଭଦ୍ରକରୁ ଜଣେ 52 ବର୍ଷୀୟ ବ୍ୟକ୍ତି ଥିବାବେଳେ ବଲାଙ୍ଗିରରୁ 55 ବର୍ଷୀୟ ପୁରୁଷ, ଗଜପତିରୁ 37 ବର୍ଷୀୟା ପୁରୁଷ ଓ କଟକରୁ 78 ବର୍ଷୀୟା ମହିଳା ରହିଛନ୍ତି । ସେହିପରି ପୁରୀରୁ 73 ବର୍ଷୀୟ ପୁରୁଷଙ୍କ ସମେତ ରାୟଗଡରୁ 52 ବର୍ଷୀୟ ବ୍ୟକ୍ତି ଓ ସମ୍ବଲପୁରରୁ 60 ବର୍ଷୀୟା ମହିଳାଙ୍କର କରୋନାରେ ମୃତ୍ୟୁ ହୋଇଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରେ କରୋନା ଯୋଗୁଁ 13ଜଣଙ୍କ ମୃତ୍ୟୁ : ମୋଟ୍‌ ମୃତ୍ୟୁ ସଂଖ୍ୟା 272କୁ ବୃଦ୍ଧି

ଭୁବନେଶ୍ବର : ଆଜି ରାଜ୍ୟରେ କରୋନା ଯୋଗୁଁ ସର୍ବାଧିକ 13ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ 6ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା ଓ କୋରାପୁଟରୁ 2ଜଣ ଲେଖାଏଁଙ୍କ ମୃତ୍ୟୁ ହୋଇଥିବାବେଳେ ବାଲେଶ୍ବର ଓ ବରଗଡ ଓ ନୟାଗଡରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଗଞ୍ଜାମରୁ ଆଜି 6ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏହି ମୃତକଙ୍କ ମଧ୍ୟରେ 5 ଜଣ ପୁରୁଷ ଜଣେ ମହିଳା ରହିଛନ୍ତି । ମହିଳାଙ୍କ ବୟସ 60ବର୍ଷ ହୋଇଥିବାବେଳେ ଅନ୍ୟ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 65, 40, 66,37, ଓ 50 ବର୍ଷ ବୋଲି ସୂଚନା ରହିଛି ।

ସେହିପରି ବାଲେଶ୍ବରରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 81ବର୍ଷ ବୋଲି ଜଣାପଡିଛି ।

ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା 272କୁ ବୃଦ୍ଧି ହୋଇଥିବାବେଳେ ଗଞ୍ଜାମରେ ମୃତ୍ୟୁ ସଂଖ୍ୟା 131କୁ ବୃଦ୍ଧି ହୋଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାରେ 35, ନୟାଗଡରେ 3, ବାଲେଶ୍ବରରେ 5 ଓ ନୟାଗଡରେ କରୋନା ମୃତ୍ୟୁ ସଂଖ୍ୟାକୁ 5କୁ ବୃଦ୍ଧି ହୋଇଛି । ସେହିପରି କୋରାପୁଟରେ ମୃତ୍ୟୁସଂଖ୍ୟା 2 ରହିଛି ।

 କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି :
ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ ମୃତ (ଅନ୍ୟାନ୍ୟ)
ଗଞ୍ଜାମ 12855 10171 2545 131 8
ଖୋର୍ଦ୍ଧା 6445 3020 3381 35 9
କଟକ 3130 1952 1163 11 4
ସୁନ୍ଦରଗଡ 2236 1423 793 17 3
ଗଜପତି 1989 1374 598 16 1
ଯାଜପୁର 1601 1250 347 3 1
ରାୟଗଡା 1479 892 577 10 0
ବାଲେଶ୍ବର 1391 931 451 5 4
ପୁରୀ 1273 720 546 4 3
କୋରାପୁଟ 1204 667 535 2 0
କେଉଁଝର 1038 776 256 4 2
ନୟାଗଡ 1009 587 415 5 2
ସମ୍ବଲପୁର 1001 457 542 2 0
ଭଦ୍ରକ 914 611 295 4 4
କନ୍ଧମାଳ 899 483 411 5 0
ମୟୂରଭଞ୍ଜ 896 606 286 1 3
ମାଲକାନଗିରି 888 438 445 2 3
ଜଗତସିଂହପୁର 870 688 180 2 0
କେନ୍ଦ୍ରାପଡା 651 488 159 3 1
ବଲାଙ୍ଗିର 637 415 222 0 0
ବରଗଡ 634 405 226 3 0
ଢେଙ୍କାନାଳ 560 330 229 1 0
କଳାହାଣ୍ଡି 487 207 278 2 0
ଅନୁଗୁଳ 431 309 120 2 0
ଝାରସୁଗୁଡା 391 312 78 1 0
ନବରଙ୍ଗପୁର 360 267 91 1 1
ବୌଦ୍ଧ 203 137 66 0 0
ନୂଆପଡା 185 131 54 0 0
ସୋନପୁର 169 101 68 0 0
ଦେବଗଡ 101 94 7 0 0
Categories
ଆଜିର ଖବର

ରାଜ୍ୟରୁ ଆଉ ତିନିଜଣଙ୍କ ଜୀବନ ନେଲା କରୋନା : ମୃତ୍ୟୁ ସଂଖ୍ୟା 64କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରୁ ଆଉ ତିନିଜଣଙ୍କ ଜୀବନ ନେଇଛି କରୋନା । ମୃତକ ସମସ୍ତ 3 ଜଣ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।  ଗଞ୍ଜାମରେ ଏବେ ସୁଦ୍ଧା ମୃତ୍ୟୁସଂଖ୍ୟା 39କୁ ବୃଦ୍ଧି ହୋଇଛି । ସେହିପରି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 64କୁ ବୃଦ୍ଧି ହୋଇଛି । ସେହିପରି କରୋନା ଆକ୍ରାନ୍ତ ହୋଇ ସୁଦ୍ଧା 20 ଜଣ ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଚି ।

କେଉଁ ଜିଲ୍ଲାରେ କିପରି ରହିଛି ସ୍ଥିତି :

ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ ମୃତ (ଅନ୍ୟାନ୍ୟ ରୋଗ)
ଗଞ୍ଜାମ 3864 2079 1745 39 1
ଖୋର୍ଦ୍ଧା 1307 868 425 9 5
କଟକ 998 670 319 6 3
ଯାଜପୁର 896 528 367 1 0
ସୁନ୍ଦରଗଡ 668 209 457 1 1
 ଗଜପତି 613 439 173 1 0
ବାଲେଶ୍ବର 519 386 131 0 2
ଜଗତସିଂହପୁର 394 298 96 0 0
ପୁରୀ 363 263 97 2 1
ମୟୂରଭଞ୍ଜ 341 214 125 0 2
କେନ୍ଦ୍ରାପଡା 298 264 32 1 1
କେଉଁଝର 295 178 116 0 1
ଭଦ୍ରକ 293 258 32 1 2
ନୟାଗଡ 270 175 95 0 0
ବଲାଙ୍ଗିର 261 212 49 0 0
କନ୍ଧମାଳ 193 185 8 0 0
ବରଗଡ 171 139 31 1 0
ମାଲକାନଗିରି 170 101 69 0 0
ଝାରସୁଗୁଡା 165 128 37 0 0
ରାୟଗଡା 141 123 17 1 0
କୋରାପୁଟ 139 47 92 0 0
ଅନଗୁଳ 133 100 32 1 0
ସମ୍ବଲପୁର 113 70 43 0 0
ଢେଙ୍କାନାଳ 95 79 16 0 0
ନବରଙ୍ଗପୁର 89 53 35 0 1
ନୂଆପଡା 86 82 4 0 0
କଳାହାଣ୍ଡି 83 71 12 0 0
ଦେବଗଡ 66 62 4 0 0
ବୌଦ୍ଧ 53 42 11 0 0
ସୋନପୁର 44 37 7 0 0
Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରୁ ଆଉ 4ଟି ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା 52କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଜି ଆଉ ଚାରୋଟି ମୁଣ୍ଡ ନେଇଛି କରୋନା ।  ଆଜି ରାଜ୍ୟରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ଓ୍ବେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି ।  ମୃତକଙ୍କ ମଧ୍ୟରୁ ଗଞ୍ଜାରୁ ତିନିଜଣ ରହିଥିବାବଳେ ଭଦ୍ରକରୁ ଜଣେ ରହିଛନ୍ତି ।

ଗଞ୍ଜାମରୁ ମୃତକଙ୍କ ମଧ୍ୟରେ ଜଣେ 65 ବର୍ଷୀୟା ମହିଳା ରହିଥିବାବେଳେ ସେ ଡାଇବେଟିସ୍‌ ଓ ହାଇପର୍ଟେନସ୍‌ରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି । ସେହିପରି ଅନ୍ୟ ଜଣେ ମୃତକ ଗଞ୍ଜାମର 58 ବର୍ଷୀୟ ବୋଲି ସୂଚନା ରହିଛି । ଅନ୍ୟ ଜଣେ ଆକାନ୍ତଙ୍କ ଜଣକ 64 ବର୍ଷୀୟ ପୁରୁଷ ବୋଲି ସୂଚନା ରହିଥିବାବେଳେ ସେ ମଧ୍ୟ ଡାଇବେଟିସ୍‌ରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି ।

ସେହିପରି ଭଦ୍ରକ ଜିଲ୍ଲାରୁ କରୋନାରେ ମୃତ୍ୟୁ ବରଣ କରିଥିବା ଆକ୍ରାନ୍ତଙ୍କ ବୟସ 58 ବର୍ଷ ବୋଲି ସୂଚନା ରହିଛି । ସେ ମଧ୍ୟ ଡାଇବେଟିସ୍‌ ଓ କିଡ୍‌ନୀ ବେମାରୀରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି ।

ରାଜ୍ୟରେ ମୃତକଙ୍କ ସଂଖ୍ୟା 52ରେ ପହଞ୍ଚିଥିବାବେଳେ 15 ଜଣ କରୋନାରେ ଆକ୍ରାନ୍ତ ହୋଇ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ସେହିପରି ଗଞ୍ଜାମ ଜିଲ୍ଲାରେ ସର୍ବାଧିକ 30 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ  ଖୋର୍ଦ୍ଧା ଜିଲ୍ଲାରେ 8, କଟକରେ 5, ଯାଜପୁର, ସୁନ୍ଦରଗଡ, ଗଜପତି, ପୁରୀ, କେନ୍ଦ୍ରାପଡା, ଭଦ୍ରକ, ବରଗଡ ଓ ରାୟଗଡାର ଓ ଅନୁଗୁଳରୁ ଜଣେ ଲେଖାଏଁ ରହିଛନ୍ତି ।

ସେହିପରି ରାଜ୍ୟରେ କରୋନା ଆକ୍ରାନ୍ତ ହୋଇ ସୁଦ୍ଧା ଦୁଇଜଣଙ୍କର ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । କୋଭିଡ୍‌ ବ୍ୟତୀତ ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବା ମୃତକଦ୍ବୟଙ୍କ ମଧ୍ୟରୁ ଜଣେ ହେଉଛନ୍ତି କେଉଁଝରରୁ 42 ବର୍ଷୀୟ ବ୍ୟକ୍ତି । ଯିଏ କ୍ୟାନସରର ରୋଗରେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଜଣେ ଭଦ୍ରକର 88 ବର୍ଷୀୟ ମହିଳା ରହିଛନ୍ତି । ସେ ମଧ୍ୟ କିଡ୍‌ନୀ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରୁ ଆଉ ଦୁଇଟି ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା 17କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ କରୋନା ନେଲା ଆଉ ଦୁଇ ଜଣଙ୍କ ମୁଣ୍ଡ । ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ 17 ଜଣଙ୍କ ଜୀବନ ଗଲାଣି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍‌ରେ ସୂଚନା ପ୍ରଦାନ କରାଯାଇଛି। ତେବେ ଦୁଇ ମୃତକ କଟକ ଜିଲ୍ଲାର ବୋଲି ଜଣାପଡିଛି ।

ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ମୃତ ବ୍ୟକ୍ତି ଦ୍ବୟ କଟକ ଜିଲ୍ଲାର । ଜଣକ ବୟସ 71 ବର୍ଷ ହୋଇଥିବାବେଳେ କଟକ ସ୍ଥିତ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେ କୋଭିଡ୍‌-19 ସହ ଅନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ ।  ସଂକ୍ରମିତ ଡାଇବେଟିକ୍ ଫୁଟ୍, ଡାଇବେଟିସ୍ ଏବଂ କ୍ରୋନିକ୍ କିଡନୀ ରୋଗରେ ମଧ୍ୟ ପୀଡିତ ଥିଲେ । ଅନ୍ୟଜଣେ ମଧ୍ୟ କଟକ ଜିଲ୍ଲାର । ତାଙ୍କ ବୟସ 53 ବର୍ଷ । କଟକ ସ୍ଥିତ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି । ସେ ଡାଇବେଟିସ୍ ରୋଗରେ ମଧ୍ୟ ପୀଡିତ ଥିଲେ ।

ସେହିଭଳି ଅନ୍ୟ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । କିନ୍ତୁ ତାଙ୍କ ମୃତ୍ୟୁ କରୋନା ଜନିତ ନୁହେଁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ରହିଛି। ସେ ମଧ୍ୟ କଟକ ଜିଲ୍ଲାର ହୋଇଥିବାବେଳେ ତାଙ୍କ ବୟସ 80 ବର୍ଷ । ତାଙ୍କର ଅନ୍ତଃନଳୀରେ ସମସ୍ୟା ସହ ସେପସିସ୍ ଏବଂ ମଲ୍ଟି ଅର୍ଗାନ ଡିସଫଙ୍କସନ ସିଣ୍ଡ୍ରୋମ ଯୋଗୁଁ ମୃତ୍ୟୁ ହୋଇଛି ବୋଲି ସ୍ବାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

କଟକ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା 3କୁ ବୃଦ୍ଧି ପାଇଛି । ସେହିଭଳି ଗଞ୍ଜାମ ଜିଲ୍ଲାରୁ 8 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 4 ଜଣ, ପୁରୀ ଜିଲ୍ଲାରୁ ଜଣେ, ବରଗଡ ଜିଲ୍ଲାରୁ ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇସାରିଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା  ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 5,470କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 1583 । ସେହିପରି ସୁସ୍ଥ ହୋଇଛନ୍ତି 3863 ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 17ଜଣ । ସେହିପରି 7ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

କେଉଁ ରାଜ୍ୟରେ କିପରି ଅଛି କରୋନା ସ୍ଥିତି :

ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ ମୃତ(ଅନ୍ୟାନ୍ୟ)
ଗଞ୍ଜାମ 955 670 277 8 0
ଖୋର୍ଦ୍ଧା 662 403 253 4 2
କଟକ 487 385 98 3 1
ଯାଜପୁର 387 329 58 0 0
ବାଲେଶ୍ବର 320 208 111 0 1
ଗଜପତି 279 98 181 0 0
ଜଗତସିଂହପୁର 228 133 95 0 0
କେନ୍ଦ୍ରାପଡା 220 180 40 0 0
ପୁରୀ 215 134 79 1 1
ଭଦ୍ରକ 200 178 22 0 0
ସୁନ୍ଦରଗଡ 163 127 36 0 0
ମୟୂରଭଞ୍ଜ 159 106 52 0 1
କନ୍ଧମାଳ 159 144 15 0 0
ବଲାଙ୍ଗିର 153 141 12 0 0
ନୟାଗଡ 131 111 20 0 0
କେଉଁଝର 100 61 39 0 0
ନୂଆପଡା 79 71 8 0 0
କଳାହାଣ୍ଡି 70 41 29 0 0
ବରଗଡ 68 33 34 1 0
ଢେଙ୍କାନାଳ 66 51 15 0 0
ଅନୁଗୁଳ 56 40 16 0 0
ମାଲ୍‌କାନଗିରି 53 43 10 0 0
ଝାରସୁଗୁଡା 53 18 35 0 0
ଦେବଗଡ 41 40 1 0 0
ବୌଦ୍ଧ 40 38 2 0 0
ସୋନପୁର 35 31 4 0 0
ସମ୍ବଲପୁର 31 23 8 0 0
କୋରାପୁଟ 25 17 8 0 0
ରାୟଗଡା 22 7 15 0 0
ନବରଙ୍ଗପୁର 13 2 10 0 1
Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ ଏକ ମୁଣ୍ଡ ନେଲା କରୋନା

ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାର 63 ବର୍ଷୀୟ ବ୍ୟକ୍ତି ହୋଇଥିବାର ସୂଚନା ରହିଛି । ରାଜ୍ୟରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 8କୁ ବୃଦ୍ଧି ହୋଇଛି ।

ଆଜି ରାଜ୍ୟରେ 130 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 2608ରେ ପହଞ୍ଚିଥିବାବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 1117 ରହିଛି । ସେହିପରି ରାଜ୍ୟରେ 1481ଜଣ ସୁସ୍ଥ ହୋଇଥିବାବେଳେ ରାଜ୍ୟରେ ମୃତ୍ୟୁ ସଂଖ୍ୟା 8କୁ ବୃଦ୍ଧି ହୋଇଛି । ସେହିପରି ଆଉ 2 ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର

କରୋନାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତାଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ବରିଷ୍ଠ ନେତା ପି ନାମଗ୍ୟାଲ୍‌ କରୋନାରେ ମୃତ୍ୟୁବରଣ କରିଛନ୍ତି।ଲଦାଖରୁ କଂଗ୍ରେସର ସାଂସଦ ଭାବେ ତିନି ଥର ଜିତିଥିବା ନାମଗ୍ୟାଲ୍‌ 83 ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ସେ କରୋନାରେ ସଂକ୍ରମିତ ହୋଇଥିବା ସହ ଅନ୍ୟାନ୍ୟ ରୋଗରେ ମଧ୍ୟ ପୀଡ଼ିତଥିଲେ। ସେ ଜଣେ  କେବଳ ଜଣେ ରାଜନେତା ଭାବରେ ନୁହେଁ ବରଂ ସାମାଜିକକର୍ମୀ ରୂପେ ବେଶ ପରିଚିତ ହାସଲ କରିଥିଲେ । ଲଦାଖରୁ ତିନି ଥର ସାଂସଦ ରହିଥିବା ପି ନାମଗ୍ୟାଲ୍‌ ଲଦାଖରେ ରହିଥିବା ବୌଦ୍ଧଙ୍କ ମଧ୍ୟରେ ସମ୍ମାନିତ ବ୍ୟକ୍ତିତ୍ବ ରହିଥିଲେ ।

ନାମଗ୍ୟାଲ୍‌ 1960ରୁ 73 ଓ 1974ରୁ 80 ପର୍ଯ୍ୟନ୍ତ ସପ୍ତମ ଲୋକସଭା ନିର୍ବାଚନରେ ବିଜୟୀ ହୋଇ ତତ୍କାଳୀନ ଜମ୍ମୁକ ଓ କାଶ୍ମୀର ବିଧାନ ପରିଷଦର ସଦସ୍ୟ ରହିଥିଲେ । ଚାରି ବର୍ଷ ପରେ ପୁନର୍ବାର ସେ ଲୋକସଭାକୁ ନିର୍ବାଚିତ ହୋଇ ତତ୍କାଳୀନ କେନ୍ଦ୍ର ସରକାରଙ୍କ 1988-89 ସମୟ ମଧ୍ୟରେ କେନ୍ଦ୍ରୀୟ ଉପ ମନ୍ତ୍ରୀ ରୂପେ କାର୍ଯ୍ୟ କରିଥିଲେ । 1996ରେ ସେ ତୃତୀୟ ଥର ପାଇଁ ଲୋକସଭା ନିର୍ବାଚନ ଜିତିଥିଲେ ।

ଲଦାଖରେ ବରିଷ୍ଠ କଂଗ୍ରେସ ନେତାଙ୍କ ସମେତ ଅନ୍ୟ ତିନିଜଣଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଛି । ଲଦାଖରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 4କୁ ବୃଦ୍ଧି ହୋଇଛି । ଏଠାରେ ମୋଟ୍‌ 43ଟି ମାମଲା ଆସିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 34ଟି ସକ୍ରିୟ ମାମଲା ରହିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

କରୋନାରେ ପୋଲିସ୍‌ କର୍ମୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ଦିଲ୍ଲୀରେ କରୋନା ଯୋଗୁଁ ଆଉ ଜଣେ ପୋଲିସ୍‌ କର୍ମଚାରୀଙ୍କ ମୃତ୍ୟୁହୋଇଥିବାର ସୂଚନା ରହିଛି । ମୃତକ ଜଣକ ହେଉଛନ୍ତି 54 ବର୍ଷୀୟ ଶେଷମଣି ପାଣ୍ଡେୟ।ସେ କ୍ରାଇମ୍‌ ବ୍ରାଞ୍ଚ ଅଫିସର ରହିଥିବାବେଳେ ସେ ଫିଙ୍ଗର ପ୍ରିଣ୍ଟ ଏକ୍ସପର୍ଟ ରହିଥିଲେ । କରୋନା ସଂକଟ କାଳରେ ତାଙ୍କୁ ଅସ୍ଥାୟୀ ଭାବେ ସେଣ୍ଟ୍ରାଲ୍‌ ଦିଲ୍ଲୀରେ ମୋବାଇଲ୍‌  କ୍ରାଇମ୍‌ ଟିମ୍‌ରେ ମୂତୟନ କରାଯାଇଥିଲା । 2014 ବ୍ୟାଚ୍‌ର ଏଏସ୍‌ଆଇ ଶେଷମଣି ପାଣ୍ଡେଙ୍କ ମେ 26 ତାରିଖରେ କରୋନା ପଜିଟିଭ୍‌ ରିପୋର୍ଟ ଆସିଥିବାବେଳେ ତାଙ୍କୁ ଆର୍ମି ବେସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଦିନ ତାଙ୍କର ମୃତ୍ୟୁ ହୋଇଛି ।

ଦିଲ୍ଲୀରେ 500ରୁ ଉର୍ଦ୍ଧ୍ବ ପୋଲିସ୍‌ କର୍ମୀ କରୋନା ପଜିଟିଭ୍‌ ରହିଥିବାବେଳେ ପୂର୍ବରୁ ଜଣେ କନେଷ୍ଟବଳଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଛି । ପୂର୍ବରୁ ଦିଲ୍ଲୀରେ ଜଣେ କନେଷ୍ଟବଳ ଅମିତ୍‌ ରାଣାଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଥିଲା । ଦିଲ୍ଳୀରେ କରୋନା ମାମଲା ବୃଦ୍ଧି ହେତୁ ଏଠାରେ କଣ୍ଟେନମେଣ୍ଟ ଜୋନ୍‌ ସଂଖ୍ୟା 122କୁ ବୃଦ୍ଧି ହୋଇଛି । ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା 18,549ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 416କୁ ବୃଦ୍ଧି ହୋଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦେଶରେ ମୃତ୍ୟୁ ସଂଖ୍ୟା 700 ଡେଇଁଲା

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍‌ର ପ୍ରକୋପ ଲଗାତାର ଭାବରେ ବୃଦ୍ଧି ପାଇବାରେ ଲାଗିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 23 ହଜାର ପାର୍‌ କରିଛି। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଏବେ 23,077ରେ ପହଞ୍ଚିଛି। ମୃତକଙ୍କ ସଂଖ୍ୟା 700 ଡେଇଁଛି।

କେଉଁ ରାଜ୍ୟରେ କେତେ ରହିଛି ମୃତ୍ୟୁ ସଂଖ୍ୟା

ସ୍ବାସ୍ଥ୍ୟା ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଦେଶରେ ସର୍ବମୋଟ  ମୃତ୍ୟୁ ସଂଖ୍ୟା 718 ରହିଛି ।  ମହାରାଷ୍ଟ୍ରରେ ସର୍ବାଧିକ 283ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ 112, ମଧ୍ୟପ୍ରଦେଶରେ 80, ଦିଲ୍ଲୀରେ 50, ତାମିଲନାଡୁରେ 20, ତେଲେଙ୍ଗାନାରେ24, ଆନ୍ଧ୍ରପ୍ରଦେଶରେ 27, କର୍ଣ୍ଣାଟକରେ 17, ଉତ୍ତରପ୍ରଦେଶରେ 24, ପଞ୍ଜାବରେ 16,  ପଶ୍ଚିମବଙ୍ଗରେ 15, ରାଜସ୍ଥାନରେ 27, ଜମ୍ମୁକାଶ୍ମୀରରେ 5, ହରିୟାଣାରେ 3, କେରଳରେ ତିନି, ଝାରଖଣ୍ଡରେ 3, ବିହାରରେ 2, ଆସାମ, ହିମାଚଳ ପ୍ରଦେଶ, ମେଘାଳୟ ଓ ଓଡ଼ିଶାରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ।

ସେହିପରି ଦେଶରେ 10ଟି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି । ସେହି ରାଜ୍ୟଗୁଡିକ ମଧ୍ୟରେ ରହିଛନ୍ତି – ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ,ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ କେରଳ ପରି ରାଜ୍ୟଗୁଡିକ । ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା 6430 ରହିଥିବାବେଳେ ଗୁଜୁରାଟରେ ଅଛନ୍ତି 2624, ଦିଲ୍ଲୀରେ 2376, ରାଜସ୍ଥାନରେ 1964, ତାମିଲନାଡୁରେ 1683, ମଧ୍ୟପ୍ରଦେଶରେ 1699, ଉତ୍ତରପ୍ରଦେଶରେ 1510, ତେଲେଙ୍ଗାନାରେ 960, ଆନ୍ଧ୍ରପ୍ରଦେଶରେ 895 ଓ କେରଳରେ 447ଟି ମାମଲା ରହିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

କରୋନାରେ ମୃତ୍ୟୁ ଯୋଗୁଁ ବଦଳିଲା ନିୟମ, ମହିଳାଙ୍କ ଶବକୁ ଦଉଡିରେ ବାନ୍ଧି ସାବଧାନତାର ସହ କରାଗଲା ସତ୍କାର

ନୂଆଦିଲ୍ଲୀ, ସାରା ପୃଥିବୀକୁ କରୋନା ବର୍ତ୍ତମାନ ଅସ୍ତବ୍ୟସ୍ତ କରିଦେଇଛି। ଫଳରେ ଅନେକ ସ୍ଥାନରେ ଅନେକ କଥା ବଦଳିବାରେ ମଧ୍ୟ ଲାଗିଛି। ପୁରା ପୃଥିବୀର ଆଇନି କାନୁନକୁ ମଧ୍ୟ ବଦଳାଇ ଦେଇଛି ଏହି ମହାମାରୀ। ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ, ସବୁ ଯାନିଯାତ୍ରା, ଯାତାୟାତ ସବୁ ଠପ ହୋଇଯାଇଛି। ଏପରିକି ବଡବଡ ଧର୍ମକର୍ମ ମଧ୍ୟ ଏହି ମହାମାରୀ ଯୋଗୁଁ କେଉଁଠି ବନ୍ଦ ତ କେଉଁଠି ପରିବର୍ତ୍ତନ କରାଯାଇଛି।

ଏହିପରି ପରିସ୍ଥିତି ଭିତରେ ନୂଆଦିଲ୍ଲୀରୁ ଆସିଛି ଏକ ହୃଦୟ ବିଦାରକ ଦୃଶ୍ୟ । ତାହା ହେଲା ଗତକାଲି ନୂଆଦିଲ୍ଲୀର ଜଣେ ମହିଳା କୋଭିଡ ଆକ୍ରାନ୍ତ ଯୋଗୁଁ ମୃତ୍ୟୁବରଣ କରିଥିଲେ। ହେଲେ କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବ ସତ୍କାର କରିବା ପାଇଁ କିଛି କଟକଣା ଥିବାରୁ ସେହି ଅନୁସାରେ ସେହି ମହିଳାଙ୍କ ଶବ ସତ୍କାର କରାଯାଇଥିଲା। ଶବକୁ କବର ଦେବା ପାଇଁ ତାଙ୍କ ପରିବାର ଲୋକେ ଦଉଡିର ସହାୟତା ନେଇଥିଲେ। ଶବ ର ଚାରିପଟୁ ଦଉଡିରେ ଧରି ଗାତ ଭିତରେ ଭର୍ତ୍ତି କରି କବର ଦିଆଯାଇଥିଲା। କରୋନା ମୃତକଙ୍କୁ ସତ୍କାର କରିବା ବେଳେ କିଛି ନିୟମ ପାଳନ କରିବା ପାଇଁ ସଂପର୍କୀୟଙ୍କୁ ପରାମର୍ଶ ଦିଆଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ପାକିସ୍ତାନଠାରୁ ନ୍ୟୁୟର୍କରେ ଅଧିକ ପାକିସ୍ତାନୀ କରୋନାରେ ପ୍ରାଣ ହରାଇଛନ୍ତି

ନ୍ୟୁୟର୍କ : ଆମେରିକାରେ ମହାମାରୀ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ମୃତ୍ୟୁ ସଂଖ୍ୟାରେ ଇଟାଲୀକୁ ଟପିଛି ଆମେରିକା । ଆମେରିକାରେ ସର୍ବମୋଟ୍‌ ମୃତ୍ୟୁ ସଂଖ୍ୟା 20,577ରେ ପହଞ୍ଚିଛି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା 5ଲକ୍ଷ ଟପିଛି । ଆମେରିକା ଏବେ କରୋନା କେନ୍ଦ୍ର ଭାବରେ ଉଭା ହୋଇଛି । କରୋନା ଯୋଗୁଁ ଅଧିକ କ୍ଷତିଗ୍ରସ୍ତ ହୋଇଛି ନ୍ୟୁୟର୍କ ସହର ।

କରୋନାରେ ପାକିସ୍ତାନଠାରୁ ନ୍ୟୁୟର୍କରେ ଅଧିକ ପାକିସ୍ତାନୀ ମୃତ୍ୟୁବରଣ କରିଛନ୍ତି ସୂଚନା ମିଳିଛି । ନ୍ୟୁୟର୍କରେ ପାକିସ୍ତାନୀଙ୍କ ମୃତ୍ୟୁ ସଂଖ୍ୟା 100ରୁ ଉର୍ଦ୍ଧ୍ବ ରହିଛି । ପାକିସ୍ତାନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 78 ରହିଥିବାବେଳେ ନ୍ୟୁୟର୍କରେ ଏହା ଅଧିକ ରହିଛି । ଆମେରିକାରେ ଗୋଟିଏ ଦିନରେ 2000ରୁ ଉର୍ଦ୍ଧ୍ବ ମୃତ୍ୟୁ ହୋଇଛି । ସେହିପରି 40ଜଣ ଆମେରିକୀ ଭାରତୀୟଙ୍କ ମୃତ୍ୟୁହୋଇଛି ବୋଲି ସୂଚନା ମିଳିଛି ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ମାତ୍ର ଛଅ ମିନିଟ୍‌ର ବ୍ୟବଧାନ ଭିତରେ ସ୍ବାମୀ-ସ୍ତ୍ରୀଙ୍କ ପ୍ରାଣ ନେଲା କରୋନା

ଫ୍ଲୋରିଡା : କରୋନା ଭାଇରସ୍‌ ସାରା ଦୁନିଆରେ ମୃତ୍ୟୁର ତାଣ୍ଡବ ରଚୁଥିବାବେଳେ ବିଶ୍ବରେ ମୃତ୍ୟୁ ସଂଖ୍ୟା 59 ହଜାର ପାର କରିସାରିଲାଣି । ଆମେରିକାର ଏହି ରୋଗ ଏବେ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଆମେରିକାର ଫ୍ଲୋରିଡା ସହରରେ ଜଣେ ଦମ୍ପତିଙ୍କ ମୃତ୍ୟୁ ଏହି ଭୟାନକ କରୋନା ଯୋଗୁଁ ହୋଇଛି । ମାତ୍ର ଛଅ ମିନିଟ୍‌ ବ୍ୟବଧାନ ଭିତରେ ଏହି ଦମ୍ପତି କରୋନା ଯୋଗୁଁ ପ୍ରାଣ ହାରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ସ୍ବାମୀଙ୍କୁ 74 ବର୍ଷ ବୟସ ହୋଇଥିବାବେଳେ ସ୍ତ୍ରୀଙ୍କ ବୟସ 72 ବର୍ଷ । ରବିବାର ଦିନ ଏହି ଦୁହେଁ କରୋନା ଯୋଗୁଁ ପ୍ରାଣ ହାରିଛନ୍ତି । ଦୁହିଁଙ୍କ ବିବାହ 51 ବର୍ଷ ହୋଇଥିଲା । ସ୍ବାମୀ ସ୍ତ୍ରୀ ଉଭୟ ମାର୍ଚ୍ଚର ମଧ୍ୟମ ସପ୍ତାହ ସୁଦ୍ଧା ସୁସ୍ଥ ରହିଥିବାବେଳେ ଶେଷ ଆଡକୁ ଏହି  ମହାମାରୀର ସଂକ୍ରମଣରେ ଆସିଥିଲେ । ପ୍ରଥମେ ସ୍ବାମୀ ଜଣକ ଏହି ରୋଗରେ ସଂକ୍ରମିତ ହୋଇଥିଲେ ପରେ ଏହା ତାଙ୍କ ସ୍ତ୍ରୀଙ୍କୁ ସଂକ୍ରମିତ କରିଥିଲା । ସ୍ବାମୀଙ୍କ ଅବସ୍ଥା ଅଧିକ ବିଗିଡିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା ସେହିପରି ତାଙ୍କ ସ୍ତ୍ରୀଙ୍କୁ ଘରେ ଆଇସୋଲେସନ୍‌ରେ ରଖାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ଅବସ୍ଥା ମଧ୍ୟ ବିଗିଡିବା ପରେ ତାଙ୍କୁ ମଧ୍ୟ ହସ୍ପିଟାଲରେ ଆଡମିଟ୍‌ କରାଯାଇଥିଲା । ଜୀବନର ଶେଷ ସମୟରେ ଏହି ଦମ୍ପତି ଭେଣ୍ଟିଲେଟରରେ ରହିଥିଲେ । ରବିବାର ଦିନ ମାତ୍ର ଛଅ ମିନିଟ୍‌ ବ୍ୟବଧାନ ଭିତରେ ଦୁଇ ଜଣଙ୍କ ଜୀବନ ଚାଲିଯାଇଛି । ସାରା ଦୁନିଆରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ପାଖାପାଖି 60, 000 ଛୁଇଁବାକୁ ଥିବାବେଳେ ଭାରତରେ ଏହି ରୋଗ 60ରୁ ଅଧିକ ମୁଣ୍ଡ ନେଲାଣି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ଆମେରିକାରେ କରୋନା ଅଣାୟତ୍ତ : ଦିନକରେ 1400ରୁ ଅଧିକ ମୃତ

ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ଯୋଗୁଁ ହାହାକାର ଲାଗିରହିଥିବାବେଳେ ବିଶ୍ବର ବହୁ ଦେଶ ଏବେ ଏହି ମହାମାରୀ କବଳରେ । ଏବେ ଏହି ଭୟାନକ କରୋନା କବଳରେ ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର । ଏହି ରାଷ୍ଟ୍ରରେ ବିଶ୍ବର ସର୍ବାଧିକ କରୋନା ସଂକ୍ରମିତ ରହିଛନ୍ତି । ଏହା ମଧ୍ୟରେ ଗତ 24 ଘଣ୍ଟା ମଧ୍ୟରେ 1400ରୁ ଅଧିକ ମୃତ୍ୟୁ ହୋଇଥିବାର ସୂଚନା ରହିଛି ।

ଚୀନର ବୁହାର ସହରରୁ ବ୍ୟାପିଥିବା ଏହି ଭୟାବହ କରୋନା ଏବେ ସାରା ଦୁନିଆରେ ତାଣ୍ଡବ କରୁଛି । ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା 3 ଲକ୍ଷ ପାଖାପାଖିରେ ପହଞ୍ଚିଛି ।  ଏପର୍ଯ୍ୟନ୍ତ ଆମେରିକାରେ 2.70 ଲକ୍ଷରୁ ଅଧିକ ଲୋକେ ସଂକ୍ରମିତ ହୋଇଛନ୍ତି । ସେହିପରି ଆମେରିକାରେ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା 7406ରେ ପହଞ୍ଚିଛି । ସେହିପରି  12,283ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା 1,19,827ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା 14,681ରେ ପହଞ୍ଚିଛି । ସେହିପରି ସ୍ପେନ୍‌ରେ ମୃତ୍ୟୁ ସଂଖ୍ୟା 11,198ରେ ପହଞ୍ଚିଛି ।

ସମୀକ୍ଷା ତରପରୁ କରୋନା ଅପଡେଟ୍‌ :

Categories
ଆଜିର ଖବର ଜାତୀୟ ଖବର

ସାମ୍ନାକୁ ଆସିଲା ୟୁପିରେ କରୋନା ଜନିତ ପ୍ରଥମ ମୃତ୍ୟୁ ଘଟଣା

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ କରୋନା ଯୋଗୁଁ ପ୍ରଥମ ମୃତ୍ୟୁ ହୋଇଛି । ଗୋରଖପୁର ବିଆରଡି ହସ୍ପିଟାଲ୍‌ରେ ଜଣେ 25 ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ପରେ ରିପୋର୍ଟ ଯାଞ୍ଚ ପରେ କରୋନା ପଜିଟିଭି ଥିଲେ ବୋଲି ଜଣାପଡିଥିଲା । ଏହି ଯୁବକଟି ବସ୍ତି ଅଞ୍ଚଳର ବୋଲି ଜଣାପଡିଛି।

ମିଳିଥିବାସୂଚନା ଅନୁସାରେ ଯୁବକ ଜଣକ ମାର୍ଚ୍ଚ 28 ତାରିଖରେ ବସ୍ତି ହସ୍ପିଟାଲରେ ଚିକିତ୍ସିତ ହେବା ପାଇଁ ଭର୍ତ୍ତି ହୋଇଥିଲେ । ଏହା ପରେ ମାର୍ଚ୍ଚ 29 ତାରିଖରେ ତାଙ୍କୁ ଗୋରଖପୁର ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । 30 ମାର୍ଚ୍ଚ ସକାଳ 8ଟା ସମୟରେ ତାଙ୍କର ମୃତ୍ୟୁହୋଇଥିବାବେଳେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।

ତେବେ ଯୁବକଙ୍କର ଆଜି ରିପୋର୍ଟ ଆସିଛି । ଏହା ପରେ ସେ କରୋନାରେ ଆକ୍ରାନ୍ତ ଥିଲେ ବୋଲି ଜଣାପଡିଥିଲା । ପୋଲିସ୍‌ ବସ୍ତି ଅଞ୍ଚଳରେ କଡାକଡି ଭାବେ ଲକ୍‌ଡାଉନ୍‌ ଜାରି କରିବା ସହିତ ଯୁବକଙ୍କ ସମ୍ପର୍କରେ ଆସିଥିବା ସମସ୍ତଙ୍କୁ ଲୋକଙ୍କୁ ଯାଞ୍ଚ କରାଯାଉଛି । ସମସ୍ତଙ୍କୁ କ୍ବାରେଣ୍ଟାଇନ୍‌ରେ ପଠାଇବା ନେଇ ବ୍ୟବସ୍ଥା କରାଯାଉଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 1700 ପାର୍‌ କରିଥିବାବେଳେ ୟୁପିରେ ମଧ୍ୟ 100 ଡେଇଁସାରିଛି । (ଏଜେନ୍ସି)