କରୋନାରେ ମୃତ୍ୟୁ ଯୋଗୁଁ ବଦଳିଲା ନିୟମ, ମହିଳାଙ୍କ ଶବକୁ ଦଉଡିରେ ବାନ୍ଧି ସାବଧାନତାର ସହ କରାଗଲା ସତ୍କାର

Published: Apr 17, 2020, 10:04 am IST

ନୂଆଦିଲ୍ଲୀ, ସାରା ପୃଥିବୀକୁ କରୋନା ବର୍ତ୍ତମାନ ଅସ୍ତବ୍ୟସ୍ତ କରିଦେଇଛି। ଫଳରେ ଅନେକ ସ୍ଥାନରେ ଅନେକ କଥା ବଦଳିବାରେ ମଧ୍ୟ ଲାଗିଛି। ପୁରା ପୃଥିବୀର ଆଇନି କାନୁନକୁ ମଧ୍ୟ ବଦଳାଇ ଦେଇଛି ଏହି ମହାମାରୀ। ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ, ସବୁ ଯାନିଯାତ୍ରା, ଯାତାୟାତ ସବୁ ଠପ ହୋଇଯାଇଛି। ଏପରିକି ବଡବଡ ଧର୍ମକର୍ମ ମଧ୍ୟ ଏହି ମହାମାରୀ ଯୋଗୁଁ କେଉଁଠି ବନ୍ଦ ତ କେଉଁଠି ପରିବର୍ତ୍ତନ କରାଯାଇଛି।

ଏହିପରି ପରିସ୍ଥିତି ଭିତରେ ନୂଆଦିଲ୍ଲୀରୁ ଆସିଛି ଏକ ହୃଦୟ ବିଦାରକ ଦୃଶ୍ୟ । ତାହା ହେଲା ଗତକାଲି ନୂଆଦିଲ୍ଲୀର ଜଣେ ମହିଳା କୋଭିଡ ଆକ୍ରାନ୍ତ ଯୋଗୁଁ ମୃତ୍ୟୁବରଣ କରିଥିଲେ। ହେଲେ କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବ ସତ୍କାର କରିବା ପାଇଁ କିଛି କଟକଣା ଥିବାରୁ ସେହି ଅନୁସାରେ ସେହି ମହିଳାଙ୍କ ଶବ ସତ୍କାର କରାଯାଇଥିଲା। ଶବକୁ କବର ଦେବା ପାଇଁ ତାଙ୍କ ପରିବାର ଲୋକେ ଦଉଡିର ସହାୟତା ନେଇଥିଲେ। ଶବ ର ଚାରିପଟୁ ଦଉଡିରେ ଧରି ଗାତ ଭିତରେ ଭର୍ତ୍ତି କରି କବର ଦିଆଯାଇଥିଲା। କରୋନା ମୃତକଙ୍କୁ ସତ୍କାର କରିବା ବେଳେ କିଛି ନିୟମ ପାଳନ କରିବା ପାଇଁ ସଂପର୍କୀୟଙ୍କୁ ପରାମର୍ଶ ଦିଆଯାଇଛି।

Related posts