ସାମ୍ନାକୁ ଆସିଲା ୟୁପିରେ କରୋନା ଜନିତ ପ୍ରଥମ ମୃତ୍ୟୁ ଘଟଣା

Published: Apr 1, 2020, 12:55 pm IST

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ କରୋନା ଯୋଗୁଁ ପ୍ରଥମ ମୃତ୍ୟୁ ହୋଇଛି । ଗୋରଖପୁର ବିଆରଡି ହସ୍ପିଟାଲ୍‌ରେ ଜଣେ 25 ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ପରେ ରିପୋର୍ଟ ଯାଞ୍ଚ ପରେ କରୋନା ପଜିଟିଭି ଥିଲେ ବୋଲି ଜଣାପଡିଥିଲା । ଏହି ଯୁବକଟି ବସ୍ତି ଅଞ୍ଚଳର ବୋଲି ଜଣାପଡିଛି।

ମିଳିଥିବାସୂଚନା ଅନୁସାରେ ଯୁବକ ଜଣକ ମାର୍ଚ୍ଚ 28 ତାରିଖରେ ବସ୍ତି ହସ୍ପିଟାଲରେ ଚିକିତ୍ସିତ ହେବା ପାଇଁ ଭର୍ତ୍ତି ହୋଇଥିଲେ । ଏହା ପରେ ମାର୍ଚ୍ଚ 29 ତାରିଖରେ ତାଙ୍କୁ ଗୋରଖପୁର ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । 30 ମାର୍ଚ୍ଚ ସକାଳ 8ଟା ସମୟରେ ତାଙ୍କର ମୃତ୍ୟୁହୋଇଥିବାବେଳେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।

ତେବେ ଯୁବକଙ୍କର ଆଜି ରିପୋର୍ଟ ଆସିଛି । ଏହା ପରେ ସେ କରୋନାରେ ଆକ୍ରାନ୍ତ ଥିଲେ ବୋଲି ଜଣାପଡିଥିଲା । ପୋଲିସ୍‌ ବସ୍ତି ଅଞ୍ଚଳରେ କଡାକଡି ଭାବେ ଲକ୍‌ଡାଉନ୍‌ ଜାରି କରିବା ସହିତ ଯୁବକଙ୍କ ସମ୍ପର୍କରେ ଆସିଥିବା ସମସ୍ତଙ୍କୁ ଲୋକଙ୍କୁ ଯାଞ୍ଚ କରାଯାଉଛି । ସମସ୍ତଙ୍କୁ କ୍ବାରେଣ୍ଟାଇନ୍‌ରେ ପଠାଇବା ନେଇ ବ୍ୟବସ୍ଥା କରାଯାଉଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 1700 ପାର୍‌ କରିଥିବାବେଳେ ୟୁପିରେ ମଧ୍ୟ 100 ଡେଇଁସାରିଛି । (ଏଜେନ୍ସି)

Related posts