ରାଜ୍ୟରୁ ଆଉ ଦୁଇଟି ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା 17କୁ ବୃଦ୍ଧି

Published: Jun 23, 2020, 12:36 pm IST

ଭୁବନେଶ୍ବର: ରାଜ୍ୟରେ କରୋନା ନେଲା ଆଉ ଦୁଇ ଜଣଙ୍କ ମୁଣ୍ଡ । ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ 17 ଜଣଙ୍କ ଜୀବନ ଗଲାଣି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍‌ରେ ସୂଚନା ପ୍ରଦାନ କରାଯାଇଛି। ତେବେ ଦୁଇ ମୃତକ କଟକ ଜିଲ୍ଲାର ବୋଲି ଜଣାପଡିଛି ।

ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ମୃତ ବ୍ୟକ୍ତି ଦ୍ବୟ କଟକ ଜିଲ୍ଲାର । ଜଣକ ବୟସ 71 ବର୍ଷ ହୋଇଥିବାବେଳେ କଟକ ସ୍ଥିତ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେ କୋଭିଡ୍‌-19 ସହ ଅନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ ।  ସଂକ୍ରମିତ ଡାଇବେଟିକ୍ ଫୁଟ୍, ଡାଇବେଟିସ୍ ଏବଂ କ୍ରୋନିକ୍ କିଡନୀ ରୋଗରେ ମଧ୍ୟ ପୀଡିତ ଥିଲେ । ଅନ୍ୟଜଣେ ମଧ୍ୟ କଟକ ଜିଲ୍ଲାର । ତାଙ୍କ ବୟସ 53 ବର୍ଷ । କଟକ ସ୍ଥିତ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି । ସେ ଡାଇବେଟିସ୍ ରୋଗରେ ମଧ୍ୟ ପୀଡିତ ଥିଲେ ।

ସେହିଭଳି ଅନ୍ୟ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । କିନ୍ତୁ ତାଙ୍କ ମୃତ୍ୟୁ କରୋନା ଜନିତ ନୁହେଁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ରହିଛି। ସେ ମଧ୍ୟ କଟକ ଜିଲ୍ଲାର ହୋଇଥିବାବେଳେ ତାଙ୍କ ବୟସ 80 ବର୍ଷ । ତାଙ୍କର ଅନ୍ତଃନଳୀରେ ସମସ୍ୟା ସହ ସେପସିସ୍ ଏବଂ ମଲ୍ଟି ଅର୍ଗାନ ଡିସଫଙ୍କସନ ସିଣ୍ଡ୍ରୋମ ଯୋଗୁଁ ମୃତ୍ୟୁ ହୋଇଛି ବୋଲି ସ୍ବାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

କଟକ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା 3କୁ ବୃଦ୍ଧି ପାଇଛି । ସେହିଭଳି ଗଞ୍ଜାମ ଜିଲ୍ଲାରୁ 8 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 4 ଜଣ, ପୁରୀ ଜିଲ୍ଲାରୁ ଜଣେ, ବରଗଡ ଜିଲ୍ଲାରୁ ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇସାରିଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା  ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 5,470କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 1583 । ସେହିପରି ସୁସ୍ଥ ହୋଇଛନ୍ତି 3863 ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 17ଜଣ । ସେହିପରି 7ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

କେଉଁ ରାଜ୍ୟରେ କିପରି ଅଛି କରୋନା ସ୍ଥିତି :

ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ ମୃତ(ଅନ୍ୟାନ୍ୟ)
ଗଞ୍ଜାମ 955 670 277 8 0
ଖୋର୍ଦ୍ଧା 662 403 253 4 2
କଟକ 487 385 98 3 1
ଯାଜପୁର 387 329 58 0 0
ବାଲେଶ୍ବର 320 208 111 0 1
ଗଜପତି 279 98 181 0 0
ଜଗତସିଂହପୁର 228 133 95 0 0
କେନ୍ଦ୍ରାପଡା 220 180 40 0 0
ପୁରୀ 215 134 79 1 1
ଭଦ୍ରକ 200 178 22 0 0
ସୁନ୍ଦରଗଡ 163 127 36 0 0
ମୟୂରଭଞ୍ଜ 159 106 52 0 1
କନ୍ଧମାଳ 159 144 15 0 0
ବଲାଙ୍ଗିର 153 141 12 0 0
ନୟାଗଡ 131 111 20 0 0
କେଉଁଝର 100 61 39 0 0
ନୂଆପଡା 79 71 8 0 0
କଳାହାଣ୍ଡି 70 41 29 0 0
ବରଗଡ 68 33 34 1 0
ଢେଙ୍କାନାଳ 66 51 15 0 0
ଅନୁଗୁଳ 56 40 16 0 0
ମାଲ୍‌କାନଗିରି 53 43 10 0 0
ଝାରସୁଗୁଡା 53 18 35 0 0
ଦେବଗଡ 41 40 1 0 0
ବୌଦ୍ଧ 40 38 2 0 0
ସୋନପୁର 35 31 4 0 0
ସମ୍ବଲପୁର 31 23 8 0 0
କୋରାପୁଟ 25 17 8 0 0
ରାୟଗଡା 22 7 15 0 0
ନବରଙ୍ଗପୁର 13 2 10 0 1

Related posts