ରାଜ୍ୟରୁ ଆଉ 4ଟି ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା 52କୁ ବୃଦ୍ଧି

Published: Jul 9, 2020, 10:59 am IST

ଭୁବନେଶ୍ବର : ରାଜ୍ୟରେ ଆଜି ଆଉ ଚାରୋଟି ମୁଣ୍ଡ ନେଇଛି କରୋନା ।  ଆଜି ରାଜ୍ୟରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ଓ୍ବେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି ।  ମୃତକଙ୍କ ମଧ୍ୟରୁ ଗଞ୍ଜାରୁ ତିନିଜଣ ରହିଥିବାବଳେ ଭଦ୍ରକରୁ ଜଣେ ରହିଛନ୍ତି ।

ଗଞ୍ଜାମରୁ ମୃତକଙ୍କ ମଧ୍ୟରେ ଜଣେ 65 ବର୍ଷୀୟା ମହିଳା ରହିଥିବାବେଳେ ସେ ଡାଇବେଟିସ୍‌ ଓ ହାଇପର୍ଟେନସ୍‌ରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି । ସେହିପରି ଅନ୍ୟ ଜଣେ ମୃତକ ଗଞ୍ଜାମର 58 ବର୍ଷୀୟ ବୋଲି ସୂଚନା ରହିଛି । ଅନ୍ୟ ଜଣେ ଆକାନ୍ତଙ୍କ ଜଣକ 64 ବର୍ଷୀୟ ପୁରୁଷ ବୋଲି ସୂଚନା ରହିଥିବାବେଳେ ସେ ମଧ୍ୟ ଡାଇବେଟିସ୍‌ରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି ।

ସେହିପରି ଭଦ୍ରକ ଜିଲ୍ଲାରୁ କରୋନାରେ ମୃତ୍ୟୁ ବରଣ କରିଥିବା ଆକ୍ରାନ୍ତଙ୍କ ବୟସ 58 ବର୍ଷ ବୋଲି ସୂଚନା ରହିଛି । ସେ ମଧ୍ୟ ଡାଇବେଟିସ୍‌ ଓ କିଡ୍‌ନୀ ବେମାରୀରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି ।

ରାଜ୍ୟରେ ମୃତକଙ୍କ ସଂଖ୍ୟା 52ରେ ପହଞ୍ଚିଥିବାବେଳେ 15 ଜଣ କରୋନାରେ ଆକ୍ରାନ୍ତ ହୋଇ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ସେହିପରି ଗଞ୍ଜାମ ଜିଲ୍ଲାରେ ସର୍ବାଧିକ 30 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ  ଖୋର୍ଦ୍ଧା ଜିଲ୍ଲାରେ 8, କଟକରେ 5, ଯାଜପୁର, ସୁନ୍ଦରଗଡ, ଗଜପତି, ପୁରୀ, କେନ୍ଦ୍ରାପଡା, ଭଦ୍ରକ, ବରଗଡ ଓ ରାୟଗଡାର ଓ ଅନୁଗୁଳରୁ ଜଣେ ଲେଖାଏଁ ରହିଛନ୍ତି ।

ସେହିପରି ରାଜ୍ୟରେ କରୋନା ଆକ୍ରାନ୍ତ ହୋଇ ସୁଦ୍ଧା ଦୁଇଜଣଙ୍କର ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । କୋଭିଡ୍‌ ବ୍ୟତୀତ ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବା ମୃତକଦ୍ବୟଙ୍କ ମଧ୍ୟରୁ ଜଣେ ହେଉଛନ୍ତି କେଉଁଝରରୁ 42 ବର୍ଷୀୟ ବ୍ୟକ୍ତି । ଯିଏ କ୍ୟାନସରର ରୋଗରେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଜଣେ ଭଦ୍ରକର 88 ବର୍ଷୀୟ ମହିଳା ରହିଛନ୍ତି । ସେ ମଧ୍ୟ କିଡ୍‌ନୀ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Related posts