କରୋନାରେ ପୋଲିସ୍‌ କର୍ମୀଙ୍କ ମୃତ୍ୟୁ

Published: May 31, 2020, 12:06 pm IST

ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ଦିଲ୍ଲୀରେ କରୋନା ଯୋଗୁଁ ଆଉ ଜଣେ ପୋଲିସ୍‌ କର୍ମଚାରୀଙ୍କ ମୃତ୍ୟୁହୋଇଥିବାର ସୂଚନା ରହିଛି । ମୃତକ ଜଣକ ହେଉଛନ୍ତି 54 ବର୍ଷୀୟ ଶେଷମଣି ପାଣ୍ଡେୟ।ସେ କ୍ରାଇମ୍‌ ବ୍ରାଞ୍ଚ ଅଫିସର ରହିଥିବାବେଳେ ସେ ଫିଙ୍ଗର ପ୍ରିଣ୍ଟ ଏକ୍ସପର୍ଟ ରହିଥିଲେ । କରୋନା ସଂକଟ କାଳରେ ତାଙ୍କୁ ଅସ୍ଥାୟୀ ଭାବେ ସେଣ୍ଟ୍ରାଲ୍‌ ଦିଲ୍ଲୀରେ ମୋବାଇଲ୍‌  କ୍ରାଇମ୍‌ ଟିମ୍‌ରେ ମୂତୟନ କରାଯାଇଥିଲା । 2014 ବ୍ୟାଚ୍‌ର ଏଏସ୍‌ଆଇ ଶେଷମଣି ପାଣ୍ଡେଙ୍କ ମେ 26 ତାରିଖରେ କରୋନା ପଜିଟିଭ୍‌ ରିପୋର୍ଟ ଆସିଥିବାବେଳେ ତାଙ୍କୁ ଆର୍ମି ବେସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଦିନ ତାଙ୍କର ମୃତ୍ୟୁ ହୋଇଛି ।

ଦିଲ୍ଲୀରେ 500ରୁ ଉର୍ଦ୍ଧ୍ବ ପୋଲିସ୍‌ କର୍ମୀ କରୋନା ପଜିଟିଭ୍‌ ରହିଥିବାବେଳେ ପୂର୍ବରୁ ଜଣେ କନେଷ୍ଟବଳଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଛି । ପୂର୍ବରୁ ଦିଲ୍ଲୀରେ ଜଣେ କନେଷ୍ଟବଳ ଅମିତ୍‌ ରାଣାଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଥିଲା । ଦିଲ୍ଳୀରେ କରୋନା ମାମଲା ବୃଦ୍ଧି ହେତୁ ଏଠାରେ କଣ୍ଟେନମେଣ୍ଟ ଜୋନ୍‌ ସଂଖ୍ୟା 122କୁ ବୃଦ୍ଧି ହୋଇଛି । ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା 18,549ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 416କୁ ବୃଦ୍ଧି ହୋଇଛି । (ଏଜେନ୍ସି)

Related posts