ଆମେରିକାରେ କରୋନା ଅଣାୟତ୍ତ : ଦିନକରେ 1400ରୁ ଅଧିକ ମୃତ

Published: Apr 4, 2020, 11:12 am IST

ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ଯୋଗୁଁ ହାହାକାର ଲାଗିରହିଥିବାବେଳେ ବିଶ୍ବର ବହୁ ଦେଶ ଏବେ ଏହି ମହାମାରୀ କବଳରେ । ଏବେ ଏହି ଭୟାନକ କରୋନା କବଳରେ ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର । ଏହି ରାଷ୍ଟ୍ରରେ ବିଶ୍ବର ସର୍ବାଧିକ କରୋନା ସଂକ୍ରମିତ ରହିଛନ୍ତି । ଏହା ମଧ୍ୟରେ ଗତ 24 ଘଣ୍ଟା ମଧ୍ୟରେ 1400ରୁ ଅଧିକ ମୃତ୍ୟୁ ହୋଇଥିବାର ସୂଚନା ରହିଛି ।

ଚୀନର ବୁହାର ସହରରୁ ବ୍ୟାପିଥିବା ଏହି ଭୟାବହ କରୋନା ଏବେ ସାରା ଦୁନିଆରେ ତାଣ୍ଡବ କରୁଛି । ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା 3 ଲକ୍ଷ ପାଖାପାଖିରେ ପହଞ୍ଚିଛି ।  ଏପର୍ଯ୍ୟନ୍ତ ଆମେରିକାରେ 2.70 ଲକ୍ଷରୁ ଅଧିକ ଲୋକେ ସଂକ୍ରମିତ ହୋଇଛନ୍ତି । ସେହିପରି ଆମେରିକାରେ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା 7406ରେ ପହଞ୍ଚିଛି । ସେହିପରି  12,283ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା 1,19,827ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା 14,681ରେ ପହଞ୍ଚିଛି । ସେହିପରି ସ୍ପେନ୍‌ରେ ମୃତ୍ୟୁ ସଂଖ୍ୟା 11,198ରେ ପହଞ୍ଚିଛି ।

ସମୀକ୍ଷା ତରପରୁ କରୋନା ଅପଡେଟ୍‌ :

Related posts