Categories
ଆଜିର ଖବର ଜାତୀୟ ଖବର

ଭାରତୀୟ ନୌସେନାର ପରାକ୍ରମ: ୨୪ ଘଣ୍ଟା ମଧ୍ୟରେ ୧୯ ପାକିସ୍ତାନୀଙ୍କ ସମେତ ଜଳଦସ୍ୟୁଙ୍କଠାରୁ ଉଦ୍ଧାର ହେଲା ୨ ଜାହାଜ

ନୂଆଦିଲ୍ଲୀ: ଭାରତୀୟ ନୌସେନାର ପରାକ୍ରମ ପୁଣି ଆରବ ସାଗରରେ ଦେଖାଗଲା। ଭାରତୀୟ ନୌସେନା ଗତ ୨୪ ଘଣ୍ଟା ମଧ୍ୟରେ ଆରବ ସାଗରରେ ଜଳଦସ୍ୟୁମାନଙ୍କଠାରୁ ଦୁଇଟି ଜାହାଜ ମୁକ୍ତି କରିଥିଲା। କେବଳ ଏତିକି ନୁହେଁ, ନୌସେନା ଗୋଟିଏ ଜାହାଜରୁ ୧୯ ଜଣ ପାକିସ୍ତାନୀ କ୍ରୁ ସଦସ୍ୟ ଏବଂ ଅନ୍ୟ ଜଣେ ଇରାନୀୟ ଜାହାଜରୁ ୧୭ ଜଣ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରିଛି।

ଭାରତୀୟ ନୌସେନା ୨୮ ଏବଂ ୨୯ ଜାନୁଆରୀରେ ଆରବ ସାଗରରେ ଦୁଇଟି ଜାହାଜକୁ ଅପହରଣରୁ ରକ୍ଷା କରିଥିଲା। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ରବିବାର ଦିନ ନୌସେନାର ଯୁଦ୍ଧ ଜାହାଜ INS ସୁମିତ୍ରା ପ୍ରଥମେ ଇରାନର ଜାହାଜ FB ଇରାନକୁ ଅପହରଣରୁ ରକ୍ଷା କରିଛି। ଏହା ପରେ ନିଜେ ଆରବ ସାଗରରେ ଏକ ସ୍ୱତନ୍ତ୍ର ଅପରେସନ କରି ଅଲ ନାଇମି ନାମକ ଏକ ଜାହାଜକୁ ସୋମାଲିଆର ଜଳଦସ୍ୟୁମାନଙ୍କଠାରୁ ଉଦ୍ଧାର କରାଯାଇଥିଲା। ଏହି ଅପରେସନରେ ଇଣ୍ଡିଆନ୍ ମେରାଇନ୍ କମାଣ୍ଡୋମାନେ ସାମିଲ ଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ପାକିସ୍ତାନଠାରୁ ନ୍ୟୁୟର୍କରେ ଅଧିକ ପାକିସ୍ତାନୀ କରୋନାରେ ପ୍ରାଣ ହରାଇଛନ୍ତି

ନ୍ୟୁୟର୍କ : ଆମେରିକାରେ ମହାମାରୀ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ମୃତ୍ୟୁ ସଂଖ୍ୟାରେ ଇଟାଲୀକୁ ଟପିଛି ଆମେରିକା । ଆମେରିକାରେ ସର୍ବମୋଟ୍‌ ମୃତ୍ୟୁ ସଂଖ୍ୟା 20,577ରେ ପହଞ୍ଚିଛି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା 5ଲକ୍ଷ ଟପିଛି । ଆମେରିକା ଏବେ କରୋନା କେନ୍ଦ୍ର ଭାବରେ ଉଭା ହୋଇଛି । କରୋନା ଯୋଗୁଁ ଅଧିକ କ୍ଷତିଗ୍ରସ୍ତ ହୋଇଛି ନ୍ୟୁୟର୍କ ସହର ।

କରୋନାରେ ପାକିସ୍ତାନଠାରୁ ନ୍ୟୁୟର୍କରେ ଅଧିକ ପାକିସ୍ତାନୀ ମୃତ୍ୟୁବରଣ କରିଛନ୍ତି ସୂଚନା ମିଳିଛି । ନ୍ୟୁୟର୍କରେ ପାକିସ୍ତାନୀଙ୍କ ମୃତ୍ୟୁ ସଂଖ୍ୟା 100ରୁ ଉର୍ଦ୍ଧ୍ବ ରହିଛି । ପାକିସ୍ତାନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 78 ରହିଥିବାବେଳେ ନ୍ୟୁୟର୍କରେ ଏହା ଅଧିକ ରହିଛି । ଆମେରିକାରେ ଗୋଟିଏ ଦିନରେ 2000ରୁ ଉର୍ଦ୍ଧ୍ବ ମୃତ୍ୟୁ ହୋଇଛି । ସେହିପରି 40ଜଣ ଆମେରିକୀ ଭାରତୀୟଙ୍କ ମୃତ୍ୟୁହୋଇଛି ବୋଲି ସୂଚନା ମିଳିଛି ।

Categories
ଆଜିର ଖବର

ଗୁପ୍ତଚର ବୃତ୍ତି ଅଭିଯୋଗରେ 7 ନୌସେନା ଯବାନ ଗିରଫ

ବିଶାଖାପଟ୍ଟନମ,20/12 : ଆନ୍ଧ୍ରପ୍ରଦେଶ ପୁଲିସ ପାକିସ୍ତାନୀ ଗୁପ୍ତଚର ରାକେଟ୍‌ର ପର୍ଦ୍ଦାଫାଶ କରିଛି । ଏହି ଘଟଣାରେ ପୁଲିସ ଏବଂ ନୌସେନା ଗୁଇନ୍ଦା ଶାଖା ଭାରତୀୟ ନୌସେନାର 7 ଯବାନଙ୍କୁ ଗିରଫ କରିଛି । ଏହି ଯବାନ ମାନେ ପାକିସ୍ତାନ ପାଇଁ ଗୁଇନ୍ଦା କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ହୋଇଛି । ଆନ୍ଧ୍ରପ୍ରଦେଶ ରାଜ୍ୟ ଗୁଇନ୍ଦା ଶାଖା କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଏବଂ ନୌସେନାର ଗୁଇନ୍ଦା ବିଭାଗ ସହିତ ମିଶି ଅପରେଶନ ‘ଡଲଫିନ୍ସ ନୋଜ’ ଆରମ୍ଭ କରିଥିଲା । ଏହି ଅପରେଶନ ସମୟରେ ପାକିସ୍ତାନୀ ଗୁଇନ୍ଦା ରାକେଟ୍‌ର ପର୍ଦ୍ଦାଫାଶ ହୋଇଥିବା ଜଣାପଡିଛି । ପ୍ରାଥମିକ ତଦନ୍ତ ପରେ ଭାରତୀୟ ନୌସେନାର 7 ଯବାନ ଏବଂ ଜଣେ ହୱାଲା ଅପରେଟରକୁ ଦେଶର ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଛି । (ଏଜେନ୍ସୀ)