ଭାରତୀୟ ନୌସେନାର ପରାକ୍ରମ: ୨୪ ଘଣ୍ଟା ମଧ୍ୟରେ ୧୯ ପାକିସ୍ତାନୀଙ୍କ ସମେତ ଜଳଦସ୍ୟୁଙ୍କଠାରୁ ଉଦ୍ଧାର ହେଲା ୨ ଜାହାଜ

Published: Jan 30, 2024, 11:36 am IST

ନୂଆଦିଲ୍ଲୀ: ଭାରତୀୟ ନୌସେନାର ପରାକ୍ରମ ପୁଣି ଆରବ ସାଗରରେ ଦେଖାଗଲା। ଭାରତୀୟ ନୌସେନା ଗତ ୨୪ ଘଣ୍ଟା ମଧ୍ୟରେ ଆରବ ସାଗରରେ ଜଳଦସ୍ୟୁମାନଙ୍କଠାରୁ ଦୁଇଟି ଜାହାଜ ମୁକ୍ତି କରିଥିଲା। କେବଳ ଏତିକି ନୁହେଁ, ନୌସେନା ଗୋଟିଏ ଜାହାଜରୁ ୧୯ ଜଣ ପାକିସ୍ତାନୀ କ୍ରୁ ସଦସ୍ୟ ଏବଂ ଅନ୍ୟ ଜଣେ ଇରାନୀୟ ଜାହାଜରୁ ୧୭ ଜଣ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରିଛି।

ଭାରତୀୟ ନୌସେନା ୨୮ ଏବଂ ୨୯ ଜାନୁଆରୀରେ ଆରବ ସାଗରରେ ଦୁଇଟି ଜାହାଜକୁ ଅପହରଣରୁ ରକ୍ଷା କରିଥିଲା। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ରବିବାର ଦିନ ନୌସେନାର ଯୁଦ୍ଧ ଜାହାଜ INS ସୁମିତ୍ରା ପ୍ରଥମେ ଇରାନର ଜାହାଜ FB ଇରାନକୁ ଅପହରଣରୁ ରକ୍ଷା କରିଛି। ଏହା ପରେ ନିଜେ ଆରବ ସାଗରରେ ଏକ ସ୍ୱତନ୍ତ୍ର ଅପରେସନ କରି ଅଲ ନାଇମି ନାମକ ଏକ ଜାହାଜକୁ ସୋମାଲିଆର ଜଳଦସ୍ୟୁମାନଙ୍କଠାରୁ ଉଦ୍ଧାର କରାଯାଇଥିଲା। ଏହି ଅପରେସନରେ ଇଣ୍ଡିଆନ୍ ମେରାଇନ୍ କମାଣ୍ଡୋମାନେ ସାମିଲ ଥିଲେ।

Related posts