Categories
ଆଜିର ଖବର

ନିବେଶକଙ୍କୁ ଆଶ୍ବସ୍ତି : ସେନସେକ୍ସରେ 400 ପଏଣ୍ଟ ଅଭିବୃଦ୍ଧି

ମୁମ୍ବାଇ : ଭାରତୀୟ ସେୟାର ବଜାରରେ ଆଜି ନିବେଶକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଦୁଇଦିନ ଧରି ତଳୁଆ ରହିଥିବା ସେୟାର ବଜାର ଆଜି ଉପରକୁ ଉଠିଛି । ପ୍ରଥମ ଘଣ୍ଟାର ଟ୍ରେଡିଂରେ ସେୟାର ବଜାର 400 ପଏଣ୍ଟ ଉପରକୁ ଉଠିଛି । 437.93 ପଏଣ୍ଟର ଅଭିବୃଦ୍ଧି ସହିତ ସେନସେକ୍ସ 41263 ପଏଣ୍ଟରେ ରହିଥିବା ବେଳେ ନିଫ୍‌ଟୀ 132 ପଏଣ୍ଟର ଅଭିବୃଦ୍ଧି ସହିତ 12159 ପଏଣ୍ଟରେ ରହିଛି । ନିଫ୍‌ଟୀ 50 ଏହି ସମୟରେ 1.12 ପ୍ରତିଶତର ଅଭିବୃଦ୍ଧି ସହିତ 9901 ପଏଣ୍ଟରେ ପହଞ୍ଚିଛି । ସର୍ବାଧିକ ଲାଭ ହାସଲକାରୀ କମ୍ପାନୀ ତାଲିକାରେ ରହିଛି ୟେସ୍‌ ବ୍ୟାଙ୍କ । ୟେସ୍‌ ବ୍ୟାଙ୍କର ଅଂଶଧନ ମୂଲ୍ୟରେ 4.01 ପ୍ରତିଶତର ଅଭିବୃଦ୍ଧି ଘଟିଛି । ଉଲ୍ଲେଖଯୋଗ୍ୟ ଯେ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ପରସ୍ଥିତି ସୃଷ୍ଟି ହେବା କାରଣରୁ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ଘଟି ସେୟାର ବଜାର ତଳୁଆ ରହିଥିଲା । ଇରାନର ମିସାଇଲ ଆକ୍ରମଣ ପରେ ପରସ୍ଥିତି ଆହୁରି ଗୋଳମାଳିଆ ହେବା ନେଇ ଆଶଙ୍କା ପ୍ରକାଶ ପାଇଥିଲା । ମାତ୍ର ଗତକାଲି ରାତିରେ ଟ୍ରମ୍ପ ସରକାର ଶାନ୍ତି ପ୍ରସ୍ତାବ ଦେବା ପରେ ଏହା ନିବେଶକଙ୍କ ପାଇଁ ଆଶ୍ବସ୍ତିର ବିଷୟ ପାଲଟିଛି । (ଏଜେନ୍ସୀ)

Categories
ଆଜିର ଖବର

300 ପଏଣ୍ଟ ଉପରକୁ ଉଠିଲା ସେନସେକ୍ସ

ଭାରତୀୟ ସେୟାର ବଜାରରେ ଅଦ୍ଭୂତପୂର୍ବ ସଫଳତା ଦେଖିବାକୁ ମିଳିଛି । ସେନ୍‌ସେକ୍ସ 300 ପଏଣ୍ଟ ଉପରକୁ ଉଠିବା ସହିତ ଏକ ନୂତନ ମାଇଲଖୁଣ୍ଟ ଛୁଇଁଛି । 346 ପଏଣ୍ଟ ଉପରକୁ ଉଠିବା ସହିତ ସେନସେକ୍ସ 40816 ପଏଣ୍ଟରେ ପହଞ୍ଚିଛି । ସେହିପରି ନିଫ୍‌ଟି 50 ମଧ୍ୟ 12 ହଜାର ପଏଣ୍ଟ ଅତିକ୍ରମ କରିଛି । ଏହି ସମୟରେ ରିଲାଏନ୍ସ ସବୁଠାରୁ ଅଧିକ ଲାଭ ହାସଲକାରୀ କମ୍ପାନୀ ରହିଥିଲା । ରିଲାଏନ୍ସର ଅଂଶଧନ ମୂଲ୍ୟରେ 4.05 ପ୍ରତିଶତ ଅଭିବୃଦ୍ଧି ଘଟିଛି । ରିଲାଏନ୍ସ ବ୍ୟତିତ ଇଣ୍ଡସଇଣ୍ଡ ବ୍ୟାଙ୍କ, ସନ୍‌ ଫାର୍ମା, ଡ.ରେଡ୍ଡୀ, ଏଲ୍‌ ଆଣ୍ଡଟି ଏବଂ କୋଲ ଇଣ୍ଡିଆର ଅଂଶଧନରେ ନିବେଶକଙ୍କୁ ଫାଇଦା ମିଳିଥିଲା ।