Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କୁ “ଗ୍ରାଣ୍ଡ କମାଣ୍ଡର ଅଫ୍ ଦ ଅର୍ଡର ଅଫ୍ ନାଇଜର” ପ୍ରଦାନ

ନୂଆଦିଲ୍ଲୀ: ଷ୍ଟେଟ୍ ହାଉସରେ ଆୟୋଜିତ ଏକ ସମାରୋହରେ ନାଇଜେରିଆ ଫେଡେରାଲ ରିପବ୍ଲିକ୍ ର ରାଷ୍ଟ୍ରପତି ମହାମହିମ ଶ୍ରୀ ବୋଲା ଅହମ୍ମଦ ଟିନୁବୁ ଭାରତ-ନାଇଜେରିଆ ସମ୍ପର୍କକୁ ପ୍ରୋତ୍ସାହିତ କରିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ” ଗ୍ରାଣ୍ଡ କମାଣ୍ଡର ଅଫ୍‌ ଦି ଅର୍ଡର ଅଫ୍ ନାଇଜର ” ଜାତୀୟ ପୁରସ୍କାର ପ୍ରଦାନ କରିଥିଲେ।

ପୁରସ୍କାର ପ୍ରଶଂସାପତ୍ରରେ ଉଲ୍ଲେଖ କରାଯାଇଛି ଯେ ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଭାରତ ଏକ ବିଶ୍ୱ ଶକ୍ତି ଭାବରେ ଅବସ୍ଥାପିତ ହୋଇଛି ଏବଂ ତାଙ୍କ ପରିବର୍ତ୍ତନଶୀଳ ଶାସନ ସମସ୍ତଙ୍କ ପାଇଁ ଏକତା, ଶାନ୍ତି ଏବଂ ଅଂଶୀଦାର ସମୃଦ୍ଧିକୁ ପ୍ରୋତ୍ସାହିତ କରିଛି ।

ଏହି ପୁରସ୍କାର ଗ୍ରହଣ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହି ସମ୍ମାନକୁ ଭାରତବାସୀ ଏବଂ ଭାରତ ଓ ନାଇଜେରିଆ ମଧ୍ୟରେ ଥିବା ଦୀର୍ଘକାଳୀନ ଐତିହାସିକ ବନ୍ଧୁତାକୁ ଉତ୍ସର୍ଗ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସ୍ୱୀକୃତି ଦୁଇ ଦେଶ ମଧ୍ୟରେ ରଣନୈତିକ ଭାଗିଦାରୀ ଏବଂ ଗ୍ଲୋବାଲ୍ ସାଉଥର ଆକାଂକ୍ଷା ପ୍ରତି ସେମାନଙ୍କର ଅଂଶୀଦାର ପ୍ରତିବଦ୍ଧତାକୁ ଦର୍ଶାଏ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ପ୍ରଥମ ବିଦେଶୀ ନେତା ଯିଏ କି ୧୯୬୯ ପରେ ଏହି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।

Categories
ଆଜିର ଖବର

ନାଇଜେରିଆ ଉପକୂଳରେ ଅପହୃତ 18 ଭାରତୀୟ ମୁକ୍ତ

ନୂଆଦିଲ୍ଲୀ, 23/12 : ନାଇଜେରିଆ ଉପକୂଳରେ ଅପହୃତ 18 ଜଣ ଭାରତୀୟଙ୍କୁ ମୁକ୍ତ କରାଯାଇଛି । ହଂକଂରୁ ଯାଉଥିବା ଏକ ଜାହାଜରେ ରହିଥିବା ଭାରତୀୟଙ୍କୁ ନାଇଜେରିଆର ଜଳଦସ୍ୟୁ ମାନେ ଡିସେମ୍ବର 3 ତାରିଖରେ ଅପହରଣ କରି ନେଇଥିଲେ । ବୋନ୍ନି ଦ୍ବିପପୁଞ୍ଜ ପର୍ଯ୍ୟନ୍ତ ଏହି ଜାହାଜଟି ଯାଉଥିଲା । ଜାହାଜ କମ୍ପାନୀ ପକ୍ଷରୁ କର୍ମଚାରୀଙ୍କ ମୁକ୍ତି ଖବର ସ୍ପଷ୍ଟ କରାଯାଇଛି । ସମୁଦାୟ 19 ଜଣଙ୍କୁ ଅପହରଣ କରାଯାଇଥିବା ବେଳେ 18 ଜଣ ଭାରତୀୟ ଏବଂ ଜଣେ ହଂକଂ ନାଗରିକ ରହିଥିଲା । ନାଇଜେରିଆ ସରକାରଙ୍କ ପକ୍ଷରୁ ଅପହରଣକାରୀଙ୍କ ସହିତ ଆଲୋଚନା ଜାରି ରଖିଥିବା ବେଳେ ସୋମବାର ଜଳଦସ୍ୟୁ ମାନେ ମୁକ୍ତ କରିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ଦିଲ୍ଲୀରୁ 50 କୋଟିର ହେରୋଇନ୍‌ ଜବତ : 3 ଗିରଫ

ନୂଆଦିଲ୍ଲୀ,18/12 : ଦିଲ୍ଲୀ ପୋଲିସ୍‌ର ସ୍ବତନ୍ତ୍ର ସେଲ୍‌ ମଙ୍ଗଳବାର ଦିନ 50 କୋଟିର ହେରୋଇନ୍‌ ଜବତ କରିଛି । ହେରୋଇନ୍‌ ସହିତ ଦିଲ୍ଲୀ ପୋଲିସ୍‌ ତିନି ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଜଣେ ମହିଳାଙ୍କ ସମେତ ଜଣେ ନାଇଜେରିଆନ୍‌ ନାଗରିକ ରହିଥିବା ଜଣାପଡିଛି । ସମୁଦାୟ 12 କିଗ୍ରା ହେରୋଇନ୍‌ ଜବତ କରାଯାଇଥିବା ବେଳେ ଏହାର ଅନ୍ତର୍ଜାତୀୟ ବଜାର ମୂଲ୍ୟ 50 କୋଟି ହେବ ବୋଲି ଜଣାପଡିଛି । ତିନି ଗିରଫ ବ୍ୟକ୍ତି ହେଉଛନ୍ତି ମୁନିର୍କାର ଅନୁଭବ ଦୁଷାଡ(35), ମଦନପୁର ଖଦାରର ରେଣୁକା(27) ଏବଂ ନାଇଜେରିଆର କ୍ରିଷ୍ଟ ଜୋଲ୍‌(28) । ଅନୁଭବଙ୍କ ନିକଟରୁ 7 କିଗ୍ରା ହେରୋଇନ୍‌ ଜବତ କରାଯାଇଥିବା ବେଳେ ରେଣୁକାଙ୍କ ନିକଟରୁ 3 କିଗ୍ରା ଏବଂ ଜୋଲ୍‌ଙ୍କ ନିକଟରୁ 2 କିଗ୍ରା ଡ୍ରଗ୍ସ ଜବତ କରାଯାଇଛି । ଦୁଷାଡ ଏବଂ ରେଣୁକାଙ୍କୁ ନୂଆଦିଲ୍ଲୀ ରେଳଷ୍ଟେସନରୁ ଗିରଫ କରାଯାଇଥିବା ବେଳେ ଉଭୟଙ୍କ ନିକଟରୁ ମିଳିଥିବା ସୂଚନାରେ ଜୋଲ୍‌ଙ୍କୁ ଗିରଫ କରାଯାଇଥିଲା । (ଏଜେନ୍ସୀ)

Categories
ଆଜିର ଖବର

ଅବୈଧ ପ୍ରବେଶ ପାଇଁ 9 ନାଇଜେରୀୟ ଫୁଟବଲ ଖେଳାଳି ତ୍ରିପୁରାରେ ଅଟକ

ଅଗରତାଲା,6/12: ଅବୈଧ ପ୍ରବେଶ ପାଇଁ 9 ନାଇଜେରୀୟ ଫୁଟବଲ ଖେଳାଳିଙ୍କୁ ଅଟକ ରଖାଯାଇଛି । ଆସାମ ଯାଉଥିବା ବେଳେ ଏହି ଖେଳାଳି ମାନଙ୍କୁ ଅଟକ ରଖାଯାଇଥିଲା । ଖେଳାଳି ମାନଙ୍କ ନିକଟରୁ ଆବଶ୍ୟକୀୟ କାଗଜପତ୍ର ନ ମିଳିବା କାରଣରୁ ତାଙ୍କୁ ରେଳବାଇ ପୁଲିସକୁ ହସ୍ତାନ୍ତର କରାଯାଇଥିଲା । ଅଗରତାଲାରୁ 190 କିମି ଦୂର ଧରମପୁରରେ 7 ଜଣଙ୍କୁ ଗିରଫ କରାଯାଇଥିଲା । ସେହିପରି ନିକଟସ୍ଥ ବସ୍‌ ଷ୍ଟାଣ୍ଡରୁ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା । ସମସ୍ତ ଖେଳାଳି ବାଂଲାଦେଶ ଦେଇ ତ୍ରିପୁରାରେ ପ୍ରବେଶ କରିଥିବା ନେଇ ପୂର୍ବାନୂମାନ କରାଯାଉଛି । ଏହି ଖେଳାଳି ମାନେ ଗୌହାଟୀରେ ଏକ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବା ପାଇଁ ଯାଉଥିଲେ । (ଏଜେନ୍ସୀ)