ଦିଲ୍ଲୀରୁ 50 କୋଟିର ହେରୋଇନ୍‌ ଜବତ : 3 ଗିରଫ

Published: Dec 18, 2019, 10:50 am IST

ନୂଆଦିଲ୍ଲୀ,18/12 : ଦିଲ୍ଲୀ ପୋଲିସ୍‌ର ସ୍ବତନ୍ତ୍ର ସେଲ୍‌ ମଙ୍ଗଳବାର ଦିନ 50 କୋଟିର ହେରୋଇନ୍‌ ଜବତ କରିଛି । ହେରୋଇନ୍‌ ସହିତ ଦିଲ୍ଲୀ ପୋଲିସ୍‌ ତିନି ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଜଣେ ମହିଳାଙ୍କ ସମେତ ଜଣେ ନାଇଜେରିଆନ୍‌ ନାଗରିକ ରହିଥିବା ଜଣାପଡିଛି । ସମୁଦାୟ 12 କିଗ୍ରା ହେରୋଇନ୍‌ ଜବତ କରାଯାଇଥିବା ବେଳେ ଏହାର ଅନ୍ତର୍ଜାତୀୟ ବଜାର ମୂଲ୍ୟ 50 କୋଟି ହେବ ବୋଲି ଜଣାପଡିଛି । ତିନି ଗିରଫ ବ୍ୟକ୍ତି ହେଉଛନ୍ତି ମୁନିର୍କାର ଅନୁଭବ ଦୁଷାଡ(35), ମଦନପୁର ଖଦାରର ରେଣୁକା(27) ଏବଂ ନାଇଜେରିଆର କ୍ରିଷ୍ଟ ଜୋଲ୍‌(28) । ଅନୁଭବଙ୍କ ନିକଟରୁ 7 କିଗ୍ରା ହେରୋଇନ୍‌ ଜବତ କରାଯାଇଥିବା ବେଳେ ରେଣୁକାଙ୍କ ନିକଟରୁ 3 କିଗ୍ରା ଏବଂ ଜୋଲ୍‌ଙ୍କ ନିକଟରୁ 2 କିଗ୍ରା ଡ୍ରଗ୍ସ ଜବତ କରାଯାଇଛି । ଦୁଷାଡ ଏବଂ ରେଣୁକାଙ୍କୁ ନୂଆଦିଲ୍ଲୀ ରେଳଷ୍ଟେସନରୁ ଗିରଫ କରାଯାଇଥିବା ବେଳେ ଉଭୟଙ୍କ ନିକଟରୁ ମିଳିଥିବା ସୂଚନାରେ ଜୋଲ୍‌ଙ୍କୁ ଗିରଫ କରାଯାଇଥିଲା । (ଏଜେନ୍ସୀ)

Related posts