Categories
ଆଜିର ଖବର

ନାଇଜେରିଆ ଉପକୂଳରେ ଅପହୃତ 18 ଭାରତୀୟ ମୁକ୍ତ

ନୂଆଦିଲ୍ଲୀ, 23/12 : ନାଇଜେରିଆ ଉପକୂଳରେ ଅପହୃତ 18 ଜଣ ଭାରତୀୟଙ୍କୁ ମୁକ୍ତ କରାଯାଇଛି । ହଂକଂରୁ ଯାଉଥିବା ଏକ ଜାହାଜରେ ରହିଥିବା ଭାରତୀୟଙ୍କୁ ନାଇଜେରିଆର ଜଳଦସ୍ୟୁ ମାନେ ଡିସେମ୍ବର 3 ତାରିଖରେ ଅପହରଣ କରି ନେଇଥିଲେ । ବୋନ୍ନି ଦ୍ବିପପୁଞ୍ଜ ପର୍ଯ୍ୟନ୍ତ ଏହି ଜାହାଜଟି ଯାଉଥିଲା । ଜାହାଜ କମ୍ପାନୀ ପକ୍ଷରୁ କର୍ମଚାରୀଙ୍କ ମୁକ୍ତି ଖବର ସ୍ପଷ୍ଟ କରାଯାଇଛି । ସମୁଦାୟ 19 ଜଣଙ୍କୁ ଅପହରଣ କରାଯାଇଥିବା ବେଳେ 18 ଜଣ ଭାରତୀୟ ଏବଂ ଜଣେ ହଂକଂ ନାଗରିକ ରହିଥିଲା । ନାଇଜେରିଆ ସରକାରଙ୍କ ପକ୍ଷରୁ ଅପହରଣକାରୀଙ୍କ ସହିତ ଆଲୋଚନା ଜାରି ରଖିଥିବା ବେଳେ ସୋମବାର ଜଳଦସ୍ୟୁ ମାନେ ମୁକ୍ତ କରିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ଦିଲ୍ଲୀରୁ 50 କୋଟିର ହେରୋଇନ୍‌ ଜବତ : 3 ଗିରଫ

ନୂଆଦିଲ୍ଲୀ,18/12 : ଦିଲ୍ଲୀ ପୋଲିସ୍‌ର ସ୍ବତନ୍ତ୍ର ସେଲ୍‌ ମଙ୍ଗଳବାର ଦିନ 50 କୋଟିର ହେରୋଇନ୍‌ ଜବତ କରିଛି । ହେରୋଇନ୍‌ ସହିତ ଦିଲ୍ଲୀ ପୋଲିସ୍‌ ତିନି ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଜଣେ ମହିଳାଙ୍କ ସମେତ ଜଣେ ନାଇଜେରିଆନ୍‌ ନାଗରିକ ରହିଥିବା ଜଣାପଡିଛି । ସମୁଦାୟ 12 କିଗ୍ରା ହେରୋଇନ୍‌ ଜବତ କରାଯାଇଥିବା ବେଳେ ଏହାର ଅନ୍ତର୍ଜାତୀୟ ବଜାର ମୂଲ୍ୟ 50 କୋଟି ହେବ ବୋଲି ଜଣାପଡିଛି । ତିନି ଗିରଫ ବ୍ୟକ୍ତି ହେଉଛନ୍ତି ମୁନିର୍କାର ଅନୁଭବ ଦୁଷାଡ(35), ମଦନପୁର ଖଦାରର ରେଣୁକା(27) ଏବଂ ନାଇଜେରିଆର କ୍ରିଷ୍ଟ ଜୋଲ୍‌(28) । ଅନୁଭବଙ୍କ ନିକଟରୁ 7 କିଗ୍ରା ହେରୋଇନ୍‌ ଜବତ କରାଯାଇଥିବା ବେଳେ ରେଣୁକାଙ୍କ ନିକଟରୁ 3 କିଗ୍ରା ଏବଂ ଜୋଲ୍‌ଙ୍କ ନିକଟରୁ 2 କିଗ୍ରା ଡ୍ରଗ୍ସ ଜବତ କରାଯାଇଛି । ଦୁଷାଡ ଏବଂ ରେଣୁକାଙ୍କୁ ନୂଆଦିଲ୍ଲୀ ରେଳଷ୍ଟେସନରୁ ଗିରଫ କରାଯାଇଥିବା ବେଳେ ଉଭୟଙ୍କ ନିକଟରୁ ମିଳିଥିବା ସୂଚନାରେ ଜୋଲ୍‌ଙ୍କୁ ଗିରଫ କରାଯାଇଥିଲା । (ଏଜେନ୍ସୀ)

Categories
ଆଜିର ଖବର

ଅବୈଧ ପ୍ରବେଶ ପାଇଁ 9 ନାଇଜେରୀୟ ଫୁଟବଲ ଖେଳାଳି ତ୍ରିପୁରାରେ ଅଟକ

ଅଗରତାଲା,6/12: ଅବୈଧ ପ୍ରବେଶ ପାଇଁ 9 ନାଇଜେରୀୟ ଫୁଟବଲ ଖେଳାଳିଙ୍କୁ ଅଟକ ରଖାଯାଇଛି । ଆସାମ ଯାଉଥିବା ବେଳେ ଏହି ଖେଳାଳି ମାନଙ୍କୁ ଅଟକ ରଖାଯାଇଥିଲା । ଖେଳାଳି ମାନଙ୍କ ନିକଟରୁ ଆବଶ୍ୟକୀୟ କାଗଜପତ୍ର ନ ମିଳିବା କାରଣରୁ ତାଙ୍କୁ ରେଳବାଇ ପୁଲିସକୁ ହସ୍ତାନ୍ତର କରାଯାଇଥିଲା । ଅଗରତାଲାରୁ 190 କିମି ଦୂର ଧରମପୁରରେ 7 ଜଣଙ୍କୁ ଗିରଫ କରାଯାଇଥିଲା । ସେହିପରି ନିକଟସ୍ଥ ବସ୍‌ ଷ୍ଟାଣ୍ଡରୁ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା । ସମସ୍ତ ଖେଳାଳି ବାଂଲାଦେଶ ଦେଇ ତ୍ରିପୁରାରେ ପ୍ରବେଶ କରିଥିବା ନେଇ ପୂର୍ବାନୂମାନ କରାଯାଉଛି । ଏହି ଖେଳାଳି ମାନେ ଗୌହାଟୀରେ ଏକ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବା ପାଇଁ ଯାଉଥିଲେ । (ଏଜେନ୍ସୀ)