ନାଇଜେରିଆ : ନାଇଜେରିଆରେ ଘଟିଛି ବଡ଼ ନରସଂହାର। ଯେଉଁଠାରେ ଆତଙ୍କୀ ସଂଗଠନ ବୋକୋ ହରାମର ସେନା କ୍ଷେତରେ କାମ କରୁଥିବା 43 ଜଣ ଶ୍ରମିକଙ୍କୁ ନିର୍ମମ ହତ୍ୟା କରିଛନ୍ତି। ଏଥିରେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଶନିବାର ନାଇଜେରିଆର ମୈଦୁଗୁରୀରେ ଏହି ଘଟଣା ଘଟିଥିବା ଜିହାଦ ବିରୋଧୀ ମିଲିସିଆ ସୂଚନା ଦେଇଛି। ଶ୍ରମିକଙ୍କ ପ୍ରଥମେ ରଶିରେ ବନ୍ଧା ଯାଇଥିଲେ ପରେ କ୍ରୁରତା ସହ ତାଙ୍କ ଗଳା କାଟି ହତ୍ୟା କରାଯାଇଥିବାର ସୂଚନା ରହିଛି । ଏହି ନରସଂହାରକୁ ନାଇଜେରିଆର ରାଷ୍ଟ୍ରପତି ମହମ୍ମଦୁ ବୁହାରୀ ତୀବ୍ର ନିନ୍ଦା କରିଛନ୍ତି।
ହତ୍ୟାର ଶିକାର ହୋଇଥିବା ଶ୍ରମିକମାନେ ପଶ୍ଚିମ ନାଇଜେରିଆର ସାକୋତ ରାଜ୍ୟର ବାସିନ୍ଦା ବୋଲି ଜଣାପଡିଛି । ସମେସ୍ତ କାମ ଅନ୍ବେଷଣରେ ଆସିଥିଲେ । ସେହିପରି ଧାନ କ୍ଷେତରେ 60 ଜଣ ଶ୍ରମିକ ଧାନ କ୍ଷେତରେ କାର୍ଯ୍ୟ କରୁଥିଲେ । ତେବେ ଧାନ କ୍ଷେତରୁ 43 ଜଣଙ୍କର ମୃତଦେହ ଜବତ ହୋଥିବାବେଳେ ଅନ୍ୟ 6ଜଣ ଗୁରୁତର ରହିଛନ୍ତି । ତେବେ ଏବେବି 8ଜଣ ଶ୍ରମିକ ନିଖୋଜ ରହିଥିବାର ସୂଚନା ରହିଛି । ତେବେ ଜିହାଦୀମାନେ ଶ୍ରମିକଙ୍କୁ ଅପହରଣ କରିନେଇଥିବାର ଅନୁମାନ କରାଯାଉଛି । ସୂଚନାଯୋଗ୍ୟ, ଗତ ମାସରେ ମଧ୍ୟ 22 ଜଣ ଚାଷୀଙ୍କ ହତ୍ୟା କରାଯାଇଥିବାର ଘଟଣା ସାମ୍ନାକୁ ଆସିଥିଲା । 2009 ପରଠାରୁ ଜିହାଦୀ ବିବାଦ ଯୋଗୁଁ ପ୍ରାୟ 36 ହାଜରଙ୍କ ଜୀବନ ଯାଇଥିବାବେଳେ 20 ଲକ୍ଷରୁ ଅଧିକ ଲୋକେ ବିସ୍ଥାପିତ ହୋଇଛନ୍ତି (ଏଜେନ୍ସି)