Categories
ଆଜିର ଖବର ଜାତୀୟ ଖବର

ହାଇକୋର୍ଟରୁ ସୁପ୍ରିମ୍‌କୋର୍ଟ ଶେଷରେ ତିହାର୍‌ ଜେଲ୍‌ରେ କାହାଣୀ ହେଲା ଶେଷ

ନୂଆଦିଲ୍ଲୀ : 2012 ମସିହାରେ ସେଇ ଡିସେମ୍ବର 16 ତାରିଖର କଥା ମନେ ପଡିଲେ ସମସ୍ତ ଦେହ ଶୀତେଇ ଉଠିବ । ଏକ ଶୀତୁଆ ରାତ୍ରିରେ ଅମାନୁଷିକ କାଣ୍ଡ ଘଟାଇଥିଲେ ନରରୂପୀ ପିଶାଚମାନେ । ଚଳନ୍ତା ବସ୍‌ରେ ନିର୍ଭୟାଙ୍କୁ ଗଣଦୁଷ୍କର୍ମ କରି ଫିଙ୍ଗିଦେଇଥିଲେ ରାସ୍ତା କଡକୁ। ଦୀର୍ଘ ସାଢେ ସାତ ବର୍ଷ ଧରି ନିର୍ଭୟା ନ୍ୟାୟ ପାଇଁ ଗୁହାରି କରି ଚାଲିଥିବାବେଳେ ପରିଶେଷରେ ତାକୁ ଆଜି ନ୍ୟାୟ ମିଳିଛି । ଶୁକ୍ରବାର ସକାଳ 5.30 ମିନିଟ୍‌ରେ ତିହାର୍‌ ଜେଲ୍‌ରେ ନିର୍ଭୟାର ଚାରି ଦୋଷୀଙ୍କୁ ଫାଶୀ ଦିଆଯାଇଛି ।  କିନ୍ତୁ ଫାଶୀ ଦିଆଯିବା ପୂର୍ବରୁ ଗତ ରାତିରେ ଦୋଷୀଙ୍କ ଓକିଲ ଫାଶୀ ଟାଳିବା ପାଇଁ ବାରମ୍ବାର ପ୍ରୟାସ କରିଥିଲେ । ହାଇକୋର୍ଟରୁ ସୁପ୍ରିମ୍‌କୋର୍ଟ ଯାଏ ବିଭିନ୍ନ ପ୍ରକାରର ପ୍ରଚେଷ୍ଟା କରି ଚାଲିଥିଲେ ବି ଶେଷରେ ସେ ନିରାଶ ହୋଇଛନ୍ତି ।

ଗୁରୁବାର ରାତ୍ରିଠାରୁ ଶୁକ୍ରବାର ସକାଳେ 5.30 ମିନିଟ୍‌ ପର୍ଯ୍ୟନ୍ତ କ’ଣ କ’ଣ ହୋଇଥିଲା :

  1. ଗୁରୁବାର ଦ୍ବିପ୍ରହରରେ ପଟିଆଲା ହାଉସ୍‌ କୋର୍ଟ ନିର୍ଭୟା ଦୋଷୀଙ୍କୁ ଚତୁର୍ଥ ଡେଥ ଓ୍ବାରେଣ୍ଟକୁ ଖାରଜ ଯାଚିକାକୁ ରଦ୍ଦ କରିଥିଲେ । ଏତଦ୍‌ବ୍ୟତୀତ ସୁପ୍ରିମ୍‌କୋର୍ଟ ମଧ୍ୟ ମୁକେଶ ସିଂହଙ୍କ ଯାଚିକାକୁ ଖାରିଜ୍‌ କରିଦେଇଥିଲେ, ଯାହା ଫଳରେ ଫାଶୀ ପାଇଁ ରାସ୍ତା ସଫା ହୋଇଥିଲା ।
  2. ସନ୍ଧ୍ୟା ହେଉ ହେଉ ନିର୍ଭୟା ଦୋଷୀଙ୍କ ଓକିଲ ଏପି ସିଂ ପଟିଆଲା ହାଉସ୍‌ କୋର୍ଟ ଫାଶୀ ନିଷ୍ପତ୍ତି ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଅପିଲ୍‌ କରିଥିଲେ । ଏହାପରେ ହାଇକୋର୍ଟ ରାତ୍ରି 9 ଘଟିକା ସମୟରେ ଏହି ମାମଲାର ଶୁଣାଣି କରିଥିଲେ
  3. ଦିଲ୍ଲୀ ହାଇକୋର୍ଟ ଏପି ସିଂଙ୍କ ଡେଥ୍‌ ଓ୍ବାରେଣ୍ଟ ଟାଳିବା ଅପିଲ୍‌ର ଶୁଣାଣି କରି କହିଥିଲେ ଯେ, ତାଙ୍କ ପାଖରେ କୌଣସି ଆଇନ୍‌ ଦଲିଲ୍‌ ନାହିଁ, ଯେଉଁଥିପାଇଁ ଏହା ଉପରେ ନିଷ୍ପତ୍ତି ନିଆଯାଇପାରିବ ।
  4. କୋର୍ଟରେ ଓକିଲ ଏପି ସିଂହ କହିଥିଲେ ଯେ, କରୋନା ଭାଇରସ୍‌ ବ୍ୟାପୁଥିବା ଯୋଗୁଁ ବହୁ ଜାଗାରେ କୋର୍ଟ ବନ୍ଦ ରହୁଛି, ଏଥିପାଇଁ ତାଙ୍କ ଯାଚିକାର ଶୁଣାଣି ହୋଇପାରୁନାହିଁ। ଏପି ସିଂ ଅନ୍ତର୍ରାଷ୍ଟ୍ରୀୟ କୋର୍ଟରେ ମଧ୍ୟ ଏନେଇ ଯାଚିକା ଦାଏର କରିଛନ୍ତି । କିନ୍ତୁ ଦିଲ୍ଲୀ ହାଇକୋର୍ଟ ଏହି ତଥ୍ୟ ଆଧାରରେ ଡେଥ୍‌ ଓ୍ବାରେଣ୍ଟ ଟାଳିବା ପାଇଁ ମନା କରିଥିଲେ ।
  5. ବିଳମ୍ବିତ ରାତ୍ରି 12ଟା ସମୟରେ ଦିଲ୍ଲୀ ହାଇକୋର୍ଟ ଏହି ଯାଚିକାକୁ ଖାରଜ କରିବା ସହିତ ଫାଶୀ ଆଦେଶକୁ ପାଳନ କରିବା ପାଇଁ କହିଥିଲେ । ଏହି ନିଷ୍ପତ୍ତିରେ ସାଙ୍ଗେ ସାଙ୍ଗେ ଦୋଷୀଙ୍କ ଓକିଲ ସୁପ୍ରିମ୍‌କୋର୍ଟରେ ଏନେଇ ଅପିଲ୍‌ କରିଥିଲେ ।
  6. ରାତ୍ରି ପ୍ରାୟ ଗୋଟାଏ ସମୟରେ ଏପି ସିଂହ ସୁପ୍ରିମ୍‌କୋର୍ଟଙ୍କ ରେଜିଷ୍ଟ୍ରାରଙ୍କ ଘରେ ପହଞ୍ଚିଥିଲେ । ଓ ଯାଚିକାର ଶୁଣାଣି ପାଇଁ ଅପିଲ୍‌ କରିଥିଲେ । ଏହି ସମୟରେ ଏପି ସିଂ ଅଭିଯୋଗ କରିଥିଲେ ଯେ, ଦିଲ୍ଲୀ ହାଇକୋର୍ଟ ନିଷ୍ପତ୍ତିର କପି ତାଙ୍କୁ ମିଳି ପାରିଲା ନାହିଁ। ଏହି ଆଧାରରେ ଏହାର ଶୁଣାଣିକୁ ସେ ବିଳମ୍ବ କରିବାକୁ ଚାହୁଁଥିଲେ ।
  7. ରାତ୍ରି ପ୍ରାୟ 2.30 ସମୟରେ ସୁପ୍ରିମ୍‌କୋର୍ଟରେ ଜଷ୍ଟିସ୍‌ ଭାନୁମତୀଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଏହା ତୃତୀୟ ଥର ପାଇଁ ରାତି ଅଧରେ ସୁପ୍ରିମ୍‌କୋର୍ଟ ଶୁଣାଣି କରିଛନ୍ତି ।
  8. ଏପି ସିଂହ ଦିଲ୍ଲୀ ହାଇକୋର୍ଟରେ ସୁପ୍ରିମ୍‌କୋର୍ଟରେ ମଧ୍ୟ ତାଙ୍କ ଅଭିଯୋଗ ବାଢିଥିଲେ । କରୋନା ଭାଇରସ୍‌କୁ ବାହାନା ବନାଇଥିଲେ । କିନ୍ତୁ ସୁପ୍ରିମ୍‌କୋର୍ଟ ତାଙ୍କର ସମସ୍ତ ଦଲିଲ୍‌କୁ ଖାରଜ କରିଥିଲେ ।
  9. ସୁପ୍ରିମ୍‌କୋର୍ଟ ଆଦେଶ ଦେଇଥିଲେ ଯେ, ତାଙ୍କ ପାଖରେ କୌଣସି ନ୍ୟାୟିକ ତର୍କ ନାହିଁ, ଯାହା ରାଷ୍ଟ୍ରପତିଙ୍କ ଦ୍ବାରା ଖାରଜ କରାଯାଇଥିବା ଯାଚିାକ ଉପରେ ପ୍ରଶ୍ନ କରିପାରିବ । ଏହା ପରେ ଅଦାଲତ ସାଢ ତିନିଟା ସମୟରେ ଯାଚିକାକୁ ଖାରଜ କରିଥିଲେ ।
  10. ସମସ୍ତ ନ୍ୟାୟିକ ରାସ୍ତା ବନ୍ଦ ହେବା ପରେ ସକାଳ 4ଟା ସମୟରେ ତିହାର ଜେଲ୍‌ରେ ନିର୍ଭୟାର ଚାରି ଦୋଷୀ ଅକ୍ଷୟ, ବିନୟ, ମୁକେଶ ଓ ପଓ୍ବନ ଗୁପ୍ତାଙ୍କୁ ଫାଶୀ  ପାଇଁ ନିଆଯାଇଥିଲା । ଫାଶୀ ପୂର୍ବରୁ ତାଙ୍କୁ ଗାଧୋଇବା ପାଇଁ କୁହାଯାଇଥିଲା, ନୂଆ କପଡା ଦିଆଯାଇଥିଲା ଓ କିଛି ଖାଇବାକୁ ଦିଆଯାଇଥିଲା ।
  11. ଚାରି ଦୋଷୀ ନିଜର ଶେଷ ଇଚ୍ଛା ସମ୍ପର୍କରେ କିଛି କହିନଥିଲେ । ଠିକ୍‌ 5.30 ସମୟରେ ତିହାରର ଫାଶୀ ଘରେ ପଓ୍ବନ ଜହ୍ଲାଦ ଫାଶୀରେ ଲଟକାଇଥିଲେ ।
  12. ପ୍ରାୟ ପାଞ୍ଚ ମିନିଟ୍‌ ପରେ ଡକ୍ଟର ଚାରି ଦୋଷୀଙ୍କୁ ମୃତ ଘୋଷିତ କରିଥିଲେ । ତିହାର୍‌ ଜେଲ୍‌ରେ ଲକ୍‌ଡାଉନ୍‌କୁ ବନ୍ଦ କରି ଦିଆଗଲା, ସମସ୍ତ ଦୋଷୀଙ୍କ ଶବକୁ ପୋଷ୍ଟମର୍ଟମ୍‌ କରିବା ପାଇଁ ପଠାଗଲା । (ଏଜେନ୍ସି)
Categories
ଅପରାଧ ଆଜିର ଖବର ଜାତୀୟ ଖବର

ନିର୍ଭୟା ଗଣଦୁଷ୍କର୍ମ ମାମଲା : ସୁପ୍ରିମ୍‌କୋର୍ଟ ଗଲା ପଓ୍ବନ

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ପ୍ରତ୍ୟେକ ଦିନ ନୂଆ ନୂଆ ମୋଡ ଦେଖିବାକୁ ମିଳୁଛି । ପୂର୍ବରୁ ଜାରି ହୋଇଥିବା ଫାଶୀ ତାରିଖର ଗୋଟିଏ ଦିନ ପୂର୍ବରୁ ଦୋଷୀମାନେ ପୁଣି ଥରେ ନୂଆ ଚାଲ୍‌ ଚଲାଇବା ଆରମ୍ଭ କରିଛନ୍ତି । ଏହି ଅପରାଧର ଅନ୍ୟତମ ଅପରାଧୀ ପଓ୍ବନ ସିଂ ପୁଣି ଥରେ ସୁପ୍ରିମ୍‌କୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ଘଟଣା ସମୟରେ ନାବାଳକ ଥିବାର ଦର୍ଶାଇ ରିଭ୍ୟୁ ପିଟିସନ୍‌ ଜାରି କରିଛନ୍ତି । ପୂର୍ବରୁ ପଓ୍ବନର ନାବାଳକ ଦାବିକୁ ସୁପ୍ରିମ୍‌କୋର୍ଟ ଖାରଜ କରି ସାରିଛନ୍ତି । ସେହିପରି ଗତକାଲି ଅକ୍ଷୟଙ୍କ କ୍ୟୁରୋଟିଭ୍‌ ପିଟିସନ୍‌କୁ ଖାରଜ କରାଯାଇଥିବାବେଳେ ଫେବୃଆରୀ 1 ତାରିଖରେ ଫାଶୀ ଦଣ୍ଡାଦେଶକୁ ନେଇ ଶୁଣାଣି ହେବ। ତେବେ ବିଚାର ପ୍ରକ୍ରିୟା ସରିନଥିବାରୁ ଦୋଷୀଙ୍କ ଓକିଲ ମାନେ ଫାଶୀ ଟାଳିବାକୁ ପ୍ରୟାସ କରୁଛନ୍ତି । ଚାରି ଦୋଷୀଙ୍କ ଓକିଲ କୋର୍ଟରେ ଯୁକ୍ତି ଉପସ୍ଥାପନ କରି ଡେଥ୍‌ ଓ୍ବାରେଣ୍ଟକୁ ଆଛ 14 ଦିନ ଘୁଞ୍ଚାଇବାକୁ ଦାବି କରୁଛନ୍ତି । ତେବେ ଜଣକୁ ଛାଡ଼ି ଆଊ ତିନିଜଣକୁ ଫାଶି ଦେବାକୁ ତିହାର ଜେଲ୍‌ ତୟାର ରହିଛି ବୋଲି ସରକାରୀ ଓକିଲ ଦାବି କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ସୁପ୍ରିମ୍‌କୋର୍ଟର ଦ୍ବାରସ୍ଥ ହେଲେ ନିର୍ଭୟା ଦୋଷୀ ମୁକେଶ : ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ କଲେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଚାରିଦୋଷୀଙ୍କୁ ଫେବୃଆରୀ 1 ତାରିଖରେ ଫାଶୀ ଦେବାକୁ ନିର୍ଦ୍ଦେଶ ରହିଥିବାବେଳେ ଫାଶୀ ବଞ୍ଚିବା ପାଇଁ ଦୋଷୀମାନେ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି । ଏହି  ମାମଲାର ଅନ୍ୟତମ ଦୋଷୀ ମୁକେଶ ସିଂ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ରାଜକ୍ଷମା ପାଇଁ ରାଷ୍ଟ୍ରପତିଙ୍କ ଆବେଦନ କରିଥିବାବେଳେ ଏହା ଖାରଜ ହେବା ପରେ ମୁକେଶ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଛି । ମୁକେଶ ତାଙ୍କ ଯାଚିକାରେ କହିଛନ୍ତି ଯେ, ତାଙ୍କ ଦୟାଯାଚିକା ଉପରେ ତ୍ବରିତ୍ବ ନିଷ୍ପତ୍ତି ନିଆଯାଇଛି । ରାଷ୍ଟ୍ରପତି ତାଙ୍କ ଦୟାଯାଚିକାକୁ ଠିକ୍‌ ରୂପେ ବିଚାର କରିନାହାନ୍ତି । ଫାଶୀର ସମୟ ନିକଟ ହେଉଥିବାବେଳେ ଦୋଷୀମାନେ ଜଣକ ପରେ ଜଣେ ବିଭିନ୍ନ ଆବେଦନକୁ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହେଉଥିବାରୁ ଫାଶୀ ଦେବାର ତାରିଖ ପୁଣି ଘୁଞ୍ଚି ଯାଇପାରେ ବୋଲି ମଧ୍ୟ ଆଲୋଚନା ହେଉଛି। ନିକଟରେ ନିର୍ଭୟା ଦୋଷୀଙ୍କ ଫାଶୀ ବିଳମ୍ବ ହେବା ନେଇ ପ୍ରଶ୍ନ ଉଠିଥିବାବେଳେ କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ମୃତ୍ୟୁଦଣ୍ଡ ପାଇଥିବା ଅପରାଧୀଙ୍କୁ ତୁରନ୍ତ ଫାଶୀ ଦେବା ପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମୃତ୍ୟୁଦଣ୍ଡାଦେଶ ପାଇଥିବା ଅପରାଧୀ କ୍ଷମା ଆବେଦନ କରିବାକୁ ୭ ଦିନ ସମୟସୀମା ଧାର୍ଯ୍ୟ କରାଯାଉ ବୋଲି ଅନୁରୋଧ କରିଥିଲେ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ନିର୍ଭୟା ମାମଲା : ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ପଓ୍ବନ୍‌ କୁମାର

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ 22 ତାରିଖରେ ଫାଶୀ ଦଣ୍ଡାଦେଶ ଶୁଣାଯାଇଥିବା ବେଳେ ଏହାକୁ ନେଇ ନାଟକର ଅବସାନ ଘଟୁନାହିଁ । ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ଦ୍ବାରା ଖାରଜ ହେବା ପରେ ନାଟକୀୟ ଭାବରେ ଅନ୍ୟତମ ଅଭିଯୁକ୍ତ ପଓ୍ବନ୍‌ କୁମାର ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । 2012 ମସିହାରେ ଦୁଷ୍କର୍ମ ସମୟରେ ସେ ନାବାଳକ ରହିଥିବା ନେଇ ପଓ୍ବନ୍‌ କୁମାର ଅଭିଯୋଗ କରିଛନ୍ତି । ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ପଓ୍ବନ୍‌ଙ୍କ ସମାନ ଆବେଦନକୁ ଖାରଜ କରି ଦେଇଥିଲେ । ପୀଡିତାଙ୍କ ଓକିଲ ସୀମା କୁଶଓ୍ବାହା ଏହା ବିରୋଧରେ ଅପିଲ୍‌ କରିବା ସହିତ ଆବେଦନକୁ ଖାରଜ କରିବା ପାଇଁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ନିର୍ଭୟା ଦୋଷୀଙ୍କ କ୍ୟୁରେଟିଭ୍‌ ପିଟିସିନ୍‌ ଖାରଜ : ଫାଶୀ ପାଇଁ ରାସ୍ତା ସଫା

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଦିଲ୍ଲୀର ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆବେଦନ କରାଯାଇଥିବା କ୍ୟୁରେଟିଭ୍‌ ପିଟିସିନକୁ ଖାରଜ କରିଛନ୍ତି ସୁପ୍ରିମ୍‌କୋର୍ଟ । ଫଳରେ ଏହି ଦୋଷୀଙ୍କ ଫାଶୀ ପାଇବା ରାସ୍ତ ସଫା ହୋଇଛି । ନିର୍ଭୟା ମାମଲାର ଦୁଇ ଦୋଷୀ ବିନୟ ଓ ମୁକେଶଙ୍କ କ୍ୟୁରେଟିଭ୍‌  ଆବେଦନକୁ ଜଷ୍ଟିସ୍‌ ଏନ୍‌ଭି ରମ୍‌ନା, ଜଷ୍ଟିସ୍‌ ଅରୁଣ ମିଶ୍ରା, ଆର୍‌ ଏଫ୍‌ ନରିମାନ୍‌, ଆର୍‌ ଭାନୁମତୀ ଏବଂ ଅଶୋକ ଭୂଷଣଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ମଙ୍ଗଳବାର ଆବେଦନକୁ ଖାରଜ କରିଦେଇଛନ୍ତି। ସୂଚନାଯୋଗ୍ୟ, ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାମାମଲାରେ ଦୋଷୀ ୪ ଜଣଙ୍କୁ ଆସନ୍ତା ୨୨ ତାରିଖ ସକାଳ ‌୭ଟାରେ ତିହାର ଜେଲରେ ଫାଶୀ ଦିଆଯିବ। (ଏଜେନ୍ସି)