ନିର୍ଭୟା ମାମଲା : ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ପଓ୍ବନ୍‌ କୁମାର

Published: Jan 17, 2020, 4:39 pm IST

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ 22 ତାରିଖରେ ଫାଶୀ ଦଣ୍ଡାଦେଶ ଶୁଣାଯାଇଥିବା ବେଳେ ଏହାକୁ ନେଇ ନାଟକର ଅବସାନ ଘଟୁନାହିଁ । ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ଦ୍ବାରା ଖାରଜ ହେବା ପରେ ନାଟକୀୟ ଭାବରେ ଅନ୍ୟତମ ଅଭିଯୁକ୍ତ ପଓ୍ବନ୍‌ କୁମାର ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । 2012 ମସିହାରେ ଦୁଷ୍କର୍ମ ସମୟରେ ସେ ନାବାଳକ ରହିଥିବା ନେଇ ପଓ୍ବନ୍‌ କୁମାର ଅଭିଯୋଗ କରିଛନ୍ତି । ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ପଓ୍ବନ୍‌ଙ୍କ ସମାନ ଆବେଦନକୁ ଖାରଜ କରି ଦେଇଥିଲେ । ପୀଡିତାଙ୍କ ଓକିଲ ସୀମା କୁଶଓ୍ବାହା ଏହା ବିରୋଧରେ ଅପିଲ୍‌ କରିବା ସହିତ ଆବେଦନକୁ ଖାରଜ କରିବା ପାଇଁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି । (ଏଜେନ୍ସୀ)

Related posts