ନୂଆଦିଲ୍ଲୀ : ଗତ ସାତ ବର୍ଷ ପରେ ବହୁ ଚର୍ଚ୍ଚିତ ନିର୍ଭୟା ମାମଲାରେ ଫାଶୀ ଦଣ୍ଡାଦେଶ ଆସିଥିବାବେଳେ ଏହା କବଳରୁ ମୁକ୍ତି ପାଇବା ପାଇଁ ଅପରାଧୀମାନେ ଚାଲ୍ ପକାଇ ଚାଲିଛନ୍ତି । ପ୍ରଥମେ ଅଭିଯୁକ୍ତଙ୍କୁ ଜାନୁଆରୀ 22 ତାରିଖରେ ଫାଶୀ ଦିଆଯିବା ନେଇ ତାରିଖ ଘୋଷଣା କରାଯାଇଥିବାବେଳେ ଦୋଷୀମାନେ ଦୟାଯାଚିକାର ବ୍ୟବହାର କରି ଏହାକୁ ଫେବୃଆରୀ 1 ତାରିଖକୁ ଘୁଞ୍ଚାଇ ଦେଇଥିଲେ । ପୁନର୍ବାର ଫେବୃଆରୀ 1 ତାରିଖ ନିକଟତର ହେଉଥିବାରୁ ଏହାକୁ ଘୁଞ୍ଚାଇ ଦେବା ପାଇଁ ଚାଲ୍ ଚଳାଇଛନ୍ତି । ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ନ୍ୟାୟ ମିଳିବା ନେଇ କେବଳ ତାରିଖ ହିଁ ମିଳୁଛି । ଦାମିନୀ ଫିଲ୍ମର ଲୋକପ୍ରିୟ ସଂଳାପ ‘ତାରିଖ୍ ପେ ତାରିଖ୍’ ପରି ନିର୍ଭୟା ପୀଡ଼ିତାଙ୍କୁ କେବଳ ତାରିଖ ପରେ ତାରିଖ ହିଁ ମିଳୁଛି । ଫାଶୀ ପ୍ରକ୍ରିୟାକୁ ବିଳମ୍ବିତ କରିବା ପାଇଁ ଆଜି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମା ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଛି। ପୂର୍ବରୁ ବିନୟ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରି ନିରାଶ ହୋଇଥିଲା। ବିନୟ ଓ ମୁକେଶ ହିଁ ପ୍ରଥମେ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ। ଏହା ଖାରଜ ହେବା ପରେ ମୁକେଶ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହୋଇଥିଲା। ହେଲେ ରାଷ୍ଟ୍ରପତି ତା’ର କ୍ଷମା ଆବେଦନ ଖାରଜ କରି ଦେଇଛନ୍ତି। ଏହି ପ୍ରକ୍ରିୟା ଶେଷ ହେବା ପରେ ବିନୟ ଶର୍ମା ରାଜକ୍ଷମା ଆବେଦନ କରିଛି। ବିନୟଙ୍କ ରାଜକ୍ଷମା ଆବେଦନ ପରେ ଫେବୃଆରୀ 1 ତାରିଖରେ ହେବାକୁ ଥିବା ଫାଶୀ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି । କାରଣ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଦୟାଯାଚିକା ଖାରଜ ହେବା ପରେ ଦୋଷୀଙ୍କୁ 14 ଦିନର ସମୟ ଦିଆଯାଇଥାଏ । ଅପରପକ୍ଷରେ ଦୋଷୀଙ୍କ ଓକିଲ ଏପି ସିଂହ ପଟିଆଲା ହାଉସ କୋର୍ଟରେ ଆବେଦନ କରିଛନ୍ତି । ସମସ୍ତ ଚାରିଜଣ ଦୋଷୀ ସମାନ ଦୋଷ କରିଛନ୍ତି । ବିନୟ ଓ ଅକ୍ଷୟଙ୍କ ପାଖରେ ଆଇନଗତ ବିକଳ୍ପ ରହିଥିବାବେଳେ ସମସ୍ତ ଦୋଷୀଙ୍କୁ ଏକାସାଙ୍ଗରେ ଦଣ୍ଡ ଦିଆଯିବା ନେଇ ତାଙ୍କ ଓକିଲ ଯୁକ୍ତି କରିଛନ୍ତି। ସେହିପରି ମୁକେଶଙ୍କ ଫାଶୀ ପାଇଁ ରାସ୍ତା ସଫା ହୋଇଥିବାବେଳେ ଅକ୍ଷୟଙ୍କ କ୍ୟୁରୋଟିଭ୍ ପିଟିସନ୍ ଉପରେ ଆଜି ପାଞ୍ଚଜଣିଆ ଖଣ୍ଡପୀଠ ଶୁଣାଣି ହେବ । ତେବେ ଆଜିର ଶୁଣାଣି ପରେ ନିର୍ଭୟା ଦୋଷୀଙ୍କ ଫାଶୀ ଦଣ୍ଡାଦେଶ ଘୁଞ୍ଚିବ କି ନାହିଁ ତାହା ସ୍ପଷ୍ଟ ହେବ । (ଏଜେନ୍ସି)
Tag: nirbhayagangarape
ନୂଆଦିଲ୍ଲୀ : ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ନିର୍ଭୟା ମା’ଙ୍କୁ ଦୋଷୀଙ୍କୁ କ୍ଷମା ଦେବାକୁ ଅପିଲ୍ କରିଥିବାବେଳେ ଏହାକୁ ନେଇ ଇନ୍ଦିରାଙ୍କ ଉପରେ ବର୍ଷିଛନ୍ତି ନିର୍ଭୟାଙ୍କ ମା’ ଆଶାଦେବୀ। ଆଶାଦେବୀ କହିଛନ୍ତି ଯେ, ଇନ୍ଦିରା ଏଭଳି ପରାମର୍ଶ ଦେବାକୁ କିଏ ? ସାରାଦେଶ ଦୋଷୀଙ୍କ ଫାଶୀଙ୍କ ପକ୍ଷରେ ରହିଛି। ଏଭଳି କିଛି ଲୋକଙ୍କ ପାଇଁ ପୀଡ଼ିତାକୁ ନ୍ୟାୟ ମିଳିପାରୁନି ବୋଲି କହିଛନ୍ତି ଆଶାଦେବୀ । ଅତୀତରେ ଇନ୍ଦିରାଙ୍କୁ ବହୁବାର ଭେଟିଛନ୍ତି ବୋଲି କହିଛନ୍ତି ଆଶାଦେବୀ। କିନ୍ତୁ କେବେ କେମିତି ଅଛନ୍ତି ବୋଲି ପଚାରିନାହାନ୍ତି ଇନ୍ଦିରା । ସୂଚନାଯୋଗ୍ୟ, ଶୁକ୍ରବାର ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପରି ନିର୍ଭୟା ମା’ ଦୋଷୀଙ୍କ କ୍ଷମା ଦିଅନ୍ତୁ ବୋଲି ଅନୁରୋଧ କରିଥିଲେ । ପଟିଆଲା ହାଉସ୍ କୋର୍ଟ ଚାରି ଦୋଷୀଙ୍କୁ ପାଇଁ ନୂଆ ଡେଥ୍ ଓ୍ବାରେଣ୍ଟ ଜାରି କରିଛନ୍ତି । ପୂର୍ବରୁ ଜାନୁଆରୀ 22 ତାରିଖ ସକାଳ 7ଟାରେ ନିର୍ଭୟା ଦୋଷୀଙ୍କ ଫାଶୀ ଦିଆଯିବା ନେଇ ଆଦେଶ ରହିଥିଲା । (ଏଜେନ୍ସି)