ନୂଆଦିଲ୍ଲୀ : ନିର୍ଭୟା ମାମଲାରେ କେନ୍ଦ୍ର ସରକାରଙ୍କ ଯାଚିକା ଉପରେ ଆଜି ଦିଲ୍ଲୀ ହାଇକୋର୍ଟ ଶୁଣାଣି କରିଛନ୍ତି। ଅଦାଲତ ସରକାର ଓ ଦୋଷୀଙ୍କ ପକ୍ଷକୁ ଶୁଣିବା ପରେ ଚାରି ଦୋଷୀଙ୍କ ଫାଶି ରହିତାଦେଶ ମାମଲାରେ ରାୟ ସଂରକ୍ଷିତ ରଖିଛନ୍ତି। ନିର୍ଭୟା ଦୋଷୀଙ୍କ ଫାଶି ରହିତାଦେଶକୁ ଚ୍ୟାଲେଞ୍ଜ କରିଥିଲେ କେନ୍ଦ୍ର ସରକାର। ତିହାର ଜେଲ୍ କର୍ତ୍ତୃପକ୍ଷ ମଧ୍ୟ ରହିତାଦେଶକୁ ଚ୍ୟାଲେଞ୍ଜ କରିଥିଲେ। ସୂଚନାଯୋଗ୍ୟ, ପଟିଆଲା ହାଉସ କୋର୍ଟ ଫାଶି ଉପରେ ରହିତାଦେଶ ଜାରି କରିଥିଲେ। ସୂଚନାଯୋଗ୍ୟ, ନିର୍ଭୟା ଦୋଷୀଙ୍କୁ ଫେବୃଆରୀ 1 ତାରିଖରେ ଫାଶୀ ଦିଆଯିବା ନେଇ ଡେଥ୍ ଓ୍ବାରେଣ୍ଟି ଜାରି ହୋଇଥିବାବେଳେ ଦୋଷୀମାନେ ଦୟାଯାଚିକା, କ୍ୟୁରେଟିଭ୍ ପିଟିସନ ଦାୟର କରି ଏହାକୁ ଗଡେଇ ଚାଲିଛନ୍ତି। ସମାଜର ହିତ ସହ ନ୍ୟାୟ ବ୍ୟବସ୍ଥାର ହିତ ପାଇଁ ନିର୍ଭୟା ଦୋଷୀଙ୍କ ଫାଶୀକୁ ଆଉ ବିଳମ୍ବ କରାଯିବା ଉଚିତ୍ ନୁହେଁ ବୋଲି କହିଛନ୍ତି ତୁଷାର ମେହେଟ୍ଟା। ସେହିପରି ଯେଉଁ ଦୋଷୀଙ୍କ ପାଖରେ ଆଉ କୌଣସି ପ୍ରକାରର ଆଇନଗତ ବିକଳ୍ପ ନାହିଁ ସେମାନଙ୍କୁ ଫାଶୀ ଦିଆଯାଇପାରିବ ବୋଲି କହିଛନ୍ତି । ତେବେ ଦୋଷୀମାନଙ୍କ ଓକିଲ ହାଇକୋର୍ଟରେ ତର୍କ କରିବା ସହିତ ଦୋଷୀଙ୍କୁ ବଞ୍ଚାଇବା ପାଇଁ ବିକଳ୍ପଗୁଡିକ ବିନିଯୋଗ କରିବାରେ ବ୍ୟସ୍ତ ରହିଛନ୍ତି । ଦୟାଯାଚିକା ଉପରେ କୌଣସି ସମୟସୀମା ଥିବାର ଆଇନ ବହିରେ ନଥିବାବେଳେ ସରକାର ଏଥିନେଇ ଆପତ୍ତି କଣ ପାଇଁ କରୁଛନ୍ତି ବୋଲି ଦୋଷୀଙ୍କ ଓକିଲ ଦାବି କରୁଛନ୍ତି । ତେବେ ନିର୍ଭୟା ମାମଲାର ଦୋଷୀମାନ ଆଇନର ଗଳାବାଟ ଦେଇ ବଞ୍ଚିବାକୁ ଚେଷ୍ଟା ଜାରି ରଖୁଥିବାବେଳେ ପୀଡ଼ିତାଙ୍କ ପରିବାର ନ୍ୟାୟ ନ ପାଇ ଚାପରେ ରହୁଛନ୍ତି । ଯଥାସମ୍ଭବ ଏହି ମାମଲା ସମାଧାନ ହେବା ଆବଶ୍ୟକ ।(ଏଜେନ୍ସି)
Tag: nirbhayagangrape
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦେଶେୀ ମୁକେଶଙ୍କ ଦୟା ଯାଚିକାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଛନ୍ତି। ମିଳିଥିବା ସୂତ୍ରରୁ ସୂଚନା ଅନୁସାରେ ଗୃହ ମନ୍ତ୍ରାଳୟ ରାଷ୍ଟ୍ରପତିଙ୍କୁ ଦୋଷୀ ମୁକେଶର ଫାଶୀ ଦଣ୍ଡାଦେଶକୁ ଅପରିବର୍ତ୍ତିତ ରଖିବା ନେଇ ସୁପାରିଶ୍ କରିଥିଲେ। ଗୃହ ମନ୍ତ୍ରାଳୟ ଏହି ଯାଚିକା ରାଷ୍ଟ୍ରପତିଙ୍କ ନିକଟରକୁ ପଠାଇଥିଲେ। ଆଜି ଡେଥ୍ ଓ୍ବାରେଣ୍ଟ ଉପରେ କୋର୍ଟରେ ଶୁଣାଣି ହେବ। ସୂଚନାଯୋଗ୍ୟ, ଦିଲ୍ଲୀ ପଟିଆଲା ହାଉସ୍ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଅପରାଧୀଙ୍କୁ ଜାନୁଆରୀ 22 ତାରିଖରେ ଫାଶୀ ଦଣ୍ଡ ଦେବା ପାଇଁ ଡେଥ ଓ୍ବାରେଣ୍ଟି ଜାରି କରିଥିଲେ। କିନ୍ତୁ ମୁକେଶ ରାଜକ୍ଷମା ପାଇଁ ଆବେଦନ କରିଥିଲେ ।