Categories
ଆଜିର ଖବର

କଂଗ୍ରେସ ସହ କୌଣସି ରାଜ୍ୟରେ ବି ମେଣ୍ଟ ହେବ ନାହିଁ : ମାୟାବତୀ

ବିଏସ୍‌ପି ସୁପ୍ରିମୋ ମାୟାବତୀ ପୁଣି ଥରେ ମେଣ୍ଟକୁ ନେଇ ନିଜ ଆଭିମୁଖ୍ୟ ରଖିଛନ୍ତି। ମାୟାବତୀ ଚଳିତ ଲୋକସଭା ନିର୍ବାଚନ ପାଇଁ କୌଣସି ରାଜ୍ୟରେ କଂଗ୍ରେସ ସହ ମେଣ୍ଟ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ବିଏସ୍‌ପି ପୁଣିଥରେ କଂଗ୍ରେସ ସହ ମେଣ୍ଟ ପ୍ରସ୍ତାବକୁ ଖାରଜ କରିଛି। ଉତ୍ତରପ୍ରଦେଶର ଲୋକସଭା ନିର୍ବାଚନ ପାଇଁ ସପା ଓ ବିଏସ୍‌ପି ସହ ମହାମେଣ୍ଟ କରିଛି। ସେଠାରେ ଦୁହେଁ ୩୭-୩୮ ସିଟ୍‌ରେ ନିର୍ବାଚନ ଲଢିବେ ବୋଲି ସୂଚନା ଦେଇଛନ୍ତି। ତେବେ ଏଠାରେ ସପା ଅଧ୍ୟକ୍ଷ ଅଖିଳେଶ କହିଛନ୍ତି ଯେ, ଉତ୍ତରପ୍ରଦେଶ ଆସନ ପାଇଁ ମହାମେଣ୍ଟରେ କଂଗ୍ରେସ ମଧ୍ୟ ସାମିଲ୍‌ ରହିଛି ଏବଂ କଂଗ୍ରେସକୁ ଆମେଠି ଓ ରୟବେରଲୀ ଦୁଇଟି ଆସନ ଦିଆଯାଇଛି। ଠିକ୍‌ ଏହି ସମୟରେ ମାୟାବତୀ ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସଠାରୁ ଦୂରେଇ ରହିବାକୁ ଚାହୁଁଥିବା ସ୍ପଷ୍ଟ କରିଛି। ବିଏସପି ଓ ସପା ମଧ୍ୟରେ ମଧ୍ୟପ୍ରଦେଶରେ ମଧ୍ୟ ଆସନ ବୁଝାମଣା ହୋଇଛି।