Categories
ଆଜିର ଖବର ଜାତୀୟ ଖବର

୫ ଦଫା ଦାବି ସହିତ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଛନ୍ତି ଲକ୍ଷାଧିକ କୃଷକ, ଜାଣନ୍ତୁ କଣ ରହିଛି ଦାବି?

ନୂଆଦିଲ୍ଲୀ: ନୋଏଡା ରୁ ଦିଲ୍ଲୀ ଏବଂ ଦିଲ୍ଲୀରୁ ନୋଏଡା ଯାତ୍ରା କରୁଥିବା ଲୋକମାନଙ୍କ ପାଇଁ ବଡ ଖବର। ବାସ୍ତବରେ, ନୋଏଡା, ଗ୍ରେଟର ନୋଏଡା ଏବଂ ଯମୁନା ପ୍ରାଧିକରଣ ଅଞ୍ଚଳର ପ୍ରାୟ ଏକ ଲକ୍ଷ କୃଷକ ସେମାନଙ୍କର ବିଭିନ୍ନ ଦାବି ପାଇଁ ଆଜି ଦିଲ୍ଲୀ ଯାତ୍ରା କରୁଛନ୍ତି।

ଯେତେବେଳେ କୃଷକମାନେ ଦିଲ୍ଲୀ ଯାତ୍ରା କରନ୍ତି, ସେତେବେଳେ ସୀମାରେ ଜାମ ହୋଇପାରେ। ଏଭଳି ପରିସ୍ଥିତିରେ ନୋଏଡା ପୋଲିସ ଅନେକ ମାର୍ଗରେ ଟ୍ରାଫିକକୁ ବଦଳାଇ ଦେଇଛି। ଏ ବାବଦରେ ପୋଲିସ ମଧ୍ୟ ଏକ ମାର୍ଗଦର୍ଶିକା ଜାରି କରିଛି। କୃଷକମାନେ କହିଛନ୍ତି ଯେ, ଯେଉଁଠାରେ ପୋଲିସ ଏବଂ ପ୍ରଶାସନ ଦଳ ଆମକୁ ଅଟକାନ୍ତି, ଆମେ ସେଠାରେ ଅଟକିଯିବୁ ଏବଂ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସେଠାରେ ବସିବୁ।

ଚାଷୀଙ୍କ ଦାବି କ’ଣ?:

– ପୁରୁଣା ଜମି ଅଧିଗ୍ରହଣ ଆଇନ ଅନୁଯାୟୀ, ପ୍ରଭାବିତ ଚାଷୀଙ୍କୁ ୧୦% ପ୍ଲଟ୍ ଏବଂ ୬୪.୭% ବର୍ଦ୍ଧିତ କ୍ଷତିପୂରଣ ଦିଆଯିବା ଉଚିତ୍।

– ଜାନୁଆରୀ ୧ ତାରିଖ ୨୦୧୪ ପରେ ଅଧିଗ୍ରହଣ ହୋଇଥିବା ଜମି ଉପରେ ବଜାର ଦରର ୪ ଗୁଣ କ୍ଷତିପୂରଣ ଏବଂ ୨୦% ପ୍ଲଟ୍ ଦିଆଯିବା ଉଚିତ୍।

– ଭୂମିହୀନ ଚାଷୀଙ୍କ ପିଲାମାନଙ୍କୁ ରୋଜଗାର ଏବଂ ପୁନର୍ବାସର ସୁବିଧା ଦିଆଯିବା ଉଚିତ୍।

– ଉଚ୍ଚ ଶକ୍ତି କମିଟି ଦ୍ଵାରା ପାସ୍ ହୋଇଥିବା ପ୍ରସଙ୍ଗଗୁଡିକ ଉପରେ ସରକାରୀ ନିର୍ଦ୍ଦେଶ ଜାରି କରାଯିବା ଉଚିତ୍।

– ଜନବହୁଳ ଅଞ୍ଚଳକୁ ସଠିକ୍ ଭାବରେ ବିସ୍ଥାପିତ କରାଯିବା ଉଚିତ୍।

Categories
ଆଜିର ଖବର ଜାତୀୟ ଖବର

ଏକ ମାସ ପାଇଁ ଘରଭଡା ମାଗି ପାରିବେ ନାହିଁ ଘରମାଲିକ!

ନୂଆଦିଲ୍ଲୀ : ଏକ ମାସ ପାଇଁ ଭଡାଟିଆଙ୍କୁ ଘରଭଡା ମାଗି ପାରିବେ ନାହିଁ ଘରମାଲିକ । ନୋଇଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି । ଦିନ ମଜୁରିଆ ଏବଂ ଅନ୍ୟାନ୍ୟ ଗରିବ ଶ୍ରେଣୀର ଲୋକଙ୍କ ଆୟର କୌଣସି ପନ୍ଥା ନଥିବାରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି । ଜିଲ୍ଲାପାଳ ବି ଏନ୍‌ ସିଂଙ୍କ ପକ୍ଷରୁ ଶନିବାର ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ନୋଇଡାର ଗୌତମ ବୁଦ୍ଧ ନଗର ପାଇଁ ଏହି ନୂତନ ନିୟମ ଜାରି କରାଯାଇଛି । ଉତ୍ତରପ୍ରଦେଶ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ଆଇନ 2015 ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି । ଘରଭଡା ପାଇଁ ବିଭିନ୍ନ ସ୍ଥାନରୁ ଭଡାଟିଆଙ୍କୁ ଖାଲି କରାଯିବା ପରେ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି । ଏହି ନିୟମର ଖିଲାପ କଲେ ଘରମାଲିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ନୋଇଡା ସ୍ଥିତ ଇଏସ୍‌ଆଇ ହସ୍ପିଟାଲରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ଇଏସ୍‌ଆଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । ନୋଇଡା ସ୍ଥିତ ଏହି ଇଏସ୍‌ଆଇ ହସ୍ପିଟାଲରେ ଗୁରୁବାର ସକାଳୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ସେକ୍ଟର 24ରେ ରହିଥିବା ଇଏସ୍‌ଆଇ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିଶମ ବିଭାଗର ତିନି ଗାଡି ଅଗ୍ନି ନିର୍ବାପନରେ ବ୍ୟସ୍ତ ଅଛନ୍ତି । ହସ୍ପିଟାଲର ଉପର ମହଲାରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ରୋଗୀ ମାନଙ୍କୁ ହସ୍ପିଟାଲରୁ ସ୍ଥାନାନ୍ତର କରାଯାଉଛି । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀର ଏବଂ ଦିଲ୍ଲୀର 13ଟି ସ୍ଥାନରେ ସିବିଆଇର ଚଢାଉ

ନୂଆଦିଲ୍ଲୀ,30/12 : ଜମ୍ମୁ କାଶ୍ମୀର ଏବଂ ଦିଲ୍ଲୀର 13ଟି ସ୍ଥାନରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ଚଢାଉ କରାଯାଇଛି । ଅବୈଧ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ରଖିବା ମାମଲାରେ ଏହି ଚଢାଉ କରାଯାଇଛି । ଶ୍ରୀନଗର, ଜମ୍ମୁ, କାଶ୍ମୀର, ଗୁରୁଗାଓଁ ଏବଂ ନୋଇଡାରେ ଏହି ଚଢାଉ ଏକ କାଳୀନ କରାଯାଇଛି । ସୋମବାର ବିଭିନ୍ନ ସ୍ଥାନରେ କରାଯାଇଥିବା ଚଢାଉରେ ସ୍ଥାନୀୟ ଜିଲ୍ଲାପାଳଙ୍କ ଘରକୁ ମଧ୍ୟ ସାମିଲ କରାଯାଇଥିଲା । ଜମ୍ମୁ ଏବଂ କାଶ୍ମୀରରେ 2 ଲକ୍ଷ ବନ୍ଧୁକ ଲାଇସେନ୍ସ ପ୍ରଦାନ କରାଯାଇଥିବାରୁ ଏହି ମାମଲା ରୁଜୁ କରାଯାଇଥିଲା । ଅଭିଯୋଗ ସମୟରେ ଦାୟିତ୍ବରେ ରହିଥିବା ସମସ୍ତ ଅଧିକାରୀଙ୍କ ଘରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଥିଲା । କୁପଓ୍ବାରା, ବାରମୁଲ୍ଲା, କ୍ଷୀତଓ୍ବାର, ରଜୌରୀ ଏବଂ ଡୋଡାର ଜିଲ୍ଳାପାଳଙ୍କ ଘର ଉପରେ ଚଢାଉ ମଧ୍ୟ କରାଯାଇଛି । ସିବିଆଇର 13ଟି ଟିମ୍‌ ଏକକାଳୀନ ବିଭିନ୍ନ ସ୍ଥାନରେ ଚଢାଉ କରିଥିବା ନେଇ ସିବିଆଇ ମୁଖପାତ୍ର ନୀତିନ ଓ୍ବାକାଙ୍କର ସୂଚନା ଦେଇଛନ୍ତି । (ଏଜେନ୍ସୀ)