ମୁମ୍ବାଇ : ବଲିଉଡ ଅଭିନେତ୍ରୀ ମଲାଇକା ଅରେରାଙ୍କୁ କରୋନା ହେବା ପରେ ଅଭିନେତ୍ରୀ ତଥା ନୃତ୍ୟାଙ୍ଗନା ନୋରା ଫତେହୀ ରିଅଲିଟି ଶୋ’ ‘ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର’ରେ ବିଚାରକ ଦାୟିତ୍ବ ସମ୍ଭାଳିଛନ୍ତି । ନୋରାଙ୍କ ଅନ୍ଦାଜ୍ ଓ ଟେରେନ୍ସ ଲୁଇସ୍ଙ୍କ ସହ ତାଙ୍କ ଦୋସ୍ତି ଓ କେମେଷ୍ଟ୍ରି ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି । କିନ୍ତୁ ଏହା ଏବେ ଟେରେନ୍ସଙ୍କ ପାଇଁ ବିବାଦ ସୃଷ୍ଟିକରିଛି ।
କିଛି ଦିନ ପୂର୍ବରୁ ନୋରା ଓ ଟେରେନ୍ସଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓକୁ ନେଇ ୟୁଜର୍ସ କୋରିଓଗ୍ରାଫର୍ ଟେରେନ୍ସ ଲୁଇସ୍ଙ୍କୁ ବେଶ୍ କଟାକ୍ଷ କରିଛନ୍ତି । ଭାଇରାଲ୍ ହୋଇଥିବା ଏହି ଭିଡିଓରେ ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର ଶୋ’ର ଏକ ଏପିସୋଡ୍ରେ ଅଭିନେତ୍ରୀ ନୋରା ଫତେହୀଙ୍କ ପଛପଟକୁ ଟେରେନ୍ସ ଛୁଉଁଥିବାର ନଜର ଆସିଛି । ଏହି ଭିଡିଓ କ୍ଲିପ୍କୁ ବହୁ ଲୋକେ ସେୟାର କରିବା ସହିତ ଟେରେନ୍ସ ବହୁତ କମେଣ୍ଟ ସହିତ କଡା ଟିପ୍ପଣୀ ମଧ୍ୟ କରାଯାଇଛି । ତେବେ ନୋରା ଓ ଟେରେନ୍ସଙ୍କ ମଧ୍ୟରେ ଏହି ବିବାଦୀୟ ସିନ୍ଟି କ୍ୟାମେରାର ଭୁଲ୍ ଆଙ୍ଗେଲ୍ ଯୋଗୁଁ ହୋଇଛି କି ନାହିଁ ଏହା ସ୍ପଷ୍ଟ ହୋଇନାହିଁ ।
#NoraFatehi Ass slapped by #TerranceLewis
What a nonsense never thought expected from him#SonyTv #BollywoodCleanup pic.twitter.com/iyECt1mI74— Nandini Idnani (@idnani_nandini) September 26, 2020
ତେବେ ସୋସିଆଲ ମିଡିଆରେ କିଛି ୟୁଜର୍ସଙ୍କ ମତରେ ଏପରି ସବୁ ଘଟଣା ପାଇଁ ବଲିଉଡ୍ ବଦନାମ ହେଉଛି । କେହି କେହି ଟେରେନ୍ସଙ୍କ ଏପରି କାର୍ଯ୍ୟକୁ ନିନ୍ଦାକରିଥିବାବେଳେ ଅନ୍ୟ କେହି ସପୋର୍ଟ ମଧ୍ୟ କରିଛନ୍ତି ।
ଭାଇରାଲ୍ ହୋଇଥିବା ଏହି ଭିଡିଓଟି 12 ସେପ୍ଟେମ୍ବର ତାରିଖରେ ଟେଲିକାଷ୍ଟ ହୋଇଥିଲା ବୋଲି ସୂଚନା ରହିଛି । ତେବେ ଏହି ବିବାଦ ସାମ୍ନାକୁ ଆସିବା ପରେ ଟେରେନ୍ସ କିମ୍ବା ନୋରାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଆସି ପାରିନାହିଁ ।