ଲକ୍ ଡାଉନ୍‌ରେ ନୋରାଙ୍କ ଧମାକାଦାର ଡ୍ୟାନ୍ସ, ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ଭିଡିଓ

Published: Apr 17, 2020, 10:51 pm IST

ମୁମ୍ବାଇ : ନିଜର ସ୍ବତନ୍ତ୍ର ଡ୍ୟାନ୍ସ ଜରିଆରେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ପରିଚୟ କରିଥିବା ନୋରା ଫତେହୀ ଲକ୍‌ ଡାଉନ୍‌ରେ ଡ୍ୟାନ୍ସ କରି ଧମାକା କରିଛନ୍ତି । ନୋରା ବଲିଉଡ୍‌ରେ ଯେଉଁ ଯେଉଁ ଗୀତରେ ଡ୍ୟାନ୍ସ କରିଛନ୍ତି ତାହା ବହୁତ ଲୋକପ୍ରିୟ ରହିଛି ।  କରୋନା ଭାଇରସ୍‌ ଯୋଗୁଁ ସାରା ଦେଶରେ ଲକ୍‌ ଡାଉନ୍‌। ଏହି ସମୟରେ ସେ ନିଜକୁ ବ୍ୟସ୍ତ ରଖିବା ପାଇଁ ଡ୍ୟାନ୍ସ ର ସାହାରା ନେଇଛନ୍ତି। ତାଙ୍କର ଏକ ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଧୁମ୍‌ ମଚାଉଛି। ଏହି ଭିଡିଓରେ ନୋରାଙ୍କ ମୁଭସ୍‌ ବହୁତ ଆକର୍ଷଣୀୟ ରହିଛି ।

ଏକ ଇଂଲିଶ୍‌ ଗୀତରେ ନୋରା ଡ୍ୟାନ୍ସ କରୁଥିବାବେଳେ ସେ ଏହି ଭିଡିଓକୁ ସେୟାର କରି ଲେଖିଛନ୍ତି ଯେ, ଶେଷ ରେ ମୁଁ ପାରିସ୍‌ ଗୋଏବେଲ୍‌ଙ୍କ ଡ୍ୟାନ୍ସ କ୍ଲାସରୁ କିଛି ନୂଆ ଶିଖିଲି। ନୋରା ଏହି ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଦର୍ଶକଙ୍କୁ ନୋରାଙ୍କ ଭିଡିଓଙ୍କ ବହୁତ ଭଲ ଲାଗିଛି। ଗୋଟିଏ ଦିନରେ ଏହି ଭିଡିଓକୁ 26 ଲକ୍ଷରୁ ଅଧିକ ଲାଇକ୍ସ ମିଳିଛି ।

ନୋରୋ ଅଜୟ ଦେବଗନ୍‌ଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଭୁଜ୍ ଦ ପ୍ରାଇଡ୍‌’ ଫିଲ୍ମରେ ନଜର ଆସିବେ। ପୂର୍ବରୁ ସେ ବାଟ୍‌ଲା ହାଉସ୍‌, ସତ୍ୟମେବ ଜୟତେ, ଷ୍ଟ୍ରିଟ୍‌ ଡ୍ୟାନ୍ସର ଥ୍ରିଡି ଆଦିରେ ନଜର ଆସିସାରିଛନ୍ତି। (ଏଜେନ୍ସି)

Related posts