Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ବିବାଦରେ ଫସିଲେ କୋରିଓଗ୍ରାଫର୍‌ ଟେରେନ୍ସ ଲୁଇସ୍‌, ଜାଣନ୍ତୁ କାରଣ କ’ଣ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ମଲାଇକା ଅରେରାଙ୍କୁ କରୋନା ହେବା ପରେ ଅଭିନେତ୍ରୀ ତଥା  ନୃତ୍ୟାଙ୍ଗନା ନୋରା ଫତେହୀ ରିଅଲିଟି ଶୋ’ ‘ଇଣ୍ଡିଆଜ୍‌ ବେଷ୍ଟ ଡ୍ୟାନ୍ସର’ରେ ବିଚାରକ ଦାୟିତ୍ବ ସମ୍ଭାଳିଛନ୍ତି । ନୋରାଙ୍କ ଅନ୍ଦାଜ୍‌ ଓ ଟେରେନ୍ସ ଲୁଇସ୍‌ଙ୍କ ସହ ତାଙ୍କ ଦୋସ୍ତି ଓ କେମେଷ୍ଟ୍ରି ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି । କିନ୍ତୁ ଏହା ଏବେ ଟେରେନ୍ସଙ୍କ ପାଇଁ ବିବାଦ ସୃଷ୍ଟିକରିଛି ।

କିଛି ଦିନ ପୂର୍ବରୁ ନୋରା ଓ ଟେରେନ୍ସଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଦ୍ରୁତ ଗତିରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓକୁ ନେଇ ୟୁଜର୍ସ କୋରିଓଗ୍ରାଫର୍‌ ଟେରେନ୍ସ ଲୁଇସ୍‌ଙ୍କୁ ବେଶ୍‌ କଟାକ୍ଷ କରିଛନ୍ତି । ଭାଇରାଲ୍‌ ହୋଇଥିବା ଏହି ଭିଡିଓରେ ଇଣ୍ଡିଆଜ୍‌ ବେଷ୍ଟ ଡ୍ୟାନ୍ସର ଶୋ’ର ଏକ ଏପିସୋଡ୍‌ରେ ଅଭିନେତ୍ରୀ ନୋରା ଫତେହୀଙ୍କ ପଛପଟକୁ ଟେରେନ୍ସ ଛୁଉଁଥିବାର ନଜର ଆସିଛି । ଏହି ଭିଡିଓ କ୍ଲିପ୍‌କୁ ବହୁ ଲୋକେ ସେୟାର କରିବା ସହିତ ଟେରେନ୍ସ ବହୁତ କମେଣ୍ଟ ସହିତ କଡା ଟିପ୍ପଣୀ ମଧ୍ୟ କରାଯାଇଛି । ତେବେ ନୋରା ଓ ଟେରେନ୍ସଙ୍କ ମଧ୍ୟରେ ଏହି ବିବାଦୀୟ ସିନ୍‌ଟି କ୍ୟାମେରାର ଭୁଲ୍‌ ଆଙ୍ଗେଲ୍‌ ଯୋଗୁଁ ହୋଇଛି କି ନାହିଁ ଏହା ସ୍ପଷ୍ଟ ହୋଇନାହିଁ ।

ତେବେ ସୋସିଆଲ ମିଡିଆରେ କିଛି ୟୁଜର୍ସଙ୍କ ମତରେ ଏପରି ସବୁ ଘଟଣା ପାଇଁ ବଲିଉଡ୍‌ ବଦନାମ ହେଉଛି । କେହି କେହି ଟେରେନ୍ସଙ୍କ ଏପରି କାର୍ଯ୍ୟକୁ ନିନ୍ଦାକରିଥିବାବେଳେ ଅନ୍ୟ କେହି ସପୋର୍ଟ ମଧ୍ୟ କରିଛନ୍ତି ।

ଭାଇରାଲ୍‌ ହୋଇଥିବା ଏହି ଭିଡିଓଟି 12 ସେପ୍ଟେମ୍ବର ତାରିଖରେ ଟେଲିକାଷ୍ଟ ହୋଇଥିଲା ବୋଲି ସୂଚନା ରହିଛି । ତେବେ ଏହି ବିବାଦ ସାମ୍ନାକୁ ଆସିବା ପରେ ଟେରେନ୍ସ କିମ୍ବା ନୋରାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଆସି ପାରିନାହିଁ ।

Categories
ଆଜିର ଖବର ମନୋରଂଜନ ସିନେମା

ଲକ୍ ଡାଉନ୍‌ରେ ନୋରାଙ୍କ ଧମାକାଦାର ଡ୍ୟାନ୍ସ, ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ଭିଡିଓ

ମୁମ୍ବାଇ : ନିଜର ସ୍ବତନ୍ତ୍ର ଡ୍ୟାନ୍ସ ଜରିଆରେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ପରିଚୟ କରିଥିବା ନୋରା ଫତେହୀ ଲକ୍‌ ଡାଉନ୍‌ରେ ଡ୍ୟାନ୍ସ କରି ଧମାକା କରିଛନ୍ତି । ନୋରା ବଲିଉଡ୍‌ରେ ଯେଉଁ ଯେଉଁ ଗୀତରେ ଡ୍ୟାନ୍ସ କରିଛନ୍ତି ତାହା ବହୁତ ଲୋକପ୍ରିୟ ରହିଛି ।  କରୋନା ଭାଇରସ୍‌ ଯୋଗୁଁ ସାରା ଦେଶରେ ଲକ୍‌ ଡାଉନ୍‌। ଏହି ସମୟରେ ସେ ନିଜକୁ ବ୍ୟସ୍ତ ରଖିବା ପାଇଁ ଡ୍ୟାନ୍ସ ର ସାହାରା ନେଇଛନ୍ତି। ତାଙ୍କର ଏକ ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଧୁମ୍‌ ମଚାଉଛି। ଏହି ଭିଡିଓରେ ନୋରାଙ୍କ ମୁଭସ୍‌ ବହୁତ ଆକର୍ଷଣୀୟ ରହିଛି ।

ଏକ ଇଂଲିଶ୍‌ ଗୀତରେ ନୋରା ଡ୍ୟାନ୍ସ କରୁଥିବାବେଳେ ସେ ଏହି ଭିଡିଓକୁ ସେୟାର କରି ଲେଖିଛନ୍ତି ଯେ, ଶେଷ ରେ ମୁଁ ପାରିସ୍‌ ଗୋଏବେଲ୍‌ଙ୍କ ଡ୍ୟାନ୍ସ କ୍ଲାସରୁ କିଛି ନୂଆ ଶିଖିଲି। ନୋରା ଏହି ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଦର୍ଶକଙ୍କୁ ନୋରାଙ୍କ ଭିଡିଓଙ୍କ ବହୁତ ଭଲ ଲାଗିଛି। ଗୋଟିଏ ଦିନରେ ଏହି ଭିଡିଓକୁ 26 ଲକ୍ଷରୁ ଅଧିକ ଲାଇକ୍ସ ମିଳିଛି ।

ନୋରୋ ଅଜୟ ଦେବଗନ୍‌ଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଭୁଜ୍ ଦ ପ୍ରାଇଡ୍‌’ ଫିଲ୍ମରେ ନଜର ଆସିବେ। ପୂର୍ବରୁ ସେ ବାଟ୍‌ଲା ହାଉସ୍‌, ସତ୍ୟମେବ ଜୟତେ, ଷ୍ଟ୍ରିଟ୍‌ ଡ୍ୟାନ୍ସର ଥ୍ରିଡି ଆଦିରେ ନଜର ଆସିସାରିଛନ୍ତି। (ଏଜେନ୍ସି)

Categories
ଫଟୋ ଖବର

ଷ୍ଟ୍ରିଟ୍‌ ଡ୍ୟାନ୍ସର 3ଡିର ପ୍ରମୋଶନରେ ବରୁଣ ଧଓ୍ବନ୍‌ ଏବଂ ନୋରା ଫତେହୀ

Mumbai: Actors Nora Fatehi and Varun Dhawan during the promotions of their upcoming film “Street Dancer 3D” in Mumbai on Jan 7, 2020. (Photo: IANS)

Categories
ଫଟୋ ଖବର

ଜ୍ୟାକି ଭଗ୍‌ନାନୀଙ୍କ ଜନ୍ମଦିନ ପାର୍ଟିରେ ନୋରା ଫତେହୀ ଏବଂ ବରୁଣ ଧଓ୍ବନ୍‌

Mumbai: Actors Nora Fatehi and Varun Dhawan during the celebration of Jackky Bhagnani’s birthday party in Mumbai on Dec 24, 2019. (Photo: IANS)

Categories
ଫଟୋ ଖବର

ଷ୍ଟ୍ରିଟ୍‌ ଡ୍ୟାନ୍ସର 3ଡିର ଟ୍ରେଲର ଲଞ୍ଚ ଅବସରରେ ବରୁଣ ଧଓ୍ବନ, ଶ୍ରଦ୍ଧା କପୁର ଏବଂ ନୋରା ଫତେହୀ

Mumbai: Actors Varun Dhawan, Shraddha Kapoor, Nora Fatehi at the trailer launch of their upcoming film “Street Dancer 3D” in Mumbai on Dec 18, 2019. (Photo: IANS)