Categories
ଆଜିର ଖବର ଜାତୀୟ ଖବର

ଆଜି ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ଚମ୍ପଇ ସୋରେନ୍, ନିମନ୍ତ୍ରଣ ଦେଲେ ରାଜ୍ୟପାଳ

ନୂଆଦିଲ୍ଲୀ: ଚମ୍ପାଇ ସୋରେନଙ୍କୁ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ସିପି ରାଧାକୃଷ୍ଣନ୍ ଆମନ୍ତ୍ରଣ କରିଛନ୍ତି। ସେ ଆଜି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ସମୟ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ନାହିଁ। ଏହିପରି ଭାବରେ ଝାଡଖଣ୍ଡର ରାଜନୈତିକ ଦ୍ଵନ୍ଦ୍ଵ ସମାପ୍ତ ହୋଇଛି ଏବଂ ସରକାର ଗଠନ ପାଇଁ ରାସ୍ତା ସଫା ହୋଇଛି।

ଚମ୍ପଇ ସୋରେନଙ୍କ ସହ ଆଲାମଗିର ଆଲାମ ଏବଂ ସତ୍ୟେନ୍ଦ୍ର ଭୋକ୍ତା ଶପଥ ନେଇପାରନ୍ତି। ସତ୍ୟନ୍ଦ୍ର ଭୋକ୍ତା ଆରଜେଡିରୁ ଆସିଥିବାବେଳେ ଆଲାମଗିର ଆଲାମ ଜଣେ କଂଗ୍ରେସ ବିଧାୟକ। ଏହାପୂର୍ବରୁ ଗୁରୁବାର ଦିନ ଅପରାହ୍ନ ୫.୩୦ ସମୟରେ ଚମ୍ପାଇ ସୋରେନ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଥିଲେ। ସେ ୪୩ ଜଣ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି।