Categories
ଆଜିର ଖବର ରାଜ୍ୟ ଖବର

ନବନିଯୁକ୍ତ ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ରଙ୍କୁ ସ୍ବାଗତ, ଶୋଭାଯାତ୍ରାରେ ସହର ପରିକ୍ରମା

ଭୁବନେଶ୍ୱର: ଆଜି ପ୍ରଦେଶ ଯୁବ କଂଗ୍ରେସର ନିବନିଯୁକ୍ତ ସଭାପତି ଶ୍ରୀ ରଣଜିତ ପାତ୍ର ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପଂହଚିବାପରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ବିମାନ ବନ୍ଦର ଠାରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବନ୍ଧନା ଦିଆଯାଇଥିଲା। ବିମାନ ବନ୍ଦର ଠାରୁ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ଶ୍ରୀ ପାତ୍ରଙ୍କୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଣାଯାଇଥିଲା।

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଶ୍ରୀ ପାତ୍ରଙ୍କୁ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଶ୍ରୀ ଜୟଦେବ ଜେନା, ଶ୍ରୀ ପ୍ରସାଦ ହରିଚନ୍ଦନ, ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ପିିସିିସି ବରିଷ୍ଠ ଉପସଭାପତି ଶ୍ରୀ ଶିବାନନ୍ଦ ରାୟ, କଟକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାନସ ଚୌଧୁରୀ ଏବଂ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ, ଦେବାଶଷ ପଟ୍ଟନାୟକ, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ପ୍ରମୁଖ ଶ୍ରୀ ପାତ୍ରଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ।

ଯୁବ କଂଗ୍ରେସ ଆଗାମୀ ଦିନରେ ଓଡ଼ିଶାର ବେକାର ଯୁବକ ଯୁବତୀଙ୍କର ସଂଗ୍ରାମକୁ ତୀବ୍ରତର କରିବେ। ନବୀନ ଓ ମୋଦି ସରକାରଙ୍କର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଏବଂ ବେକାର ଯୁବକ ଯବୁତୀମାନଙ୍କ ପ୍ରତି ହେଉଥିବା ଅବିଚାର ବିରୁଦ୍ଧରେ ତୃଣମୂଳ ସ୍ତରରୁ ଆନ୍ଦୋଳନ କରିବ। ଯୁବ କଂଗ୍ରେସର ଆହ୍ୱାନ ହେଉଛି “ନିଯୁକ୍ତି ଦିଅ ନହେଲେ ଗାଦି ଛାଡ” ବୋଲି ସେ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

Breaking News: ରଂଜିତ ପାତ୍ର ହେଲେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି

ଭୁବନେଶ୍ୱର: ଆଜି ଅଖିଳ ଭାରତୀୟ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ଶ୍ରୀ ବିଭି ଶ୍ରୀନିଭାସ ଦିଲ୍ଳୀସ୍ଥିତ ଅଖିଳ ଭାରତ ଯୁବ କଂଗ୍ରେସ କାର୍ଯ୍ୟାଳୟରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଭାବରେ ରଂଜିତ ପାତ୍ରଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ।

କଂଗ୍ରେସ ଅଧ୍ୟକ୍ଷ ଶ୍ରୀଯୁକ୍ତ ମଲ୍ଲିକାର୍ଜ୍ଜୁନ ଖାଡ଼ଗେ ଜୀ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ଗାନ୍ଧୀ ଜୀ ଏବଂ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧୀଜୀଙ୍କ ନେତୃତ୍ୱ ଓ ଆଦର୍ଶକୁ ଆଧାର କରି ନିଷ୍ଠାର ସହ ଯୁବ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବାକୁ ଶ୍ରୀନିଭାସ ଶ୍ରୀ ପାତ୍ରଙ୍କୁ ନିଯୁକ୍ତି ପତ୍ରରେ କହିଛନ୍ତି ।

ଶ୍ରୀ ପାତ୍ର ଦୀର୍ଘ ୧୨ ବର୍ଷଧରି ଯୁବ କଂଗ୍ରେସର ଜଣେ ନିଷ୍ଠାବାନ କର୍ମୀ ଭାବରେ କାର୍ଯ୍ୟ କରିଆସୁଛନ୍ତି । ପୂର୍ବରୁ ସେ ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି, ଭୁବନେଶ୍ୱର ଲୋକସଭା ଯୁବ କଂଗ୍ରେସ ସଭାପତି ଏବଂ ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଭାବରେ ସଫଳରୂପେ ତାଙ୍କର ଦାୟୀତ୍ୱ ନିର୍ବାହ କରିଥିଲେ । ସଦ୍ୟ ସମାପିତ ପ୍ରଦେଶ ଯୁବ କଂଗ୍ରେସ ନିର୍ବାଚନରେ ସଭାପତିପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ସେ ସର୍ବାଧିକ ଭୋଟ ପାଇଥିଲେ ।

ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଯୁବ କଂଗ୍ରେସ କର୍ମକର୍ତା ଏବଂ କର୍ମୀମାନେ ମିଷ୍ଠାନ୍ନ ବଂଟନ କରି, ବାଜା ବଜାଇ ଏବଂ ବାଣ ଫୁଟାଇ ଶ୍ରୀ ପାତ୍ରଙ୍କର ନୂତନ ନିଯୁକ୍ତିକୁ ସ୍ୱାଗତ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ପିସିସି ସାଧାରଣ ସଂପାଦକ ମନୋଜ ଜେନା, ପ୍ରକାଶ ମିଶ୍ର, ସୁବ୍ରତ ମହାପାତ୍ର, ଅଜୟ ସାହୁ, ଲିଙ୍ଗରାଜ ସାହୁ, ନିହାର ବେହେରା, ବଟକୃଷ୍ଣ ରାଉତରାୟ, ଉଦ୍ଦିତ ପ୍ରଧାନ, ବିଂରଚି ବାରିକ, ସ୍ପନ୍ଦନ ସ୍ୱାଇଁ, ସମିର ରାଉତ, ଜ୍ୟେତି ପ୍ରକାଶ ଆଚାର୍ଯ୍ୟ, ଦେବେନ୍ଦ୍ର ପ୍ରସାଦ ଦାସ, ନିଆଜୁଲ ଇସଲାମ, ସୌମେନ୍ଦ୍ର ମହାନ୍ତି, ସନ୍ଦିପ ରାଉତରାୟ ପ୍ରମୁଖ ବହୁ ଯୁବ କଂଗ୍ରେସ କର୍ମୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।