Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»Breaking News: ରଂଜିତ ପାତ୍ର ହେଲେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି
ଆଜିର ଖବର

Breaking News: ରଂଜିତ ପାତ୍ର ହେଲେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି

December 14, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Breaking News
Breaking News: ରଂଜିତ ପାତ୍ର ହେଲେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି

ଭୁବନେଶ୍ୱର: ଆଜି ଅଖିଳ ଭାରତୀୟ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ଶ୍ରୀ ବିଭି ଶ୍ରୀନିଭାସ ଦିଲ୍ଳୀସ୍ଥିତ ଅଖିଳ ଭାରତ ଯୁବ କଂଗ୍ରେସ କାର୍ଯ୍ୟାଳୟରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଭାବରେ ରଂଜିତ ପାତ୍ରଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ।

କଂଗ୍ରେସ ଅଧ୍ୟକ୍ଷ ଶ୍ରୀଯୁକ୍ତ ମଲ୍ଲିକାର୍ଜ୍ଜୁନ ଖାଡ଼ଗେ ଜୀ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ଗାନ୍ଧୀ ଜୀ ଏବଂ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧୀଜୀଙ୍କ ନେତୃତ୍ୱ ଓ ଆଦର୍ଶକୁ ଆଧାର କରି ନିଷ୍ଠାର ସହ ଯୁବ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବାକୁ ଶ୍ରୀନିଭାସ ଶ୍ରୀ ପାତ୍ରଙ୍କୁ ନିଯୁକ୍ତି ପତ୍ରରେ କହିଛନ୍ତି ।

ଶ୍ରୀ ପାତ୍ର ଦୀର୍ଘ ୧୨ ବର୍ଷଧରି ଯୁବ କଂଗ୍ରେସର ଜଣେ ନିଷ୍ଠାବାନ କର୍ମୀ ଭାବରେ କାର୍ଯ୍ୟ କରିଆସୁଛନ୍ତି । ପୂର୍ବରୁ ସେ ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି, ଭୁବନେଶ୍ୱର ଲୋକସଭା ଯୁବ କଂଗ୍ରେସ ସଭାପତି ଏବଂ ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଭାବରେ ସଫଳରୂପେ ତାଙ୍କର ଦାୟୀତ୍ୱ ନିର୍ବାହ କରିଥିଲେ । ସଦ୍ୟ ସମାପିତ ପ୍ରଦେଶ ଯୁବ କଂଗ୍ରେସ ନିର୍ବାଚନରେ ସଭାପତିପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ସେ ସର୍ବାଧିକ ଭୋଟ ପାଇଥିଲେ ।

ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଯୁବ କଂଗ୍ରେସ କର୍ମକର୍ତା ଏବଂ କର୍ମୀମାନେ ମିଷ୍ଠାନ୍ନ ବଂଟନ କରି, ବାଜା ବଜାଇ ଏବଂ ବାଣ ଫୁଟାଇ ଶ୍ରୀ ପାତ୍ରଙ୍କର ନୂତନ ନିଯୁକ୍ତିକୁ ସ୍ୱାଗତ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ପିସିସି ସାଧାରଣ ସଂପାଦକ ମନୋଜ ଜେନା, ପ୍ରକାଶ ମିଶ୍ର, ସୁବ୍ରତ ମହାପାତ୍ର, ଅଜୟ ସାହୁ, ଲିଙ୍ଗରାଜ ସାହୁ, ନିହାର ବେହେରା, ବଟକୃଷ୍ଣ ରାଉତରାୟ, ଉଦ୍ଦିତ ପ୍ରଧାନ, ବିଂରଚି ବାରିକ, ସ୍ପନ୍ଦନ ସ୍ୱାଇଁ, ସମିର ରାଉତ, ଜ୍ୟେତି ପ୍ରକାଶ ଆଚାର୍ଯ୍ୟ, ଦେବେନ୍ଦ୍ର ପ୍ରସାଦ ଦାସ, ନିଆଜୁଲ ଇସଲାମ, ସୌମେନ୍ଦ୍ର ମହାନ୍ତି, ସନ୍ଦିପ ରାଉତରାୟ ପ୍ରମୁଖ ବହୁ ଯୁବ କଂଗ୍ରେସ କର୍ମୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।

Odisha Youth Congress ଓଡିଶା ଯୁବ କଂଗ୍ରେସ ସଭାପତି
Share. Facebook Twitter LinkedIn Email WhatsApp Copy Link

Related Posts

ଆଉ ଔଷଧରେ ବ୍ୟବହାର ହେବ ନାହିଁ ଅଶ୍ୱଗନ୍ଧା ପତ୍ର, ଜାଣନ୍ତୁ କାହିଁକି FSSAI ଏହାକୁ ନିଷେଧ କଲା?

April 24, 2026

ରାଶିଫଳ: ଆଜି ଏପ୍ରିଲ ୨୪ ତାରିଖ ଶୁକ୍ରବାରରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 24, 2026

ରତ୍ନ ଭଣ୍ଡାରକୁ ନେଇ ବିଜେଡି-ବିଜେପି ମୁହାଁ ମୁହିଁ

April 23, 2026

ଟ୍ରାଫ୍ଫିକ ଯନ୍ତ୍ରଣାର ଅନ୍ତ କେବେ ?

April 23, 2026
Latest News

ଆଉ ଔଷଧରେ ବ୍ୟବହାର ହେବ ନାହିଁ ଅଶ୍ୱଗନ୍ଧା ପତ୍ର, ଜାଣନ୍ତୁ କାହିଁକି FSSAI ଏହାକୁ ନିଷେଧ କଲା?

April 24, 2026

ରାଶିଫଳ: ଆଜି ଏପ୍ରିଲ ୨୪ ତାରିଖ ଶୁକ୍ରବାରରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 24, 2026

ରତ୍ନ ଭଣ୍ଡାରକୁ ନେଇ ବିଜେଡି-ବିଜେପି ମୁହାଁ ମୁହିଁ

April 23, 2026

ଟ୍ରାଫ୍ଫିକ ଯନ୍ତ୍ରଣାର ଅନ୍ତ କେବେ ?

April 23, 2026

ପ୍ରବାସୀ ଓଡ଼ିଆଙ୍କ ଗୁଜୁରାଟର ଅଙ୍କଲେଶ୍ୱରରେ ଓଡ଼ିଆ ନୂତନ ବର୍ଷ ପାଳିତ

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.