Categories
ଆଜିର ଖବର

ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ଅର୍ଚ୍ଚିତା ସାହୁଙ୍କ ‘ଚାମ୍ପିୟନ’

ମହିଳା ଦିବସ ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ଓଡ଼ିଆ ସିନେମା ‘ଚାମ୍ପିୟନ’। ଡଙ୍ଗ୍ୟୁ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ଏହି ଚଳଚ୍ଚିତ୍ରରେ ଜଣେ ବକ୍ସର ଭୂମିକାରେ ଅଭିନୟ କରୁଛନ୍ତି ଅର୍ଚ୍ଚିତା ସାହୁ। ଏହି ଫିଲ୍ମରେ ସେ ବେଶ୍‌ କେତୋଟି ଷ୍ଟଣ୍ଟ ଶଟ୍‌ ମଧ୍ୟ ଦେଇଛନ୍ତି। ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ବ ଏନ୍‌. ଗଙ୍ଗାଧର ଏବଂ ଦୀପ୍ତି ସମ୍ଭାଳିଥିବାବେଳେ  ନିର୍ଦ୍ଦେଶନା ଦେଇଛନ୍ତି କେ. ମୁରଲୀ କ୍ରିଷ୍ଣା।  ରଜନୀ ରଞ୍ଜନ ଏହି ଫିଲ୍ମରେ ସଂଳାପ ଲେଖିଥିବାବେଳେ ଏଥିରେ ସଂଯୋଜିତ ଗୀତଗୁଡିକୁ ସ୍ବର ଦେଇଛନ୍ତି ବୈଦ୍ୟନାଥ ଦାଶ।  ଏହି ଫିଲ୍ମରେ ଜଣେ ନିପଟ ମଫସଲ ଝିଅକୁ ନେଇ ଚିତ୍ରାୟନ ହୋଇଥିବା ଫିଲ୍ମରେ ସେଇ ଝିଅଟିର ସଂର୍ଘଷ ଓ ସଫଳତାର କାହାଣୀକୁ ବର୍ଣ୍ଣନା କରାଯାଇଛି । ଏହି ଫିଲ୍ମରେ ‘ଲାଲ୍‌ପାନ୍‌ବିବି’ ନାମରେ ଏକ ଆଇଟମ୍‌ ସଙ୍ଗ ରହିଛି । ଏଥିରେ ଅସୀମା ପଣ୍ଡା କଣ୍ଠଦାନ କରିଥିବାବେଳେ ଏଥିରେ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ଆଇଟମ୍‌ ଡ୍ୟାନ୍ସ ମଧ୍ୟ ରହିଛି । ଏହି ଫିଲ୍ମରେ ଅର୍ଚ୍ଚିତା ବ୍ୟତୀତ ମନୋଜ ମିଶ୍ର, କ୍ରିଷ୍ଣା ବେଉରା ପ୍ରମୁଖ ଅଭିନୟ କରୁଛନ୍ତି ।