Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ନ କରିବାକୁ ଓଇଆରସି ଆଗରେ ପ୍ରସ୍ତାବ ରଖିଲା ଗ୍ରୀଡକୋ

ଭୁବନେଶ୍ୱର: ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଓଇଆରସିଙ୍କ ଜନଶୁଣାଣୀରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ନ କରିବା ପାଇଁ ଗ୍ରୀଡକୋ ନିଜର ପକ୍ଷ ରଖିଛି। ଏହା ସହିତ ୨୦୨୪-୨୫ ଆର୍ଥିକ ବର୍ଷରେ ସାମ୍ଭାବ୍ୟ ବର୍ଦ୍ଧିତ ବିଦ୍ୟୁତ୍ ଚାହିଦା ମେଣ୍ଟାଇବା ସହ ନିରନ୍ତର ବିଦ୍ୟୁତ୍ ଯୋଗାଣ ପାଇଁ ନିଜର ଯୋଜନା ସମ୍ପର୍କରେ ଅବଗତ କରାଇଛି ଗ୍ରୀଡକୋ।

ବୁଧବାର ଅନୁଷ୍ଠିତ ବାର୍ଷିକ ରାଜସ୍ୱ ଆବଶ୍ୟକତା ସମ୍ପର୍କିତ ଜନଶୁଣାଣୀରେ ଗ୍ରୀଡ଼କୋ ଆସନ୍ତା ଆର୍ଥିକ ବର୍ଷ ପାଇଁ ନିଜର ବିସ୍ତୃତ ଯୋଜନା ସମ୍ପର୍କରେ ତଥ୍ୟ ରଖିଥିଲା। ଆକଳନ ଅନୁସାରେ ଆସନ୍ତା ଆର୍ଥିକ ବର୍ଷରେ ୩୭,୪୫୭ ନିୟୁତ ମିଲିୟନ ୟୁନିଟ ବିଦ୍ୟୁତ ଆବଶ୍ୟକତା ଥିବା ବେଳେ ଗ୍ରୀଡକୋ ନିଜର ବିଭିନ୍ନ ବିଦ୍ୟୁତ୍ ଉତ୍ପାଦନକାରୀ ସଂସ୍ଥା ସହ ଦୀର୍ଘ ମିଆଦୀ ଚୁକ୍ତି ଅନୁସାରେ ୩୯୬୫୨ ମିଲିୟନ ୟୁନିଟ ବିଦ୍ୟୁତ୍ ଉପଲବ୍ଧ କରାଇବାକୁ ପ୍ରସ୍ତୁତ ଥିବା ଓଇଆରସିଙ୍କୁ ଅବଗତ କରାଇଥିଲା। ଏହା ସହିତ ଜରୁରୀକାଳୀନ ଆବଶ୍ୟକତା ପାଇଁ ୨୧୯୬ ମିଲିୟନ ୟୁନିଟ ବିଦ୍ୟୁତ୍ ସଂରକ୍ଷିତ ରଖିବାର ଯୋଜନା ସମ୍ପର୍କରେ ମଧ୍ୟ ଅବଗତ କରାଇଥିଲା।

ଯେ କୌଣସି ଜରୁରୀକାଳୀନ ଆବଶ୍ୟକତା ପୂରଣ କରିବା ପାଇଁ ବିଭିନ୍ନ କ୍ୟାପ୍ଟିଭ ପାଓ୍ୱାର ପ୍ଲାଣ୍ଟ ସହ ସ୍ୱଳ୍ପ ମିଆଦ ଓ ମଧ୍ୟମ ମିଆଦ ଚୁକ୍ତି ନେଇ ଗ୍ରୀଡକୋ ନିଜ ଯୋଜନା ସମ୍ପର୍କରେ ମଧ୍ୟ ତଥ୍ୟ ରଖିଥିଲା। ଏହା ସହିତ ଶକ୍ତି ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ଗ୍ରୀଡକୋ ଅକ୍ଷୟଶକ୍ତି ଉତ୍ପାଦନ ବିକଳ୍ପର ବ୍ୟବସ୍ଥା କରିଛି।

ଶକ୍ତି ଭିତ୍ତିଭୂମିକୁ ମଜଭୁତ କରିବା ପାଇଁ ଗ୍ରୀଡକୋ ଓଇଆରସି ଓ କେନ୍ଦ୍ର ବିଦ୍ୟୁତ ପ୍ରାଧୀକରଣଙ୍କ ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ନେଇଆସୁଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଉପଭୋକ୍ତା ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ନ କରି ଶକ୍ତି ବାବଦକୁ ଖର୍ଚ୍ଚ ମେଣ୍ଚାଇ ହେବ ବୋଲି ଗ୍ରୀଡକୋ ଏହି ଜନଶୁଣାଣୀରେ ମତ ଦେଇଛି।

ଜରୁରୀ ପଡ଼ିଲେ ବିତରକ କମ୍ପାନିଗୁଡ଼ିକ ପାଖରେ ଥିବା ବିଗତ ବର୍ଷର ରେଗୁଲେଟୋରୀ ସରପ୍ଲସ ଏବଂ ବର୍ଦ୍ଧିତ ବିଦ୍ୟୁ୍ତ ଚାହିଦା ଯୋଗୁ ଅତିରିକ୍ତ ରାଜସ୍ୱ ଆୟରୁ ବିଦ୍ୟୁତ୍ କ୍ରୟ ପାଇଁ ଆବଶ୍ୟକ ଅତିରିକ୍ତ ଖର୍ଚ୍ଚ ତୁଲାଇ ହେବ ବୋଲି ଗ୍ରୀଡକୋ ତାର ପ୍ରସ୍ତାବରେ ଉଲ୍ଲେଖ କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବିଦାୟୀ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ମିଳିଲା ନୂଆ ନିଯୁକ୍ତି

ଭୁବନେଶ୍ବର: ବିଦାୟୀ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ନୂଆ ନିଯୁକ୍ତି ମିଳିଛି। ସେ ବର୍ତ୍ତମାନ ଓଡିଶାର ଇଲେକ୍ଟ୍ରିସିଟି ରେଗୁଲେଟରୀ ଅଥରିଟିର ଅଧ୍ୟକ୍ଷ ହେବେ। ଏ ନେଇ ଆଜି ଶକ୍ତି ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏଥିରେ କୁହାଯାଇଛି ଯେ ମୁଖ୍ୟ ଶାସନ ସଚିବ ତଥ ମୁଖ୍ୟ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଆଇଏଏସଙ୍କୁ ଓଇଆରସି ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ସେ ଯେବେଠାରୁ ଏହି ଦାୟିତ୍ବ ନେବେ ସେହିଦିନଠାରୁ ତାଙ୍କର ନିଯୁକ୍ତିକୁ ଗ୍ରହଣ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗର ନିଷ୍ପତ୍ତି: ରାଜ୍ୟରେ ବଢିଲା ବିଦ୍ୟୁତ ଦର

ଭୁବନେଶ୍ଵର: ଆଜି ରାଜ୍ୟରେ ବିଦ୍ୟୁତ ଦର ବଢିଥିବା ନେଇ ଘୋଷଣା କରିଛି ବିଦ୍ୟୁତ ନିୟାମକ ଆୟୋଗ। ଆସନ୍ତା ଅକ୍ଟୋବର ମାସରୁ ବିଦ୍ୟୁତ ଦର ବଢିବା ନେଇ ନିଷ୍ପତ୍ତି ନେଇଛି ଓଇଆରସି। ୟୁନିଟ ପିଛା ୨୦ ପଇସା ବୃଦ୍ଧି ହୋଇଥିବା ନେଇ ସୂଚନା ରହିଛି। ୫୦ ୟୁନିଟ ପର୍ଯ୍ୟନ୍ତ ଦର ୨ ଟଙ୍କା ୭୦ ପଇସାକୁ ବୃଦ୍ଧି ହୋଇଥିବା ବେଳେ ୧୦୦ ୟୁନିଟ ପର୍ଯ୍ୟନ୍ତ ୩ ଟଙ୍କା ୬୦ ପଇସା, ୨୦୦ ୟୁନିଟ ପର୍ଯ୍ୟନ୍ତ ୪ ଟଙ୍କା ୦୫ ପଇସା, ୪ ଶହ ୟୁନିଟ ପର୍ଯ୍ୟନ୍ତ ୪ ଟଙ୍କା ୫୩ ପଇସା, ୪ ଶହ ଯାଏଁ ୪ ଟଙ୍କା ୭୮ ପଇସା, ୫ ଶହ ଯାଏଁ ୫ ଟଙ୍କାକୁ ବୃଦ୍ଧି କରାଯିବା ନେଇ ନିଷ୍ପତ୍ତି ନେଇଛି ଓଇଆରସି। ତେବେ କୃଷି କ୍ଷେତ୍ର ଏବଂ କୁଟୀର ଜ୍ୟୋତି ଗ୍ରାହକମାନଙ୍କୁ ଏହି ବର୍ଦ୍ଧିତ ଦରରୁ ବାଦ ଦିଆଯାଇଥିବା ଜଣାପଡିଛି।