Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ନ କରିବାକୁ ଓଇଆରସି ଆଗରେ ପ୍ରସ୍ତାବ ରଖିଲା ଗ୍ରୀଡକୋ
ଆଜିର ଖବର

ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ନ କରିବାକୁ ଓଇଆରସି ଆଗରେ ପ୍ରସ୍ତାବ ରଖିଲା ଗ୍ରୀଡକୋ

February 1, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
OERC
ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ନ କରିବାକୁ ଓଇଆରସି ଆଗରେ ପ୍ରସ୍ତାବ ରଖିଲା ଗ୍ରୀଡକୋ

ଭୁବନେଶ୍ୱର: ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଓଇଆରସିଙ୍କ ଜନଶୁଣାଣୀରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ନ କରିବା ପାଇଁ ଗ୍ରୀଡକୋ ନିଜର ପକ୍ଷ ରଖିଛି। ଏହା ସହିତ ୨୦୨୪-୨୫ ଆର୍ଥିକ ବର୍ଷରେ ସାମ୍ଭାବ୍ୟ ବର୍ଦ୍ଧିତ ବିଦ୍ୟୁତ୍ ଚାହିଦା ମେଣ୍ଟାଇବା ସହ ନିରନ୍ତର ବିଦ୍ୟୁତ୍ ଯୋଗାଣ ପାଇଁ ନିଜର ଯୋଜନା ସମ୍ପର୍କରେ ଅବଗତ କରାଇଛି ଗ୍ରୀଡକୋ।

ବୁଧବାର ଅନୁଷ୍ଠିତ ବାର୍ଷିକ ରାଜସ୍ୱ ଆବଶ୍ୟକତା ସମ୍ପର୍କିତ ଜନଶୁଣାଣୀରେ ଗ୍ରୀଡ଼କୋ ଆସନ୍ତା ଆର୍ଥିକ ବର୍ଷ ପାଇଁ ନିଜର ବିସ୍ତୃତ ଯୋଜନା ସମ୍ପର୍କରେ ତଥ୍ୟ ରଖିଥିଲା। ଆକଳନ ଅନୁସାରେ ଆସନ୍ତା ଆର୍ଥିକ ବର୍ଷରେ ୩୭,୪୫୭ ନିୟୁତ ମିଲିୟନ ୟୁନିଟ ବିଦ୍ୟୁତ ଆବଶ୍ୟକତା ଥିବା ବେଳେ ଗ୍ରୀଡକୋ ନିଜର ବିଭିନ୍ନ ବିଦ୍ୟୁତ୍ ଉତ୍ପାଦନକାରୀ ସଂସ୍ଥା ସହ ଦୀର୍ଘ ମିଆଦୀ ଚୁକ୍ତି ଅନୁସାରେ ୩୯୬୫୨ ମିଲିୟନ ୟୁନିଟ ବିଦ୍ୟୁତ୍ ଉପଲବ୍ଧ କରାଇବାକୁ ପ୍ରସ୍ତୁତ ଥିବା ଓଇଆରସିଙ୍କୁ ଅବଗତ କରାଇଥିଲା। ଏହା ସହିତ ଜରୁରୀକାଳୀନ ଆବଶ୍ୟକତା ପାଇଁ ୨୧୯୬ ମିଲିୟନ ୟୁନିଟ ବିଦ୍ୟୁତ୍ ସଂରକ୍ଷିତ ରଖିବାର ଯୋଜନା ସମ୍ପର୍କରେ ମଧ୍ୟ ଅବଗତ କରାଇଥିଲା।

ଯେ କୌଣସି ଜରୁରୀକାଳୀନ ଆବଶ୍ୟକତା ପୂରଣ କରିବା ପାଇଁ ବିଭିନ୍ନ କ୍ୟାପ୍ଟିଭ ପାଓ୍ୱାର ପ୍ଲାଣ୍ଟ ସହ ସ୍ୱଳ୍ପ ମିଆଦ ଓ ମଧ୍ୟମ ମିଆଦ ଚୁକ୍ତି ନେଇ ଗ୍ରୀଡକୋ ନିଜ ଯୋଜନା ସମ୍ପର୍କରେ ମଧ୍ୟ ତଥ୍ୟ ରଖିଥିଲା। ଏହା ସହିତ ଶକ୍ତି ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ଗ୍ରୀଡକୋ ଅକ୍ଷୟଶକ୍ତି ଉତ୍ପାଦନ ବିକଳ୍ପର ବ୍ୟବସ୍ଥା କରିଛି।

ଶକ୍ତି ଭିତ୍ତିଭୂମିକୁ ମଜଭୁତ କରିବା ପାଇଁ ଗ୍ରୀଡକୋ ଓଇଆରସି ଓ କେନ୍ଦ୍ର ବିଦ୍ୟୁତ ପ୍ରାଧୀକରଣଙ୍କ ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ନେଇଆସୁଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଉପଭୋକ୍ତା ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ନ କରି ଶକ୍ତି ବାବଦକୁ ଖର୍ଚ୍ଚ ମେଣ୍ଚାଇ ହେବ ବୋଲି ଗ୍ରୀଡକୋ ଏହି ଜନଶୁଣାଣୀରେ ମତ ଦେଇଛି।

ଜରୁରୀ ପଡ଼ିଲେ ବିତରକ କମ୍ପାନିଗୁଡ଼ିକ ପାଖରେ ଥିବା ବିଗତ ବର୍ଷର ରେଗୁଲେଟୋରୀ ସରପ୍ଲସ ଏବଂ ବର୍ଦ୍ଧିତ ବିଦ୍ୟୁ୍ତ ଚାହିଦା ଯୋଗୁ ଅତିରିକ୍ତ ରାଜସ୍ୱ ଆୟରୁ ବିଦ୍ୟୁତ୍ କ୍ରୟ ପାଇଁ ଆବଶ୍ୟକ ଅତିରିକ୍ତ ଖର୍ଚ୍ଚ ତୁଲାଇ ହେବ ବୋଲି ଗ୍ରୀଡକୋ ତାର ପ୍ରସ୍ତାବରେ ଉଲ୍ଲେଖ କରିଥିଲା।

oerc ଓଇଆରସି ବିଦ୍ୟୁତ୍ ଶୁଳ୍କ
Share. Facebook Twitter LinkedIn Email WhatsApp Copy Link

Related Posts

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.