Categories
ଆଜିର ଖବର ଜାତୀୟ ଖବର

ଦିଶା ଆଇନ୍‌ ପାଇଁ ଦୁଇ ମହିଳା ଅଫିସରଙ୍କୁ ସ୍ବତନ୍ତ୍ର ଅଫିସର ଭାବେ ଦିଆଗଲା ନିଯୁକ୍ତି

ଆନ୍ଧ୍ରପ୍ରଦେଶ, 3/1:  ହାଇଦ୍ରାବାଦଠାରେ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ପରେ ଆନ୍ଧ୍ରପ୍ରଦେଶ ସରକାର ଗତବର୍ଷ ଡିସେମ୍ବରରେ ‘ଆନ୍ଧ୍ରପ୍ରଦେଶ ଦିଶା ଆଇନ’ର ପ୍ରଣୟନ କରିଛନ୍ତି । ତେବେ ଏହି ଆଇନ୍‌ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁଛି ନାହିଁ, ଏନେଇ ତଦାରଖ କରିବା ପାଇଁ ଦୁଇ ମହିଳା ଅଫିସରଙ୍କୁ ନିଯୁକ୍ତ କରାଯାଇଛି। ଆଇଏଏସ୍‌ ଡାକ୍ତର କ୍ରିତିକା ଶୁକ୍ଲା ଓ ଆଇପିଏସ୍‌ ଏମ୍‌. ଦୀପିକା କୁରୁନଲ୍‌ଙ୍କୁ ଆନ୍ଧ୍ରପ୍ରଦେଶ ଦିଶାର ସ୍ବତନ୍ତ୍ର ଅଫିସର ଭାବେ ନିଯୁକ୍ତ କରାଯାଇଛି । ଏହି ନୂତନ ଆଇନ ପ୍ରଣୟନ ଦ୍ବାରା ଏହି ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଉକ୍ତ ଆଇନ ଜରିଆରେ ତୁରନ୍ତ ଫାଶୀ ଦଣ୍ଡାଦେଶ ମିଳିପାରିବ ବୋଲି ଦିଶା ଆଇନକୁ ପାରିତ କରାଯାଇଥିଲା। ୨୧ଦିନ ମଧ୍ୟରେ ଘଟଣାର ବିଚାର କରାଯାଇ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯିବ ବୋଲି ଏଥିରେ ପ୍ରାବଧାନ ରହିଛି। ଡିସେମ୍ବର ୧୩ରେ ଆନ୍ଧ୍ର ବିଧାନସଭାରେ ଏହି ଆଇନ ପାସ୍‌ ହୋଇଥିଲା। (ଏଜେନ୍ସି)