Categories
ଆଜିର ଖବର

ଫିଫା ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା : କର ବା ମର ମୁକାବିଲାରେ ଭାରତ

ଫିଫା 2022 ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା ପାଇଁ ଆଜି ଭାରତ ଓମାନର ସମ୍ମୁଖୀନ ହେବ । ଯୋଗ୍ୟତା ପର୍ଯ୍ୟାୟର ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେବାକୁ ହେଲେ ଭାରତକୁ ଏହି ମ୍ୟାଚ୍‌ରେ ନିଶ୍ଚିତ ବିଜୟ ଆବଶ୍ୟକ । ପୂର୍ବରୁ ବାଂଲାଦେଶ ଏବଂ ଆଫଗାନିସ୍ତାନ ବିପକ୍ଷରେ ଖରାପ ପ୍ରଦର୍ଶନ କରିଥିବା ଭାରତ ପାଇଁ ଏହି ମ୍ୟାଚ୍‌ରେ ବିଜୟ ହାସଲ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି । ଗ୍ରୁପ୍‌ ଇରେ କାତାର ପରେ ଓମାନ୍‌ ଦ୍ବିତୀୟ ସ୍ଥାନରେ ରହିଥିବାରୁ ଏହି ମ୍ୟାଚ୍‌ରେ ବିଜୟୀ ହେଲେ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଭାରତର ଆଶା ବଳବତ୍ତର ରହିବ । ସୁନୀଲ ଛେତ୍ରୀ ଏବଂ ଜେଜେଙ୍କ ପ୍ରତ୍ୟାବର୍ତ୍ତନ ପରେ ଭାରତୀୟ ଫରଓ୍ବାର୍ଡ ବିଭାଗ ମଜବୁତ ହୋଇଛି । ଅପରପକ୍ଷରେ ଆଇଗର ଷ୍ଟୋମାକଙ୍କ ଦଳ ଗୌହାଟୀରେ ଅନୁଷ୍ଠିତ ମ୍ୟାଚ୍‌ରେ 2-1ରେ ଭାରତକୁ ପରାସ୍ତ କରିଥିବାରୁ ମାନସିକ ଭାବରେ ଦୃଢ ସ୍ଥିତିରେ ରହିଛି । । ଓମାନର ଅଲ୍‌ ସଇବ୍‌ ଷ୍ଟାଡିୟମରେ ମଙ୍ଗଳବାର ସନ୍ଧ୍ୟା 8.30 ମିନିଟ୍‌ରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ ।

Categories
ଆଜିର ଖବର

ଓମାନ୍‌ ତରଫରୁ ‘ଶାହୀ ମାଫି’ : ପ୍ରଶଂସା କରି ଟୁଇଟ୍‌ କଲେ ଏସ୍‌. ଜୟଶଙ୍କର

ଓମାନ୍‌ର ସୁଲତାନ୍‌ କବୁସ୍‌ ତାଙ୍କ ଦେଶରେ ସଜ୍ଜା ଭୋଗୁଥିବା ୧୭ ଭାରତୀୟ କଏଦୀଙ୍କୁ ଇଦ୍‌ ଅବସରରେ ‘ରାଜକୀୟ କ୍ଷମା’ ଦେଇଛନ୍ତି। ଓମାନ୍‌ଠାରେ ଭାରତୀୟ ଦୂତାବାସ ତରଫରୁ ଏହି ସୂଚନା ମିଳିବା ପରେ ବୈଦେଶିକ ମନ୍ତ୍ର ଏସ୍‌. ଜୟଶଙ୍କର ଟୁଇଟ୍‌ କରି ଧନ୍ୟବାଦ ଜଣାଇଛନ୍ତି। ଇଦ୍‌-ଉଲ୍‌ ଫିତର ଅବସରରେ ଓମାନ୍‌ ତରଫରୁ ଉଦାରବାଦୀ ମାନବୀୟ ଗୁଣ ପ୍ରଦର୍ଶନ ପୂର୍ବକ ୧୭ ଭାରତୀୟ କଏଦୀଙ୍କ ମାଫିକୁ ଭାରତ ଅନ୍ତର ସହକାରେ ଗ୍ରହଣ କରିଛି। ଭାରତର ସରକାର  ମିତ୍ର ରାଷ୍ଟ୍ରର ଏଇ କରୁଣା ହୃଦୟରୁ ପ୍ରଶଂସା  କରୁଛି। ସାରା ବିଶ୍ବରେ ଗତ ସପ୍ତାହରେ ଇଦ୍‌ ପାଳନ କରାଯାଇଥିଲା।