Categories
ଆଜିର ଖବର ଜାତୀୟ ଖବର

ଖେଳୁ ଖେଳୁ ଜୀବିତ ସାପକୁ ପାଟିରେ ପୂରାଇ ଦେଲା ଶିଶୁଟି, ତା’ପରେ କ’ଣ ହେଲା ଜାଣନ୍ତୁ

ଫତେଗଞ୍ଜ: ଯାହାକୁ ରଖିବେ ଅନନ୍ତ, କି ପାରିପାରେ ବଳବନ୍ତ । ଏମିତି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶରେ । ବର୍ଷକର ଏକ ଶିଶୁଟି ଜୀବିତ ସାପକୁ ପାଟିରେ ପୂରାଇ ଦେଇଥିବାବେଳେ ସାପଟି ଶିଶୁଟିର କିଛି କ୍ଷତିକରିପାରି ନାହିଁ । ତ୍ତରପ୍ରଦେଶର ବରେଲୀ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ଛୋଟ ପିଲା ଖେଳୁ ଖେଳୁ ସାପକୁ ଗିଳିଦେଇଥିବାର ସୂଚନା ରହିଛି । ତେବେ ସାପଟିକୁ ଗିଳୁଥିବାବେଳେ ଛୁଆଟିର ମା’ ଏହାକୁ ଦେଖିଦେଇଥିଲେ । ତତ୍‌କ୍ଷଣାତ୍‌ ସାପର ଲାଞ୍ଚକୁ ଧରି ଟାଣି ବାହାରେ ଫୋପାଡି ଥିଲେ ।

ବରେଲୀର ଫତେଗଞ୍ଜର ପଶ୍ଚିମ ଅଞ୍ଚଳ ଭୋଲାପୁରରେ ଏପରି ଏକ ଘଟଣା ଘଟିଛି। ଏଠାରେ ଏକ ବର୍ଷର ଏକ ଶିଶୁଖେଳୁ ଖେଳୁ ସାପଟିକୁ ଗିଳୁଦେଉଥିବାବେଳେ ତା’ଙ୍କ ମା’ ଏହାକୁ ଦେଖି ସାପର ଲାଞ୍ଜକୁ ଧରି ଟାଣି ଆଣି ବାହାର କରିଥିଲେ । ଏହାପରେ ତୁରନ୍ତ ଶିଶୁଟିକୁ ନେଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଶିଶୁଟି ଖେଳୁଥିବା ସମୟରେ ଅଚାନକ ଛୁଆ ସାପଟି ଶିଶୁଟି ପାଖକୁ ଆସିଯାଇଥିଲା। ଶିଶୁଟି ସାପଟିକୁ ଧରି ନିଜ ପାଟିରେ ରଖି ଦେଇଥିଲା । ଏହାପରେ ସାପଟି ଶିଶୁଟିର ପାଟି ଭିତରକୁ ଚାଲିଯାଇଥିଲା । କିନ୍ତୁ ହଠାତ୍‌ ଶିଶୁଟିର ମା’ ଶିଶୁର ପାଟିରେ ଏହାକୁ ଦେଖିଦେଇଥିଲେ । ଏହାପରେ ସାପର ଲାଞ୍ଜକୁ ଧରି ବାହାରକୁ ଟାଣି ଆଣିଥିଲେ । ତେବେ ସାପଟି ମରିଯାଇଥିବାବେଳେ ସାପଟି ଲମ୍ବା ସାତ ଇଞ୍ଚ ରହିଥିଲା ବୋଲି ସୂଚନା ରହିଛି । ତେବେ ଡାକ୍ତର ଶିଶୁଟିର ଚିକିତ୍ସା କରି ଶିଶୁଟି ବିପଦମୁକ୍ତ ରହିଛି ବୋଲି କହିଛନ୍ତି । (ଏଜେନ୍ସି)